ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓରେ ଆମ୍ବେଦକରଙ୍କୁ ନେଇ ଏଭଳି ଟିପ୍ପଣୀ ଦେଇ ନାହାଁନ୍ତି ପ୍ରଧାନମନ୍ତ୍ରୀ
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ଏଡିଟ୍ କରାଯାଇଛି । ମୂଳ ଭିଡିଓରେ ମୋଦି କଂଗ୍ରେସ ଆମ୍ବେଦକରଙ୍କ ସମ୍ବିଧାନକୁ ଅପମାନିତ କରିଥିଵାର କହିଛନ୍ତି ।
Original Video Shows PM Did Not Make Any Remarks Against Ambedkar
ନିକଟରେ ମୋହନ ଭାଗବତ ୭୫ ବର୍ଷ ବୟସ ଏବଂ ଅବସର ବିଷୟରେ ସଙ୍କେତ ଦେଇଛନ୍ତି ସତ ହେଲେ ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଏନେଇ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଅନେକ ନେତାଙ୍କୁ ଭାଜପା ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା।୨୦୧୪ରେ ଭାଜପା ଲୋକ ସଭା ନିର୍ବାଚନ ଲାଗି ଲାଲକୃଷ୍ଣ ଆଡଭାଣୀଙ୍କୁ ଟିକେଟ ଦେଇ ଥିଲା। ହେଲେ ତାଙ୍କୁ ସରକାର ଆସିବା ପରେ ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇ ଦେଇଥିଲା। ଏହି ସମୟରେ ଦାବି କରାଯାଇଥିଲା କି ୭୫ ବର୍ଷ ପରେ ଭାଜପା ନିଜ ନେତାଙ୍କୁ ସକ୍ରିୟ ରାଜନୀତିରୁ ଅବସର ଦେଇଦେବ। ଏହା ପରେ ଅନେକ ନେତା କ୍ଷମତା ହରାଇଥିଲେ।
ଗତବର୍ଷ ଲୋକ ସଭା ନିର୍ବାଚନ ସମୟରେ ତିହାର ଜେଲରୁ ଫେରିଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦାବି କରିଥିଲେ ଯେ ସେପ୍ଟେମ୍ବର ୨୦୨୫ରେ ମୋଦି ୭୫ ବର୍ଷର ହୋଇଯିବେ। ଏହାପରେ ସେ କ୍ଷମତା ଛାଡ଼ିଦେବେ। ପରେ ସେହି ପଦବୀ ଅମିତ ଶାହାଙ୍କୁ ମିଳିଯିବ। ଏପରିକି ଏହି ପ୍ରକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ସେ କହିଥିଲେ।
ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅମିତ ଶାହା ସଫେଇ ଦେଇଥିଲେ। ଶାହା କହିଥିଲେ ଯେ ମୋଦି ନିଜର ତୃତୀୟ କାର୍ଯ୍ୟକାଳ ପୂରଣ କରିବେ। ଭାଜପା ସମ୍ବିଧାନରେ ଏଭଳି ଲେଖାଯାଇ ନାହିଁ ଯେ ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ନିଜର କାର୍ଯ୍ୟକାଳ ପୂରଣ କରିବେ ।
ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଅସମ୍ମାନ କରିଥିଵାର ଦାବି ହୋଇଛି ।
ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ମୋଦୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିବାର ଦେଖିବାକୁ ମିଳିଛି ।
ଯାହାର ଲିଙ୍କ ଏଠାରେ ଏବଂ ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଭାଇରାଲ ଭିଡିଓଟି ଏଡିଟ୍ କରାଯାଇଛି । ମୂଳ ଭିଡିଓରେ ମୋଦି କଂଗ୍ରେସ ଆମ୍ବେଦକରଙ୍କ ସମ୍ବିଧାନକୁ ଅପମାନିତ କରିଥିଵାର କହିଛନ୍ତି ।
ଉକ୍ତ ଭିଡିଓର ଅନୁସନ୍ଧାନ କରିବାକୁ ଯାଇ, ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଭାଇରାଲ ଭିଡିଓରେ ନରେନ୍ଦ୍ର ମୋଦି କହିଥିବା ଟିପ୍ପଣୀ ନେଇ କୌଣସି ସୂତ୍ର ପାଇନଥିଲୁ । ଅନ୍ୟପଟେ ଆମ୍ବେଦକରଙ୍କୁ ଏବଂ ସମ୍ବିଧାନକୁ କୌଣସି ପ୍ରଧାନମନ୍ତ୍ରୀ ଯେ, ଏଭଳି ଟିପ୍ପଣୀ ଦେଇପାରିବେ ଏହା ଅସମ୍ଭବ ପ୍ରାୟ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ, ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ୧୪ ଅପ୍ରେଲ ୨୦୨୫ରେ ଟାଇମ୍ସ ନାଓ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଶୀର୍ଷକ ରହିଛି, କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ । ଭୋଟ ବ୍ୟାଙ୍କ ପାଇଁ ୱାଖଫ ବୋର୍ଡ ନିୟମ ବଦଳାଇଥିଲା କଂଗ୍ରେସ ।
ଉକ୍ତ ଭିଡିଓରେ ଆମେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ପାଇଥିଲୁ ।
ଉକ୍ତ କିୱାର୍ଡକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ ନରେନ୍ଦ୍ର ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଲାଇଭ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।
ଭିଡିଓର ୪୬ ମିନିଟ ସମୟରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ମିଳିଥିଲା ।
ଯାହା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସ୍ୱାଧୀନ ପରଠାରୁ ୨୦୧୩ ପର୍ଯ୍ୟନ୍ତ ୱାକଫ ବୋର୍ଡ ଠିକ ଚାଲିଥିଲା । କିନ୍ତୁ ନିର୍ବାଚନ ଜିତିବା ପାଇଁ, ଭୋଟ ବ୍ୟାଙ୍କର ରାଜନୀତି ପାଇଁ, ୨୦୧୩ ଶେଷ ସମୟରେ କଂଗ୍ରେସ ମନଇଚ୍ଛା ସଂଶୋଧନ କରିଦେଲା। ଯେମିତି ନିର୍ବାଚନ ସମୟରେ ଭୋଟ ପାଇପାରିବେ । ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ ଏହି ନିୟମକୁ ଏମିତି କରିଦେଲେ ଯେ, ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଛାରଖାର କରିଦେଲେ ।
ସେହିପରି ନରେନ୍ଦ୍ର ମୋଦି ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ସର୍ଟସ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକି ସେହିଦିନର ଭିଡିଓ ବୋଲି ଅନୁମାନ କରାଯାଉଛି । ଉକ୍ତ ଭିଡିଓରେ ପ୍ରଧାନମନ୍ତ୍ରୀ ବାବା ସାହେବଙ୍କ ପ୍ରଶଂସା କରୁଥିବାର ଶୁଣିବାକୁ ମିଳିଛି ।
ଇଣ୍ଡିଆ ଟିଭିରେ ପ୍ରସାରିତ ଖବର ଅନୁଯାୟୀ, କଂଗ୍ରେସ ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ ସମ୍ବିଧାନକୁ ଛାରଖାର କରିଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
କୀୱାର୍ଡ ସାହାଯ୍ୟରେ ଭିଡିଓଟି ଖୋଜିବା ପରେ, ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଭାଷଣ ସହିତ ଜଡିତ ଅନେକ ରିପୋର୍ଟ ପାଇଲୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରାଲି ୧୪ ଏପ୍ରିଲ ୨୦୨୫ରେ ହରିୟାଣାର ହିସାରରେ ଅନୁଷ୍ଠିତ ହୋଇଥିଲା। ଏହି ଦିନ ଆମ୍ବେଦକର ଜୟନ୍ତୀ ମଧ୍ୟ ଥିଲା। ମୋଦୀ ହିସାରର ମହାରାଜା ଅଗ୍ରସେନ ବିମାନବନ୍ଦରର ନୂତନ ଟର୍ମିନାଲର ଶିଳାନ୍ୟାସ କରିବାକୁ ଆସିଥିଲେ।
ଅମର ଉଜାଲାରେ ପ୍ରସାରିତ ଖବର ଅନୁଯାୟୀ, ମୋଦି କହିଛନ୍ତି ଯେ କଂଗ୍ରେସ ସମ୍ବିଧାନର ବ୍ୟବସ୍ଥାକୁ ତୁଷ୍ଟିକରଣର ମାଧ୍ୟମ କରିଥିଲା । କର୍ଣ୍ଣାଟକର କଂଗ୍ରେସ ସରକାର ଟେଣ୍ଡରରେ ଏସସି, ଏସଟି, ଓବିସିଙ୍କ ଅଧିକାର ଛଡ଼ାଇ ନେଇ ଧର୍ମ ଆଧାରରେ ସଂରକ୍ଷଣ ଦେଇଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ଏଡିଟ୍ କରାଯାଇଛି । ମୂଳ ଭିଡିଓରେ କଂଗ୍ରେସ ଆମ୍ବେଦକରଙ୍କ ସମ୍ବିଧାନକୁ ଅପମାନିତ କରିଥିଵାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I