ଫ୍ୟାକ୍ଟ ଚେକ୍: ବାରଣାସୀର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗର ଭିଡିଓ ଲେଖି କରାଯାଇଛି ସେୟାର
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏସ୍ଆଇଆର ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ମତୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି । ନଦିଆ ଜିଲ୍ଲାର ଚକଦାହାରେ ଏକ ରାଲିରେ ଉଦ୍ବୋଧନ ଦେଇ ମମତା କହିଛନ୍ତି, ଯେଉଁ ଭୋଟରମାନଙ୍କ ନାଁ କଟାଯାଇଛି ତାଙ୍କ ଦଳ ତୃଣମୂଳ କଂଗ୍ରେସ ସେମାନଙ୍କୁ ସମର୍ଥନ କରିବ। ମମତା କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତ କରୁଛନ୍ତି ଏବଂ ସ୍ବତନ୍ତ୍ର ଭାବେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍ କରି ଭୋଟର ତାଲିକାରୁ ନାଁ କାଟି ଦେଉଛନ୍ତି। ମମତା କହିଛନ୍ତି, ଏହି ପକ୍ଷପାତ କ’ଣ ପାଇଁ। ଆପଣ ମତୁଆ, ରାଜବଂଶୀ ଏବଂ ସଂଖ୍ୟାଲଘୁଙ୍କୁ ବାଦ୍ ଦେଉଛନ୍ତି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓରେ ଜଣେ ହଳଦିଆ ସାର୍ଟ ପିନ୍ଧିଥିବା ବ୍ୟକ୍ତିକୁ ଆଉଜଣେ ବ୍ୟକ୍ତି ବାଡ଼ିରେ ମାରୁଥିବାର ଦେଖିବାକୁ ମିଳିଛି । କିଛି ସମୟ ପରେ ଆଉଜଣେ ବ୍ୟକ୍ତି ଆସି ଆହୂରି ପିଟିବାକୁ ଲାଗୁଥିବା ବେଳେ, ପରେ ଉକ୍ତ ବ୍ୟକ୍ତି ଗୋଷ୍ଠୀ ଆକ୍ରମଣର ଶିକାର ହେଉଥିବାର ଦେଖିବାକୁ ମିଳିଛି ।
(ସ୍ପଷ୍ଟିକରଣ: ଏହି ଫ୍ୟାକ୍ଟଚେକରେ ଥିବା କିଛି ଭିଡିଓ ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ଉକ୍ତ ଭିଡିଓଟି ପଶ୍ଚିମବଙ୍ଗର ବୋଲି ଦାବି ହେଉଥିବା ବେଳେ, ମୁର୍ସିଦାବାଦ ରେ ଗୋଟିଏ ଗୋଷ୍ଠିର ବ୍ୟକ୍ତି ଆଉ ଏକ ଗୋଷ୍ଠୀକୁ ସାମ୍ପ୍ରଦାୟିକ ବିବାଦ ଘଟାଉଥିବା ବେଳେ ଆଉକିଛି ଗୋଷ୍ଠୀ ବ୍ୟକ୍ତି ଆସି ତାକୁ ଆକ୍ରମଣ କରିଛନ୍ତି । ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତି ଜଣଙ୍କ ଟିଏମସିର ବୋଲି ଦାବି କରିଛନ୍ତି ୟୁଜର୍ସ ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ୨୦୨୨ର ଅଟେ, ଯେତେବେଳେ ବାରଣାସୀରେ ଅଗ୍ନିପଥ ବିକ୍ଷୋବ ସମୟରେ ଜଣେ ଯୁବକ ଆକ୍ରମଣର ଶିକାର ହୋଇଥିଲେ ।
ଦାବୀର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିଥିଲୁ । ତେବେ ଏଭଳି କୌଣସି ଘଟଣା ନିକଟ ଦିନରେ ଘଟିନଥିବାର ଜଣାଯାଇଛି । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ପ୍ରମୂଖ ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ସେହିପରି ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
ନିଜ ୟୁଟ୍ୟୁବ ଚ୍ୟାନେଲରେ ୧୭ ଜୁନ ୨୦୨୨ରେ ଉକ୍ତ ଭିଡିଓକୁ ନବ ଭାରତ ଟାଇମ୍ସ ଅପଲୋଡ଼ କରିଥିଵାର ଦେଖୁବାକୁ ପାଇଥିଲୁ । ଯାହାର ଶୀର୍ଷକରେ ଉଲ୍ଲେଖ ରହିଛି, ଅଗ୍ନିବୀର ବିକ୍ଷୋଭ, ବାରଣାସୀରେ ବଜାର ବନ୍ଦ୍ କରୁଥିଲେ ବିକ୍ଷୋଭକାରୀ ହେଲେ ଦୋକାନୀଙ୍କ ଠାରୁ ପାଲଟା ଆକ୍ରମଣର ଶିକାର ହେଲେ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୨ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ସେହିପରି ଉକ୍ତ କିୱାର୍ଡ ନେଇ ଅଧିକ ଅନୁସନ୍ଧାନ କରିବାରୁ ଆଉ ଏକ ଗଣମାଧ୍ୟମ ସମାନ ଦାବି ସହ ୧୭ ଜୁନ ୨୦୨୨ରେ ସମାନ ଭିଡିଓକୁ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଭିଡିଓଟି ୨୦୨୨ର ଅଟେ, ଯେତେବେଳେ ବାରଣାସୀରେ ଅଗ୍ନିପଥ ବିକ୍ଷୋବ ସମୟରେ ଜଣେ ଯୁବକ ଆକ୍ରମଣର ଶିକାର ହୋଇଥିଲେ । ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ କିମ୍ବା ଆଗାମୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ।