ଫ୍ୟାକ୍ଟ ଚେକ୍: କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଗସ୍ତ ଭିଡିଓଟି ବହୁପୁରୁଣା, ଉକ୍ତ ଘଟଣା ସହ ଭାରତୀୟ ସେନାର କୌଣସି ସମ୍ପର୍କ ନାହିଁ

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ର ଅଟେ । ଉକ୍ତ ହେଲିକପ୍ଟର ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ । ଭାରତୀୟ ସେନାର ଏକ ହେଲିକପ୍ଟର ପୂର୍ବରୁ ଦୁର୍ଘଟଣା ଘଟାଇଥିବା ହେଲିକପ୍ଟରକୁ ସ୍ଥାନାନ୍ତର କରିବା ସମୟରେ ଭାରସାମ୍ୟ ହରାଇବାକୁ ବସିଥିଲା । ପରେପରେ ଉକ୍ତ ହେଲିକପ୍ଟରକୁ ଏକ ଖାଲି ସ୍ଥାନ ଦେଖି ପକାଇ ଦେଇଥିଲା । ଉକ୍ତ ଘଟଣାରେ କାହାର କୌଣସି ପ୍ରକାରର କ୍ଷତି ଘଟିନାହିଁ ।

Update: 2025-06-12 05:39 GMT

Old Kedarnath Helicopter Accident Video Misleadingly Linked to Indian Army


ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ ହେଲିକପ୍ଟରଟି କେଦାରନାଥ ଜାତୀୟ ରାଜପଥର ବଡାସୁ ନିକଟରେ ଜରୁରୀକାଳୀନ ଅବତରଣ କରିଛି । ପ୍ରକାଶିତ ଖବର ଅନୁଯାୟୀ, କେଦାରନାଥ ପାଇଁ ହେଲିକପ୍ଟରଟି ବଡାସୁ ହେଲିପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ରାସ୍ତାରେ ଏକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ପାଇଲଟ୍ ଉପସ୍ଥିତ ବୁଦ୍ଧି ଦେଖାଇ ବଡାସୁ ନିକଟରେ ଏକ ସୁରକ୍ଷିତ ରାସ୍ତାରେ ଅବତରଣ କରାଇଥିଲେ। ସୂଚନା ପାଇବା ମାତ୍ରେ ବିପର୍ଯ୍ୟୟ ସହାୟତା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାରେ ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଗୋଟିଏ ହେଲିକପ୍ଟର ଉଡ଼ୁଥବାବେଳେ ଆଉ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇ ତଳେ ପଡିଯାଇଥିବାର ଦେଖିବାକୁ ମିଳିଛି ।

ଉକ୍ତ ହେଲିକପ୍ଟରଟି ଭାରତୀୟ ସେନାର ବୋଲି ଦାବି ହୋଇଛି । ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, କେଦାରନାଥରେ ଉକ୍ତ ହେଲିକପ୍ଟରଟି ଉଡୁଥିବା ବେଳେ ଦୁର୍ଘଟଣାଗସ୍ତ ହୋଇ ତଳେ ପଡିଯାଇଥିଲା ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ର ଅଟେ । ଦୁର୍ଘଟଣାଗସ୍ତ ହେଲିକପ୍ଟରଟି ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ, ଭାରତୀୟ ସେନା ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ ।

ଅନୁସନ୍ଧାନ କରିବାରୁ ୭ଜୁନ ୨୦୨୫ରେ ଏଭଳି ଏକ ଦୁର୍ଘଟଣା କେଦାରନାଥରେ ଘଟିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଯାନ୍ତ୍ରିକ ତ୍ରୁଟି ହେତୁ ହେଲିକପ୍ଟରଟି ରାସ୍ତା ଉପରେ ଏମରଜେନ୍ସି ଅବତରଣ କରାଯାଇଥିବାର ଖବର ପ୍ରସାରଣ କରିଛି ଜି ନ୍ୟୁଜ । 

Full View


ଏନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରଣ କରିଥିବା ବେଳେ କୌଣସି ମଧ୍ୟ ଗଣମାଧ୍ୟମରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ପାଇନଥିଲୁ ।

ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

୩୧ ଅଗଷ୍ଟ ୨୦୨୪ରେ ଉକ୍ତ ଭିଡିଓକୁ ଏନଡିଟିଭି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିବା ବେଳେ ସେଥିରେ ଉଲ୍ଲେଖ ରହିଛି । କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଗସ୍ତ । କ୍ରିସ୍ଟାଲ ହେଲିକପ୍ଟର ଯାହାକି MI17 ସହ ଉଡାଣ ଆରମ୍ଭ କରିଥିଲା କେଦାରନାଥର ଏକ ପାହାଡ଼ରେ ଖସିପଡ଼ିଛି ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ଜଣାପଡିଥିଲା ।

ସେହିପରି ଉକ୍ତ କିୱାର୍ଡ ଗୁଡ଼ିକୁ ନେଇ ଅନୁସନ୍ଧାନ କରିବାରୁ ୩୧ ଅଗଷ୍ଟ ୨୦୨୪ରେ ଏନଡିଟିଭି ପୋର୍ଟାଲରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।

ଉକ୍ତ ଖବରରେ ଉଲ୍ଲେଖ ଥିଲା, ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦ୍ୱାରା ଉତ୍ତରାଖଣ୍ଡର କେଦାରନାଥରୁ ଗୌଚରକୁ ନିଆଯାଇଥିବା ଏକ ତ୍ରୁଟିପୂର୍ଣ୍ଣ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ରିଷ୍ଟାଲ୍ ଆଭିଏସନ୍‌ର ଏହି ହେଲିକପ୍ଟରଟି ଲିଞ୍ଚୋଲିର ମନ୍ଦାକିନୀ ନଦୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ମେ ୨୪ ତାରିଖରେ କେଦାରନାଥରେ ଜରୁରୀକାଳୀନ ଅବତରଣ ପରେ ହେଲିକପ୍ଟରଟି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିଲା ​​ଏବଂ ମରାମତି ପାଇଁ MI-17 ବିମାନ ସାହାଯ୍ୟରେ ଏହାକୁ ଗୌଚର ଏୟାରଷ୍ଟ୍ରିପ୍ ନିଆଯାଉଥିଲା । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଜଣେ ଅଧିକାରୀ କହିଛନ୍ତି ଯେ MI-17 ଭାରସାମ୍ୟ ହରାଇବା ଆରମ୍ଭ କରିବାରୁ ପାଇଲଟ ଦୁର୍ଘଟଣାଗସ୍ତ ହେଲିକପ୍ଟରକୁ ତଳକୁ ପକାଇବାକୁ ବାଧ୍ୟ ହୋଇଥିଲେ ।

"ସକାଳ ପ୍ରାୟ ୭ଟାରେ ହେଲିକପ୍ଟରକୁ ବାୟୁସେନାର MI-17 ଚପରରୁ ଝୁଲାଇ ଗୌଚରକୁ ନିଆଯାଉଥିଲା। ଟିକିଏ ଦୂରତା ଅତିକ୍ରମ କରିବା ମାତ୍ରେ MI-17 ହେଲିକପ୍ଟରର ଓଜନ ଏବଂ ଅତ୍ୟଧିକ ପବନ ଯୋଗୁଁ ଭାରସାମ୍ୟ ହରାଇବା ଆରମ୍ଭ କଲା," ରୁଦ୍ରପ୍ରୟାଗ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାହୁଲ ଚୌବେ କହିଛନ୍ତି । ହେଲିକପ୍ଟରରେ କୌଣସି ଯାତ୍ରୀ କିମ୍ବା ସାମଗ୍ରୀ ନଥିଲା ବୋଲି, ସେ କହିଛନ୍ତି ।

୨୪ ମଇରେ ହେଲିକପ୍ଟର ଦ୍ୱାରା ଜରୁରୀକାଳୀନ ଅବତରଣରେ, ତୀର୍ଥଯାତ୍ରୀଙ୍କ ସମେତ ସମସ୍ତ ସାତ ଜଣ ବ୍ୟକ୍ତି ଅକ୍ଷତ ହୋଇ ରକ୍ଷା ପାଇଯାଇଥିଲେ।

ସେହିପରି ଉକ୍ତ ଖବର ନେଇ ଦ ହିନ୍ଦୁ ଏବଂ ଦ ଷ୍ଟେଟ୍ସ ମ୍ୟାନ ମଧ୍ୟ ସମାନ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ର ଅଟେ । ଉକ୍ତ ହେଲିକପ୍ଟର ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ । ଭାରତୀୟ ସେନାର ଏକ ହେଲିକପ୍ଟର ପୂର୍ବରୁ ଦୁର୍ଘଟଣା ଘଟାଇଥିବା ହେଲିକପ୍ଟରକୁ ସ୍ଥାନାନ୍ତର କରିବା ସମୟରେ ଭାରସାମ୍ୟ ହରାଇବାକୁ ବସିଥିଲା । ପରେପରେ ଉକ୍ତ ହେଲିକପ୍ଟରକୁ ଏକ ଖାଲି ସ୍ଥାନ ଦେଖି ପକାଇ ଦେଇଥିଲା । ଉକ୍ତ ଘଟଣାରେ କାହାର କୌଣସି ପ୍ରକାରର କ୍ଷତି ଘଟିନାହିଁ । 


Claim :  କେଦାରନାଥରେ ଦୁର୍ଘଟଣା ଗସ୍ତ ହେଲା ଭାରତୀୟ ସେନାର ହେଲିକପ୍ଟର
Claimed By :  Social Media User
Fact Check :  Unknown
Tags:    

Similar News