ଫ୍ୟାକ୍ଟ ଚେକ୍: ଚୀନ୍‌ ରେ ଘଟିଥିବା ପୁରୁଣା ଦୁର୍ଘଟଣାକୁ ଭୁଲଭାବେ ପାକିସ୍ତାନ ବାୟୁସେନା ବିମାନ ଦୁର୍ଘଟଣା ଦାବି ସହ ସେୟାର କରାଯାଇଛି

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ଥିବା ଦୁର୍ଘଟଣାଗ୍ରସ୍ତ ବିମାନଟି ପ୍ରକୃତରେ ଚିନ୍ ର ଅଟେ । ଉକ୍ତ ଫଟୋରେ କେହିଜଣେ ପାକିସ୍ତାନ ଫଟୋକୁ ଲଗାଇ ଭୁଲ୍ ଦାବି ସହ ଫଟୋଟିକୁ ସେୟାର କରିଥାଇପାରନ୍ତି ବୋଲି ଜଣାଯାଇଛି ।

Update: 2025-05-06 06:45 GMT

Old Image from China Falsely Shared as Recent Pakistan Air Force Crash


ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ମଧ୍ୟରେ ସମସ୍ତଙ୍କ ନଜର ଭାରତର ଆକ୍ସନ ଉପରେ। ଏହାରି ଭତରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା। ପ୍ରସାରିତ ଖବର ଅନୁଯାୟୀ, ୟୁପିର ଶାହଜାହାନପୁରରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ ଏୟାରଷ୍ଟ୍ରିପରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଆକାଶରେ ମିରାଜ, ରାଫେଲ, ସୁଖୋଇ ଏବଂ ଜାଗୁଆର ଭଳି ଯୁଦ୍ଧ ବିମାନର ଗର୍ଜନରେ ଶତ୍ରୁ ଦେଶଗୁଡ଼ିକ ଥରି ଉଠିଛନ୍ତି। ୩.୫ କିଲୋମିଟର ଲମ୍ବା ରନୱେରେ ଲଢ଼ୁଆ ବିମାନଗୁଡ଼ିକ ଅବତରଣ ଏବଂ ଉଡ଼ାଣ ଅଭ୍ୟାସ କରୁଛନ୍ତି। ଗଙ୍ଗା ଏକ୍ସପ୍ରେସୱେ ହେଉଛି ୟୁପିର ଚତୁର୍ଥ ଏପରି ଏକ୍ସପ୍ରେସୱେ ଯାହାର ଏକ ଏୟାରଷ୍ଟ୍ରିପ୍ ଅଛି। ତଥାପି, ଏହା ଦେଶର ପ୍ରଥମ ଏକ୍ସପ୍ରେସୱେ ଯେଉଁଥିରେ ରାତିରେ ଅବତରଣ କରିବାର କ୍ଷମତା ରହିଛି। ଦେଶରେ ପ୍ରଥମ ଥର ପାଇଁ, ରାଜପଥରେ ଦିବା ଲ୍ୟାଣ୍ଡିଂ ପରୀକ୍ଷଣ ସହିତ ରାତିରେ ଲ୍ୟାଣ୍ଡିଂ ପରୀକ୍ଷଣ କରାଯିବ ।

ଇତିମଧ୍ୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଥିବା ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି । ଉକ୍ତ ବିମାନରେ ପାକିସ୍ତାନର ଜାତୀୟ ପତକା ଥିବା ବେଳେ ତାଲିମ ଚାଲିଥିବା ବେଳେ ଉକ୍ତ ବିମାନଟି ନିକଟରେ ଦୁର୍ଘଟଣା ଗସ୍ତ ହୋଇଥିବାର ଦାବି ହୋଇଛି ।

ଯାହାକି ମିଆଁୱାଲି ଜିଲ୍ଲାରେ ଘଟିଥିବାର ୟୁଜର୍ସ ଉଲ୍ଲେଖ କରିଛନ୍ତି ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଏବଂ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଫଟୋଟି ଏଡିଟ୍ କରାଯାଇଛି । ମୂଳ ଫଟୋଟି ୨୦୨୧ ଅକ୍ଟୋବର ସମୟର ଅଟେ ଯେଉଁଥିରେ ପିପୁଲ୍ସ ଲିବରେସନ ଆର୍ମି ବାୟୁସେନାର ଯେ-୧୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାଯାଇଥିବା ବେଳେ ଏହା ଦର୍ଶାଯାଇଛି ଚୀନର ହେନାନ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଉକ୍ତ ଘଟଣାର ଅନୁସନ୍ଧାନକରିବାକୁ ଯାଇ ଉକ୍ତ କି ୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ ହେଲେ ଇତିମଧ୍ୟରେ ଏଭଳି କୌଣସି ଘଟଣା ଘଟିନଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମ ଏହାକୁ ନିଶ୍ଚିତ ପ୍ରସାରିତ କରିଥାନ୍ତେ ।

ଭାଇରାଲ ହେଉଥିବା ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଏକ୍ସ ପୋଷ୍ଟ ହସ୍ତଗତ ହୋଇଥିଲା ।

ଜଣେ ୟୁଜର୍ସ ନିଜର ଏକ୍ସ ଆକାଉଣ୍ଟରେ ୨୩ ଅକ୍ଟୋବର ୨୦୨୧ରେ ଦୁଇଟି ଫଟୋ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଥିଲା । ଦୁଇଟି ଫଟୋରେ ଗୋଟିଏ ବିମାନ ପାଣିରେ ଅଧା ଅଂଶ ପଡିଥିବାର ଦେଖିବାକୁ ମିଳିଛି । ଫଟୋ ପୋଷ୍ଟ କରି ୟୁଜର୍ସ ଜଣଙ୍କ ଉଲ୍ଲେଖ କରିଛନ୍ତି, ପାଣି ଭିତରେ ଚୀନ୍ ଜେ-୧୦ ଜେଟ୍ ।

ଉକ୍ତ ଫଟୋଟି ଭାଇରାଲ ଫଟୋ ସଦୃଶ ହୋଇଥିବାରୁ ଏହାକୁ ତୁଳନା କରିଥିଲୁ ।


ତୁଳନାରୁ ଦୁଇଟିଯାଙ୍କ ଫଟୋ ଗୋଟିଏ ଫଟୋ ବୋଲି ଜାଣିବାକୁ ପାଇଥିଲୁ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଫଟୋଟି ବହୁ ପୁରୁଣା ।

ଅନ୍ୟପଟେ ଏକ୍ସ ପୋଷ୍ଟରେ ଥିବା ବିମାନରେ ପାକିସ୍ତାନର ଜାତୀୟ ପତାକା ନଥିବାର ଦେଖିବାକୁ ମିଳିଥିଲା । 



ଭାଇରାଲ ଫଟୋର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ଗୁଡ଼ିକ ବ୍ୟବହାର କରି ସର୍ଚ୍ଚ କରିଥିଲୁ, ଡିଫେନ୍ସ.ବ୍ଲଗ ନାମକ ଏକ ୱେବସାଇଟରେ ଏକ ପ୍ରସାରିତ ଖବର ହସ୍ତଗତ ହୋଇଥିଲା ।

ଉକ୍ତ ଖବରରେ ଯେଉଁ ଫଟୋ ରହିଛି ତାହା ଭାଇରାଲ ଫଟୋ ସହ ସମାନ ଥିବାର ଦେଖାଯାଇଛି । 



ଉକ୍ତ ଖବରରେ ଉଲ୍ଲେଖ ରହିଛି, ହେନାନ୍ ପ୍ରଦେଶର ଜିଆଲୁ ନଦୀର ଥଣ୍ଡା ପାଣିରେ ପିପୁଲ୍ସ ଲିବରେସନ୍ ଆର୍ମି ବାୟୁସେନାର ଏକ J-10 ଲଢ଼ୁଆ ବିମାନ ଖସି ପଡ଼ିଥିଲା ଯାହାକି ଏକ ଭିଡିଓରେ କଏଦ ହୋଇଥିଲା। ଚୀନ୍ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ଅନୁଯାୟୀ, ଉଭୟ ପାଇଲଟ୍ ସୁରକ୍ଷିତ ଭାବରେ ବିମାନରୁ ଉଦ୍ଧାର ହୋଇପାରିଥିବା ବେଳେ ସାମାନ୍ୟ ଆହତ ହୋଇଥିଲେ ।

ତାଇୱାନର ଏକ ସାମରିକ ଉତ୍ସାହୀ ସାମାଜିକ ନେଟୱାର୍କ ଗୋଷ୍ଠୀର ସଦସ୍ୟମାନେ ଏହି ସ୍ଥାନକୁ ଝେଙ୍ଗଝୋ ମାଟୋଗାଙ୍ଗ ବିମାନବନ୍ଦର ରନୱେରୁ ୧.୨ କିଲୋମିଟର ଦୂରରେ ଥିବା ଏକ ସ୍ଥାନ ଭାବରେ ଚିହ୍ନଟ କରିଥିଲେ ।

ଉକ୍ତ ୱେବସାଇଟରେ ଏକ ଭିଡିଓ ଲିଙ୍କ ମଧ୍ୟ ରହିଛି, ଯେଉଁଥିରେ କିଛି ବ୍ୟକ୍ତି ମାଛ ମାରୁଥିବା ବେଳେ ଦୂରରୁ ପାରାଚୁଟ୍ ଯୋଗେ ଦୁଇଜଣ ଏକ ନଦୀରେ ଅବତରଣ କରିଛନ୍ତି ଏବଂ ନିକଟରେ ଏକ ବିମାନ ଅଧା ନଦୀରେ ପଡିରହିଛି । 



ଭିଡିଓରେ ଥିବା ବିମାନକୁ ସଠିକ ଭାବେ ଅନୁଧ୍ୟାନ କଲେ ଏହା ଭାଇରାଲ ହେଉଥିବା ଫଟୋ ପରି ଦୃଶ୍ୟମାନ ହୋଇଛି ।



ଉକ୍ତ ଘଟଣା ନେଇ ଅକ୍ଟୋବର ୨୫ ୨୦୨୧ରେ ଏଏନଆଇ ଉଲ୍ଲେଖ କରିଛି, ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବରେସନ ଆର୍ମି ବାୟୁସେନାର ଦୁଇ ସିଟ୍ ବିଶିଷ୍ଟ ଚେଙ୍ଗଡୁ J-10S ଲଢ଼ୁଆ ବିମାନ ହେନାନ ପ୍ରଦେଶର ଏକ ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଭିଡିଓ ଫୁଟେଜକୁ ଆଧାର କରି ତାଇୱାନ ନ୍ୟୁଜ୍ ରିପୋର୍ଟ ପ୍ରକାଶ କରିଛି ଯେ, କେନ୍ଦ୍ରୀୟ ଚୀନ୍ ପ୍ରଦେଶ ହେନାନର ଜିଆଲୁ ନଦୀ କୂଳରେ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତ ସପ୍ତାହରେ ଚୀନ୍ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଫୁଟେଜ ଅନୁଯାୟୀ, ଦୁଇ ପାଇଲଟ୍ ନଦୀ କୂଳ ନିକଟରେ ସୁରକ୍ଷିତ ଭାବରେ ଅବତରଣ କରୁଥିବାର ଦେଖାଯାଉଛି। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ ପାଇଲଟମାନେ ଗୁରୁତର ଭାବେ ଆହତ ହୋଇ ନାହାଁନ୍ତି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ଥିବା ଦୁର୍ଘଟଣାଗ୍ରସ୍ତ ବିମାନଟି ପ୍ରକୃତରେ ଚିନ୍ ର ଅଟେ । ଉକ୍ତ ଫଟୋରେ କେହିଜଣେ ପାକିସ୍ତାନ ଫଟୋକୁ ଲଗାଇ ଭୁଲ୍ ଦାବି ସହ ଫଟୋଟିକୁ ସେୟାର କରିଥାଇପାରନ୍ତି ବୋଲି ଜଣାଯାଇଛି ।


Claim :  ପାକ୍ ବିମାନ ଦୁର୍ଘଟଣାଗ୍ରସ୍ତ ମିଆଁୱାଲି ଜିଲ୍ଲା ଅନ୍ତର୍ଗତର ଦୃଶ୍ୟ
Claimed By :  Social Media User
Fact Check :  Unknown
Tags:    

Similar News