ଫ୍ୟାକ୍ଟଚେକ୍: ସମୁଦ୍ର ଭିତରେ ଥିବା ରାମସେତୁର ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

Update: 2025-04-06 07:04 GMT

The viral video of the Ram Setu under the sea is AI-generated


ଭାରତର ସବୁଠାରୁ ହାଇଟେକ୍ ଭର୍ଟିକାଲ୍ ଲିଫ୍ଟ ପାମ୍ବନ ସେତୁକୁ ପବିତ୍ର ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ପ୍ରସାରିତ ଖବର ଅନୁଯାୟୀ ଏହି ସେତୁରେ ଇଞ୍ଜିନିୟରିଂ କାରୁକାର୍ଯ୍ୟ ଯେତିକି ଦେଖିବାକୁ ମିଳୁଛି ଏହାର ଧାର୍ମିକ, ଐତିହାସିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ମଧ୍ୟ ସେତିକି ରହିଛି। ବିଶେଷ କଥା ହେଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସେତୁକୁ ଏକ ଅତ୍ୟନ୍ତ ଶୁଭ ଦିନ ଅର୍ଥାତ୍ ରାମନବମୀରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହି ଦିନ ପୁଷ୍ୟ ନକ୍ଷତ୍ର ରହିଛି, ଯାହାକୁ ଶୁଭ ଏବଂ ମଙ୍ଗୁଆଳ କାର୍ଯ୍ୟ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ଦିନ, ପ୍ରଭୁ ଶ୍ରୀରାମଙ୍କ ଜନ୍ମ ବାର୍ଷିକୀରେ ରାମେଶ୍ୱରମରେ ବିଶେଷ ପ୍ରାର୍ଥନା ଏବଂ ରୀତିନୀତି କରାଯିବ। ରାମାୟଣ ଅନୁସାରେ, ଏହି ସ୍ଥାନଟି ହେଉଛି ସେହି ସ୍ଥାନ ଯେଉଁଠାରେ ଭଗବାନ ରାମ ଲଙ୍କାକୁ ପଥ ପ୍ରଶସ୍ତ କରିବା ପାଇଁ ସମୁଦ୍ରରେ ଏକ ସେତୁ (ରାମ ସେତୁ) ନିର୍ମାଣ କରିଥିଲେ। ଏହି ପାମ୍ବନ ସେତୁ ତୀର୍ଥଯାତ୍ରୀମାନଙ୍କ ପାଇଁ ରାମେଶ୍ୱରମ ଯାତ୍ରାକୁ ସହଜ କରିବ।

ସେତୁର ମଧ୍ୟଭାଗ ୭୨ ମିଟର ଉଚ୍ଚ ହୋଇଥିବା ବେଳେ ଲମ୍ବ ୨.୦୮ କିମି ଅଟେ । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୨୨ ମିଟର ରହିଛି । ଏହି ସେତୁରେ ଟ୍ରେନ୍ ଘଣ୍ଟା ପ୍ରତି ୮୦ କିମି ବେଗରେ ଚାଲିପାରିବ। ଏହି ସେତୁଟି ସର୍ବଶେଷ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ନିର୍ମିତ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି। ସେତୁଟି ଏକ ସ୍ୱୟଂଚାଳିତ ଇଲେକ୍ଟ୍ରୋ-ମେକାନିକାଲ୍ ଲିଫ୍ଟ ସିଷ୍ଟମ ସହିତ ନିର୍ମିତ, ଯାହା ସେତୁକୁ ୧୭ ମିଟର ପର୍ଯ୍ୟନ୍ତ ଉପରକୁ ଉଠାଇପାରିବ, ଯାହା ଦ୍ୱାରା ଜାହାଜଗୁଡ଼ିକ ସହଜରେ ଯାତାୟାତ କରିପାରିବେ। ଏହି ଅଞ୍ଚଳ ସାମୁଦ୍ରିକ ଜୈବ ବିବିଧତା ଏବଂ ମାଛ ଧରିବା ପାଇଁ ମଧ୍ୟ ପ୍ରସିଦ୍ଧ। ପାମ୍ବନ ଦ୍ୱୀପ ଏବଂ ରାମେଶ୍ୱରମର ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି । ରାମେଶ୍ୱରମ୍ ହିନ୍ଦୁ ଧର୍ମର ଚାରୋଟି ଧାମ ମଧ୍ୟରୁ ଗୋଟିଏ ଏବଂ ଭଗବାନ ଶିବଙ୍କ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏଠାରେ ଅବସ୍ଥିତ। ପାମ୍ବନ ଦ୍ୱୀପ ତାମିଲନାଡୁର ସବୁଠାରୁ ବଡ଼ ଦ୍ୱୀପ ଏବଂ ଏହା ରାମାୟଣର ଘଟଣାବଳୀ ସହିତ ଜଡିତ ।  ଏହି ସେତୁ ଦେଶ ତଥା ବିଦେଶରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଉନ୍ନତ ରେଳ ସଂଯୋଗୀକରଣ ସହିତ, ଦୂରଦୂରାନ୍ତର ଅଞ୍ଚଳର ଲୋକମାନେ ମଧ୍ୟ ଦ୍ରୁତଗାମୀ ଟ୍ରେନ୍ ସୁବିଧା ପାଇପାରିବେ ଏବଂ ଯାତ୍ରା ସମୟ ହ୍ରାସ ପାଇବ ।


ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ପଥର ସହ କିଛି ପୁରାତନ କୀର୍ତ୍ତିଭଳି କିଛି ଦୃଶ୍ୟମାନ ହେଉଥିବା ବେଳେ ଏହାକୁ ରାମସେତୁ ବୋଲି ଦାବି ହୋଇଛି ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଭାଇରାଲ ଭିଡିଓରେ ନାହିଁ କୌଣସି ସତ୍ୟତା, ଉକ୍ତ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଉକ୍ତ କୀୱାର୍ଡ ଗୁଡିକ ବ୍ୟବହାରକରି ଅନୁସନ୍ଧାନ କରିଥିଲୁ, କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପ୍ରସାର ହୋଇଥିବାର ପାଇନଥିଲୁ  I ଯଦି ଏଭଳି କୌଣସି ଘାନା ଗହାଇଥାନ୍ତା       

ଅଧିକ  ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ନାଗପୁର ଅପଡେଟ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେଉଥିବା ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।

ଯେଉଁଥିରେ ଉଲ୍ଲେଖଥିଲା, ଅନୁଭବ କରନ୍ତୁ ରାମସେତୁର ଦୁର୍ଲଭ ଦୃଶ୍ୟ । ସମୁଦ୍ର ଗର୍ଭର କେତେଭିତରେ ଭାସୁଛି ସେହି ଦୁର୍ଲଭ ପଥର ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କ ନାଁ ଲିଖିତ ହୋଇ ରହିଛି ।

ସେଠାରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଉକ୍ତ ଭିଡିଓଟି ଭାରତ ଏଫଏକ୍ସ ଦ୍ୱାରା ନିର୍ମିତ । 


ଯେତେବେଳେ ଆମେ ଭାରତ ଏଫକ୍ସର ଇନଷ୍ଟାଗ୍ରାମ ପେଜ୍ କୁ ଯାଇ ଦେଖିଥିଲୁ ସେଠାରେ ବହୁ ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଭାରତ ଏଫଏକ୍ସ ନିଜ ବିଷୟରେ ଉଲ୍ଲେଖ କରିବାକୁ ଯାଇ ଲେଖିଛି, ଏହା ଏକ ଡିଜିଟାଲ କ୍ରିୟେଟର ପ୍ରୋଫାଇଲ । 3D ଗ୍ରାଫିକ୍ସ, ଭିଏଫଏକ୍ସ, ଏବଂ ଆନିମେସନ ନିର୍ମାଣ କରୁ । ଏଡିଟିଙ୍ଗ ଜନିତ ଆବଶ୍ୟକତା ପାଇଁ ସିଧାସଳଖ ଯୋଗାଯୋଗ କରନ୍ତୁ ।

ଉକ୍ତ ପ୍ରୋଫାଇଲରେ ଆମେ ଏଆଇ ଦ୍ୱାରା ନିର୍ମିତ ବହୁ ଭିଡିଓ ଦେଖିବାକୁ ପାଇଥିଲୁ ।

ଯେଉଁଥିରେ ଭାଇରାଲ ହେଉଥିବା ରାମସେତୁ ଭିଡିଓ ମଧ୍ୟ ରହିଥିଲା । ଉକ୍ତ ଭିଡିଓକୁ ଅପଲୋଡ଼ କରି ଭାରତ ଭିଏଫକ୍ସ ଉଲ୍ଲେଖ କରିଛି ଏହା ଏଆଇ ଦ୍ବାରା ନିର୍ମିତ ।



ସେହିପରି ଅଧିକ ଅନୁସନ୍ଧାନ ନିମନ୍ତେ ଯେତେବେଳେ ଆମେ ଭାଇରାଲ ଭିଡିଓକୁ ହାଇଭ ମଡରେସନ ଟୁଲ୍ ଯୋଗେ ପରୀକ୍ଷା କରିଥିଲୁ ଏହା ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।



 

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

Claim :  ସମୁଦ୍ର ଭିତରେ ଥିବା ରାମ ସେତୁ ଅନୁସନ୍ଧାନ କରୁଛନ୍ତି ସ୍କୁବା ଡାଇଭର
Claimed By :  Social Media User
Fact Check :  Unknown
Tags:    

Similar News