Fact Check : ଭିଡିଓକୁ ଏଡିଟ୍ କରାଯାଇ ଭାଇରାଲ କରାଯାଇଛି, ମୂଳ ଭିଡିଓରେ କେଜ୍ରିୱାଲ ନିଜ ଦଳ ନୁହେଁ ଅନ୍ୟ ଏକ ଦଳର ପ୍ରାର୍ଥୀକୁ ନିନ୍ଦା କରିଛନ୍ତି

କେଜ୍ରିୱାଲ ଏହା କହିଛନ୍ତି ସତ ହେଲେ ନିଜ ଦଳକୁ ନୁହେଁ ବିଜେପି ଦଳର ଏକ ପ୍ରାର୍ଥୀକୁ କଟାକ୍ଷ କରି କହିଛନ୍ତି । ପ୍ରକୃତ ଭିଡିଓକୁ ଏଡିଟ୍ କରି ଏଭଳିଭୁଲ୍ ଲେଖା ସହ ଭାଇରାଲ କରାଯାଇଛି ।

Update: 2025-01-22 15:58 GMT


ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ଜାତୀୟ ରାଜନୀତି । ଭୋଟରଙ୍କୁ ପ୍ରଲୋଭନ ସହ ଆରୋପ ପ୍ରତ୍ୟାରୋପ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହା ସହିତ, ନେତାମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଆସୁଛନ୍ତି ଏବଂ ଯାଉଛନ୍ତି। ଏହି ସମୟରେ, କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଲୋକେଶ ବଂଶଲ ଆଜି ଦଳ ଛାଡିଛନ୍ତି । ବଂଶଲ ଅନେକ କଂଗ୍ରେସ କର୍ମୀଙ୍କ ସହ ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ବଂଶଲ ଆପରେ ଯୋଗ ଦେବା ପରେ, ଦଳର ଜାତୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଲୋକେଶ ବଂଶଲ ନୂଆଦିଲ୍ଲୀ ବିଧାନସଭାରେ କଂଗ୍ରେସର ସର୍ବୋଚ୍ଚ ନେତା । ତାଙ୍କ ଆଗମନ ସହିତ, ନୂଆଦିଲ୍ଲୀ ବିଧାନସଭାରେ କଂଗ୍ରେସ ଶେଷ ହୋଇଛି । ସେ ଆମକୁ କହିଥିଲେ ଯେ ସେ ଦେଶ ପାଇଁ କିଛି କରିବା ପାଇଁ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ ଆଜି କଂଗ୍ରେସ ବିଜେପିର କୋଳରେ ବସିଛି । ବିଜେପି ଗରିବଙ୍କ ପାଇଁ ଏକ ବିପଦଜନକ ଦଳ।

ଇତିମଧ୍ୟରେ ୧୫ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଏବେ ମୁଁ ଜାଣିବାକୁ ପାଇଛି ସବୁ କଲୋନୀରେ ପାଣିର ସମସ୍ୟା ରହିଛି, ସଡ଼କ ଭାଙ୍ଗି ହୋଇ ପଡିଛି, ଚାରିପଟୁ ଆବର୍ଜନା ହୋଇ ପଡିରହିଛି ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ନିଜ ଅର୍ଥାତ ଆପ୍ କୁ କଟାକ୍ଷ କରିଛନ୍ତି ବୋଲି ଦାବି କରିଛନ୍ତି । ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ହିନ୍ଦୀରେ ଲେଖିଛନ୍ତି, यानी केजरीवाल साफ-साफ यह कह रहे हैं कि मेरी अनुपस्थिति में मुख्यमंत्री अतिशी मारलेना ने कोई काम नहीं किया अतिसी मारलेना निकम्मी है दिल्ली की पूरी सरकार निकम्मी है । फिर जब केजरीवाल खुद स्वीकार कर रहे हैं कि आम आदमी पार्टी काम नहीं कर सकती तब दिल्ली वालों को आम आदमी पार्टी को वोट नहीं देना चाहिए ।

ଯାହାର ଓଡ଼ିଆ ଅର୍ଥ ହେଉଛି, ତାହା ହେଉଛି, କେଜ୍ରିୱାଲ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ମୋ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ଆତିଷୀ ମାର୍ଲେନା କୌଣସି ବିକାଶ ମୁଳକ କାମ କରିନାହାଁନ୍ତି, ଆତିଶି ମାର୍ଲେନା ବ୍ୟର୍ଥ, ସମଗ୍ର ଦିଲ୍ଲୀ ସରକାର ବ୍ୟର୍ଥ। ତା’ପରେ ଯେତେବେଳେ କେଜ୍ରିୱାଲ ନିଜେ ସ୍ୱୀକାର କରୁଛନ୍ତି ଯେ ଆମ୍ ଆଦମୀ ପାର୍ଟି କାମ କରିପାରିବ ନାହିଁ ତେବେ ଦିଲ୍ଲୀର ଲୋକମାନେ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେବା ଉଚିତ୍ ନୁହେଁ ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ, କେଜ୍ରିୱାଲ ଏହା କହିଛନ୍ତି ସତ ହେଲେ ନିଜ ଦଳକୁ ନୁହେଁ ବିଜେପି ଦଳର ଏକ ପ୍ରାର୍ଥୀକୁ କଟାକ୍ଷ କରି କହିଛନ୍ତି । ପ୍ରକୃତ ଭିଡିଓକୁ ଏଡିଟ୍ କରି ଏଭଳିଭୁଲ୍ ଲେଖା ସହ ଭାଇରାଲ କରାଯାଇଛି ।

ତଦନ୍ତ କରିବାକୁ ଯାଇ ଆମେ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ଅଫିସିଆଲ ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଭିଡିଓଟି ୨୦ ଜାନୁଆରୀ ୨୦୨୫ ରେ ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା, ୭୩୦୪ ଭିୟୁ ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଶୀର୍ଷକ ରହିଛି, ବିଶ୍ୱାସ ନଗରରେ ଆୟୋଜିତ ହୋଇଥିବା ଏକ ଜନସଭାରେ ଲୋକଙ୍କ ଗହଣରେ ପହଞ୍ଚିଲି ।

ଯେତେବେଳେ ଆମେ ପୁରା ଭିଡିଓଟିକୁ ଦେଖିଥିଲୁ ଅନ୍ୟୁନ୍ୟ  ୨୧ ମିନିଟ ୫୬ ସେକେଣ୍ଡ  ସମୟରେ ଭାଇରାଲ ଭିଡିଓ ଟିର ଅଂଶକୁ ପାଇଥିଲୁ ।


Full View


ତେବେ ଉକ୍ତ ଭିଡିଓର ସମ୍ପୂର୍ଣ୍ଣ ଭାଗକୁ ଶୁଣିବାକୁ ଯାଇ କିଛି କିଛି ସମୟ ପୂର୍ବକୁ ନେଇଥିଲୁ । ୨୧ ମିନିଟ ୩୪ ସେକେଣ୍ଡ ରେ କେଜ୍ରିୱାଲ କହିଛନ୍ତି ଗତବର୍ଷ ଆପଣଙ୍କ ଠାରୁ ଏକ ଭୁଲ୍ ହୋଇଯାଇଛି, ପୁରା ଦିଲ୍ଲୀରେ ୭୦ ସିଟ ମଧ୍ୟରୁ ୬୨ ସିଟ ଆମକୁ ମିଳିଥିଲା । ୮ ଟି ସେଟ ରେ ଭୁଲ୍ ରହିଗଲା, ବିଶ୍ୱାସ ନଗରରୁ ମଧ୍ୟ ଭୁଲ୍ ହୋଇଯାଇଛି । ଆପଣମାନେ ବିଶ୍ୱାସ ନଗରରେ ତାଙ୍କ ପାର୍ଟିର ଲୋକଙ୍କୁ ଏମଏଲଏ ବାଛି ନେଲେ । ୧୦ ବର୍ଷ ସିଏ ବହୁତ ଲଢ଼ିଛନ୍ତି ଆମ ସହ କିନ୍ତୁ କାମ ଗୋଟିଏ ମଧ୍ୟ କରି ନାହାଁନ୍ତି ।

Full View


ସେହିପରି ୨୧ ମିନିଟ ୧୩ ସେକେଣ୍ଡରେ ଉକ୍ତ ବିଜେପି ବିଧାୟକଙ୍କୁ ଆକ୍ଷେପ କରି କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ମୁଁ ତାଙ୍କୁ ଏତେ ବୁଝାଇଛି ନିଜ ଅଞ୍ଚଳରେ ସିସିଟିଭି ଲଗାଇଦିଅ, ମୋହଲ୍ଲା କ୍ଲିନିକ ଖୋଲିଦିଅ, ଏପରିକି ଆମେ ପାଣି ଦେବାକୁ ମଧ୍ୟ ବ୍ୟବସ୍ଥା କରିଛୁ କିନ୍ତୁ ସିଏ ପାଣି ମଧ୍ୟ ନେଲେ ନାହିଁ । ତେଣୁ ଆପଣ ମାନେ ଭାବି ନିଅନ୍ତୁ ଯଦି ଆପଣ ମାନଙ୍କୁ ଆଗାମୀ ୫ ବର୍ଷ ଝଗଡା ହିଁ ଆବଶ୍ୟକ ତେବେ ତାଙ୍କୁ ଭୋଟ୍ ଦେଇଦିଅନ୍ତୁ । ପାଖରେ ଠିଆ ହୋଇଥିବା ବିଶ୍ବାସ ନଗରର ଆପ୍ ପ୍ରାର୍ଥୀଙ୍କ କାନ୍ଧରେ ହାତ ରଖି କେଜ୍ରିୱାଲ କହିଛନ୍ତି, ଆଉ ଯଦି ଆପଣଙ୍କୁ ପ୍ରଗତି ଆବଶ୍ୟକ ତେବେ ୟାଙ୍କୁ ଭୋଟ୍ ଦେଇଦେବେ ।

Full View

ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଭିଡିଓଟି ଏହି ମୁଳ ଭିଡିଓର ଅଂଶ । ପ୍ରକୃତ ଭିଡିଓରେ କେଜ୍ରିୱାଲ ବିଶ୍ବାସ ନଗର ବିଜେପି ବିଧାୟକ ଙ୍କୁ ଆକ୍ଷେପ କରି ନିନ୍ଦା କରିଛନ୍ତି ।

ଆହୁରି ଅଧିକ ଅନୁସନ୍ଧାନ କରିବାକୁ ଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ଗୁଡିକୁ ସର୍ଚ୍ଚ କରିଥିଲୁ, ଏନେଇ ଜାଗରଣରେ ପ୍ରସାରିତ ଏକ ଖବର ପାଇଥିଲୁ । ୨୦ ଜାନୁଆରୀ୨୦୨୫ ରେ ଜାଗରଣ ଉକ୍ତ ଖବରକୁ ପ୍ରସାରିତ କରି ଉଲ୍ଲେଖ କରିଛି, ଦିଲ୍ଲୀ ପୁର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ବିଶ୍ୱାସନଗରରେ ଆୟୋଜିତ ଏକ ସଭାରେ ଯୋଗଦେଇଛନ୍ତି । ଜନ ସାଧାରଣଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ବିଶ୍ୱାସନଗର ବାସୀଙ୍କ ଠାରୁ ଭୁଲ୍ ହୋଇଯାଇଛି । ଯଦି ଏଭଳିଭୁଲ୍ ପୁଣି ହୁଏ ତେବେ ବିଶ୍ୱାସ ନଗରରେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ହେବା ସହ ମୋହଲ୍ଲା କ୍ଲିନିକ ବନ୍ଦ ହୋଇଯିବ ।

ଏଠାରେ କେଜ୍ରିୱାଲ ନିଜ ଦଳକୁ କାଟାକ୍ଷ କରିବାର କୌଣସି ଖବର ପାଇ ନଥିଲୁ ।

ସେହିପରି ଉକ୍ତ ଖବର କୁ ଆଉ କିଛି ଗଣମାଧ୍ୟମ ପ୍ରକାଶିତ କରିଛନ୍ତି ଯାହାର ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।


ତେଣୁ ଏଥିରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ । କେଜ୍ରିୱାଲ ଦିଲ୍ଲୀ ବିଶ୍ୱାସନଗରର ବିଜେପି ପ୍ରାର୍ଥୀଙ୍କୁ କଟାକ୍ଷ କରି ଏଭଳି କହିଛନ୍ତି । ପ୍ରକୃତ ଭିଡିଓକୁ ଏଡିଟ୍ କରାଯାଇ ଏହି ଭିଡିଓକୁ ଭୁଲ୍ ଦାବି ସହ ସେୟାର କରାଯାଇଛି।  


Claim :  ଆଗାମୀ ଦିଲ୍ଲୀ ନିର୍ବାଚନ ପାଇଁ ସମ୍ବୋଧିତ କରିବା ସମୟରେ ନିଜ ଦଳକୁ କାଟାକ୍ଷ କରିଛନ୍ତି କେଜ୍ରିୱାଲ
Claimed By :  Social Media Users
Fact Check :  Unknown
Tags:    

Similar News