ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ ସୋଲାର ଯୋଜନା ବିଷୟରେ କହିଛନ୍ତି
ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓରେ ପ୍ରଧାନମନ୍ତ୍ରୀ ପିଏମ୍ ସୂର୍ଯ୍ୟଘର ଯୋଜନା ବିଷୟରେ କହିଛନ୍ତି । ସିଏ କହିଛନ୍ତି ଯିଏ ଛାତଉପରେ ଏହି ସୋଲାର ପ୍ୟାନେଲ ବସାଇବେ ତାଙ୍କୁ ବିଦ୍ୟୁତ ଦେୟରୁ ମୁକ୍ତି ମିଳିବ । ଯାହାକୁ ଏଡିଟ୍ କରି ଭାଇରାଲ କରାଯାଇଛି ।
In the actual video, Prime Minister Modi spoke about the PM Solar Scheme
ବିହାର ବିଧାନସଭା ନିର୍ବାଚନ ୨ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ପ୍ରସାରିତ ଖବର ଅନୁଯାୟୀ, ନିର୍ବାଚନ ଆୟୋଗ ବିହାରର ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସମୟରେ ଦୀପାବଳି ଓ ଛଟ୍ ଛୁଟିକୁ ବିଚାର କରିପାରନ୍ତି। ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨, ୨୦୨୫ରେ ଶେଷ ହେବ ଏବଂ ଏହା ପୂର୍ବରୁ ନିର୍ବାଚନ ଶେଷ କରିବାକୁ ପଡ଼ିବ। ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ବିହାରର ୨୪୩ଟି ବିଧାନସଭା ଆସନରେ ମତଦାନ ହେବ। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆଦର୍ଶ ଆଚରଣବିଧି ଲାଗୁ ହୋଇପାରେ ।
ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରକୁ ବିଭିନ୍ନ ଦଳର ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି । ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେଇ କହିଛନ୍ତି, ମୋଦି ନିଶ୍ଚିନ୍ତ କରିଛି ଆପଣଙ୍କ ବିଦ୍ୟୁତ ଦେୟ ଶୁନ୍ୟ ଆସିବ । ଏପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଦେଉଥିଲେ ଏବେ ବିଜୁଳି କିଣି ସରକାର ଆପଣଙ୍କୁ ପଇସା ଦେବ, ଆଉ ଏହା ମୋଦିର ଗ୍ୟାରେଣ୍ଟି ଅଟେ ।
ଯାହାର ସ୍କ୍ରୀନସଟ ତଳେ ଉପଲବ୍ଧ ରହିଛି I
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓରେ ପ୍ରଧାନମନ୍ତ୍ରୀ ପିଏମ୍ ସୂର୍ଯ୍ୟଘର ଯୋଜନା ବିଷୟରେ କହିଛନ୍ତି । ସିଏ କହିଛନ୍ତି ଯିଏ ଛାତଉପରେ ଏହି ସୋଲାର ପ୍ୟାନେଲ ବସାଇବେ ତାଙ୍କୁ ବିଦ୍ୟୁତ ଦେୟରୁ ମିଳିବ ମୁକ୍ତି ।
ଯେତେବେଳେ ଆମେ ଉକ୍ତ କିୱାର୍ଡ ଲେଖି ଅନୁସନ୍ଧାନ କରିଥିଲୁ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏଭଳି ଘୋଷଣା ହୋଇଥାନ୍ତା ତେବେ କୌଣସି ନା ଗଣମାଧ୍ୟମ ଉକ୍ତ ଖବରକୁ ନିଶ୍ଚିତ ପ୍ରସାରିତ କରିଥାନ୍ତେ ।
ଭିଡିଓର ସତ୍ୟାସତ୍ୟ ଜାଣିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଭିଡିଓଟି ୨୪ ମଇ ୨୦୨୪ ମସିହାରେ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଉର୍ଦ୍ଧ୍ବ ଭିୟୁ ହୋଇଥିବାର ଦେଖିବାକୁ ମିଳିଛି ।
ଭିଡିଓର ଶୀର୍ଷକରେ ଉଲ୍ଲେଖ ରହିଛି ଲାଇଭ ଭିଡିଓ, ଲୋକସଭା ନିର୍ବାଚନ, ବିହାର ପଟଲିପୁତ୍ର ନିର୍ବାଚନ ମଣ୍ଡଳୀ I
ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ଶୈଳୀ ଏବଂ ଭିଡିଓ ଫ୍ରେମ ଭାଇରାଲ ଭିଡିଓ ସଦୃଶ ହୋଇଥିବାର ଦେଖିବାକୁ ପାଇଥିଲୁ । ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିଥିଲୁ ଉଭୟ ଭିଡିଓ ଗୋଟିଏ ଦିନର ଅନୁମାନ କରିଥିଲୁ ।
ଉକ୍ତ ଭିଡିଓର ୪୦ ମିନିଟ ସମୟରେ, ପ୍ରଧାନମନ୍ତ୍ରୀ ଗରିବଙ୍କୁ ମାଗଣା ରାସନ ଯୋଗାଇବା ନେଇ କହିଛନ୍ତି । ଉକ୍ତ ସମୟରେ ମୋଦି କହିଛନ୍ତି, କଂଗ୍ରେସ ସରକାର ଗରିବଙ୍କ ମୁହଁରରୁ ରାସନ ଛଡ଼ାଇବାକୁ ଉଦ୍ୟମ କରିଥିଲା । ଦେଶର ଗୋଦାମ ଗୁଡିକରେ ଶସ୍ୟ ନଷ୍ଟ ହୋଇଯାଉଥିଲା, କିନ୍ତୁ କଂଗ୍ରେସ ସରକାର କୋର୍ଟରେ ଯାଇ ସୁପ୍ରିମକୋର୍ଟ ରେ ଯାଇ କହୁଥିଲେ କି ସେମାନେ ଗରିବଙ୍କୁ ଶସ୍ୟ ପ୍ରଦାନ କରିପାରିବେ ନାହିଁ । ହେଲେ ମୋଦି ସମସ୍ତ ଗରିବଙ୍କ ପାଇଁ ଶସ୍ୟର ଦ୍ୱାର ସବୁବେଳ ପାଇଁ ଖୋଲିଦେଇଛନ୍ତି। ଆଜି ମଧ୍ୟ ଗରିବଙ୍କୁ ମାଗଣା ରାସନ ମିଳୁଛି ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ଯେଉଁ ପରିବାରକୁ ମାଗଣା ରାସନ ମିଳୁଛି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମିଳୁଥିବ ।
୪୨ ମିନିଟରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ କହିଛନ୍ତି । ଯଦି କୌଣସି ବ୍ୟକ୍ତି ଚାଳଛପର ଘରେ ରହୁଥିବେ ତାଙ୍କ ନାଁ ଆଉ ଠିକଣା ଲେଖିକି ଆଣିବେ ଏବଂ ତାଙ୍କୁ ବିନା ସଙ୍କୋଚରେ କହିଦେବେ ୪ ଜୁନ ରେ ମୋଦିଙ୍କ ସରକାର ତୃତୀୟ ଥରପାଇଁ ହେବାକୁ ଯାଉଥିବା ବେଳେ ତୁମପାଇଁ ଘର ମଧ୍ୟ ହେବ । ଆଉ ତାଙ୍କୁ ଜଣାଇଦେବେ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।
ପରେପରେ ମୋଦି କହିଛନ୍ତି, ଶୌଚାଳୟ, ବିଦ୍ୟୁତ ଯୋଗାଣ, ଶୌଚାଳୟ, ନଳ ଏବଂ ଜଳର ବ୍ୟବସ୍ଥା କରାଯାଇଛି । ଆଗକୁ ଏପରି ଏକ ଯୋଜନା ଅଣାଯାଉଛି ଯାହାର ଲାଭ ସମସ୍ତେନେଇପାରିବେ । ଗରିବ ନେଇ ପାରିବେ ଧନୀ ମଧ୍ୟ ନେଇପାରିବେ । ତାହା ହେଉଛି ଆପଣଙ୍କୁ ବିଦ୍ୟୁତ ଦେୟରୁ ମୁକ୍ତି ପ୍ରଦାନ କରିବା ।
୪୪.୫୫ ସମୟରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ମିଳିଥିଲା । ଯେଉଁଥିରେ ମୋଦି ବିଦ୍ୟୁତ ଦେୟ ବିଷୟରେ କହିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ମୋଦି କହିଛନ୍ତି, ଆମେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ସେବା ଆରମ୍ଭ କରିଛୁ । ଛାତଉପରେ ଲାଗିବ ସୋଲାର ପ୍ୟାନେଲ ଯେଉଁଥିରୁ ବିଦ୍ୟୁତ ଉତ୍ପାଦନ ହେବ ଯେଉଁ ବିଦ୍ୟୁତ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଆମେ ମାଗଣାରେ ପ୍ରଦାନ କରିବୁ ଆଉ ଯେତିକି ବିଦ୍ୟୁତ ବଳକା ରହିବ ତାହା ସରକାର କିଣିବେ ଏବଂ ଆପଣଙ୍କୁ ଏହାର ପଇସା ମଧ୍ୟ ପ୍ରଦାନ କରିବ । ଏପର୍ଯ୍ୟନ୍ତ ବିଦ୍ୟୁତ ଵିଲ୍ ଦେଉଥିଲେ ଏବେ ବିଜୁଳିର ପଇସା ସରକାର ଆପଣଙ୍କୁ ଦେବେ ।
ପରେପରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଉକ୍ତ ଯୋଜନା ପାଇଁ ସମସ୍ତ ପରିବାରକୁ ମୋଦି ୭୫.୦୦୦ ପ୍ରଦାନ କରିବେ । ଆପଣ ଆପଣଙ୍କ ନା ରେଜିଷ୍ଟ୍ରେସନ କରି ଦିଅନ୍ତୁ ଆପଣଙ୍କ ନମ୍ବର ଆସିଲେ ଆପଣଙ୍କ ଘରେ ମଧ୍ୟ ଲାଗିଯିବ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ମୂଳ ଭିଡିଓକୁ ଏଡିଟ୍ କରି ଭାଇରାଲ କରାଯାଇଛି ପ୍ରକୃତ ଭିଡିଓରେ ମୋଦି ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ ବୁଝାଇ ବିଦ୍ୟୁତ ଵିଲ୍ ଆସିବ ନାହିଁ ବୋଲି କହିଛନ୍ତି । ଯାହାକୁ ଏଡିଟ୍ କରି ଭାଇରାଲ କରାଯାଇଛି ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ନିଜ ୱେବ ପୋର୍ଟାଲରେ ମୋଦୀଙ୍କ ସମ୍ବୋଧିତ ଭାଷଣର ଲେଖା ଅପଲୋଡ଼ କରିଛି । ଯେଉଁଥିରେ, ପିଏମ୍ ସୂର୍ଯ୍ୟ ଘର ଯୋଜନାର ଲାଭ ନେଇ ବିଦ୍ୟୁତ ଦେୟରୁ ମୁକ୍ତି ପାଆନ୍ତୁ ବୋଲି ଉଲ୍ଲେଖ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓରେ ପ୍ରଧାନମନ୍ତ୍ରୀ ପିଏମ୍ ସୂର୍ଯ୍ୟଘର ଯୋଜନା ବିଷୟରେ କହିଛନ୍ତି । ସିଏ କହିଛନ୍ତି ଯିଏ ଛାତଉପରେ ଏହି ସୋଲାର ପ୍ୟାନେଲ ବସାଇବେ ତାଙ୍କୁ ବିଦ୍ୟୁତ ଦେୟରୁ ମୁକ୍ତି ମିଳିବ । ଯାହାକୁ ଏଡିଟ୍ କରି ଭାଇରାଲ କରାଯାଇଛି ।