ଫ୍ୟାକ୍ଟ ଚେକ୍: ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟା ଦାବିରେ ନାହିଁ ସତ୍ୟତା, ପ୍ରକୃତ ଭିଡିଓଟି ଗୁଜରାଟର ପାବାଗଡ଼ ଅଞ୍ଚଳରେ ଥିବା ଏକ ମନ୍ଦିରର ଅଟେ

ଦାବିଟି ବିଭ୍ରାନ୍ତିକର ଅଟେ । ଗୁଜରାଟର ପାବାଗଡ଼ର ଏକ ମନ୍ଦିରରେ ଅତ୍ୟାଧିକ ବର୍ଷାଜଳ ପ୍ରବାହିତ ହେଉଥିବା ଭିଡିଓକୁ ଜମ୍ମୁ କାଶ୍ମୀରର ବୈଷ୍ଣୋ ଦେବୀଙ୍କ ମନ୍ଦିରର ଭିଡିଓ ଦାବି ସହ କରାଯାଇଛି ସେୟାର ।

Update: 2025-07-07 06:49 GMT


ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା। ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ବାଦଲଫଟା ବର୍ଷା । ପ୍ରସାରିତ ଖବର ଅନୁଯାୟୀ, ହିମାଚଳ ପ୍ରଦେଶରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ୩୭ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସିମଲା, ମଣ୍ଡି ଓ ସିରମୁର ଉପତ୍ୟକାରେ ପ୍ରବଳ କ୍ଷତି ଘଟିଛି। ଆସନ୍ତା ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷାର ତାଣ୍ଡବ। ଗତ ଜୁନ୍ ୨୦ରୁ ଜୁଲାଇ ୩ ମଧ୍ୟରେ ୬୯ ଲୋକ ପ୍ରାଣ ହରାଛନ୍ତି। ପଚ୍ଛଦ ଅଞ୍ଚଳରେ ୧୩୩ ମିମି ବର୍ଷା ରେକର୍ଡ କରାଯାଇଛି। ବରସାରରେ ୯୨ ମିମି ବର୍ଷା ରେକର୍ଡ ହୋଇଛି। ସକ୍ରିୟ ମୌସୁମୀ ଓ ବାଦଲ ଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।

ଭୀଷଣ ବର୍ଷାରେ ବେହାଲ୍ ହୋଇପଡିଛି ହିମାଚଳ ପ୍ରଦେଶର ବିଭିନ୍ନ ସହର। ହିମାଚଳରେ ୭ଶହ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସେଠାକାର ସରକାର କହିଛନ୍ତି। ମଣ୍ଡିର ଥୁନାଗ, ବାଗସାୟେଦ ଅଂଚଳରେ ବ୍ୟାପକ ପ୍ରଭାବିତ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ହିମାଚଳ ପ୍ରଦେଶକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। 

ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ପାହାଚ ଦେଇ ପ୍ରବଳ ଜଳ ପ୍ରବାହ ହେଉଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟି ଜମ୍ମୁ କାଶ୍ମୀରରେ ପୂଜା ପାଉଥିବା ମା ବୈସ୍ନୋଦେବୀଙ୍କ ମନ୍ଦିରର ବୋଲି ଦାବି ହୋଇଛି । ଭିଡିଓ ଉପରେ ମଧ୍ୟ ଉଲ୍ଲେଖ ରହିଛି ମାତା ବୈସ୍ନୋଦେବୀ ୨୫ ଜୁନ ୨୦୨୫ । 

ଯାହାର ଲିଙ୍କ ଏଠାରେ ଏବଂ  ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ଜମ୍ମୁ କାଶ୍ମୀରର ବୈଷ୍ଣୋ ଦେବୀଙ୍କର ନୁହେଁ, ଗୁଜରାଟର ପାବାଗଡ଼ ମନ୍ଦିରର ଅଟେ ।

ତଦନ୍ତ କରିବାକୁ ଯାଇ ବୈଷ୍ଣୋ ଦେବୀ ମନ୍ଦିରରେ ବର୍ଷାଜଳ ନେଇ ଅନୁସନ୍ଧାନ କରିବାରୁ ବିଭିନ୍ନ ଫଟୋ ଏବଂ ଭିଡିଓ ହସ୍ତଗତ ହୋଇଥିଲା । କିନ୍ତୁ କୌଣସି ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓ ହସ୍ତଗତ ହୋଇନଥିଲା । ଯଦି ଏତେମାତ୍ରାରେ ବର୍ଷାଜଳ ପ୍ରବାହିତ ହୋଇଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଉକ୍ତ ଭିଡିଓଟି ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।

ସେହିପରି ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓଟି ୨୬ ଜୁନ ୨୦୨୫ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି । ଭିଡିଓରେ ଉଲ୍ଲେଖ ରହିଛି ପାବଗଡ଼ ଅଞ୍ଚଳର ପଞ୍ଚମହଲରେ ବର୍ଷାଜଳ ପ୍ରବାହିତ ହେଉଥିବାର ଦୃଶ୍ୟ । 

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବା ବେଳେ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ ଭିଡିଓର କିୱାର୍ଡ କୁ ନେଇ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ଲିଙ୍କ ହସ୍ତଗତ ହୋଇଥିଲା ।

୨୫ ଜୁନ ୨୦୨୫ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ଅପଲୋଡ଼ କରି ନିୟୁଜ ୧୮ ଗୁଜରାଟ ଉଲ୍ଲେଖ କରିଛି, ପଞ୍ଚମହଲ ପାବାଗଡ଼ରେ ପ୍ରବଳ ବର୍ଷା । 

Full View


ସେହିପରି ଉକ୍ରଳ ଭିଡିଓକୁ ଆଉକିଛି ଗଣମାଧ୍ୟମ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି, ଯାହାର ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ଅନ୍ୟପଟେ ଉକ୍ତ ଘଟଣାକୁ ବିସ୍ତୃତ ଭାବେ ପ୍ରସାରିତ କରି ନିୟୁଜ ୨୪ ଉଲ୍ଲେଖ କରିଛି ; ଗୁଜୁରାଟରେ ପ୍ରବଳ ବର୍ଷା, ପାବାଗଡ଼ ମନ୍ଦିରର ସିଡ଼ି ପ୍ରବାହିତ ଜଳପ୍ରପାତରେ ପରିଣତ; ଏହି 8ଟି ଜିଲ୍ଲାରେ ରେଡ୍ ଆଲର୍ଟ । ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଅବସ୍ଥିତ ପାବାଗଡ଼ ମନ୍ଦିରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ପାବାଗଡ଼ ମନ୍ଦିରର ସିଡ଼ି ପାଣିରେ ବୁଡ଼ି ଯାଇଥିଲା, ଯାହା ଫଳରେ ସେଗୁଡ଼ିକ ଏକ ଝରଣା ଜଳପ୍ରପାତ ପରି ଦେଖାଯାଉଥିଲା। ନ୍ୟୁଜ୨୪ ଦ୍ୱାରା ସେହି ସ୍ଥାନରୁ ଏକ ଭିଡିଓ ଉତ୍ତୋଳନ କରାଯାଇଛି, ଯେଉଁଥିରେ ସିଡ଼ି ଦେଇ ପାଣି ତଳକୁ ପ୍ରବାହିତ ହେଉଥିବା ଦେଖାଯାଉଛି। ମୁଷଳଧାରାରେ ବର୍ଷା ଯୋଗୁଁ ସିଡ଼ିରୁ ପାଣି ଏତେ ଦ୍ରୁତ ଗତିରେ ପ୍ରବାହିତ ହେଉଥିଲା ଯେ ଏହା ଏକ ଝରଣା ପରି ଦେଖାଯାଉଥିଲା।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଗୁଜରାଟର ପାବାଗଡ଼ର ଏକ ମନ୍ଦିରରେ ଅତ୍ୟାଧିକ ବର୍ଷାଜଳ ପ୍ରବାହିତ ହେଉଥିବା ଭିଡିଓକୁ ଜମ୍ମୁ କାଶ୍ମୀରର ବୈଷ୍ଣୋ ଦେବୀଙ୍କ ମନ୍ଦିରର ଭିଡିଓ ଦାବି ସହ କରାଯାଇଛି ସେୟାର । 


Claim :  ଜମ୍ମୁ ଏବଂ କାଶ୍ମୀରରେ ବନ୍ୟା ବିଭୀଷିକା, ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟାଜଳର ଦୃଶ୍ୟ
Claimed By :  Social Media User
Fact Check :  Unknown
Tags:    

Similar News