ଫ୍ୟାକ୍ଟ ଚେକ୍: ଫିଫା ବିଶ୍ୱକପ୍ ବିଜୟ ଉତ୍ସବର ଭିଡିଓକୁ ଭୁଲ୍ ଭାବେ ବିହାର ଆନ୍ଦୋଳନ ଲେଖି କରାଯାଇଛି ସେୟାର

Update: 2025-12-09 06:10 GMT


ବିହାରରେ ଚାଲିଛି ନୀତୀଶ ରାଜ, ୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ନୀତୀଶ ଓ ବିହାର ନୂଆ ମନ୍ତ୍ରୀ ମଣ୍ଡଳର ଅନ୍ୟ ୨୬ ଜଣ ସଦସ୍ୟଙ୍କୁ ପଦ ଓ ଗୋପନୀୟତରା ଶପଥ ପାଠ କରାଯାଇଥିଲେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍। ଅନ୍ୟପଟେ ବିହାର ନିର୍ବାଚନ ହାରିବା ପରେ ଜାତୀୟ ଦଳ କଂଗ୍ରେସର ଜାଗ୍ରତ ହୋଇଛି । ନଭେମ୍ବର ୧୮ ତାରିଖରୁ ୯ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ପେଶିଆଲ ଇଣ୍ଟେନସିବ ରିଭିଜନ ବା SIR ପାଇଁ ପ୍ରସ୍ତୁତି ସମୀକ୍ଷା କରିଛି । ପ୍ରସାରିତ ଖବର ଅନୁଯାୟୀ, କଂଗ୍ରେସ ଏହିସବୁ ରାଜ୍ୟରେ SIR କାମ ତଦାରଖ କରିବା ପାଇଁ ଏହାର ବୁଥ ସ୍ତରୀୟ ଏଜେଣ୍ଟମାନଙ୍କୁ ତାଲିମ ଦେବାପାଇଁ ଯୋଜନା କରୁଛି । ବିହାର ନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିବାଦୀୟ ହୋଇ ପଡିଥିଲା ଏବଂ ନିର୍ବାଚନରେ ଇଣ୍ଡି ବ୍ଲକ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିହାରରେ SIRକୁ ବିରୋଧ କରୁଥିବା ଗୋଷ୍ଠୀ ଏହି ପ୍ରକ୍ରିୟାକୁ ଇଣ଼୍ଡି ବ୍ଲକର ପରାଜୟର କାରଣ ବୋଲି କହିଛନ୍ତି । ଏଥି ପାଇଁ ଦଳକୁ ୪୭ ଲକ୍ଷ ଭୋଟ ହରାଇଲା ବୋଲି କୁହାଯାଉଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଲକ୍ଷାଧିକ ବ୍ୟକ୍ତି ଏକତ୍ରିତ ହୋଇ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓଟି ପାଟନାରବୋଲି ଦାବି ହୋଇଛି । ନିର୍ବାଚନ କମିଶନଙ୍କ ବିରୋଧରେ ଲକ୍ଷାଧିକ ଆରଜେଡି କର୍ମୀ ଏକତ୍ରିତ ହୋଇଛନ୍ତି ବୋଲି ଦାବି କରିଛନ୍ତି ୟୁଜର୍ସ । ଜଣେ ୟୁଜର୍ସ ଉକ୍ତ ଭିଡିଓ ସେୟାର କରି ଲେଖିଛନ୍ତି, ପାଟନାର ଦୃଶ୍ୟ, ନିର୍ବାଚନ କମିଶନଙ୍କ ବିରୋଧରେ ଏକତ୍ରିତ ହେଲେ ଆରଜେଡିର ୨୦ଲକ୍ଷ କର୍ମୀ ।

ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା  । ଭାଇରାଲ ଭିଡିଓଟି ଆର୍ଜେଣ୍ଟିନାର ଅଟେ, ଯେତେବେଳେ ୨୦୨୨ ମସିହାରେ ଫିଫା ବିଶ୍ୱକପର ବିଜୟ ହୋଇଥିଲା । ଉକ୍ତ ଭିଡିଓ ସହ ପାଟନା କିମ୍ବା ଭାରତ ସହ ନାହିଁ କୌଣସି ସମ୍ପର୍କ ।

ଦାବୀର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏଭଳି କୌଣସି ଦୃଶ୍ୟ ଆମର ହସ୍ତଗତ ହୋଇନଥିଲା । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ଏହି ଦୃଶ୍ୟ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ନିଶ୍ଚିତ ହୋଇଥାନ୍ତା ।

ସେହିପରି ଦାବିରେ ଏହା ଆରଜେଡି କର୍ମୀଙ୍କ ଆନ୍ଦୋଳନ ବୋଲି ଦର୍ଶାଯାଇଥିବାରୁ ଆରଜେଡିର ଅଫିସିଆଲ ସୋସିଆଲ ମିଡିଆକୁ ଯାଇ ଦେଖିଥିଲୁ । ହେଲେ କୌଣସି ସୂଚନା ଏନେଇ ପାଇନଥିଲୁ । ଏତେବଡ଼ ଆନ୍ଦୋଳନ କିନ୍ତୁ କୌଣସି ଏକ ଫଟୋ କିମ୍ବା ଭିଡିଓ ପାର୍ଟି ଅଫିସିଆଲ ସୋସିଆଲ ମିଡିଆରେ ଅପଲୋଡ଼ ନହେବା ଏହା ଅସମ୍ବବ ପ୍ରାୟ ।

ଅନ୍ୟପଟେ ଏନେଇ ବିହାରରରେ କାର୍ଯ୍ୟରତ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗଯୋଗ କରିଥିଲୁ । ଉକ୍ତ ଘଟଣା ନେଇ ନିଜ ମତ ପ୍ରକାଶ କରି ହିମାଂଶୁ କହିଛନ୍ତି, ସରକାର ଗଠନ ନକରିପାବା ପରେ ଆରଜେଡି ଏବଂ କଂଗ୍ରେସ ପକ୍ଷରୁ ବିଭିନ୍ନ ତୀବ୍ର ଅସନ୍ତୋଷ ଦେଖାଦେଇଛି । ହେଲେ ଏତେ ସଂଖ୍ୟକ ଆରଜେଡି କର୍ମୀ ନିର୍ବାଚନ କମିଶନଙ୍କ ବିରୋଧରେ ଯାଉଥିବା ଦାବିଟି ରେ ସତ୍ୟତା ନାହିଁ । ଏଭଳି କୌଣସି ଘଟଣା ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ପରେ ଦେଖାଯାଇ ନାହିଁ ।" ଉକ୍ତ ଭିଡିଓଟି କୌଣସି ମତରେ ବିହାରର ନୁହେଁ ବୋଲି କହିଛନ୍ତି ହିମାଂଶୁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ରିଭର୍ସ ଇମେଜରୁ କିଛି ଭିଡ଼ିଓ ହସ୍ତଗତ ହୋଇଥିଲା ।

ଜଣେ ୟୁଜର୍ସ ଉକ୍ତ ଭିଡିଓକୁ ୨ ବର୍ଷ ତଳେ ଅର୍ଥାତ ୨୦୨୨ ଫେସବୁକରେ ଅପଲୋଡ଼ କରି ଲେଖିଛନ୍ତି, ଫିଫା ବିଶ୍ୱକପର ବିଜୟ ହୋଇଛି ଆର୍ଜେଣ୍ଟିନା, ଫ୍ୟାନଙ୍କ ପ୍ରବଳ ଜନ ସମାଗମ ।


Full View


ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଯେତେବେଳେ ଆର୍ଜେଣ୍ଟିନାର ବିଶ୍ୱକପ ବିଜୟ ଲେଖି ଗୁଗୁଲରେ ଅନୁସନ୍ଧାନ କରିଥିଲୁ । ଏକାଧିକ ଗଣମାଧ୍ୟମରେ ଭିଡିଓ ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ସମସ୍ତ ଭିଡିଓ ଗୁଡିକ ସମାନ ଭିଡିଓ ବୋଲି ଦେଖିବାକୁ ପାଇଥିଲୁ ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା  । ଭାଇରାଲ ଭିଡିଓଟି ଆର୍ଜେଣ୍ଟିନାର ଅଟେ, ଯେତେବେଳେ ୨୦୨୨ ମସିହାରେ ଫିଫା ବିଶ୍ୱକପର ବିଜୟ ହୋଇଥିଲା । ତେଣୁ ପାଟନା କିମ୍ବା ଭାରତ ସହ ମଧ୍ୟ ଉକ୍ତ ଭିଡିଓ ସହ କୌଣସି ସମ୍ପର୍କ ନାହିଁ ।


Claim :  ପାଟନାରେ ନିର୍ବାଚନ କମିଶନଙ୍କ ବିରୋଧରେ ଫେରାଦ ହେଲେ ପ୍ରାୟ ୨୦ ଲକ୍ଷ ଆରଜେଡି କର୍ମୀ
Claimed By :  Social Media User
Fact Check :  Unknown
Tags:    

Similar News