ଫ୍ୟାକ୍ଟ ଚେକ୍: ଭିଡିଓକୁ ଏଡିଟ କରି ଅପପ୍ରଚାର ନିମନ୍ତେ ଭାଇରାଲ କରାଯାଇଛି

Update: 2025-10-16 07:35 GMT


ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ମଧ୍ୟରେ ଆସନ ବଣ୍ଟନ ଆଲୋଚନା ଶେଷ ହେବାର ନାଁ ନେଉନାହିଁ। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନଙ୍କ ବ୍ୟତୀତ, NDAର ଅନ୍ୟାତମ ପ୍ରମୁଖ ସହଯୋଗୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହା ମଧ୍ୟ କିଛି ସମୟ ଧରି ସେମାନଙ୍କ ଦଳ ପାଇଁ ସର୍ବାଧିକ ସଂଖ୍ୟକ ଆସନ ଦାବି କରିଆସୁଛନ୍ତି। ମାଞ୍ଝି କହିଛନ୍ତି ଯେ, ଯଦି ତାଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)କୁ ଅତି କମରେ 15 ଆସନ ନ ଦିଆଯାଏ, ତାହେଲେ ସେ ନିର୍ବାଚନ ଲଢ଼ିବାରୁ ନିବୃତ୍ତ ରହିବେ। ତଥାପି ମାଞ୍ଝି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦଳ NDA ସହିତ ରହିବ ଏବଂ ସମର୍ଥନ କରିବ।

ସୂତ୍ର ଅନୁସାରେ, ବିଜେପି ସଭାପତି ଜେପି ନଡ୍ଡା HAM ମୁଖ୍ୟ ମାଞ୍ଝିଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଥିଲେ ଏବଂ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କର ଦାବି ଉପରେ ବିଚାର କରାଯିବ। ଏନଡିଏ ବୈଠକ ପରେ ଆସୁଥିବା ସୂଚନା ଅନୁଯାୟୀ, ଏନଡିଏ ମେଣ୍ଟରେ ଜେଡିୟୁ 101-103 ଆସନ, ବିଜେପି 100-102 ଆସନ, ଚିରାଗ ପାସୱାନଙ୍କ ଏଲଜେପି 20-22 ଆସନ, ଉପେନ୍ଦ୍ର କୁଶୱାହାଙ୍କ ଦଳ ଆରଏଲଏମ 6-7 ଆସନ ଏବଂ ଜିତନ ରାମ ମାଞ୍ଝି 8-10 ଆସନ ପାଇବା ପାଇଁ ସ୍ଥିର ହୋଇଛି।


ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିହାର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଗୋଟିଏ ମଞ୍ଚରେ ବସିଥିବାର ଦେଖିବାକୁ ମିଳିଛି । ଭିଡିଓରେ କିଛି ନାରାବାଜି ମଧ୍ୟ ଶୁଣା ଯାଉଛି । କିଛିବ୍ୟକ୍ତି ଭୋଟ ଚୋର ଗାଦି ଛାଡ଼ ବୋଲି ହିନ୍ଦୀରେ କହୁଥିବାର ଶୁଣାଯାଉଛି । ଭିଡିଓ ଉପରେ ଉଲ୍ଲେଖ ରହିଛି, ସମ୍ରାଟ ଏବଂ ନୀତିଶଙ୍କ ଆଗରେ ପୁଣି ଲାଗିଲା ଭୋଟଚୋରି ନେଇ ନାରାବାଜି । 


ଯାହାର ଲିଙ୍କ ଏଠାରେ ଏବଂ ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଦାବିରେ ନାହିଁ ସତ୍ୟତା, ଭିଡିଓଟିକୁ ଏଡିଟ କରି ଭାଇରାଲ କରାଯାଇଛି । ପ୍ରକୃତ ଭିଡିଓରେ ଏଭଳି କୌଣସି ନାରାବାଜି ଦିଆଯାଇ ନାହିଁ । ତେଣୁ ଉକ୍ତ ଅଡିଓ ସହ ଭାଇରାଲ ଭିଡିଓର ନାହିଁ କୌଣସି ସମ୍ପର୍କ ।

ଭାଇରାଲ ଭିଡିଓକୁ ଅନୁସନ୍ଧାନ କରି ଉକ୍ତ କି ୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ଦେଖିବାକୁ ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା କୌଣସି ନା କୌଣସି ଗଣମାଧ୍ୟମ ଏହାକୁ ନିଶ୍ଚିତ ପ୍ରସାରିତ କରିଥାନ୍ତେ ।

ସେହିପରି ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଫେସବୁକ ପୋଷ୍ଟ ହସ୍ତଗତ ହୋଇଥିଲା ।

ଉକ୍ତ ପୋଷ୍ଟଟି ୨୪ ସେପ୍ଟେମ୍ବରରେ ଜେଡିୟୁ ନିଜ ଅଫିସିଆଲ ଫେସବୁକ ପେଜ୍ ରେ ସେୟାର କରିଥିଵାର ଦେଖିବାକୁ ମିଳିଥିଲା ।

ଉକ୍ତ ପୋଷ୍ଟରେ ଏକ ଫଟୋ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଥିଲା, ଉକ୍ତ ଫଟୋକୁ ଭାଇରାଲ ଭିଡିଓ ସହ ତୁଳନା କରିବାରୁ ଦୁଇଟି ଜାଙ୍କ ଫଟୋରେ ସମାନତା ଦେଖିବାକୁ ପାଇଥିଲୁ । ଏଥିରୁ ଜଣାଯାଇଥିଲା ଯେ, ଉକ୍ତ ଘଟଣାଟି ସମାନ ଦିନର ସମାନ ସମୟର ଅଟେ ।

ପୋଷ୍ଟରେ ଉଲ୍ଲେଖ ରହିଛି, ଏହା ହେଉଛି ସାସାରାମ ସ୍ଥିତ ଆଉଟଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ହୋଇଥିବା ଏନଡିଏ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ୨୫ ସେପ୍ଟେମ୍ବର ୨୦୨୫ରେ ୟୁପି ୨୪ ନିୟୁଜ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଭିଡିଓଟି ଭାଇରାଲ ଭିଡିଓ ସହ ମେଳ ଖାଉଥିବା ବେଳେ କୌଣସି ସ୍ଥାନରେ ଆମେ ଭୋଟ ଚୋରି ନେଇ ନାରାବାଜି ହେଉଥିବାର ଦେଖିବାକୁ ପାଇନଥିଲୁ ।


Full View


ଅନ୍ୟପଟେ ଭାଇରାଲ ଭିଡିଓକୁ ଗୁଗୁଲ ଅଡିଓ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।


ଉକ୍ତ ଭିଡିଓରେ ଭୋଟ ଚୋର ଗାଦି ଛାଡ଼ ବୋଲି ହିନ୍ଦୀରେ ନାରାବାଜି କରୁଥିବାର ଶୁଣିବାକୁ ମିଳିଥିଲା । ଭାଇରାଲ ଭିଡିଓରେ ଥିବା ଅଡିଓ ଏବଂ ଉପରୋକ୍ତ ଭିଡିଓ ଗୋଟିଏ ହୋଇଥିବାର ଶୁଣିବାକୁ ପାଇଥିଲୁ ।

ତେଣୁ ଏଥିରୁ ପ୍ରମାଣିତ ନେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ସଭାରେ କୌଣସି ନାରାବାଜି ଶୁଣିବାକୁ ମିଳିନଥିବା ବେଳେ, ଭାଇରାଲ ଭିଡିଓରେ ଅନ୍ୟ ଏକ ଭିଡିଓର ଅଡିଓ ଆଣି ଯୋଡ଼ାଯାଇଥିବା ଅନୁମାନ କରାଯାଉଛି । 


Claim :  ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାରା ଲାଗିଲା 'ଭୋଟ ଚୋର ଗାଦି ଛାଡ଼', ବିହାର ନିର୍ବାଚନୀ ରାଲିର ଦୃଶ୍ୟ ।
Claimed By :  Social Media User
Fact Check :  Unknown
Tags:    

Similar News