ଫ୍ୟାକ୍ଟ ଚେକ୍: ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପରିବାର ଦ୍ୱାରା ଦିଆଯାଇଥିବା ଦାନକୁ ଭୁଲ ଭାବରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ପରିବାର ବୋଲି ଦର୍ଶାଯାଇଛି

ଦାବିରେ ନାହିଁ କୌଣସି ସତ୍ୟତା । ୨୦୨୦ ମସିହାରେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ପତ୍ନୀ ଏବଂ ଝିଅଙ୍କ ଦ୍ୱାରା ଦିଆଯାଇଥିବା ଦାନରାଶିକୁ ଭୁଲ ଭାବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ବୋଲି ଦର୍ଶାଯାଇଥିଲା ।

Update: 2025-04-17 16:55 GMT

Donation given by former Uttarakhand CM's family is wrongly attributed to UP CM's family


ଆଜିର ଡିଜିଟାଲ୍ ଦୁନିଆରେ ସୋସିଆଲ ମିଡିଆ ଏକ ଅତ୍ୟନ୍ତ ପ୍ରଭାବଶାଳୀ ମାଧ୍ୟମ ହୋଇଛି । ଫେସବୁକ୍, ଟ୍ୱିଟର୍, ଇନ୍‌ଷ୍ଟାଗ୍ରାମ୍, ହ୍ୱାଟସଏପ୍ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମାନବ ଜୀବନର ଅଂଶ ହୋଇଯାଇଛି । ଏହି ମାଧ୍ୟମରେ ଲୋକେ ଖବର, ମନୋରଞ୍ଜନ, ଶିକ୍ଷା, ଓ ଅନେକ ଧରଣର ସୂଚନା ଆଦାନ-ପ୍ରଦାନ କରୁଛନ୍ତି । ତେବେ, ଏହା ସହିତ ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି ତାହାହେଉଛି ଫେକ୍ ସୂଚନା ବା ମିଥ୍ୟା ଖବର ।

ସେହି ଖବରକୁ ଯାହା ତଥ୍ୟ ଭିତ୍ତିହୀନ, ତ୍ରୁଟିପୂର୍ଣ୍ଣ କିମ୍ବା ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ଭ୍ରମ ସୃଷ୍ଟି କରିବା ପାଇଁ ପ୍ରସାରିତ କରାଯାଏ ତାହାକୁ ଫେକ୍ ନିୟୁଜ ବୋଲି କୁହାଯାଇଥାଏ । ଏପରି ସୂଚନା ସାମାଜିକ ଦ୍ୱେଷ, ଧାର୍ମିକ ବିଭେଦ, ରାଜନୈତିକ ଚଞ୍ଚଳତା ଓ ଗୁଣ୍ଡାଗିରିକୁ ବଢାଇପାରେ । ବିଶେଷକରି ନିର୍ବାଚନ ସମୟରେ କିମ୍ବା ଆପଦ ଅବସ୍ଥାରେ ଫେକ୍ ଖବର ଲୋକଙ୍କୁ ଭ୍ରମିତ କରେ ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟି ଏକ ଟିଭି ପରଦାର ହୋଇଥିବା ବେଳେ ଟିଭିରେ ହିନ୍ଦୀ ଭାଷାରେ ଉଲ୍ଲେଖ ରହିଛି, ମୁଖ୍ୟମନ୍ତ୍ରୀ ଙ୍କ ଝିଅ କୃତି ରାବତ ରାହତ କୋଷକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କଲେ । ତାହା ତଳେ ବେକିଙ୍ଗ ନିୟୁଜ ଲେଖା ହୋଇଛିଏବଂ ତା ତଳେ ଲେଖା ହୋଇଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପତ୍ନୀ ସୁନିତା ରାବତ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।



ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ସରକାରୀ ୱେବସାଇଟ ଅନୁଯାୟୀ ଯୋଗୀ ଆଦିତ୍ୟନାଥ ଜଣେ ଅବିବାହିତ ବ୍ୟକ୍ତି ।ଭାଇରାଲ ପୋଷ୍ଟରେ ଉଲ୍ଲେଖ ହୋଇଥିବା ଦାନରାଶି ପ୍ରକୃତରେ ୨୦୨୦ ମସିହାରେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ପତ୍ନୀ ଏବଂ ଝିଅଙ୍କ ଦ୍ୱାରା ଦିଆଯାଇଥିବା ଦାନରାଶିକୁ ଭୁଲ ଭାବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ବୋଲି ଦର୍ଶାଯାଇଥିଲା । 

ତଦନ୍ତ କରିବାକୁ ଯାଇ ମାଇନେତା  ଡଟ୍ କମ ୱେବସାଇଟରେ ଅନୁଧ୍ୟାନ କରିବାରୁ ଯୋଗୀ ଆଦିତ୍ୟନାଥ ଜଣେ ଅବିବାହିତ ବୋଲି ୱେବସାଇଟ ଉଲ୍ଲେଖ ରହିଥିଲା ।

ସେହିପରି ଉତ୍ତର ପ୍ରଦେଶର ସରକାରୀ ୱେବସାଇଟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ବନ୍ଧୀୟ କୌଣସି ତଥ୍ୟ ଥିବାର ପାଇନଥିଲୁ ।

ଯେତେବେଳେ ଟିଭି ପରଦାରେ ଦାନରାଶି ନେଇ ଥିବା ତଥ୍ୟକୁ ତଦନ୍ତ କରିବାକୁଯାଇ ସର୍ଚ୍ଚ କରିବାରୁ, ବିଜନେସ ଷ୍ଟାଣ୍ଡଡାର୍ଡରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, Uttarakhand Chief Minister Trivendra Singh Rawat on Tuesday donated his five months' salary to the CM relief fund for fighting the coronavirus outbreak, according to an official release. The chief minister's wife Sunita and their two daughters also made donations to the fund, it said.

ଯାହାର ଓଡ଼ିଆ ଅନୁବାଦ ହେଉଛି, ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ମଙ୍ଗଳବାର ଦିନ କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ତାଙ୍କର ପାଞ୍ଚ ମାସର ଦରମା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଏବଂ ସେମାନଙ୍କର ଦୁଇ ଝିଅ ମଧ୍ୟ ପାଣ୍ଠିକୁ ଦାନ କରିଛନ୍ତି ।

ଷ୍ଟାର ଅନଫୋଲ୍ଡ ରେ ଥିବା ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ତକ୍ତାଳିନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ଧର୍ମପତ୍ନୀଙ୍କ ନାମ ହେଉଛି ସୁନିତା ରାୱତ ।

ସେହିପରି ୧ ଅପ୍ରେଲ ୨୦୨୦ ରେ ଏକ ଖବର ପ୍ରକାଶିତ କରି ଟାଇମ୍ସ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି, କୋଭିଡ୍-୧୯ ମହାମାରୀ ଶୀର୍ଷରେ ପହଁଞ୍ଚିଥିବା ବେଳେ, ଉତ୍ତରାଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ତାଙ୍କ ପାଞ୍ଚ ମାସର ଦରମା ଦାନ କରିଥିଲେ, ତାଙ୍କ ପତ୍ନୀ ସୁନିତା ରାୱତ ୧ ଲକ୍ଷ ଏବଂ ତାଙ୍କ ଝିଅମାନେ ମିଳିତ ଭାବରେ ୫୨ ହଜାରଦାନ କରିଥିଲେ ।

ତେବେ ଏନେଇ ଇନସର୍ଟ, ଏଏନଆଇ, ହିନ୍ଦୁସ୍ତାନ ଟାଇମ୍ ଭଳି ଅନେକ ଗଣମାଧ୍ୟମ ସମାନ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । 


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ଦାବିରେ ନାହିଁ କୌଣସି ସତ୍ୟତା । ୨୦୨୦ ମସିହାରେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ପତ୍ନୀ ଏବଂ ଝିଅଙ୍କ ଦ୍ୱାରା ଦିଆଯାଇଥିବା ଦାନରାଶିକୁ ଭୁଲ ଭାବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ବୋଲି ଦର୍ଶାଯାଇଥିଲା । 

Claim :  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପତ୍ନୀ ସୁନିତା ଏବଂ ଝିଅ କୃତି ରାୱତ ଏକ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି
Claimed By :  Social Media User
Fact Check :  Unknown
Tags:    

Similar News