ଫ୍ୟାକ୍ଟ ଚେକ୍: ମଧ୍ୟ ପ୍ରଦେଶରେ ଘଟିଥିବା ପୁରୁଣା ଘଟଣାକୁ ଉତ୍ତର ପ୍ରଦେଶର ଘଟଣା ଲେଖି କରାଯାଇଛି ସେୟାର

ଭାଇରାଲ ଭିଡିଓଟି ମଧ୍ୟ ପ୍ରଦେଶର ଇନ୍ଦୋର ଅଞ୍ଚଳର ଅଟେ । ବଢୁଥିବା ଅପରାଧର ସଂଖ୍ୟାକୁ ରୋକିବାକୁ ଯାଇ ପୋଲିସ୍ ଏଭଳି ଘଟଣା ଘଟାଇଥିବା ସୂଚନା । ଉକ୍ତ ଭିଡିଓର ଉତ୍ତର ପ୍ରଦେଶ ପୋଲିସ୍ ସହ କୌଣସି ସମ୍ପର୍କ ନାହିଁ ।

Update: 2025-03-12 16:46 GMT

An old incident from Madhya Pradesh falsely shared as an incident from Uttar Pradesh


ପୋଲିସ୍ ଏକ ଶବ୍ଦ ନୁହେଁ ଏକ ସୁରକ୍ଷା କବଚ । ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ପୋଲିସ୍ ଠାରୁ ସୁରକ୍ଷା ପାଇଥାଆନ୍ତି । ହୋଲି ହେଉ କି ଦୀପାବଳି ସବୁ ସମୟରେ ନିଜ ପରିବାର ଠାରୁ ଦୂରରେ ରହି ସାଧାରଣ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ଶୀତ କିମ୍ବା ବର୍ଷା ହେଲେ ଆମେ ସୁରକ୍ଷା କୋଠରୀରେ ବସି ଚାହା ପକୋଡ଼ିର ମଜା ନେଉଥିବା ବେଳେ ଏହି ପୋଲିସ୍ ଖୋଲା ଆକାଶ ତଳେ ଆମ ସୁରକ୍ଷା ପ୍ରହରୀ ସାଜିଥାଆନ୍ତି । ଖାସ୍ ସେଇଥିପାଇଁ ରକ୍ଷା ବନ୍ଧନ ଦିନ ବିଭନ୍ନ ମହଲରୁ ପୋଲିସ୍ ଭାଇ ମାନଙ୍କ ପାଇଁ ରାକ୍ଷୀର ସୁଅ ଛୁଟିଥାଏ । ତେବେ କିଛି ସମୟରେ ଅପରାଧୀଙ୍କ ମନରେ ଭୟ ତିଆରି ପାଇଁ ପୋଲିସ୍ କୁ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଥାଏ । ଏଥିରେ କିଛି ସାଧାରଣ ଜନତା ମଧ୍ୟ ଯନ୍ତ୍ରଣା ଭୋଗି ଥାଆନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ ହେଉଥିବାର ଦେଖାଯାଇଥାଏ ।


ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିକୁ କିଛି ପୋଲିସ୍ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳିଛି । ସେହି ଭିଡିଓର ଶେଷ ଭାଗରେ ଆଉ କିଛି ଯୁବକଙ୍କୁ ବାନ୍ଧି ପୋଲିସ୍ ଚଲାଇଚଲାଇ ନେଉଥିବାର ଦେଖାଯାଇଛି । ପରିଶେଷରେ ଯୁବକ ମାନେ ଏକାଠି ହୋଇଥିବା ବେଳେ ଉଠବସ ହେଉଥିବାର ଦେଖିବାକୁ ମିଳିଛି । ଉକ୍ତ ଘଟଣାଟି ଉତ୍ତର ପ୍ରଦେଶର ବୋଲି ଦାବି ହୋଇଛି । କିଛି ଝିଅଙ୍କୁ କମେଣ୍ଟ ମାରିଥିବାରୁ ଉତ୍ତର ପ୍ରଦେଶର ପୋଲିସ୍ ସେମାନଙ୍କୁ ଏଭଳି ଭାବେ ସାବାର୍ଡ କରୁଛି ବୋଲି ମଧ୍ୟ ଦାବି ହୋଇଛି ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, उत्तर प्रदेश में आने जाने वाली लड़कियों का छेड़ना करना कितना भारी पड़ सकता है । इन गुंडो की साथ पुरखा भी याद रखेंगे । बेटी बहन सबकी होती है उनकी इलाज सही कर रहे हैं बाबा जी ।

ଯାହାର ଓଡ଼ିଆ ଅର୍ଥ ହେଉଛି, ଉତ୍ତର ପ୍ରଦେଶରେ ଝିଅଙ୍କୁ ହଇରାଣ କରିବା ଏବେ ପଡ଼ିବ ମହଙ୍ଗା । ଏଭଳି ଗୁଣ୍ଡାଙ୍କ ସାତ ପୁରୁଷ ମଧ୍ୟ ମନେରଖିବେ । ମା ଭଉଣୀ ତ ସମସ୍ତଙ୍କର ଥାଆନ୍ତି ହେଲେ ଏମାନଙ୍କୁ ଏବେ ଠିକ୍ ନିରାକାର ମିଳିଛି ।

ଉକ୍ତ ଭିଡିଓ ଏଭଳି ଦାବି ସହ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିବା ବେଳେ ତାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ଭିଡିଓଟି ବହୁ ପୁରୁଣା, ଭିଡିଓଟି ମଧ୍ୟ ପ୍ରଦେଶର ଅଟେ, ଉତ୍ତର ପ୍ରଦେଶ ସହ ନାହିଁ କୌଣସି ସମ୍ପର୍କ ।

ଉକ୍ତ ଘଟଣାକୁ ନେଇ ଅନୁସନ୍ଧାନ କରିବାରୁ ଏଭଳି କୌଣସି ଘଟଣା ଘଟିଥିବାର କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ହସ୍ତଗତ ହୋଇନଥିଲା ।

ଉତ୍ତର ପ୍ରଦେଶର ଜଣେ ସାମ୍ବାଦିକ ଯୋଗେଶ ତିୱାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ଘଟଣାଟି ଉତ୍ତର ପ୍ରଦେଶର ନ ହୋଇଥାଇ ପାରେ । କାରଣ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ହସ୍ତଗତ ହୋଇ ନାହିଁ । ଘଟଣାଟି ଉତ୍ତର ପ୍ରଦେଶର ହୋଇ ନଥିବ ନଚେତ ବହୁ ପୁରୁଣା ହୋଇଥିବ ।

ଅଧିକ ତଦନ୍ତ ପାଇଁ ଭାଇରାଲ ଭିଡିଓର ଏକ ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

୨୯ ମଇ ୨୦୨୫ରେ ଏବିପି ନିୟୁଜ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଉଲ୍ଲେଖ କରିଛି, ଜଣେ ଅପରାଧିକୁ ରାସ୍ତା ଉପରେ ପିଟିଲା ଇନ୍ଦୋର ପୋଲିସ୍ । ଉକ୍ତ ଭିଡିଓଟିକୁ ୫୨ଲକ୍ଷ ରୁ ଉର୍ଦ୍ଧ୍ବ ଭିୟୁ ମିଳିଥିବା ବେଳେ ୨୧ହଜାରରୁ ଉର୍ଦ୍ଧ୍ବ ଲାଇକ ମିଳିଛି ।

ରିପୋର୍ଟ ଅନୁଯାୟୀ, ସହରରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ତାଲିବାନ ଆଭିମୁଖ୍ୟ ଗ୍ରହଣ କରିଛି । ପୋଲିସ ଇନ୍ଦୋରର ପ୍ରାୟ ୧୫ଟି ପୋଲିସ ଷ୍ଟେସନରୁ ଅପରାଧୀଙ୍କ ଏକ ଶୋଭାଯାତ୍ରାରେ ବାହାର କରିଥିଲା। ଉଭୟ ଅପରାଧୀ ଏବଂ ସନ୍ଦିଗ୍ଧଙ୍କୁ ପୋଲିସ ସର୍ବସାଧାରଣରେ ମାଡ଼ ମାରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ସାଧାରଣ ଜନତାଙ୍କ ମନରୁ ଭୟ ଦୂର କରିବା ପାଇଁ ପୋଲିସ ନିଜ ଅଞ୍ଚଳରେ ଏହି ଲୋକଙ୍କୁ ମାଡ ମାରୁଥିଲା ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ଆମେ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ । 


ସେହିପରି ଆଜ ତକ୍ ମଧ୍ୟ ୨୫ ମଇ ୨୦୨୫ରେ ଏକ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି। ଅପଲୋଡ଼ ହୋଇଥିବା ଭିଡିଓରେ ମଧ୍ୟ ସମାନ ଶୀର୍ଷକ ଥିବାର ଦେଖିବାକୁ ମିଳିଛି ।


Full View


ଇଣ୍ଡିଆ ଟିଭି ମଧ୍ୟ ସମାନ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି ।

Full View


ହିନ୍ଦୁସ୍ଥାନ ଟାଇମ୍ସ ଉକ୍ତ ଖବରକୁ ବିସୃତ ଭାବେ ପ୍ରକାଶିତ କରି ଉଲ୍ଲେଖ କରିଛି, ଡିଆଇଜି ରାକେଶ ଗୁପ୍ତା କହିଛନ୍ତି ଯେ, ଏହା ସଫଳତାର ସହ ଚାଲିଛି ଏବଂ ଆହୁରି ମଧ୍ୟ କହିଛନ୍ତି, "ଆମେ ଗିରଫ ହୋଇଥିବା ସମସ୍ତଙ୍କୁ ଅଟକ ରଖିନାହୁଁ । ସେମାନଙ୍କ ମଧ୍ୟରୁ କିଛିଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଛି।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ଭିଡିଓଟି ମଧ୍ୟ ପ୍ରଦେଶର ଇନ୍ଦୋର ଅଞ୍ଚଳର ଅଟେ । ବଢୁଥିବା ଅପରାଧର ସଂଖ୍ୟାକୁ ରୋକିବାକୁ ଯାଇ ପୋଲିସ୍ ଏଭଳି ଘଟଣା ଘଟାଇଥିବା ସୂଚନା । ଉକ୍ତ ଭିଡିଓର ଉତ୍ତର ପ୍ରଦେଶ ପୋଲିସ୍ ସହ କୌଣସି ସମ୍ପର୍କ ନାହିଁ ।


Claim :  ଝିଅଙ୍କୁ ହଇରାଣ କରିବା ପଡିଲା ମହଙ୍ଗା, ରୋଡ଼ ରୋମିଓଙ୍କୁ ସାବାର୍ଡ କଲା ଉତ୍ତର ପ୍ରଦେଶ ପୋଲିସ୍
Claimed By :  Social Media User
Fact Check :  Unknown
Tags:    

Similar News