ଫ୍ୟାକ୍ଟ ଚେକ୍: ମଧ୍ୟ ପ୍ରଦେଶର ଘଟଣାକୁ ଦିଲ୍ଲୀ ଘଟଣା ଲେଖି କରାଯାଇଛି ସେୟାର

ଭାଇରାଲ ଭିଡିଓ ମଧ୍ୟ ପ୍ରଦେଶର ଉଜୟିନୀ ଅଞ୍ଚଳର ଅଟେ। ଦିଲ୍ଲୀ ସହ ନାହିଁ କୌଣସି ସମ୍ପର୍କ ।

Update: 2025-03-11 08:14 GMT

 An incident from Madhya Pradesh has been reported as a Delhi incident


ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥ ୨୧୬ ସାକ୍ଷୀଗୋପାଳ ନିକଟସ୍ଥ ଏକ ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ ପରେ ପୋଲିସର ତନାଘନା କରିବା ସହ ଢ଼ାବାକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।

ଏହା ଏକ ସମ୍ବେଦନଶୀଳ ଓ ଧାର୍ମିକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଗୁରୁତର ସହ ନେଇଛି ଜିଲ୍ଲା ଓ ପୋଲିସ ପ୍ରଶାସନ। ଏନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ଏନେଇ ସଚେତନତା କରାଯିବ ଏବଂ ଗୋ ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି । ଭିଡିଓରେ ଦୁଇଟି ଯୁବକଙ୍କୁ ପୋଲିସ୍ ବାନ୍ଧି ଚଲାଇ ଚଲାଇ ନେଉଥିବାର ଦେଖିବାକୁ ମିଳିଛି। ସେହିପରି ମଝିରେ ମଝିରେ ପୋଲିସ୍ ପିଟୁଥିବାର ମଧ୍ୟ ଦେଖାଯାଇଛି । ଉକ୍ତ ଭିଡିଓଟି ଦିଲ୍ଲୀର ବୋଲି ଦାବି କରାଯାଇଛି ।

ଉକ୍ତ ଭିଡିଓଟିକୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, जबसे दिल्ली पुलिस को अमित शाह जी का निर्देश मिला है तबसे दिल्ली पुलिस इस वक्त फुल फॉर्म में है । गौ हत्यारे लगा रहे नारे... गाय हमारी माता है पुलिस हमारी बाप है...मेवात के नाम पर दरिंदगी अब नहीं चलेगी ।

ଯାହାର ଓଡ଼ିଆ ଅର୍ଥ ହେଉଛି, ଯେବେଠାରୁ ଦିଲ୍ଲୀ ପୋଲିସ୍ କୁ ଅମିତ ସାହାଙ୍କ ନିର୍ଦ୍ଦେଶ ମିଳିଛି ସେବେଠାରୁ ସେମାନେ ଫୁଲଫର୍ମରେ ଆସିଯାଇଛନ୍ତି ।

ଭିଡିଓଟିକୁ ୪୪୧କେ ଭିୟୁ ମିଳିଥିବା ବେଳେ ୧୬ହଜାର ୪ସହ ଲାଇକ ମିଳିଛି ସେହିପରି ୩୯୯୯ ୟୁଜର୍ସ ଉକ୍ତ ଭିଡିଓକୁ ରିଟ୍ୱିଟ କରିଥିଵାର ଦେଖିବାକୁ ମିଳିଛି । ସେହିପରି ସମାନ ଦାବି ସହ ଉକ୍ତ ଭିଡିଓକୁ ଆଉ କିଛି ୟୁଜର୍ସ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ହେଉଥିବା ଭିଡିଓଟି ମଧ୍ୟପ୍ରଦେଶ ଉଜୟିନୀ ଅଞ୍ଚଳର ଘଟଣା । ଦିଲ୍ଲୀ ସହ ନାହିଁ କୌଣସି ସମ୍ପର୍କ ।

ଭାଇରାଲ ଭିଡିଓଟିକୁ ଭଲଭାବେ ଅନୁଧ୍ୟାନ କରିବାରୁ ଏଥିରେ ଏକ ଉପସ୍ଥାପିକା କିଛି କହୁଥିବାର ଶୁଣିବାକୁ ମିଳିଛି । ଉପସ୍ଥାପିକା ଜଣଙ୍କ ହିନ୍ଦୀରେ କହିଛନ୍ତି, ଉଜୟିନି ପୋଲିସ୍ ଗୋହତ୍ୟା ଏବଂ ବିକ୍ରି ମାମଲାରେ ଦୁଇ ଯୁବକଙ୍କୁ ଗିରଫ କରିଛି । ଦୁଇ ଯୁବକଙ୍କୁ ପୋଲିସ୍ ପିଟିଥିବା ବେଳେ ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଦେଖିବାକୁ ମିଳିଛି । ଚାଲିଚାଲି ଯୁବକ ଦୁହେଁ ଗୋ ଆମର ମା ଅଟେ ଏବଂ ପୋଲିସ୍ ଆମ ବାପା ବୋଲି କହୁଥିବାର ଶୁଣିବାକୁ ମିଳିଛି । ଯାହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ହୋଇଥିବାର କହିଛନ୍ତି ଉପସ୍ଥାପିକା ଜଣଙ୍କ ।

ଉକ୍ତ ଘଟଣାଟି ଉଜୟିନୀ ଅଞ୍ଚଳର ବୋଲି କହିଥିବା ବେଳେ, ଉକ୍ତ କି ୱାର୍ଡ ଗୁଡିକୁ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ।

୮ ମାର୍ଚ୍ଚ ୨୦୨୫ରେ ଦୈନିକ ଜାଗରଣର ଏଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଶୀର୍ଷକ ରହିଛି, ଗୋ ହତ୍ୟା ଆରୋପ ନେଇ ମଧ୍ୟପ୍ରଦେଶ ପୋଲିସ୍ ଉଜୟିନୀ ଅଞ୍ଚଳରେ ଦୁଇ ଯୁବକଙ୍କୁ ପିଟିଛି । 


Full View


ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବା ବେଳେ, ଉକ୍ତ ଭିଡିଓ କୁ ଆମେ ତୁଳନା କରିଥିଲୁ । ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ତୁଳନା ରୁ ଜାଣିବାକୁ ପାଇଥିଲୁ ।



ସେହିପରି ସମାନ ଶୀର୍ଷକ ସହ ଆଉ କିଛି ଗଣମାଧ୍ୟମ ଉକ୍ତ ଭିଡିଓଟିକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।


Full View
Full View

ଦ ହିନ୍ଦୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଉଲ୍ଲେଖ କରିଛି, ଗୋ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କର୍ମୀ ମାନେ ପୋଲିସ୍ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ଭିଡିଓରେ ଯେଉଁ ପୋଲିସ୍ କର୍ମଚାରୀ ସମ୍ମାନିତ ହେଉଛନ୍ତି, ଭାଇରାଲ ଭିଡିଓରେ ମଧ୍ୟ ଉକ୍ତ ପୋଲିସ୍ କର୍ମଚାରୀ ଥିବାର ଦେଖିବାକୁ ମିଳିଛି ।

ସେହିପରି ଉକ୍ତ ଘଟଣା ନେଇ ଦ ହିନ୍ଦୁ ଏକ ବିସ୍ତୃତ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ପ୍ରକାଶିତ କରି ଦ ହିନ୍ଦୁ ଉଲ୍ଲେଖ କରିଛି, ମଧ୍ୟପ୍ରଦେଶର ଉଜୟିନୀ ପୋଲିସ୍ ଦ୍ୱାରା ଗୋ ହତ୍ୟାକାରୀ ଏବଂ ବିକ୍ରି ଅଭିଯୋଗ ନେଇ ଦୁଇ ଯୁବକ ଗିରଫ ହୋଇଥିଲେ । ଗିରଫ ଦୁଇ ଯୁବକଙ୍କୁ ପୋଲିସ୍ ଚଲାଇ ଚଲାଇ ରାସ୍ତାରେ ନେଉଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପରେପରେ ଉକ୍ତ ପୋଲିସ୍ କର୍ମଚାରୀଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ସମ୍ମାନିତ କରାଯାଇଛି ।

ଖବର ପ୍ରସାରଣ କରି ଯେଉଁ ଫଟୋ ବ୍ୟବହୃତ ହୋଇଛି ଉକ୍ତ ଫଟୋଟି ଭାଇରାଲ ଭିଡିଓର ଏକ ଅଂଶ ବୋଲି ଜଣାପଡିଛି ।



ଇଣ୍ଡିଆନ ଏକ୍ସପ୍ରେସ ଉକ୍ତ ଖବରକୁ ପ୍ରସାରିତ କରି ଲେଖିଛି ଦୁଇ ଗୋ ହତ୍ୟାକାରୀଙ୍କୁ ଗିରଫ କରି ରାସ୍ତାରେ ଚଲାଇଛି ମଧ୍ୟପ୍ରଦେଶ ପୋଲିସ୍ ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଉଜୟିନୀ ଅଞ୍ଚଳର ଅଟେ। ଦିଲ୍ଲୀ ସହ ନାହିଁ କୌଣସି ସମ୍ପର୍କ ।


Claim :  ଗୋ ହତ୍ୟାକାରୀଙ୍କୁ ସାବାର୍ଡ କରୁଛି ଦିଲ୍ଲୀ ପୋଲିସ୍
Claimed By :  Social Media User
Fact Check :  Unknown
Tags:    

Similar News