Fact Check: ଭାଇରାଲ ହେଉଥିବା ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଡିଓଟିକୁ କରାଯାଇଛି ଏଡିଟ୍
ପ୍ରକୃତ ଭିଡିଓରେ ପଙ୍କଜ ତ୍ରିପାଠୀ ୟୁପିଆଇ ପିନ୍ ବିଷୟରେ ସତର୍କତା ଅବଲମ୍ବନ ପାଇଁ ଏକ ସଚେତନତା ବାର୍ତ୍ତା ଦେଉଛନ୍ତି । ଯେଉଁ ଭିଡିଓ ରେ ଭାଜପା ଲୋଗୋ ଲଗାଇ ଅଡିଓ କୁ ଏଡିଟ୍ କରି ଏକ ଭୁଲ୍ ତଥ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି ।
Altered video of actor Pankaj Tripathy on online fraud goes viral with misleading claim
Altered video of actor Pankaj Tripathy on online fraud goes viral with misleading claim
ସୋସିଆଲ ମିଡିଆର ମାଧ୍ୟମ ସାଜିଛି ଭାଇରାଲ ଭିଡିଓ । ଇନଷ୍ଟାଗ୍ରାମ ହେଉ କି ଫେସବୁକ ଯେଉଁ ସୋସିଆଲ ମିଡିଆ ଦେଖିବେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳୁଛି । ୟୁଜର୍ସ ମଧ୍ୟ କୌଣସି ଅନୁଧ୍ୟାନ ନକରି ଉକ୍ତ ଭିଡିଓ ଗୁଡିକୁ ସେୟାର କରୁଥିବାରମଧ୍ୟ ଦେଖାଯାଇଛି ।
ବିଗତ କିଛିଦିନ ହେବ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖା ଯାଇଛି । ଭିଡିଓରେ ପଙ୍କଜ ତ୍ରିପାଠୀ ଏକ ବାଦାମ ବିକାଳି ର ଅଭିନୟ କରୁଥିବା ବେଳେ କହିଛନ୍ତି, ମୁଁ ବାଦାମ ବିକେ ନିଜ ବୁଦ୍ଧି ନୁହେଁ, ଏହି ଲିଙ୍କ ଦେଖନ୍ତୁ । ମେସେଯ ଆସିଛି ବିଜେପି ଵାଲା କହୁଛନ୍ତି ଭୋଟ୍ ଦିଅ ଆମେ ବିକାଶ କରିବୁ । ଆରେ ଏଇଟାକଣ ମୁଁ ଜାଣିନି ଏପଟେ ମୁଁ ଭୋଟ ଦେବି ଆଉ ସେଇପଟେ ସରକାରୀ ପଇସା ଗାୟବ । ମୁଁ ଜଣେ ବାଦାମ ବିକାଳି ମୂର୍ଖ ନୁହେଁ । ମନେ ରଖନ୍ତୁ ଯଦି ଭାଜପା କୌଣସି ଲୋଭ ଦେଖାଏ ତ କୁହନ୍ତୁ, ମୁଁ ମୂର୍ଖ ନୁହେଁ ।
ସୋସିଆଲ ମିଡିଆରେ ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, BJP वालों को कहें- "मैं मूर्ख नहीं हूं…" ଯାହାର ଓଡ଼ିଆ ଅନୁବାଦ ହେଉଛି, ବିଜେପି ବାଲାଙ୍କୁ କହିବେ, ମୁ ମୂର୍ଖ ନୁହେଁ ।
ଯାହାର ଆର୍କଆଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ :
ଦାବିରେ ନାହିଁ କୌଣସି ସତ୍ୟତା, ପ୍ରକୃତ ଭିଡିଓରେ ଅଭିନେତା ପଙ୍କଜ ତ୍ରିପାଠୀ ୟୁପିଆଇ ଆପ୍ ର ବିଜ୍ଞାପନ ବିଷୟରେ କହିଛନ୍ତି ।
ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ UPI Chalega ନାମକ ଏକ ଫେସବୁକ ପେଜ୍ ହସ୍ତଗତ ହୋଇଥିଲା ଯେଉଁଥିରେ ଭାଇରାଲ ଭିଡିଓର ଏକ ଫଟୋ ଉକ୍ତ ପେଜ୍ ର କଭର ଫଟୋରେ ଥିବାର ଦେଖିବାକୁ ମିଳିଥିଲା ।
ଉକ୍ତ ପେଜ୍ କୁ ଅନୁଧ୍ୟାନ କରିବାରୁ ପଙ୍କଜ ତ୍ରିପାଠୀ ୟୁପିଆଇ ନେଇ ବିଭିନ୍ନ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଅଧିକ ଅନୁଧ୍ୟାନ କରିବାରୁ ୨୩ ସେପ୍ଟେମ୍ବର ୨୦୨୪ରେ ଭାଇରାଲ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଉକ୍ତ ଭିଡିଓ କୁ ନିରିଖେଇ ଦେଖିବାରୁ ଜଣାଯାଏଯେ ଏହା ଭାଇରାଲ ହେଇଥିବା ଭିଡିଓର ପ୍ରକୃତ ଭିଡିଓ । ଉକ୍ରଳ ଭିଡିଓରେ ପଙ୍କଜ ତ୍ରିପାଠୀ କହିଛନ୍ତି, ମୁଁ ବାଦାମ ବିକେ ନିଜ ବୁଦ୍ଧି ନୁହେଁ, ଏହି ଲିଙ୍କ ଦେଖନ୍ତୁ । ମେସେଯ ଆସିଛି ଲଟ୍ରି ଲାଗିଛି ୟୁପିଆଇ ପିନ୍ ପକାନ୍ତୁ ପଇସା ଆସିଯିବ । ଆରେ ଏଇଟାକଣ ମୁଁ ଜାଣିନି ଏପଟେ ମୁଁ ୟୁପିଆଇ ପିନ୍ ଦେବି ଆଉ ସେଇପଟେ ପଇସା ଗାୟବ । ମୁଁ ଜଣେ ବାଦାମ ବିକାଳି ମୂର୍ଖ ନୁହେଁ । ମନେ ରଖନ୍ତୁ ୟୁପିଆ କୁହେ ଯଦି କେହି ଲୋଭ ଦେଖାଏ ତ କୁହନ୍ତୁ, ମୁଁ ମୂର୍ଖ ନୁହେଁ ।
ଉକ୍ତ ଭିଡିଓ ରେ ଯେତେବେଳେ ମୋବାଇଲ ରେ ୟୁପିଆଇ ବିଷୟରେ ପଙ୍କଜ କହୁଛନ୍ତି ସେତେବେଳେ, ସିଏ ଦେଖାଉଥିବା ମୋବାଇଲରେ ଭାଇରାଲ ମେସେଜ ର ସ୍କ୍ରିନ ଆସୁଛି । ହେଲେ ଭାଇରାଲ ଭିଡିଓ ରେ ସେହି ସମୟରେ ବିଜେପିର ଲୋଗୋ ଦେଖିବାକୁ ମିଳିଛି । ଯାହାର ତୁଳନା ହୋଇଥିବା ଫଟୋ ଆପଣ ତଳେ ଦେଖି ପାରୁଥିବେ ।
ଉକ୍ତ ଭିଡିଓ ଟି ୟୁପିଆଇ ର ପ୍ରତ୍ୟେକ ସୋସିଆଲ ମିଡିଆରେ ସେୟାର କରାଯାଇଥିବାର ମଧ୍ୟ ଦେଖିବାକୁ ପାଇଥିଲୁ ।
ସେହିପରି ଉକ୍ତ ଭିଡିଓକୁ ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓରେ ଅଭିନେତା ପଙ୍କଜ ତ୍ରିପାଠୀ ୟୁପିଆଇ ପିନ୍ ବିଷୟରେ ସତର୍କତା ଅବଲମ୍ବନ ପାଇଁ ଏକ ସଚେତନତା ବାର୍ତ୍ତା ଦେଉଛନ୍ତି । ଯେଉଁ ଭିଡିଓ ରେ ଭାଜପା ଲୋଗୋ ଲଗାଇ ଅଡିଓ କୁ ଏଡିଟ୍ କରି ଏକ ଭୁଲ୍ ତଥ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି ।