ଫ୍ୟାକ୍ଟ ଚେକ୍: ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏଟିଏମରୁ ୫୦୦ ଟଙ୍କିଆ ବନ୍ଦ୍ ଦାବିରେ ନାହିଁ କୌଣସି ସତ୍ୟତା

Update: 2026-01-04 17:59 GMT


ନୂଆବର୍ଷର ଆରମ୍ଭ ସହ ଜାନୁଆରୀ ୧ରୁ ଆମ ଦେଶରେ ବଦଳିଯିବ ଅନେକ ଆର୍ଥିକ ନିୟମ । ଏଲପିଜି ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ୍ ଯାଏଁ ଅନେକ ବଡ ବଡ ପରିବର୍ତ୍ତନ ହେବ । ପ୍ରସାରିତ ଖବର ଅନୁଯାୟୀ ଜାନୁଆରୀ ୧ରୁ ଆପଣଙ୍କ ପ୍ୟାନ୍ କାର୍ଡ ଆଉ କାମ ନକରିପାରେ । ଡିଆକ୍ଟିଭ ହୋଇଯାଇପାରେ । ଯାହାଦ୍ୱାରା ଆପଣ ଆଇଟିଆର ରିଫଣ୍ଡ, ରସିଦ୍ ଓ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ୨୦୨୬ରେ ନୂଆ କାର୍ କିଣିବାକୁ ପ୍ଲାନ୍ କରିଛନ୍ତି କି ? ତାହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ୨୦୨୬ ଜାନୁଆରୀରୁ ଅଟୋ ମୋବାଇଲ କମ୍ପାନୀଗୁଡିକ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି । ନୂଆବର୍ଷର ପ୍ରଥମ ଦିନକୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାରଣ ସରକାର ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି ।

ଇତିମଧ୍ୟରେ ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଗ୍ରାଫିକ୍ସରେ ଆରବିଆଇର ଲୋଗୋ ଥିବା ବେଳେ ପଛପଟେ କିଛି ୫୦୦ ଟଙ୍କିଆ ନୋଟ୍ ଥିବାର ଦେଖୁବାକୁ ମିଳିଛି । ସାମ୍ନାରେ ବଡ଼ବଡ଼ ଅକ୍ଷରରେ ଉଲ୍ଲେଖ ରହିଛି ମାର୍ଚ୍ଚ ୨୦୨୬ ସୁଦ୍ଧା ସମସ୍ତ ଏଟିଏମରୁ ବନ୍ଦ୍ ହୋଇଯିବ ୫୦୦ ଟଙ୍କିଆ ନୋଟ୍ । କିଛି ୟୁଜର୍ସ ତାଙ୍କ ପୋଷ୍ଟ ଗୁଡିକ ଡିଲିଟ କରିଦେଇଥିବା ବେଳେ ଭାଇରାଲ ଗ୍ରାଫିକ୍ସର ଏକ ସ୍କ୍ରୀନସଟ ତଳେ ଉପଲବ୍ଧ  ରହିଛି  I   




 


ଉକ୍ତ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସରକାର ଏବଂ ଆରବିଆଇ ଉପରକୁ ଅସନ୍ତୋଷ ଝାଡିଛନ୍ତି ଜନସାଧାରଣ ।

ଜଣେ ୟୁଜର୍ସ ଉକ୍ତ ଗ୍ରାଫିକ୍ସ ସେୟାର କରି ପଚାରିଛନ୍ତି, କେହି କହିପରିବେକି ଘଟଣାରେ କେତେ ସତ୍ୟତା ରହିଛି ?


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଚଳିତ ବର୍ଷ ଏଭଳି କୌଣସି ଗାଇଡଲାଇନ ଆଣି ନାହାଁନ୍ତି ଆରବିଆଇ କର୍ତ୍ତୃପକ୍ଷ ।

ଦାବିର ସତ୍ୟତା ଜାଣିବାକୁ ଯାଇ ଆମେ ଏନେଇ ସର୍ଚ୍ଚ କରିଥିଲୁ । ସର୍ଚ୍ଚରୁ ଦାବିରେ କୌଣସି ସତ୍ୟତା ଥିବାର ପାଇନଥିଲୁ । ଯଦି ଏଭଳି କୌଣସି ବଡ଼ ପଦକ୍ଷେପ ଆରବିଆଇ ନେଇ ଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।

ଏନେଇ ଆରବିଆଇ ର ୱେବସାଇଟ ୱେବ ଅଫିସିଆଲ ସୋସିଆଲ ମିଡିଆ ସାଇଟ ଦେଖିଥିଲୁ । ସେଠାରେ ମଧ୍ୟ ଏନେଇ କୌଣସି ସୂଚନା ପାଇନଥିଲୁ ।

ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଭାରତ ସରକାରଙ୍କ ଫ୍ୟାକ୍ଟଚେକ୍ ଅନୁଷ୍ଠାନ ପିଆଇବି ଉକ୍ତ ଗ୍ରାଫିକ୍ସକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖିବାକୁ ମିଳିଛି ।

୨ ଜାନୁଆରୀ ୨୦୨୬ରେ ପିଆଇବି ଉକ୍ତ ଗ୍ରାଫିକ୍ସ ସେୟାର କରି ଉଲ୍ଲେଖ କରିଛି, ଏହି ଦାବିରେ ନାହିଁ କୌଣସି ସତ୍ୟତା, ଆରବିଆଇ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ପୁର୍ବ ଭଳି ୫୦୦ ଟଙ୍କିଆ ନୋଟ୍ ଚାଲୁ ରହିବ । ପିଆଇବି ଯେଉଁ ଗ୍ରାଫିକ୍ସ ସେୟାର କରିଛି ତାହା ଉପରେ ଏକ ଫେକ୍ ଷ୍ଟାମ୍ପ ମରାଯାଇଥିବାର ଦେଖିବାକୁ ମିଳିଛି । 


ଉକ୍ତ ଘଟଣା ନେଇ କନକ ନିୟୁଜ  ଏକ ବିସ୍ତୃତ ଖବର ପ୍ରସାରିତ କରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ସୋସିଆଲ ମିଡିଆରେ ଏକ ମେସେଜ୍‌ ଭାଇରାଲ ହେଉଛି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରୁ ୫୦୦ ଟଙ୍କିଆ ନୋଟ ବନ୍ଦ କରିଦେବେ ସରକାର । ନୋଟ୍‌ ବନ୍ଦ ହେବା ନେଇ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି। ସରକାରି ସଂସ୍ଥା PIB ତରଫରୁ ସୋସିଆଲ ମିଡିଆ ଏକ୍ସରେ ଏହି ମସେଜ୍‌ କୁ ଖଣ୍ଡନ କରାଯାଇଛି । PIB ତରଫରୁ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିବାର କୌଣସି ଘୋଷଣା କରାଯାଇନି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜ୍‌ ସମ୍ପୂର୍ଣ୍ଣ ମିଛ । ଏହି ଭାଇରାଲ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା କେବଳ ଏକ ଗୁଜବ। ସରକାରଙ୍କ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଇଛି ଯେ, ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାର କୌଣସି ଯୋଜନା ବର୍ତ୍ତମାନ ନାହିଁ ।

ଅନ୍ୟପଟେ ଆଉକିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଖବରକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉଲ୍ଲେଖ ରହିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ମାର୍ଚ୍ଚ ସୁଦ୍ଧା ଏଟିଏମରୁ ୫୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବା ସୂଚନାଟି ସମ୍ପୂର୍ଣ୍ଣ ଫେକ୍ ଅଟେ । 


Claim :  ଆରବିଆଇ ଆଣିଲା ନୁଆ ଗାଇଡଲାଇନ୍, ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏଟିଏମରୁ ବନ୍ଦ୍ ହୋଇଜିବ ୫୦୦ ଟଙ୍କିଆ ନୋଟ୍
Claimed By :  Social Media User
Fact Check :  Unknown
Tags:    

Similar News