ମିଥ୍ୟା ଦାବି ସହ ଫେକ୍ ଭିଡିଓ ହେଉଛି ଭାଇରାଲ, ଅସଦୁଦ୍ଦିନ୍ ଓୱେସୀ ଗାଉଛନ୍ତି ଶିଵ ତାଣ୍ଡବ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ,ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ପ୍ରେସିଡେଣ୍ଟ ଅସଦୁଦ୍ଦିନ୍ ଓୱେସୀ ଏକ ଜନସଭାରେ ଗାଉଛନ୍ତି ଶିବ ତାଣ୍ଡବ।

Update: 2024-03-12 05:27 GMT

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ,ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ପ୍ରେସିଡେଣ୍ଟ ଅସଦୁଦ୍ଦିନ୍ ଓୱେସୀ ଏକ ଜନସଭାରେ ଗାଉଛନ୍ତି ଶିବ ତାଣ୍ଡବ।

ମାଲଥିରେଡ୍ଡୀ ୨.୦ ନାମକ ଜଣେ ସୋସିଆଲ ମିଡିଆରେ ୟୁଜର୍ସ ନିଜ ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓ କୁ ପୋଷ୍ଟ କରି ଲେଖିଛନ୍ତି " మాధవీ లత గారు పోటీ చేస్తారు అనగానే సాహెబ్ గారి నోటినుండి శివ తాండవ స్తోత్రం 👌 అద్భుతంగా చెప్పారు సార్, మత ఘర్షణలు లేకుండ చూసుకుంటే మీరే మళ్లీ గెలుస్తారు-నా సొంత అభిప్రాయం " 

ଯାହାକୁ ଗୁଗୁଲ ଟ୍ରାନ୍ସଲେସନ ରେ ଅନୁବାଦ କରି ଜାଣିଲୁ , Saheb (Asaduddin Owaisi) is singing Shiv Tandav when BJP said it would field Madhavi Lata against him for Hyderabad Lok Sabha seat. You chanted the stotra well sir. If you ensure that no communal clashes take place in your constituency, you will win the elections again, this is my personal opinion.”


 ଏହି ଭିଡିଓ କୁ ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ନିଜ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଯେଉଁଥିରେ ଅସଦୁଦ୍ଦିନ୍ ଓୱେସୀ ବିଭିନ୍ନ ପ୍ରକାରର ଭଜନ ଗାଉଥିବାର ଦେଖାଦେଇଛି ।



ସତ୍ୟାସତ୍ୟ : ଦାବି ଟି ସମ୍ପୂର୍ଣ୍ଣ ଅସତ୍ୟ ଅଟେ ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରି ଆମେ ଜାଣିବାକୁ ପାଇଲୁ, ଏହି ଭିଡିଓ ଟି ୨୦୨୨ ମସିହାରୁ ଇଣ୍ଟରନେଟରେ ଅପଲୋଡ଼ ହୋଇ ରହିଛି । ଏକ ଜନସମାଗମ ରେ ଅସଦୁଦ୍ଦିନ୍ ଓୱେସୀ ନିଜ ବାର୍ତା ଦେଉଛନ୍ତି କୌଣସି ଭଜନ ଗାଉ ନାହାନ୍ତି ।

ପ୍ରଥମେ ପ୍ରଥମେ ଆମେ ଅସଦୁଦ୍ଦିନ୍ ଓୱେସୀ ଗାଉଛନ୍ତି ଭଜନ ବୋଲି ଇଣ୍ଟରନେଟ ରେ ଅନୁସନ୍ଧାନ କରିଥିଲୁ ହେଲେ ଏନେଇ କୌଣସି ଖବର ପାଇ ନଥିଲୁ ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନ କରି ଜଣାଯାଏ ଯେ , ଏକ ଲାଇଭ ଚାଲୁଥିବା ବେଳେ ନ୍ୟୁଜ୧୮ ଉର୍ଦୁ ନାମକ ଗୋଟିଏ ସଂସ୍ଥା ନିଜ ୟୁଟ୍ୟୁବ ଆକାଉଣ୍ଟ ରେ ଏହି ଭିଡିଓ ଟିକୁ ୨୬ ଅକ୍ଟୋବର ୨୦୨୨ଦିନ ଅପଲୋଡ଼ କରିଛି । ଭିଡିଓ ସହ କିଛି ସୂଚନା ମଧ୍ୟ ରହିଛି ଯେପରି କି , ଅସଦୁଦ୍ଦିନ୍ ଓୱେସୀ କର୍ଣ୍ଣାଟକ ରେ ଆୟୋଜିତ ଏକ ସଭାରେ ବିଜାପୁର ସମସ୍ୟା ନେଇ ନିଜର ଟିପ୍ପଣୀ ରଖୁଛନ୍ତି । ଅମିତ ସାହା ସୀମାକୁ ନେଇ କାହିଁକି ସର୍ଭେ କରୁ ନାହାନ୍ତି ? ବିନା କୌଣସି କାରଣ ରେ ସିଏ ଏବଂ ତାଙ୍କର ଦଳର କର୍ମକର୍ତ୍ତା ମୁସଲମାନ ମାନଙ୍କୁ ଦୋଷାରୋପ କରୁଛନ୍ତି ।


Full View


ଅସଦୁଦ୍ଦିନ୍ ଓୱେସୀ କର୍ଣ୍ଣାଟକ ରେ ଆୟୋଜିତ ଏକ ସଭାରେ ନିଜର ମତ ପ୍ରକାଶ କରୁଛନ୍ତି ଏନେଇ ଅନୁସନ୍ଧାନ କରି ଜଣାଯାଏ ଯେ, ନିଜ ସୋସିଆଲ ମିଡିଆରେ ଅସଦୁଦ୍ଦିନ୍ ଓୱେସୀ ଏହି ଭିଡିଓ ଟିକୁ ୨୦୨୨ ମସିହା ୨୬ ଅକ୍ଟୋବର ରେ ଅପଲୋଡ଼ କରିଛନ୍ତି ଏବଂ ଭିଡିଓ ସହ ଲେଖା ରଖିଛନ୍ତି । ମୋଦିଜି କଣ ବିଜାପୁର ପାକିସ୍ତାନ ଅଟେ ? ବିଜାପୁର କର୍ଣ୍ଣାଟକ ର ହୃଦୟ ଅଟେ, ବିଜାପୁର ହେଉଛି କର୍ଣ୍ଣାଟକ ର ଇତିହାସ ।


Full View


ଭିଡିଓ ଟିକୁ ଯଦି ଆପଣ ନିରିଖେଇ ଦେଖିବେ ତେବେ ଜାଣିବାକୁ ପାଇବେ କି ଅଡିଓ ସହ ତାଙ୍କ ମୁଖ ସଞ୍ଚାଳନ ରେ କୌଣସି ତାରତମ୍ୟ ରହୁନାହିଁ ।

ତେଣୁ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ଏହି ଭିଡିଓ ଟି ଏଡିଟେଡ ଅଟେ ।

Claim :  Hyderabad MP Asaduddin Owaisi is chanting bhajan
Claimed By :  Social Media Users
Fact Check :  False
Tags:    

Similar News