Fact Check: ମୁଳ ଫଟୋରେ ନାହିଁ ଏତେ ସଂଖ୍ୟକ ଖାଲ, ଜାଣନ୍ତୁ କ'ଣ ରହିଛି ଭାଇରାଲ ଫଟୋର ସତ୍ୟତା
ଭାଇରାଲ ଫଟୋଟି ଦିଲ୍ଲୀର ହେଲେ ଉକ୍ତ ଫଟୋକୁ ଏଡିଟ୍ କରାଯାଇ ବହୁମାତ୍ରାରେ ଖାଲଗୁଡିକୁ ଫଟୋରେ ବସାଯାଇଛି
The original photo shows far fewer potholes, know the truth behind the viral image
ସରଗରମ ଦିଲ୍ଲୀ ରାଜନୀତି, ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନିର୍ବାଚନ ପୂର୍ବରୁ ଅନେକ ନେତା ଦଳବଦଳ କରିସାରିଛନ୍ତି, କିଛି ଆପ୍ ରୁ ଆସି ବିଜେପିରେ ସାମିଲ ହୋଇଛନ୍ତି ତ କିଛି ଆପ୍ ଏବଂ ଅନ୍ୟ ଦଳର ନେତା ବିଜେପିରେ ସାମିଲ ହୋଇଛନ୍ତି ।
ଦିଲ୍ଲୀରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ବେଳେ କେଜ୍ରିୱାଲଙ୍କ ଏକପାଖିଆ ଘୋଷଣା ଦିଲ୍ଲୀରେ ଚହଳ ସୃଷ୍ଟି କରିଛି । ଅନ୍ୟପଟେ କେଜ୍ରିୱାଲଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟରେ ବିଭାଜନର ସଙ୍କେତ ଦେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଏଭଳି ଘୋଷଣା ବିଜେପିକୁ ପାଇଁ ଫଳପ୍ରଦ ହୋଇପାରିବ ବୋଲି ଆଲୋଚନାର ବିଷୟ ପାଲଟିଛି ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଫଟୋରେ ରାସ୍ତାରେ ବଡ଼ବଡ଼ ଖାଲ ହୋଇଥିବା ବେଳେ ରାସ୍ତାରେ ଜଣେ ବାଇକ ଚଲାଇ ଯାଉଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋଟି ଦିଲ୍ଲୀ ରାସ୍ତାର ବୋଲି ଦାବି ହୋଇଥିବା ବେଳେ, ଉକ୍ତ ଫଟୋରେ ହିନ୍ଦୀରେ ଉଲ୍ଲେଖ ରହିଛି AAP का झूठ, लंदन-पेरिस जैसी सड़कें । दिल्ली का सच, सड़कों पे गड्ढे । अब नहीं सहेंगे, बदल के रहेंगे ।
ଯାହାର ଓଡ଼ିଆ ଅନୁବାଦ ହେଉଛି, ଆପ୍ ର ମିଛ, ଲଣ୍ଡନ ପ୍ୟାରିସ ଭଳିଆ ରାସ୍ତା । ଏହା ହେଉଛି ଦିଲ୍ଲୀର ସତ୍ୟତା ରାସ୍ତା ସାରା ଖାଲ, ଆଉ ରହିବ ନାହିଁ ବଦଳାଇକି ରହିବୁ ।
ଉକ୍ତ ଫଟୋକୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, थोड़ी सी बारिश में खुली AAP के यूरोपियन स्टैण्डर्ड सड़कों की पोल ! लंदन-पेरिस का वादा, लेकिन हकीकत में गड्डों से भरी दिल्ली। अब नहीं सहेंगे, बदल के रहेंगे ।
ଯାହାର ଓଡ଼ିଆ ଅନୁବାଦ ହେଉଛି, ସାମାନ୍ୟ ବର୍ଷା ଖୋଲିଦେଲା ୟୁରୋପିଆନ ରାସ୍ତାର ପ୍ରକୃତ ମୁଖା । ଲଣ୍ଡନ ପ୍ୟାରିସର ସ୍ୱପ୍ନ ଦେଖାଇ ଦିଲ୍ଲୀବାସୀଙ୍କୁ ଦେଇଛନ୍ତି ଖାଲଖମାଣ ରାସ୍ତା । ଉକ୍ତ ଫଟୋକୁ କିଛି ବିଜେପି ନେତା ଏବଂ କର୍ମୀ ମଧ୍ୟ ସେୟାର କରିଥିଵାର ଦେଖାଯାଇଛି ।
ଯାହାର ଆକ୍ରାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ, ଉକ୍ତ ଫଟୋଟି ଦିଲ୍ଲୀର ସତ ହେଲେ ଫଟୋକୁ ଏଡିଟ୍ କରି ଖାଲଖମାଣକୁ ଯୋଡ଼ାଯାଇଥିବାର ଜଣାଯାଇଛି ।
ତଦନ୍ତ କରିବାକୁଯାଇ ଉକ୍ତ ଫଟୋକୁ ଆମେ ଯେତ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ, ଗେଟିଇମେଜ ୱେବସାଇଟରେ ଅପଲୋଡ଼ ହୋଇଥିବା ଏକ ଫଟୋ ଆମକୁ ହସ୍ତଗତ ହୋଇଥିଲା ।
ଉକ୍ତ ଫଟୋକୁ ଭାଇରାଲ ଫଟୋସହ ତୁଳନା କରିବାରୁ ଉଭୟ ଫଟୋଟି ସମାନ ଫଟୋ ହୋଇଥାଇପାରେ ବୋଲି ଜାଣିବାକୁ ପାଇଥିଲୁ । ଯେପରିକି ପଛପଟେ ଥିବା କଳାକୃତି କାନ୍ଥ, ବାଇକ ଚାଳକଙ୍କ ସାର୍ଟ ଏବଂ ପଛପଟେ ରଖାଯାଇଥିବା ସବୁଜ ଏବଂ ନାଲି ରଙ୍ଗର ଦୁଇଟି ବ୍ୟାଗ ।
ଅନୁସନ୍ଧାନରୁ ଆଉ ଏକ ଫଟୋ ହସ୍ତଗତ ହୋଇଥିଲା, ଉକ୍ତ ଫଟୋଟି ଭାଇରାଲ ଫଟୋରେ ଥିବା ରାସ୍ତାର ହୋଇଥିବା ବେଳେ ଉକ୍ତ ଫଟୋରେ ମଧ୍ୟ ଏଭଳି ଭାଇରାଲ ଫାଟୋଭଳି ଖାଲନଥିବାର ଦେଖିବାକୁ ମିଳିଛି ।
ସେହିପରି ଆଲାମୀ ନାମକ ଏକ ୱେବସାଇଟ ଉକ୍ତ ଫଟୋଟିକୁ ୩୦ ସେପ୍ଟେମ୍ବର ୨୦୨୪ ରେ ସେୟାର କରି ଉଲ୍ଲେଖ କରିଛି, ଦିଲ୍ଲୀର ଏସଆଇସି ଅଞ୍ଚଳରେ ଥିବା ରାସ୍ତାର ଦୃଶ୍ୟ । ରାସ୍ତାର ଯାଞ୍ଚ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ । ଯାଞ୍ଚ ପରେ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଦୀପାବଳି ପୂର୍ବରୁ ଠିକ୍ କର ରାସ୍ତା ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଭାଇରାଲ ହେଉଥିବା ଫଟୋଟି ଏଡିଟ୍ କରାଯାଇ ଭାଇରାଲ କରାଯାଇଛି ।
ଅଧିକ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୂର୍ତ୍ତ ରାସ୍ତା ଯାଞ୍ଚ ଲେଖି ଅନୁସନ୍ଧାନ କରିବାରୁ, ହିନ୍ଦୁସ୍ତାନ ଟାଇମ୍ସ, ଏନଡିଟିଭି ଭଳି ପ୍ରମୁଖ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ଫଟୋଟି ଦିଲ୍ଲୀର ଏବଂ ମୂଳଫାଟରେ କିଛି ଖାଲ ମଧ୍ୟ ରହିଛି, ହେଲେ ଉକ୍ତ ଫଟୋକୁ ଏଡିଟ୍ କରାଯାଇ ବହୁମାତ୍ରାରେ ଖାଲଗୁଡିକୁ ଫଟୋରେ ବସାଯାଇଛି ।
ఇప్పుడు Desh Telugu Keyboard యాప్ సహాయంతో మీ ప్రియమైన వారికి తెలుగులో సులభంగా మెసేజ్ చెయ్యండి. Desh Telugu Keyboard and Download The App Now