ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓ ସହ ଗୌହାଟି ବନ୍ୟା ପରିସ୍ଥିତି ସହ ନାହିଁ କୌଣସି ସମ୍ପର୍କ

ଦାବିଟି ବିଭ୍ରାନ୍ତିକର ଅଟେ । ଗୌହାଟିରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସତ ହେଲେ, ଭାଇରାଲ ଭିଡିଓଟି ମୁମ୍ବାଇର ଅଟେ । ଆସାମ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

Update: 2025-06-07 04:34 GMT

Viral Video Unrelated to Guwahati Floods


ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ ଗୌହାଟିର ବିଭିନ୍ନ ସ୍ଥାନରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାରେ ପାଣି, ଘରେ ପାଣି, ବାହାରେ ପାଣି । ଜଳ ପାଇଁ ଜୀବନ ଜଳବନ୍ଦୀ ହୋଇଛି । କେଉଁଠି ଭୂସ୍ଖଳନରେ ଗାଡିରେ ଯାଉଥିବା ଯାତ୍ରୀଙ୍କ ମୃତ୍ୟୁ ହେଲାଣି ତ କେଉଁ ଏନଏଚ ଉପରେ ପାଣି ଜମିଲାଣି । ପାଣିର ପ୍ରଳୟ ପାଇଁ ଏକ ପ୍ରକାର ଅଟକିଯାଇଛି ଉତ୍ତର-ପୂର୍ବ ଭାରତ । ପ୍ରସାରିତ ଖବର ଅନୁଯାୟୀ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିକ୍କିମ । ପାଖାପାଖି ୧୫୦୦ ପର୍ଯ୍ଯଟକ ସିକ୍କିମର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ।ଭୂସ୍ଖଳନ ପରେ ରାସ୍ତା ବ୍ଲକ ଥିବାରୁ କୁଆଡେ ବି ଯାଇ ପାରୁ ନାହାନ୍ତି । ତିସ୍ତା ନଦୀର ଜଳସ୍ତର ବଢୁଥିବାରୁ ବନ୍ୟା ଅଧିକ ଉଗ୍ରରୂପ ନେଉଛି । ଉତ୍ତର ସିକ୍କିମ ଅଧିକ ପ୍ରଭାବିତ ହୋଇଥିବା ବେଳେ ଫିଡାଙ୍ଗ ବ୍ରିଡ୍ ଜଳର ପ୍ରବଳ ସ୍ରୋତ ଆଗରେ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଲାଇଫ ଲାଇନ୍ କୁହାଯାଉଥିବା ଏହି ବ୍ରିଜ୍ ତଳେ ପାଣି ପ୍ରଖର ମାତ୍ରାରେ ପ୍ରବାହିତ ହେଉଛି । ଯାହା ବ୍ରିଜ୍ ଭାଙ୍ଗିଦେଇ ପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଟ୍ରେନ ଟ୍ରାକଟି ପାଣିରେ ବୁଡ଼ି ରହିଥିବା ବେଳେ, ତାଉପରେ ଏକ ଟ୍ରେନ ଆସୁଥିବାର ଦେଖିବାକୁ ମିଳିଛି । ଉକ୍ତ ଘଟଣାଟି ଗୌହାଟିର ବୋଲି ଦାବି ହୋଇଛି । ଅତ୍ୟଧିକ ବର୍ଷା ହେତୁ ଟ୍ରେନ ଟ୍ରାକ ଟି ପାଣିରେ ବୁଡି ଯାଇଥିବାର ଦାବି କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

ଯାହାର ଆର୍କାଇଭ୍ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଗୌହାଟିରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସତ ହେଲେ, ଭାଇରାଲ ଭିଡିଓଟି ମୁମ୍ବାଇର ଅଟେ । ଆସାମ ବନ୍ୟା ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

ଗୌହାଟିରେ ବନ୍ୟା ପରିସ୍ଥିତି ନେଇ ଅନୁସନ୍ଧାନ କରିବାରୁ ବହୁ ମାତ୍ରାରେ ଫଟୋ ଭିଡିଓ ହସ୍ତଗତ ହୋଇଥିଲା । କିନ୍ତୁ କୌଣସି ପ୍ରମୁଖ ଗଣମାଧ୍ୟମରେ ଉକ୍ତ ଭିଡିଓଟି ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୂଖ ଗଣମାଧ୍ୟମ ଏହାକୁ ପ୍ରସାରିତ କରିଥାନ୍ତେ ।

ନିକଟରୁ ପର୍ଯ୍ୟବେକ୍ଷଣ କରିବା ପରେ, ଆମେ ଦେଖିଲୁ ଯେ ଟ୍ରେନ କୋଚ ଗୁଡ଼ିକରେ ଇଂରାଜୀରେ ସିଆର ଚିହ୍ନିତ ହୋଇଛି । ସିଆର ଅର୍ଥ କେନ୍ଦ୍ରୀୟ ରେଳବାଇ, ଯାହାର ମୁମ୍ବାଇ ଉପନଗରୀୟ ରେଳ ବ୍ୟବସ୍ଥା ଅଂଶ। କେନ୍ଦ୍ରୀୟ ରେଳବାଇ ଲୋକାଲ୍ ଟ୍ରେନ୍ଗୁଡ଼ିକ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ୟୁଟର ସେବାର ଏକ ବ୍ୟାପକ ନେଟୱାର୍କ ପ୍ରଦାନ କରେ। ଭିଡିଓରେ ଥିବା ଟ୍ରେନଟି ମଧ୍ୟ ଏକ ମୁମ୍ବାଇ ଲୋକାଲ୍ ଟ୍ରେନ୍ ପରି ଦୃଶ୍ୟମାନ ହେଉଛି ।

ଯାହାର କିଛି ଫଟୋ ତଳେ ଉପଲବ୍ଧ ରହିଛି ।


 



ଏଥିରୁ ଜଣାଯାଏ ଯେ, ଭାଇରାଲ ଭିଡିଓଟି ମୁମ୍ବାଇର ହୋଇଥାଇପାରେ ।

ଉକ୍ତ କିୱାର୍ଡ ଗୁଡ଼ିକ ନେଇ ଅନୁସନ୍ଧାନ କରିବାରୁ କିଛି ଭିଡିଓ ଲିଙ୍କ ହସ୍ତଗତ ହୋଇଥିଲା । ଯେଉଁଥିରେ ମସଜିଦ ରେଲୱେ ଷ୍ଟେସନର ଜଳମଗ୍ନ ଟ୍ରାକରେ, ଟ୍ରେନଟିଏ ଚାଲୁଥିବାର ଦେଖିବାକୁ ମିଳିଛି ।

ଯେଉଁଥିରେ ଉଲ୍ଲେଖ ରହିଛି, ଏହା ମୁମ୍ବାଇର ମସଜିଦ ରେଳଷ୍ଟେସନର ଦୃଶ୍ୟ ।

ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ୍ୟ ହୋଇଥିବାରୁ ଉଭୟଙ୍କୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ହୋଇଥିବାର ଜାଣିବାକୁ ପାଇଥିଲୁ ।

ସେହିପରି ୨୬ ମଇ ୨୦୨୫ରେ ଉକ୍ତ ଘଟଣାକୁ ନେଇ ନିୟୁଜ ୧୮ ଲୋକମତ ପ୍ରସାରିତ କରି ଏକ ଖବର ଉଲ୍ଲେଖ କରିଛି । ଯେଉଁଥିରେ ମୁମ୍ବାଇର ମସଜିଦ ଷ୍ଟେସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ଖବରରେ ପ୍ରକାଶ କରାଯାଇଛି । 


Full View


ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଗୌହାଟିରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସତ ହେଲେ, ଭାଇରାଲ ଭିଡିଓଟି ମୁମ୍ବାଇର ଅଟେ । ଆସାମ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ । 


Claim :  ଗୌହାଟିରେ ଜୁନ ମାସରେ ହୋଇଥିବା ବନ୍ୟା ପରିସ୍ଥିତି, ଟ୍ରେନ ଟ୍ରାକ ଉପରେ ଚାଲୁଛି ବନ୍ୟାଜଳ
Claimed By :  Social Media User
Fact Check :  Unknown

Similar News