ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଭିଡିଓଟି ପ୍ରକୃତରେ ପୁରୀ ରଥଯାତ୍ରା ସମୟର ଅଟେ, ଭୋଟର ଅଧିକାର ଯାତ୍ରା ସହ ନାହିଁ କୌଣସି ସମ୍ପର୍କ

ଭାଇରାଲ ଭିଡିଓଟି ପୁରୀ ରଥଯାତ୍ରା ସମୟର ଅଟେ । ଉକ୍ତ ଭିଡିଓ ସହ ଭୋଟର ଅଧିକାର ଯାତ୍ରାର କୌଣସି ସମ୍ପର୍କ ନାହିଁ ।

Update: 2025-09-06 09:14 GMT


ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ନଭେମ୍ବର, ଡିସେମ୍ବର ମାସରେ ଆସିପାରନ୍ତି ରାହୁଲ ଗାନ୍ଧୀ । ଭୋଟ୍‌ ଚୋରୀ , ଗରିବୀ, ନାରୀ ସୁରକ୍ଷା ପ୍ରସଙ୍ଗରେ ହେବ କାର୍ଯ୍ୟକ୍ରମରେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ । ତେବେ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରର ସସାରାମରୁ କଂଗ୍ରେସ ଦଳର ‘ଭୋଟର ଅଧିକାର ଯାତ୍ରା’ କରି ଚର୍ଚ୍ଚାରେ ରହିଛନ୍ତି । ଏହି ଯାତ୍ରା ରାଜ୍ୟରେ ନିର୍ବାଚନ ଆୟୋଗ ଦ୍ୱାରା ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍) ପ୍ରକ୍ରିୟାରେ କଥିତ ଅନିୟମିତତା ବିରୋଧରେ ଏକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବୋଲି କଂଗ୍ରେସ ନେତା ମତ ପ୍ରକାଶ କରିଛନ୍ତି । ଏହି ୧୬ ଦିନିଆ ଯାତ୍ରା ବିହାରର ୨୪ଟି ଜିଲ୍ଲା ପରିକ୍ରମା କରିଛି । ପାଟନାର ଗାନ୍ଧୀ ମଇଦାନରେ ସେପ୍ଟେମ୍ବର ୧ ତାରିଖରେ ଏକ ବିଶାଳ ସମାବେଶ ସହ ଯାତ୍ରା ସମାପ୍ତ ହୋଇଛି । ସସାରାମରେ ଇଣ୍ଡି ମେଣ୍ଟ ନେତାଙ୍କ ସହ ଏକ ଜନସଭାରେ ରାହୁଲ କହିଛନ୍ତି ନିର୍ବାଚନ କମିସନ ଏବେ କେବଳ ତାଙ୍କୁ ହିଁ ଅଭିଯୋଗ ଆଧାରରେ ଟାର୍ଗେଟ୍‌ କରିଛନ୍ତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ଆକାଶ ମାର୍ଗରୁ ଉତ୍ତୋଳନ କରାଯାଇଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟିକୁ ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ସମୟର ବୋଲି ଦାବି କରିଛନ୍ତି ୟୁଜର୍ସ । ବିହାରରେ ଭୋଟର ଅଧିକାର ଯାତ୍ରାରେ ଏହି ଜନ ସମୁଦ୍ରକୁ ଅନ୍ୟ କୌଣସି ଦଳ ସହଜରେ ଗ୍ରହଣ କରି ପାରିବେ ନାହିଁ ବୋଲି ଦାବି କରିଛନ୍ତି ୟୁଜର୍ସ ।



ଯାହାର ଏକ ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଭାଇରାଲ ଭିଡିଓଟି ଭୋଟର ଅଧିକାର ଯାତ୍ରାର ନୁହେଁ ବରଂ ପୁରୀ ରଥଯାତ୍ରା ସମୟର ଅଟେ । ଉକ୍ତ ଭିଡିଓ ସହ ରାହୁଲଙ୍କ ଭୋଟ ଅଧିକାର ଯାତ୍ରାର କୌଣସି ସମ୍ପର୍କ ନାହିଁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଆମେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ଲେଖି ସର୍ଚ୍ଚ କରିଥିଲୁ ।

ଅନୁସନ୍ଧାନରୁ ବହୁ ଫଟୋ ଭିଡିଓ ପାଇଥିଲୁ ଉକ୍ତ ଯାତ୍ରାରେ ପର୍ଯ୍ୟାପ୍ତ ପରିମାଣର ଜନସମାଗମ ହୋଇଥିଲେ ମଧ୍ୟ ସେ ଦୃଶ୍ୟ ଭାଇରାଲ ଦୃଷ୍ଟ ଠାରୁ ବହୁ ମାତ୍ରାରେ ଅଲଗାଥିଲା ।

ଯଦି ଭାଇରାଲ ଦୃଶ୍ୟଟି ରାହୁଲଙ୍କ ଯାତ୍ରା ସମୟର ହୋଇଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଉକ୍ତ ଭିଡିଓଟି ସ୍ଥାନ ପାଇଥାନ୍ତା ।



Full View



Full View


ଅଧିକ ଅନୁସନ୍ଧାନ ନିମନ୍ତେ ଆମେ ରାହୁଲ ଗାନ୍ଧୀଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସର୍ଚ୍ଚ କରିଥିଲୁ । ଭୋଟର ଅଧିକାର ଯାତ୍ରାର ବହୁ ଫଟୋ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିଲେମଧ୍ୟ ଭାଇରାଲ ଭିଡିଓର କୌଣସି ଅଂଶ ପାଇନଥିଲୁ ।

ଭାଇରାଲ ଭିଡିଓକୁ ତର୍ଜମା କରିବାକୁ ଯାଇ ଉକ୍ତ ଭିଡିଓକୁ ନିରିଖେଇ ଦେଖିବାରୁ ଭିଡିଓରେ ପୁରୀ ମନ୍ଦିର ଦୃଶ୍ୟମାନ ହୋଇଥିବାର ଦେଖିବାକୁ ମିଳିଛି । 




ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଇନଷ୍ଟାଗ୍ରାମ ପେଜରେ ଏହା ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।

ଯେଉଁଥିରେ ଉଲ୍ଲେଖ ଥିଲା ପୁରୀ ରଥଯାତ୍ରାର ଦୃଶ୍ୟ । 



ସେହିପରି ଉକ୍ତ ଭିଡିଓଟି ଏକାଧିକ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।


ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ଭାଇରାଲ ଭିଡିଓଟି ପୁରୀ ରଥଯାତ୍ରା ସମୟର ଅଟେ । ଉକ୍ତ ଭିଡିଓ ସହ ଭୋଟର ଅଧିକାର ଯାତ୍ରାର କୌଣସି ସମ୍ପର୍କ ନାହିଁ । 


Claim :  ରାହୁଲଙ୍କ ଭୋଟର ଅଧିକାର ଯାତ୍ରାରେ ପ୍ରବଳ ଜନ ସମାଗମ
Claimed By :  Social Media User
Fact Check :  Unknown
Tags:    

Similar News