ଫ୍ୟାକ୍ଟ ଚେକ୍: ଭିଡିଓରେ ଏକ ସାମୁହିକ ବିବାହ ଉତ୍ସବରେ ହଟଗୋଳ ପରିସ୍ଥିତି ଦେଖିବାକୁ ମିଳିଛି, ଆରଏସଏସ କିମ୍ବା କ୍ରିଷ୍ଟିୟାନଙ୍କ ସହ ନାହିଁ କୌଣସି ସମ୍ପର୍କ
କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଏକ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲରେ ଚଳିତବର୍ଷ ଅକ୍ଟୋବର ମାସରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ହିଜାବ ପିନ୍ଧି ପ୍ରବେଶ କରିବାକୁ ମନା କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଥିଲା । ପ୍ରସାରିତ ଖବର ଅନୁଯାୟୀ, ପଲ୍ଲୁରଥିର ସେଣ୍ଟ ରିଟା'ସ ପବ୍ଲିକ୍ ସ୍କୁଲର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ହିଜାବ ଏହାର 'ଡ୍ରେସ୍ କୋଡ୍' ଉଲ୍ଲଂଘନ କରିଛି ଏବଂ ଝିଅଟିକୁ ଏହାକୁ କାଢ଼ିବାକୁ ବାଧ୍ୟ କରାଯାଇଥିଲା ।
ସେହିପରି ସ୍କୁଲ ଛାତ୍ରୀଙ୍କ ସୂଚନା ଅନୁଯାୟୀ, "ଏହି ସ୍କୁଲ ମୋତେ ହିଜାବ ପିନ୍ଧିବାକୁ ଅନୁମତି ଦେଉନାହିଁ। ସେମାନେ ମୋତେ ଶ୍ରେଣୀଗୃହର ପ୍ରବେଶ ଦ୍ୱାରରେ ଠିଆ କରାଇଲେ ଏବଂ ଏହାକୁ କାଢ଼ିବାକୁ କହିଲେ । ଛାତ୍ରୀଟି ଏହା ମଧ୍ୟ ଅଭିଯୋଗ କରିଛି ଯେ, ଶିକ୍ଷକମାନେ ଅସଭ୍ୟ ବ୍ୟବହାର କରିଥିଲେ, ମୁଁ ଏଠାରେ ପଢ଼ିବିନାହିଁ। "
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ବହୁ ସଂଖ୍ୟକ ଲୋକ ଥିବା ଵେଳେ ପଟି ଫିଙ୍ଗାଫିଙ୍ଗା କରି ଏଣେତେଣେ ଦୌଡ଼ି ଦୌଡ଼ି ଯାଉଥିବାର ଦେଖାଯାଉଛି । ଭାଇରାଲ ଭିଡିଓଟି ତେଲେଙ୍ଗାନାର ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନେ ଏକ କ୍ୟାଥୋଲିକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି ବୋଲି ଦାବି କରିଛନ୍ତି ୟୁଜର୍ସ ।
ସୋସିଆଲ ମିଡିଆରେ ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, "ମୁସଲମାନ ମାନଙ୍କୁ ଆକ୍ରମଣ କରିବା ପରେ, ଆରଏସଏସ ଉଗ୍ରବାଦୀମାନେ ଏବେ ଖ୍ରୀଷ୍ଟିଆନଙ୍କ ପ୍ରତି ସେମାନଙ୍କର ହିଂସା ମୁହାଁଇଛନ୍ତି। ତେଲେଙ୍ଗାନାର ମଞ୍ଚେରିଆଲରେ ଥିବା ସେଣ୍ଟ ମଦର ଟେରେସା କ୍ୟାଥୋଲିକ ସ୍କୁଲରେ, ସେମାନେ ପ୍ରିନ୍ସିପାଲ ଫାଦର ରାଇମନ ଜୋସେଫଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ କପାଳରେ ଜବରଦସ୍ତି ତିଳକ ଲଗାଇଥିଲେ । ତେବେ ଏହା ଗାନ୍ଧୀଙ୍କ ଭାରତ ନୁହେଁ ବୋଲି ପୋଷ୍ଟରେ ଦର୍ଶାଇଛନ୍ତି ୟୁଜର୍ସ ।
ଯାହାର ଏକ ଆର୍କାଇଭ୍ ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ଥିବା ବେଳେ ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶର ହରିରାମପୁର ଅଞ୍ଚଳର ଅଟେ । ଯେଉଁଥିରେ ଏକ ବିବାହ ଉତ୍ସବରେ ଏଭଳି ଘଟଣା ଘଟିଥିବାର ଜଣାଯାଇଛି, ଉକ୍ତ ଭିଡିଓ ସହ ଆରଏସଏସ ସହ ନାହିଁ କୌଣସି ସମ୍ପର୍କ ।
ଭାଇରାଲ୍ ଭିଡିଓକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
୨୭ ନଭେମ୍ବରରେ ଜିଷ୍ଟ ନ୍ୟୁଜ୍ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଉକ୍ତ ଭିଡିଓଟି ସେୟାର କରାଯାଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓର କ୍ୟାପସନରେ ଉଲ୍ଲେଖ ରହିଛି, "ଉତ୍ତର ପ୍ରଦେଶର ହମିରପୁରରେ ଆୟୋଜିତ ହୋଇଥିବା ଏକ ଗଣ ବିବାହ ଉତ୍ସବର ଦୃଶ୍ୟ । ଅଧିକ ସଂଖ୍ୟକଲୋକେ ଏକାଠି ହେବା ପରେପରେ ଖାଦ୍ୟ କାଉଣ୍ଟର ଆଡ଼କୁ ଅସାଧାରଣ ଭାବେ ଦୌଡିବାରେ ଲାଗିଥିଲେ । ଯାହାଫଳରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଏଭଳି ଅଣାୟତ୍ତ ହୋଇଥିଲା ଯେ, ବହୁ ସଂଖ୍ୟକ ଲୋକେ ତଳେ ପଡ଼ି ଯାଇଥିଲେ । ଦଳାଚକଟା ପରିସ୍ଥିତି ଉପୁଜିବାରୁ ସେମାନେ ଆହତ ହୋଇଥିଲେ ।
ଉକ୍ତ କିୱାର୍ଡ ସର୍ଚ୍ଚ କରିବାରୁ ୨୭ ନଭେମ୍ବର ୨୦୨୫ରେ ଲଜିକାଲ ଇଣ୍ଡିଆନ ଉକ୍ତ ଭିଡିଓଟିକୁ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ଲଜିକାଲ ଇଣ୍ଡିଆନ ଉଲ୍ଲେଖ କରିଛି, ଗଣ ବିବାହ ଉତ୍ସବରେ ଅତିଥି ହେଲେ ହଟହଟା । ଉପୁଜିଲା ଦଳାଚକଟା ପରିସ୍ଥିତି, ଶତାଧିକ ଆହତ ମଧ୍ୟ ହୋଇଛନ୍ତି ।
ସେହିପରି ୨୫ ନଭେମ୍ବରରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରସାରିତ ଖବର ଅନୁଯାୟୀ ସ୍ୱାମୀ ବ୍ରହ୍ମାନନ୍ଦ ବିଦ୍ୟାଳୟର ଖେଳ ପଡ଼ିଆରେ ସ୍ଥାନୀୟ ସରକାରୀ ସ୍ତରରେ ଆୟୋଜିତ ଏକ ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ଯେଉଁଥିରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଖାଦ୍ୟ ନେବାକୁ ଧାଇଁ ଆସିଥିଲେ ଏବଂ ଚିପ୍ସ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ବାକ୍ସ ଲୁଟି ନେଇଥିଲେ ।
ଉକ୍ତ ଖବରକୁ ଏନଡିଟିଭି ନିଜ ଡିଜିଟାଲ ମିଡିଆରେ ପ୍ରସାରିତ କରି ଉଲ୍ଲେଖ କରିଛି, ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଗଣବିବାହ ଉତ୍ସବରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଖାଦ୍ୟ ଗ୍ରହଣ ପାଇଁ ଶତାଧିକ ଅତିଥି ଏକ କାଳୀନ ଭାବେ ଧାଇଁ ଆସିଥିଲେ, ଯାହା ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଦଳାଚକଟା ପରିସ୍ଥିତି ହେତୁ ଅନେକ ଅତିଥି ଆହତ ହୋଇଥିଲେ ।
ରଥ ନଗରର ବ୍ରହ୍ମାନନ୍ଦ ମହାବିଦ୍ୟାଳୟର କ୍ରୀଡା ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ ଯୋଜନା ଅନୁଯାୟୀ ୩୮୩ ଜଣ ଦମ୍ପତିଙ୍କ ଗଣବିବାହ ଆୟୋଜନ କରାଯାଇଥିଲା । ଦମ୍ପତିଙ୍କ ବିବାହ ରୀତିନୀତି ସମାପ୍ତ ହେବା ପରେ, ଖାଦ୍ୟ ପରିବେଷଣ କରାଯାଉଥିଲା, ଏବଂ ସ୍ଥାନରେ ଉପସ୍ଥିତ ଲୋକମାନେ ତୁରନ୍ତ ଚିପ୍ସ ପ୍ୟାକେଟ ଧରିବାକୁ ଧାଇଁ ଆସିଥିଲେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ଉତ୍ତରପ୍ରଦେଶର ହମିରପୁରରେ ଆୟୋଜିତ ହୋଇଥିବା ଗଣ ବିବାହ ଉତ୍ସବରେ ଘଟିଥିବା ଅଘଟଣର ଅଟେ । ଉକ୍ତ ଭିଡିଓ ସହ ନାହିଁ ଆରଏସଏସ ସହ କୌଣସି ସମ୍ପର୍କ ।