ଫ୍ୟାକ୍ଟ ଚେକ୍: ପାକିସ୍ତାନ ବିରୋଧରେ ପୋଷ୍ଟ କରିବାରୁ ହିନ୍ଦୁ ପରିବାର ଉପରେ ଆକ୍ରମଣ ହୋଇଥିବା ଦାବିରେ ନାହିଁ କୌଣସି ସତ୍ୟତା

ଉକ୍ତ ଘଟଣା ସହ ଆଣ୍ଟି ପାକ୍ ସୋସିଆଲ ମିଡ଼ିଆ ପୋଷ୍ଟର ନାହିଁ କୌଣସି ସମ୍ପର୍କ । ଗାଡି ହର୍ନ ବଜାଇବାକୁ ନେଇ ଦୁଇଜଣଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ପରେପରେ ଏହା ଗୋଷ୍ଠୀ ବିବାଦର ଉଗ୍ରରୂପ ନେଇଥିଲା ।

Update: 2025-05-03 09:49 GMT


ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ଜଣଙ୍କ ଘର ଉପରେ ଚାଲିଲା ବୁଲଡୋଜର। ଆଉ ଜଣଙ୍କ ଘର ବମ୍‌ରେ ଉଡାଇଦେଲେ ସୁରକ୍ଷାବାହିନୀ। ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ସାମିଲ ଥିବା ଅଭିଯୁକ୍ତ ଆସିଫ ଶେଖର ମୋଗାମା ସ୍ଥିତ ଘର ଉଡାଇଦେଲେ ସୁରକ୍ଷାବାହିନୀ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ତ୍ରାଲ ସ୍ଥିତ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଲେ ଜାମ୍ମୁ କାଶ୍ମୀର ପ୍ରଶାସନ। ଅନ୍ୟପଟେ ପାକିସ୍ତାନର ଶାହାବାଜ ସରକାରଙ୍କ ବିରୋଧରେ ଭାରତ ପକ୍ଷରୁ ଏକ ବଡ଼ 'ଡିଜିଟାଲ୍ ଷ୍ଟ୍ରାଇକ୍' କରାଯାଇଛି। ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଭାରତୀୟ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଛି। ଏହାକୁ ନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଅଭିଯୋଗ ପାଇବା ପରେ ଏହା କରାଯାଇଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବାର ଦେଖିବାକୁ ମିଳିଛି ।

ତେବେ ପାକିସ୍ତାନ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଏକ ହିନ୍ଧୁ ପରିବାର ଉପରକୁ ଆକ୍ରମଣ ହୋଇଥିବାର ଦାବିସହ ଉକ୍ତ ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ୟୁଜର୍ସ ।

( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )

ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଏବଂ ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ପୁନେର ଅଟେ । ଉକ୍ତ ଘଟଣାଟି ଗାଡ଼ିହର୍ନ କୁ ନେଇ ଘଟିଥିବା ବିବାଦକୁ ନେଇ ହୋଇଥିବାର ଜଣାଯାଇଛି । ଆଣ୍ଟି-ପାକିସ୍ତାନ ପୋଷ୍ଟ ସହ ନାହିଁ କୌଣସି ସମ୍ପର୍କ ।

ତଦନ୍ତ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ। ହେଲେ କୌଣସି ପ୍ରମୁଖ ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରଣ ହୋଇଥିବାର ପାଇନଥିଲୁ । ଇତିମଧ୍ୟରେ ଯଦି ଏଭଳିକୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଏନେଇ ନିଶ୍ଚିତ ଖବର ପ୍ରସାରିତ ହୋଇଥାନ୍ତା ।

ତେବେ ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ସର୍ଚ୍ଚ କରିଥିଲୁ ।


ସର୍ଚ୍ଚରୁ ଏକ୍ସ ଆକାଉଣ୍ଟରେ ହୋଇଥିବା ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ସୌରଭ କୋରାଟକର ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ସାମ୍ବାଦିକ ବୋଲି ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ।

୨୯ ଅପ୍ରେଲ ୨୦୨୫ରେ ଏକ ଭିଡିଓ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି ।

( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୭୪୩୧ ଭିୟୁ ମିଳିଥିବା ବେଳେ ୧୪୭ ଲାଇକ ମିଳିଥିବାର ଦେଖିବାକୁ ମିଳିଛି ।

ଭିଡିଓ ପୋଷ୍ଟ କରି ସୌରଭ ଉଲ୍ଲେଖ କରିଛନ୍ତି, गाडीचा हॉर्न वाजवण्याच्या क्षुल्लक कारणावरून पुण्यातल्या भवानी पेठेत हाणामारी..एकाकडून दगडफेक( शेवटचे ୩ सेकंद) ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ପୁନେର ଭବାନୀ ପେଠରେ ଗାଡି ହର୍ଣ୍ଣ ବଜାଇବାକୁ ନେଇ ଝଗଡ଼ା.. ଶେଷ ୩ସେକେଣ୍ଡରେ ଜଣେ ବ୍ୟକ୍ତି ପଥର ଫିଙ୍ଗିଛନ୍ତି । 



ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ କିୱାର୍ଡ ଗୁଡିକୁ ନେଇ ଅନୁସନ୍ଧାନ କରିବାରୁ ଏକ ଗଣମାଧ୍ୟମରେ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । 


Full View


ଉକ୍ତ ଘଟଣାକୁ ନେଇ ଲୋକମତ ଟାଇମ୍ସ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଭବାନୀ ପେଠ ଅଞ୍ଚଳରେ ବାଇକ୍ ସାଉଣ୍ଡ ସମ୍ବନ୍ଧୀୟ ବିବାଦକୁ ନେଇ ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାର ଉପରେ ନିର୍ମମ ଆକ୍ରମଣ କରାଯାଇଥିଲା। ଖଡକ୍ ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ହତ୍ୟା ଉଦ୍ୟମ ପାଇଁ ଅନ୍ୟ ପାଞ୍ଚ ଜଣଙ୍କୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ଘଟଣାଟି ୨୭ ଏପ୍ରିଲ ଦିନ ଅପରାହ୍ନ ୨ଟା ସମୟରେ ଗୁରୁନାନକ ନଗରର ଜୀବନ ଜ୍ୟୋତି ସୋସାଇଟିରେ ଘଟିଥିଲା । ରିପୋର୍ଟ ଅନୁଯାୟୀ, କରଣଙ୍କ ସାନ ଭାଇ ହର୍ଷ କେଶୱାନି ସଂକୀର୍ଣ୍ଣ ଗଳି ଦେଇ ଯାଉଥିବା ସମୟରେ ହର୍ଣ୍ଣ ବଜାଇ ବିବାଦ ଆରମ୍ଭ ହୋଇଥିଲା । ଅଭିଯୁକ୍ତ, ସୋଏବ ଉମର ସୈୟଦ, ରାସ୍ତାରେ ତାଙ୍କ ଅଟୋ-ରିକ୍ସା ପାର୍କିଂ କରି ସାମଗ୍ରୀ ଖଲାସ କରୁଥିଲେ। ହର୍ଣ୍ଣିଂରେ କ୍ରୋଧିତ ହୋଇ ସୋଏବ ହର୍ଷଙ୍କୁ ଗାଳି ଦେଇଥିଲେ ଏବଂ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଆକ୍ରମଣ ସମୟରେ ତାଙ୍କ ପୋଷାକ ଚିରି ଯାଇଥିଲା । ପରେ, ହର୍ଷ ତାଙ୍କ ଭଉଣୀ ନିକିତା ଏବଂ ଦାଦା ଭାରତ କେଶୱାନିଙ୍କ ସହିତ ସୋଏବଙ୍କୁ ମୁକାବିଲା କରିବାକୁ ଫେରି ଆସିଥିଲେ। ସେହି ସମୟରେ, ସୋଏବ ଏବଂ ତାଙ୍କ ସହଯୋଗୀମାନେ ପୁଣି ପରିବାର ଉପରେ ଆକ୍ରମଣ କରିଥିଲେ। ସୋଏବ ହର୍ଷଙ୍କ ମୁଣ୍ଡକୁ ପଥରରେ ଆଘାତ କରିଥିଲେ ଏବଂ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ଜଣାପଡ଼ିଛି । ହର୍ଷଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ​​ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଆକ୍ରମଣରେ ନିକିତା ଏବଂ କରଣ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କ ଉପରେ ପଥର ଫିଙ୍ଗାଯାଇଥିବା ଜଣାପଡ଼ିଛି, ଏବଂ ନିକିତାଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି। ସୋଏବ ସେମାନଙ୍କ ଦାଦାଙ୍କୁ ମଧ୍ୟ ଗାଳି ଦେଇଥିଲେ ଏବଂ ସେମାନଙ୍କ ଘର ପୋଡ଼ି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ଉକ୍ତ ଘଟଣା ନେଇ ମାଇ ପୁନେପଲ୍ସ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଭବାନୀ ପେଠରେ ଫ୍ରିଷ୍ଟାଇଲ୍ ଲଢ଼େଇ । ଭାଇରାଲ ହେଲା ଭିଡିଓ । ଜଣେ ଗିରଫ ସୂଚନା ।

ଭବାନୀ ପେଠରେ ଭାଇ ଭଉଣୀଙ୍କ ଉପରକୁ ଆକ୍ରମଣ, ଭବାନୀ ପେଠରେ ଗାଡ଼ି ହର୍ନ ବଜାଇବାକୁ ନେଇ ମୁହାଁମୁହିଁ ପରିସ୍ଥିତି ହୋଇଥିବା ସୂଚନା, ବୋଲି ପୁନେକର ନିୟୁଜ ପ୍ରସାରଣ କରିଛି।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଘଟଣା ସହ ଆଣ୍ଟି ପାକ୍ ସୋସିଆଲ ମିଡ଼ିଆ ପୋଷ୍ଟର ନାହିଁ କୌଣସି ସମ୍ପର୍କ । ଗାଡି ହର୍ନ ବଜାଇବାକୁ ନେଇ ଦୁଇଜଣଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ପରେପରେ ଏହା ଗୋଷ୍ଠୀ ବିବାଦର ଉଗ୍ରରୂପ ନେଇଥିଲା ।


Claim :  ପାକିସ୍ତାନ ବିରୋଧରେ ପୋଷ୍ଟକରି ପୁନେରେ ଆକ୍ରମଣର ଶିକାର ହେଲେ ହିନ୍ଦୁ ପରିବାର
Claimed By :  Social Media User
Fact Check :  Unknown
Tags:    

Similar News