ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ବହୁ ପୁରୁଣା ଅପରେସନ ସିନ୍ଦୁର ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ୨୦୨୦ର ଅଟେ, ନିର୍ବାଚନ ପ୍ରଚାର ସମୟରେ ମୁଜାଫରପୁର ବିହାରରେ ମହିଳା ଦ୍ୱାରା ଆକ୍ରୋସର ଶିକାର ହୋଇଥିଲା ବିଜେପିର ପ୍ରଚାରଯାନ । ଉକ୍ତ ଭିଡିଓ ସହ ଅପରେଶନ ସିନ୍ଦୂର ବିଜୟ ଗାଥାର କୌଣସି ସମ୍ପର୍କ ନାହିଁ ।

Update: 2025-06-10 06:47 GMT

The viral video is very old and has no link to Operation Sindoor


ଅପରେସନ ସିନ୍ଦୂର’ ମାଧ୍ୟମରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ପର୍ଦ୍ଦାଫାସ କରିବା ପାଇଁ ଭାରତ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି । କେନ୍ଦ୍ର ସରକାର ସାରା ବିଶ୍ୱରେ ୫୯ ଜଣିଆ ପ୍ରତିନିଧିମଣ୍ଡଳୀ ପଠାଇବେ। ସର୍ବଦଳୀୟ ସାଂସଦଙ୍କ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ୧୦ ଜଣ ମୁସଲିମ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରତିନିଧି ଦଳରେ ୫୧ ଜଣ ନେତା ଏବଂ ୮ ଜଣ ରାଷ୍ଟ୍ରଦୂତ ଅଛନ୍ତି। ଏନଡିଏର ୩୧ ଜଣ, କଂଗ୍ରେସରୁ ୩ ଜଣ ଏବଂ ଅନ୍ୟାନ୍ୟ ଦଳର ୨୦ ଜଣ ନେତାଙ୍କୁ ସ୍ଥାନ ମିଳିଛି ।

ଉକ୍ତ ନେତା ମାନେ ସାଉଦି ଆରବ, କୁଏତ, ବାହାରିନ ଏବଂ ଆଲଜେରିଆ, ୟୁକେ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଭଳି ଦେଶରେ ଅପରେସନ ସିନ୍ଦୂରର ବିଜୟ ଗାଥା ବଖାଣୁଛନ୍ତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି କିଛି ମହିଳା ଏକ ଗାଡ଼ିକୁ ଅଟକାଇ ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଛି । ଉକ୍ତ ଗାଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହ ଆଉକିଛି ନେତାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି। ଗାଡ଼ିରେ ବିଜେପିର ଦଳୀୟ ଚିହ୍ନ ଥିବାର ଦେଖିବାକୁ ମିଳିଛି । ମହିଳାମାନେ ଯୁକ୍ତି କରିବା ସହ ଗାଡ଼ିଟିକୁ ଫେରେଇ ନେବାକୁ କହୁଥିବାର ଶୁଣିବାକୁ ମିଳିଛି । 


Full View


Full View


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ୨୦୨୦ର ଅଟେ, ନିର୍ବାଚନ ପ୍ରଚାର ସମୟରେ ମୁଜାଫରପୁର ବିହାରରେ ମହିଳାଙ୍କ  ଦ୍ୱାରା ଆକ୍ରୋସର ଶିକାର ହୋଇଥିଲା ବିଜେପିର ପ୍ରଚାରଯାନ ।

ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ବିହାରରେ ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।

ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଉତ୍ତର ପ୍ରଦେଶର ଜଣେ ସାମ୍ବାଦିକଙ୍କୁ ଯୋଗାଯୋଗ କରିଥିଲୁ, ତାଙ୍କ ସୂଚନା ଅନୁଯାୟୀ, ' ଏଭଳି କୌଣସି ଘଟଣା ନିକଟରେ ଉତ୍ତର ପ୍ରଦେଶରେ ଘଟିନାହିଁ, ଯଦି ଘଟିଥାନ୍ତା ତେବେ ଏନେଇ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଭିଡିଓଟି ବହୁ ପୁରୁଣା ହୋଇଥାଇ ପାରେ କିମ୍ବା ଉତ୍ତର ପ୍ରଦେଶ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନଥାଇପାରେ, ବୋଲି ସୂଚନା ଦେଇଛନ୍ତି ।

ଭିଡିଓର କିଛି ଅଂଶନେଇ ଯେତେବେଳେ ଆମେ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ, ଏକ ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲା । ଜଣେ ୟୁଜର୍ସ ଏକ ଭିଡିଓ ପୋଷ୍ଟ କରି ବିହାର ଭାଗୋ ବୋଲି ଉଲ୍ଲେଖ କରିଛନ୍ତି । 


ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ୍ୟ ହୋଇଥିବାରୁ ଆମେ ଉଭୟ ଭିଡିଓକୁ ତୁଳନା କରିଥିଲୁ ।



ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ ଭିଡିଓଟି ୨୫ ଅକ୍ଟୋବର ୨୦୨୦ରେ ଉକ୍ତ ୟୁଜର୍ସ ଜଣଙ୍କ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଯାହାକି ଅପରେସନ ସିନ୍ଦୂରର ବହୁ ବର୍ଷ ପୂର୍ବର ଘଟଣା ।




ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ରଳ ଭିଡିଓ ସହ ଅପରେସନ ସିନ୍ଦୂର ବିଜୟ ଗାଥାର କୌଣସି ସମ୍ପର୍କ ନାହିଁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କିଛି ଗଣମାଧ୍ୟମରେ ଉକ୍ତ ଘଟଣା ନେଇ ପ୍ରସାରିତ ଲିଙ୍କ ପାଇଥିଲୁ ।

୨୪ ଅକ୍ଟୋବର ୨୦୨୦ରେ ଉକ୍ତ ଘଟଣା ନେଇ ହେଡଲାଇନ୍ସ ବିହାର ଏକ ଖବର ପ୍ରସାରଣ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।

୨୦୨୦ ବିହାର ନିର୍ବାଚନ ପ୍ରଚାର ସମୟରେ ମୁଜାଫରପୁର ର କୁଧନୀରେ ବିଜେପି ବିଧାୟକ ପ୍ରାର୍ଥୀ କେଦାର ଗୁପ୍ତାଙ୍କ ପ୍ରଚାର ଗାଡ଼ିକୁ ସ୍ଥାନୀୟ ମହିଳା ମାନେ ଅଟକାଇଥିଲେ ବୋଲି ଉଲ୍ଲେଖ ରହିଛି । 


Full View


୨୫ ଅକ୍ଟୋବର ୨୦୨୦ରେ ଜନସତ୍ତା ଉକ୍ତ ଖବରକୁ ବିଶୃତ ଭାବେ ଲେଖି ଉଲ୍ଲେଖ କରିଛି, ବିହାର ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିବାକୁ ପହଁଞ୍ଚୁଥିବା ଅନେକ ଜନପ୍ରତିନିଧି ମଧ୍ୟ ଜନସାଧାରଣଙ୍କ କ୍ରୋଧର ସମ୍ମୁଖୀନ ହେଉଛନ୍ତି। ମୁଜାଫରପୁରର କୁଧନୀ ଅଞ୍ଚଳର ଏକ ଗାଁରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବିଜେପି ବିଧାୟକ କେଦାର ପ୍ରସାଦ ଗୁପ୍ତାଙ୍କ ପ୍ରଚାର ଗାଡ଼ି ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ, ବିଶେଷକରି ମହିଳାମାନେ କ୍ରୋଧିତ ହୋଇ ପ୍ରଚାର ଗାଡ଼ିକୁ ଦୁର୍ବ୍ୟବହାର କରି ଫେରାଇ ଦେବାକୁ ବାଧ୍ୟ କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ୨୦୨୦ର ଅଟେ, ନିର୍ବାଚନ ପ୍ରଚାର ସମୟରେ ମୁଜାଫରପୁର ବିହାରରେ ମହିଳା ଦ୍ୱାରା ଆକ୍ରୋସର ଶିକାର ହୋଇଥିଲା ବିଜେପିର ପ୍ରଚାରଯାନ । ଉକ୍ତ ଭିଡିଓ ସହ ଅପରେଶନ ସିନ୍ଦୂର ବିଜୟ ଗାଥାର କୌଣସି ସମ୍ପର୍କ ନାହିଁ । 


Claim :  ବିହାରରେ ଅପରେଶନ ସିନ୍ଦୁର ବିଜୟ ଗାଥା ଶୁଣାଇବାକୁ ଯାଇଥିବା ବେଳେ ମହିଳାଙ୍କ ଦ୍ୱାରା ଆକ୍ରମଣର ଶିକାର ହେଲେ ବିଜେପି ନେତା
Claimed By :  Social Media User
Fact Check :  Unknown
Tags:    

Similar News