ଫ୍ୟାକ୍ଟ ଚେକ୍: ପୁରୁଣା ଭିଡିଓକୁ କରାଯାଉଛି ଭାଇରାଲ, ଆପ୍ ନେତାଙ୍କ ଫଟୋ ଥିବା ବୋର୍ଡରେ କାଳୀ ବୋଳିଲେ ମହିଳା
ଉକ୍ତ ଭିଡିଓଟି ୨୦୨୪ ମସିହାର । ୨୦୨୫ ଦିଲ୍ଲୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ।
Old Video Goes Viral: Woman Smears Black Ink on AAP Leaders' Photos
ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ । ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ । ଦିଲ୍ଲୀ ଏକଜିଟ୍ ପୋଲକୁ ନେଇ ଚାଣକ୍ୟ ଷ୍ଟ୍ରାଟେଜୀ କହିଛି କି, ଏଥର ବିଜେପି ଧମାକାଦାର ପ୍ରଦର୍ଶନ କରିବାକୁ ଯାଉଛି । ଦିଲ୍ଲୀରେ ବିଜେପିକୁ ୩୯-୪୪ ସିଟ୍ ମିଳିବାକୁ ଯାଉଥିବା ଚାଣକ୍ୟ କହିଛି । ସେହିଭଳି ଆପ୍କୁ ୨୫-୨୮ ସିଟ୍ ମିଳିବାକୁ ଯାଉଥିବା ବେଳେ କଂଗ୍ରେସକୁ ୨-୩ ସିଟ୍ ମିଳିବାକୁ ଯାଉଛି ।
ସେହିପରି ପିପୁଲ୍ସ ଇନସାଇଟ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରିପାରେ । ୭୦ ଆସନରୁ ବିଜେପିକୁ ୪୦-୪୪ ସିଟ୍ ମିଳୁଥିବା ବେଳେ ଶାସକ ଦଳ ଆମ୍ ଆଦମୀ ପାର୍ଟିକୁ ୨୫-୨୯ ସିଟ୍ ମିଳିବାକୁ ଯାଉଛି ଅନ୍ୟପଟେ କଂଗ୍ରେସ ଖାତା ବି ଖୋଲିବାକୁ ସକ୍ଷମ ହେଉନି ବୋଲି ଆକଳନ କରିଛି ପିପୁଲ୍ସ ଇନସାଇଟ୍ ।
ଇତିମଧ୍ୟରେ ଏକ ୨୦ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ସିଢ଼ି ପକାଇ ଏକ ବୋର୍ଡ଼ ଉପରେ ଚଢିଥିବାର ଦେଖିବାକୁ ମିଳିଛି । ବୋର୍ଡ଼ରେ ଆପ୍ ନେତା ଆତିଶୀଙ୍କୁ ସ୍ୱାଗତ ଜଣାଉଥିବା ହିନ୍ଦୀରେ ଉଲ୍ଲେଖ ରହିଥିବା ବେଳେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଫଟୋ ରହିଛି । ଉକ୍ତ ଫଟୋରେ ମହିଳାଜଣଙ୍କ କାଳୀ ବୋଳୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।
ତେବେ ବର୍ତ୍ତମାନ ଦିଲ୍ଲୀରେ ନିର୍ବାଚନ ସରିଥିବା ବେଳେ, ଫଳାଫଳ ପୂର୍ବରୁ ଦିଲ୍ଲୀ ବାସୀ ନିଜ ମତ ଦେଇଛନ୍ତି ବୋଲି ଦାବି ହୋଇଛି । ଉକ୍ତ ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି । चाची ने वोट डालने के बाद रिजल्ट भी साथ ही घोषित कर दिया
ଯାହାର ଓଡ଼ିଆ ଅନୁବାଦ ହେଉଛି, ଚାଚୀ ଭୋଟ୍ ଦେବା ପରେପରେ, ଫଳାଫଳ ମଧ୍ୟ ଘୋଷଣା କରିଦେଇଛନ୍ତି ।
ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଥିବା ବେଳେ, କିଛି ସ୍କ୍ରିନସଟ୍ ତଳେ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ, ୨୦୨୪ର ଭିଡିଓ କୁ ବର୍ତ୍ତମାନର ଭିଡିଓ ଲେଖି କରାଯାଇଛି ସେୟାର ।
ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । ଯେଉଁଥିରେ ଭାଇରାଲ ଭିଡିଓ ସଦୃଶ ଏକ ଭିଡିଓ ରହିଥିବା ବେଳେ ତାହା ୨୦୨୪ରେ ଅପଲୋଡ଼ ହୋଇଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ ରହିଛି ଯେ, କାଳୀ ବୋଳୁଥିବା ମହିଳାଙ୍କ ଘର ଶ୍ରୀ ନିବାସ ପୁରୀ ଅଞ୍ଚଳରେ । ବିଗତ ବହୁ ଦିନ ହେବ ତାଙ୍କ ଘର ଭିତରେ ସ୍ୱରେଜ ପାଣି ପଶୁଚି । ଦୀର୍ଘ ୧୫ଦିନ ହେବ ଏନେଇ ସେ ଅଭିଯୋଗ କରିବା ପରେ ମଧ୍ୟ ଦିଲ୍ଲୀ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି । ତେଣୁ ମହିଳା ଜଣଙ୍କ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି ।
ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିଥିଲୁ ଉଭୟ ଭିଡିଓ ସମାନ ବୋଲି ଜାଣିବାକୁ ପାଇଥିଲୁ ।
ସେହିପରି ୨୮ ଫେବ୍ରୁଆରୀ ୨୦୨୪ରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ହରିସ ଖୁରାନା ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, AamAadmiParty और उनके मंत्रियों ने दिल्ली की जनता का जीवन नर्क बना दिया है। श्री निवासपुरी वार्ड में पिछले 15 दिन से सीवर का गंदा व बदबूदार पानी उनके घरों में घुसा है, और आप जनता की सैकड़ों शिकायत पर भी वहां नहीं गईं । आज श्री निवासपुरी वार्ड की महिलाओं ने @ArvindKejriwal और @AtishiAAP के चेहरे पर कालिख पोत डाली। केजरीवाल आतिशी 'हाय हाय' के नारे लगाए ।
ଆପ୍ ଏବଂ ଆପ୍ ର ମନ୍ତ୍ରୀ ମାନେ ଦିଲ୍ଲୀବାସୀଙ୍କ ଜୀବନ ନର୍କ କରିଦେଇଛନ୍ତି । ୧୫ ଦିନ ହେବ ଶ୍ରୀନିବାସ ପୁରୀ ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ଅସନା ପାଣି ପଶୁଥିବା ବେଳେ ଏହାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଜି ସେହି ଅଞ୍ଚଳରେ ଲାଗିଥିବା ଏକ ଆପ୍ ବୋର୍ଡ଼ରେ ଜଣେ ମହିଳା କାଳୀ ବୋଳି ବିରୋଧ ପ୍ରଦର୍ଶନ କରିଛନ୍ତି ।
ସେହିପରି ବିଜେପି ନେତା ବିଜେନ୍ଦ୍ର ଗୁପ୍ତା ୨୮ ଫେବ୍ରୁଆରୀ ୨୦୨୪ରେ ଉକ୍ତ ଭିଡିଓ ସେୟାର କରି ଲେଖିଛନ୍ତି, ଦିଲ୍ଲୀ ବାସୀ ଆପ୍ ଉପରେ ବିଶ୍ୱାସ ପ୍ରକଟ କରି ବହୁମାତ୍ରାରେ ବିଜୟୀ କରାଇଥିଲେ ହେଲେ ଏହାର ଫଳାଫଳ କଣ ଏଇଆ !
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ,ଭାଇରାଲ ଭିଡିଓଟି ୨୦୨୫ ଦିଲ୍ଲୀ ନିର୍ବାଚନ ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଉକ୍ତ କିୱାର୍ଡ ଗୁଡିକ ବ୍ୟବହାର କରି ଯେତେବେଳେ ଆମେ ଗୁଗୁଲରେ ଅନୁସନ୍ଧାନ କରି ଦ ନିଉଜ ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଭିଡିଓ ହସ୍ତଗତ ହୋଇଥିଲା । ୨୯ ଫେବ୍ରୁଆରୀ ୨୦୨୪ ରେ ଉକ୍ତ ଭିଡିଓ ଅପଲୋଡ଼ ହୋଇଥିବା ବେଳେ, ଆତିଶୀଙ୍କ ବିଧାନସଭା କ୍ଷେତ୍ରରେ ଉକ୍ତ ଘଟଣା ଘଟିଛିବୋଲି ସୂଚନା ଦେଇଛି । ଘର ଭିତରେ ଡ୍ରେନ ଏବଂ ସ୍ୱରେଜ ପାଣି ପଶୁଥିବାରୁ ଜଣେ ମହିଳା ଆପ୍ ନେତାଙ୍କ ବୋର୍ଡ଼ରେ କାଳୀ ବୋଳିବା ସହ ବାଡ଼ିରେ ବାଡେଇଛନ୍ତି ବୋଲି ଦ ନିୟୁଜ ଖବର ପ୍ରସାରଣ କରିଛି ।
୨୮ ଫେବ୍ରୁଆରୀ ୨୦୨୪ରେ ଇ ଟିଭି ଭାରତ ଏକ ବିସ୍ତୃତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଦିଲ୍ଲୀ ଲାଲକାଜି ନିର୍ବାଚନ ମଣ୍ଡଳୀର ପ୍ରିୟଙ୍କା କ୍ୟାମ୍ପରେ ଅବ୍ୟବସ୍ଥା । ଘରେଘରେ ପଶୁଚି ଅସନା ପାଣି, ତେବେ ଏନେଇ ସ୍ଥାନୀୟ ବାସିନ୍ଦା ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ଅସହ୍ୟ ହୋଇ ଜଣେ ମହିଳା ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତ୍ରୀ ଆତିଶୀଙ୍କ ଫଟୋରେ କାଳୀ ବୋଳି ଦେଇଥିଲେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ଉକ୍ତ ଭିଡିଓଟି ୨୦୨୪ ମସିହାର । ୨୦୨୫ ଦିଲ୍ଲୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ।