ଫ୍ୟାକ୍ଟ ଚେକ୍: ପଞ୍ଚାୟତ ନିର୍ବାଚନ ନେଇ ଜମ୍ମୁ କାଶ୍ମୀରରେ ବର୍ତ୍ତମାନ ସୁଦ୍ଧା କୌଣସି ବିଜ୍ଞପ୍ତି ପ୍ରସାରିତ ହୋଇନାହିଁ

Update: 2025-08-09 05:54 GMT


ଜମ୍ମୁକାଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ଫେରାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ,ପରେ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ବଢ଼ାଇଛି । ଏହା ପୂର୍ବରୁ ଅମିତ ଶାହ ଲଗାତାର କିଛି ଦିନ ଧରି ରାଜ୍ୟ ମାନ୍ୟତା ନେଇ ଆଲୋଚନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଏନ୍‌ଡିଏ ସାଂସଦଙ୍କ ବୈଠକ ଡାକିଛନ୍ତି । ଏଥିରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ (ଜମ୍ମୁ-କାଶ୍ମୀର ଓ ଲଦାଖ) ଭାବେ ଘୋଷଣା କରାଯାଇଥିଲା । ଆଜି ଅର୍ଥାତ୍ ଅଗଷ୍ଟ ୫ରେ ଏହାକୁ ୬ ବର୍ଷ ପୂରିଛି । ତେଣୁ ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍‌ ଆଣିପାରନ୍ତି ।

ଇତିମଧ୍ୟରେ ଏକ ଗ୍ରାଫିକ୍ସ ଯାହାକି ଏକ ନୋଟିସ ଭଳି ଦୃଶ୍ୟମାନ ହେଉଛି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ନୋଟିସରେ ଜମ୍ମୁ ଏବଂ କାଶ୍ମୀରରେ ପଞ୍ଚାୟତ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବାର ଦର୍ଶାଯାଇଛି । ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତରାଜ ବିଭାଗର ନୋଟିସ ଅନୁଯାୟୀ ନଭେମ୍ବର ୨୦୨୫ ପରେ ନିର୍ବାଚନ ହେବାର ଉଲ୍ଲେଖ ରହିଛି ।

ଯାହାର ଲିଙ୍କ ଏଠାରେ ଏବଂ  ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା। ଜମ୍ମୁ କାଶ୍ମୀର ନିର୍ବାଚନ ନେଇ ଭାଇରାଲ ହେଉଥିବା ଗ୍ରାଫିକ୍ସଟି ସମ୍ପୂର୍ଣ୍ଣ ନକଲି ଅଟେ ।

ଉକ୍ତ ବିଜ୍ଞପ୍ତି ନେଇ ଅନୁସନ୍ଧାନ କରିବାରୁ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆରେ ଉକ୍ତ ନୋଟିସଟି ଫେକ୍ ଦର୍ଶାଇ ସେୟାର କରାଯାଇଥିବାର ଏକ ପୋଷ୍ଟ ଦେଖିବାଜୁ ପାଇଥିଲୁ ।

ଯାହାକି ସମ୍ପୂର୍ଣ୍ଣ ଭାବେ ନକଲି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।



ସେହିପରି ଉକ୍ତ ବିଜ୍ଞପ୍ତି ନେଇ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତରାଜ ବିଭାଗ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ । ଯେଉଁଥିରେ ଉଲ୍ଲେଖ ରହିଛି, ପଞ୍ଚାୟତିରାଜ ନିର୍ଦ୍ଦେଶାଳୟ: ଜମ୍ମୁ ଏବଂ କଶ୍ମୀରରେ ନଭେମ୍ବର ୨୦୨୫ ପରେ ପଞ୍ଚାୟତ ନିର୍ବାଚନ ହେବାର ଦାବି କରାଯାଇ ଏକ ନକଲି ନିର୍ଦ୍ଦେଶ ସୋସିଆଲ ମିଡିଆରେ ସେୟାର ହେଉଛି; ଏପରି ନିର୍ଦ୍ଦେଶକୁ ଅଣଦେଖା କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।



ସମାନ ନୋଟିକୁ ଫେକ୍ ଦର୍ଶାଇ ଜମ୍ମୁ କାଶ୍ମୀର ପଞ୍ଚାୟତରାଜ ବିଭାଗର ନିର୍ଦେଶକ ଶ୍ରୀ ସାମ ଲାଲ ସେୟାର କରି ଉଲ୍ଲେଖ କରିଛନ୍ତି, ଜମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ନିର୍ଦ୍ଦେଶନାମାଟି ନକଲି ଅଟେ। କେବଳ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ତାରିଖ ସୂଚିତ କରିପାରିବେ।



ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ ଗ୍ରେଟର କଶ୍ମୀର ନାମକ ଏକ ଡିଜିଟାଲ ମିଡିଆରେ ଏକ ଖବର ପ୍ରସାରିତ ହୋଇଥିବାର ପାଇଥିଲୁ ।


ଜମ୍ମୁ ଏବଂ କାଶ୍ମୀରର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବରେ ପ୍ରସାରିତ ହେଉଥିବା ଏକ ନକଲି ସରକାରୀ ଆଦେଶ ସମ୍ପର୍କରେ ଏକ ଦୃଢ଼ ସ୍ପଷ୍ଟୀକରଣ ଜାରି କରିଛି, ଯେଉଁଥିରେ ଦାବି କରାଯାଇଛି ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ନଭେମ୍ବର ୨୦୨୫ ପରେ କରାଯିବ। "ଜମ୍ମୁ ଏବଂ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପରିଚାଳନା - ନଭେମ୍ବର ୨୦୨୫ ପରେ" ଶୀର୍ଷକ ସହ ଉକ ବିଜ୍ଞପ୍ତି ରହିଛି, ଯାହାର ଅର୍ଡର ନମ୍ବର: 45-RD&PR ଅଫ୍ 2025 ଏବଂ ତାରିଖ 05-08-2025 ଥିବା ବେଳେ ଏହା ବହୁମାତ୍ରାରେ ଅନଲାଇନରେ ସେୟାର କରାଯାଇଛି। ଯାହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି ପଞ୍ଚାୟତ ରାଜ ବିଭାଗ । ଉକ୍ତ ନୋଟିସଟି ଫେକ୍ ବୋଲି ଦାବି କରିଛି ସମ୍ପୃକ୍ତ ବିଭାଗ ।

ଉକ୍ତ ନୋଟିସକୁ ଫେକ୍ ଦର୍ଶାଇ ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ସାମ୍ବାଦିକ ଗୁରଶ୍ରୀମାନ ସିଂ ଉଲ୍ଲେଖ କରିଛନ୍ତି, ଏହା ଏକ ନକଲି ନିର୍ଦ୍ଦେଶନାମା । ପଞ୍ଚାୟତିରାଜ ନିର୍ଦ୍ଦେଶାଳୟ: ଜମ୍ମୁ ଏବଂ କାଶ୍ମୀରରେ ନଭେମ୍ବର ୨୦୨୫ ପରେ ପଞ୍ଚାୟତ ନିର୍ବାଚନ ଦାବି କରି ନକଲି ନିର୍ଦ୍ଦେଶନାମା ସୋସିଆଲ ମିଡିଆରେ ଭାଇରାଲ ହେଉଛି; ଏପରି ନିର୍ଦ୍ଦେଶକୁ ଅଣଦେଖା କରିବାକୁ ସମସ୍ତଙ୍କୁ ଅନୁରୋଧ ।



ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା। ଜମ୍ମୁ କାଶ୍ମୀରରେ ନିର୍ବାଚନ ନେଇ ଏଭଳିକୌଣସି ନୋଟିସ ଜାରି କରାଯାଇ ନାହିଁ । ଭାଇରାଲ ହେଉଥିବା ଗ୍ରାଫିକ୍ସଟି ସମ୍ପୂର୍ଣ୍ଣ ଭାବେ ନକଲି ଅଟେ ।


Claim :  ଜମ୍ମୁ କାଶ୍ମୀରରେ ନଭେମ୍ବର ପରେ ହେବ ପଞ୍ଚାୟତ ପୋଲ ପ୍ରକାଶ ପାଇଲା ବିଜ୍ଞପ୍ତି
Claimed By :  Social Media User
Fact Check :  Unknown
Tags:    

Similar News