ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ଓଡ଼ିଶାର ଅଟେ, ୟୁସିଜି ନିୟମ ସହ ଉକ୍ତ ଭିଡ଼ିଓର ନାହିଁ କୌଣସି ସମ୍ପର୍କ

Claim :
ୟୁଜିସି ନିୟମ ନେଇ ତେଜୁଛି ଆନ୍ଦୋଳନ, ରାଜ ରାସ୍ତାରେ ମଶାଳ ଯାତ୍ରା କଲେ ଛାତ୍ରଛାତ୍ରୀFact :
ଦାବିଟି ବିଭ୍ରାନ୍ତିକର ଅଟେ, ନୂତନ ୟୁଜିସି ନିୟମ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଇଚି ସତ । ହେଲେ ଭାଇରାଲ ଭିଡିଓଟି ଓଡ଼ିଶାର ଅଟେ, ଯାହାକି ଏକ ରାଜନୈତିକ ଆନ୍ଦୋଳନ ସମୟର ଅଟେ ।
UGCର ନୂଆ ନିୟମକୁ ନେଇ ବଢୁଛି ବିବାଦ । ଜାନୁଆରୀ ୨୭ରେ ପ୍ରସାରିତ ଏକ ଖବର ଅନୁଯାୟୀ, "ଚର୍ଚ୍ଚା ହେଉଛି ନୂଆ ନିୟମ ଯୋଗୁଁ କ୍ୟାମ୍ପସରେ ଭେଦଭାବ ଦୂର ହେବ ନା ବିବାଦ ବଢ଼ିବ? ଜାନୁଆରୀ ୨୦୨୬ରେ ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ପାଇଁ ଏକ ନୂଆ ନିୟମାବଳୀ ଆଣିଛନ୍ତି । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । "
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ମଶାଳ ଯାତ୍ରା ହେଉଥିବରଦେଖିବାକୁ ମିଳିଛି । ଯାତ୍ରାରେ ମୋଦି ଏବଂ ସାହାଙ୍କ ଫଟୋ ଧରି କିଛି ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ତେବେ ଉକ୍ତ ଭିଡିଓଟି ଉକ୍ତ ନୂତନ ୟୁଜିସି ନିୟମକୁ ନେଇ ହୋଇଥିବା ଏକ ଆନ୍ଦୋଳନ ସମୟର ବୋଲି ଦାବି ହୋଇଛି ।
ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, ଗୋଟିଏ ନୂଆ ନିୟମ ଗୋଟିଏ ଯାତୀର ଏକତାର ମୁହଁ ଭାଙ୍ଗିଦେଲା । ଆହୁରି ମଧ୍ୟ ଧର୍ମକୁ ନେଇ ବିଭାଗ ଆକ୍ଷେପ ମୂଳକ ଲେଖା ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି । ଅନ୍ୟପଟେ ଭିଡିଓ ଉପରେ ଉଲ୍ଲେଖ ରହିଛି, ଏପର୍ଯ୍ୟନ୍ତ ତ ହିନ୍ଦୁ ଅସୁବିଧାରେ ଥିଲେ ଏବେ ଲାଗୁଚି ପ୍ରଧାନମନ୍ତ୍ରୀ ଅସୁବିଧାରେ ଅଛନ୍ତି ।
ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସାତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ନୂତନ ୟୁଜିସି ନିୟମ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଇଚି ସତ । ହେଲେ ଭାଇରାଲ ଭିଡିଓଟି ଓଡ଼ିଶାର ଅଟେ, ଯାହାକି ଏକ ରାଜନୈତିକ ଆନ୍ଦୋଳନ ସମୟର ଅଟେ ।
ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏଭଳି ବହୁ ଆନ୍ଦୋଳର ଭିଡିଓ ହସ୍ତଗତ ହୋଇଥିଲା । ହେଲେ କୌଣସି ଭିଡିଓରେ ପ୍ରକୃତ ଏଭଳି ଭାଇରାଲ ହେଉଥିବାର ଛବି ଦେଖିବାକୁ ମିଳିନଥିଲା ।
ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଫେସବୁକରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ସର୍ଵ ଭାରତୀୟ କଂଗ୍ରେସର ସୋସିଆଲ ମିଡିଆ ପେଜରେଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ ପୋଷ୍ଟରେ ଉଲ୍ଲେଖ ଥିଲା, ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ । ଶ୍ରୀମତୀ ସୋନିଆ ଗାନ୍ଧୀ ଓ ସର୍ବମାନ୍ୟ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନାମରେ ନ୍ୟାସନାଲ ହେରାଲଡ଼ ମିଥ୍ୟା ମାମଲାରେ ଫସାଇ ଦୀର୍ଘ ଏକ ଦଶନ୍ଧି ଧରି ବଦନାମ କରିବା ପ୍ରତିବାଦରେ ମଶାଲ ଶୋଭାଯାତ୍ରା । ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ସମେତ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବରିଷ୍ଠ ନେତା ସୁରେଶ ରାଉତରାୟ, ନବଜ୍ୟୋତି ପଟ୍ଟନାୟକ, ଶୁଭେନ୍ଦୁ ମୋହାନ୍ତି, ଯୁବକଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ଆଦି ବହୁ ବିଶିଷ୍ଟ ନେତୃବୃନ୍ଦ ଯୋଗଦେଇଥିଲେ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ପ୍ରମାଣିତ ହୋଇଥିଲା ।
ସେହିପରି ବର୍ତ୍ତମାନର ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆରେ ୨୦ ଡିସେମ୍ବର ୨୦୨୫ରେ ଅପଲୋଡ଼ କରି ଉଲ୍ଲେଖ କରିଛନ୍ତି, ଦଶନ୍ଧିରୁ ଅଧିକ ସମୟ ଧରି, ମୋଦି-ଶାହାଙ୍କ ନେତୃତ୍ୱାଧୀନ ବିଜେପି ବିରୋଧୀଙ୍କୁ ଚୁପ୍ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରିଆସିଛି ଏବଂ ମିଥ୍ୟା ମାମଲା ମାଧ୍ୟମରେ ଶ୍ରୀ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ବଦନାମ କରିଛି। କୋର୍ଟ ଦ୍ୱାରା ନିଶ୍ଚିତ କରାଯାଇଥିବା ସତ୍ୟର ଜୟ ହୋଇଛି। ମୁଁ ଏହି ରାଜନୈତିକ ପ୍ରତିଶୋଧର ପ୍ରତିବାଦ ପାଇଁ ଭୁବନେଶ୍ୱର କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ମଶାଲ ରାଲିରେ ଯୋଗ ଦେଇଥିଲି। ଏହା ଗଣତନ୍ତ୍ର ଏବଂ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଏକ ସ୍ପଷ୍ଟ ଦୃଷ୍ଟିକୋଣ ଥିଲା । କଂଗ୍ରେସ ଭୟ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏବଂ ନ୍ୟାୟ ପାଇଁ ଏହି ଲଢ଼େଇ ଜାରି ରହିବ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ, ନୂତନ ୟୁଜିସି ନିୟମ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଇଚି ସତ । ହେଲେ ଭାଇରାଲ ଭିଡିଓଟି ଓଡ଼ିଶାର ଅଟେ, ଯାହାକି ଏକ ରାଜନୈତିକ ଆନ୍ଦୋଳନ ସମୟର ଅଟେ ।

