ଫ୍ୟାକ୍ଟ ଚେକ୍: ରାତ୍ରିକାଳୀନ ଲଢ଼ୁଆ ବିମାନର ପୁରୁଣା ଭିଡିଓକୁ ପାକିସ୍ତାନରୁ ଉଡ଼ାଣ ଆରମ୍ଭ କରିଥିବା ଲଢ଼ୁଆ ବିମାନ ବୋଲି ଦାବି କରାଯାଇଛି
ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ବର୍ତ୍ତମାନର ପରିସ୍ଥିତି ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ । ତେଣୁ ପାକିସ୍ତାନରୁ ଲଢ଼ୁଆ ବିମାନ ଉଡ଼ାଣ ଆରମ୍ଭ କରିଥିବାର ଦାବି ହୋଇଥିବା ଉକ୍ତ ଭିଡିଓଟିରେ ନାହିଁ କୌଣସି ସତ୍ୟତା ।

Claim :
ଅପରେସନ ସିନ୍ଦୁରର ପାଲଟା ଜବାବ, ରାତିରେ ମିଶନ ଆରମ୍ଭ କଲା ପାକିସ୍ତାନ ଉଡ଼ିଲା ଲଢ଼ୁଆ ବିମାନFact :
ଭାଇରାଲ ଭିଡିଓଟି ବହୁ ପୁରୁଣା ବର୍ତ୍ତମାନ ସିନ୍ଦୁର ଅପରେସନ ସହ ନାହିଁ କୌଣସି ସମ୍ପର୍କ, ଉକ୍ତ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାର ହୋଇଥାଇପାରେ
ମଧ୍ୟ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର PoK ର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ । ପ୍ରସାରିତ ଖବର ଅନୁଯାୟୀ, ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ନେଲା ପଦକ୍ଷେପ । ପାକିସ୍ତାନ ଉପରେ ଆରମ୍ଭ କରିଛି ଭାରତ ସିନ୍ଦୁର ର ବଦଲା ଅପେରସନ ସିନ୍ଦୁର ରେ ନେଇଛି ଭାରତ । ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୁଚନା ମଧ୍ୟ ଦେଇଛି , ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ବର୍ତ୍ତମାନର ପ୍ରାଥମିକ ସୁଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି । ପହଲଗାମ ନରସଂହାର ର ବଦଲା ନେଲା ଭାରତ । ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡାଣ ବନ୍ଦ କରାଯାଇଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଉକ୍ତ ଭିଡିଓର ଅପରେସନ ସିନ୍ଦୁର କିମ୍ବା ବର୍ତ୍ତମାନର ପାକ୍ ଭାରତର ସ୍ଥିତି ସହ କୌଣସି ସାମଞ୍ଜସ୍ୟ ନାହିଁ ।
ଯେତେବେଳେ ଆମେ ଏନେଇ ତଦନ୍ତ କରିଥିଲୁ କୌଣସି ପ୍ରମୁଖ ଗଣମାଧ୍ୟମରେ ଏନେଇ ସୂଚନା ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳିକୌଣସି ବିମାନ ପାକ୍ ରୁ ଉଡ଼ାଣ ଆରମ୍ଭ କରିଥାନ୍ତା ଏବଂ ତାହାର ଏଭଳି ଭିଡିଓ ଭାଇରାଲ ହେଉଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମ ଏନେଇ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତେ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯେତେବେଳେ ଉକ୍ତ ଭିଡିଓର କିଛି ଅଂଶକୁ ଆମେ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଦ କର୍ପୋରେଟେଡ଼ ପାଇଲଟ ଡ୍ୟାଡ଼ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ୧୧ ଡିସେମ୍ବର ୨୦୨୩ରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଥିଲା ।
ଯାହାର ଶୀର୍ଷକଥିଲା F-18 ଉଡ଼ାଣ ଆରମ୍ଭ କରିବା ପରେପରେ । ଉକ୍ତ ଭିଡିଓକୁ ୬ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିପାରିଥିବା ବେଳେ ୧୯୫ଟି ଲାଇକ ମିଳିଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ଆମେ ତୁଲନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ବିମାନର ଗୋଟିଏ ସମୟର ଅର୍ଥାତ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ତେବେ ଉକ୍ତଟି କେଉଁ ଅଞ୍ଚଳର କିମ୍ବା କେଉଁ ସମୟର ଏହା ଜାଣିବା ଆମ ପକ୍ଷେ ସମ୍ଭବ ହୋଇପାରିନଥିଲା । କାରଣ ଉକ୍ତ ଭିଡିଓ କୁ ନେଇ ବହୁ ତଦନ୍ତ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇ ନଥିଲୁ ନଚେତ କୌଣସି ଅଫିସିଆଲ ସୋସିଆଲ ମିଡିଆରେ ମଧ୍ୟ କୌଣସି ପୋଷ୍ଟ ପାଇ ନଥିଲୁ ।
ତେଣୁ ଉକ୍ତ ଭିଡିଓର ବିବରଣୀ ଆମ ପକ୍ଷେ ସମ୍ଭବ ନଥିଲା । ହେଲେ ଉକ୍ତ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ଥିବାର ଦେଖିବାକୁ ମିଳିଥିଲା । ତେଣୁ ଏହା ପ୍ରମାଣ ଦର୍ଶାଉଛି ଯେ, ଉକ୍ତ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ ।
ଅନ୍ୟପଟେ ଭାରତୀୟ ସେନା କିମ୍ବା ମନ୍ତ୍ରାଳୟ ପକ୍ଷରୁ ଏଭଳି କୌଣସି ଭିଡିଓ ପ୍ରଦାନ କରାଯାଇନାହିଁ ।
ଡି ଇଣ୍ଟେଣ୍ଟ ଡାଟା ନାମକ ଏକ ଫ୍ୟାକ୍ଟ ଚେକ୍ ଅନୁଷ୍ଠାନ ଉକ୍ତ ଦାବିକୁ ଖଣ୍ଡନ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓକୁ ତଦନ୍ତ କରି ଏହା ବହୁ ପୁରୁଣା ଭିଡିଓ ଯାହାର ବର୍ତ୍ତମାନର ପରିସ୍ଥିତି ସହ କୌଣସି ନଥିବାର ରିପୋର୍ଟ ପ୍ରକାଶ କରିଛି ।
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ବର୍ତ୍ତମାନର ପରିସ୍ଥିତି ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ ।
ତେଣୁ ପାକିସ୍ତାନରୁ ଲଢ଼ୁଆ ବିମାନ ଉଡ଼ାଣ ଆରମ୍ଭ କରିଥିବାର ଦାବି ହୋଇଥିବା ଉକ୍ତ ଭିଡିଓଟିରେ ନାହିଁ କୌଣସି ସତ୍ୟତା ।

