ଫ୍ୟାକ୍ଟ ଚେକ୍: ଶାନ୍ତିପୁର ଅଞ୍ଚଳରେ ମାଟି ପ୍ରତିମା ଭାଙ୍ଗିବା ଘଟଣା ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି

Claim :
ପଶ୍ଚିମବଙ୍ଗର ଶାନ୍ତିପୁରର ଦୃଶ୍ୟ, ସାମ୍ପ୍ରଦାୟିକ ହିଂସା ହେତୁ ଭାଙ୍ଗିଲେ କାଳୀ ଏବଂ ସରସ୍ୱତୀଙ୍କ ମୂର୍ତ୍ତୀFact :
ଦାବିଟି ବିଭ୍ରାନ୍ତିକର ଅଟେ, ଉକ୍ତ ଘଟଣାରେ ନାହିଁ କୌଣସି ସାମ୍ପ୍ରଦାୟିକ ସ୍ଥିତି
କୋଲକାତାରେ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପାକ୍ ଅଫିସରେ ଇଡି ଚଢ଼ାଉକୁ ବିରୋଧ କରିଛି ତୃଣମୂଳ କଂଗ୍ରେସ । ପ୍ରସାରିତ ଖବର ଅନୁଯାୟୀ, ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଟିଏମସି ସାଂସଦଙ୍କ ସମେତ ବହୁ ନେତାଙ୍କୁ ପୁଲିସ ଉଠାଇ ନେଇଥିଲା। କୋଲକାତାରେ ମଧ୍ୟ ଜୋରଦାର ପ୍ରତିବାଦ କରାଯାଇଛି। ଏପଟେ ଇଡି ଓ ଟିଏମସି ରୁଜୁ କରିଥିବା ମାମଲାର ଶୁଣାଣିକୁ ହାଇକୋର୍ଟ ଜାନୁଆରି ୧୪କୁ ସ୍ଥଗିତ ରଖିଛନ୍ତି ।ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ସାମ୍ନାରେ ତୃଣମୂଳ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଡେରେକ୍ ଓବ୍ରିଏନଙ୍କ ନେତୃତ୍ବରେ ମହୁଆ ମୈତ୍ର, ଶତାବ୍ଦୀ ରାୟ, କୀର୍ତ୍ତି ଆଜାଦ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ଟିଏମସି ସାଂସଦଙ୍କୁ ଅଟକ ରଖିଥିଲା ପୁଲିସ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ସ୍ଥଂସ୍ଥାକୁ ବ୍ୟବହାର କରୁଥିବା ଟିଏମସି ଅଭିଯୋଗ କରିଛି ।
ଇତିମଧ୍ୟରେ ଭଗ୍ନ ଅବସ୍ଥାରେ କିଛି ଅର୍ଦ୍ଧନିର୍ମିତ ମୂର୍ତ୍ତୀ ପଡିରହିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉକ୍ତ ଫଟୋଟି ସେୟାର କରି ଏହା ପଶ୍ଚିମବଙ୍ଗର ବୋଲି ଦାବି କରିଥିବା ବେଳେ ଏହା ଏକ ସାମ୍ପ୍ରଦାୟିକ ପରିସ୍ଥିତି ଯୋଗୁ ଘଟିଥିବାର ଦାବି କରିଛନ୍ତି । ପଶ୍ଚିମବଙ୍ଗରେ ପରିସ୍ଥିତି ଏଭଳି ଘଟିଲାଣି ଯେ, ଗୋଟିଏ ସମ୍ପ୍ରଦାୟର ଗୋଷ୍ଠୀ ଅପର ସମ୍ପ୍ରଦାୟର ଠାକୁରଙ୍କ ମୂର୍ତ୍ତୀ ଭାଙ୍ଗି ଦେଇଛନ୍ତି ବୋଲି ଦାବି କରିଛନ୍ତି ୟୁଜର୍ସ । ସେହିପରି ଉକ୍ତ ଘଟଣାରେ ୟୁଜର୍ସ ସିଧାସଳଖ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ । ମମତାଙ୍କ ଶାସନ କାଳରେ ହିଁ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି ଦାବି କରାଯାଇଛି ।
ଜଣେ ଫେସବୁକ ୟୁଜର୍ସ ଏହି ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, " ମମତା ବାନାର୍ଜୀଙ୍କ ବାଙ୍ଗଳାରେ ଉଗ୍ର, ବିପଦଜନକ ମୌଲବାଦୀଙ୍କୁ ସୁରକ୍ଷା ଦେଉଛନ୍ତି । ଏକ ଆଶ୍ଚର୍ଯ୍ୟଜନକ ଘଟଣା ଶାନ୍ତିପୁରର ଲୋକନାଥ ମନ୍ଦିର ନିକଟରେ ମା' କାଳୀ ଏବଂ ମା' ସରସ୍ୱତୀଙ୍କ ମୂର୍ତ୍ତୀ ଗୁଡ଼ିକ ଭାଙ୍ଗିଦିଆଯାଇଛି ।
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଘଟଣା ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି । ଉଭୟ ପକ୍ଷ ହେଉଛନ୍ତି ଗୋଟିଏ ସମ୍ପ୍ରଦାୟର ବ୍ୟକ୍ତି ।
ଦାବୀର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିବାରୁ ସାମ୍ପ୍ରଦାୟିକ ପରିସ୍ଥିତି ନେଇ କୌଣସି ଖବର ହସ୍ତଗତ ହୋଇନଥିଲା । ସେହିପରି ବ୍ରଜକିଶୋର ଗୋସ୍ୱାମୀ ଯିଏକି ଶାନ୍ତିପୁରର ସ୍ଥାନୀୟ ବିଧାୟକ ସିଏ ମଧ୍ୟ ଏହି ଫଟୋ ସେୟାର କରି ଉକ୍ତ ସ୍ଥାନକୁ ଯାଇଥିଲେ ବୋଲି ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ଉକ୍ତ ପୋଷ୍ଟରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ନେଇ ଏଭଳି ଘଟଣା ଘଟିଥିବାର ବିଧାୟକ ଲେଖିନଥିଲେ ।
ଉକ୍ତ ଘଟଣା ନେଇ ଇଟିଭି ଭାରତ ୭ ଜାନୁଆରୀରେ ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଖବର ପ୍ରସାରଣ କରି ଇଟିଭି ଉଲ୍ଲେଖ କରିଛି, ପୋଲିସ ଏବଂ ସ୍ଥାନୀୟ ସୂତ୍ର ଅନୁଯାୟୀ, ଶାନ୍ତିପୁର ଅଞ୍ଚଳର ସର୍ବାନନ୍ଦିପଡ଼ାରେ ଏକ ଲୋକନାଥ ମନ୍ଦିର ଅଛି । ଜୟନ୍ତ ଦାସ ଏବଂ ତାଙ୍କ ପୁଅ ପଳାଶ ଦାସ ସେହି ମନ୍ଦିର ସମ୍ମୁଖରେ ମୂର୍ତ୍ତି ତିଆରି କରିଥିଲେ । ଉଭୟେ ପ୍ରାୟ ୩୦ ବର୍ଷ ଧରି ଏହି କାମ କରିଆସୁଛନ୍ତି । ସରସ୍ୱତୀ ପୂଜା ପାଖେଇ ଆସୁଛି ତେଣୁ, ସେମାନେ ଏବେ ସରସ୍ୱତୀ ମୂର୍ତ୍ତି ତିଆରି କରୁଛନ୍ତି । ଏହା ବ୍ୟତୀତ କିଛି କାଳୀ ମୂର୍ତ୍ତି ତିଆରି କରିବାର କାମ ମଧ୍ୟ ଚାଲୁଥିଲା ।ପଳାଶ ଦାସ କହିଛନ୍ତି, "ସୋମବାର ରାତିରେ ସ୍ଥାନୀୟ ବାସିନ୍ଦା ଅମିତ ଦେ ମୋ ଦୋକାନକୁ ଆସିଥିଲେ । ମୁଁ ମୋ ଘରେ ପୂଜା ପାଇଁ ଏକ ମୂର୍ତ୍ତି ସଜାଉଥିଲି । ଅମିତ କହିଲେ, 'ତୁମେ ଏତେ ରାତିରେ କ'ଣ କରୁଛ ?' ମୁଁ ତାଙ୍କୁ କହିଲି, 'ମୋ ଘରେ ପୂଜା ଅଛି ସେଥିପାଇଁ ମୁଁ ଠାକୁରଙ୍କୁ ସଜାଉଛି । ଅମିତ ସେତେବେଳେ ନିଶାଗ୍ରସ୍ତ ଥିଲେ ଏବଂ ସେଠାରୁ ଯିବାକୁ କହିଥିଲେ। ମୁଁ ଯୁକ୍ତି ନକରି କିଛି ସମୟପରେ ସେଠାରୁ ପଳେଇ ଆସିଥିଲି ।
ତାହା ପରଦିନ ଦେଖିଲା ବେଳକୁ ତିଆରି କରିଥିବା ଅନେକ ମୂର୍ତ୍ତି ଭାଙ୍ଗି ପଡ଼ିଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା, ସେଥିରେ ଦେଖାଗଲା ଯେ ଅମିତ ଦେ ଏବଂ ଅସିତ ଦେ ମୂର୍ତ୍ତି ଭାଙ୍ଗିବାର ଦୃଶ୍ୟ ଥିଲା । ରାଣାଘାଟ ପୋଲିସ ଜିଲ୍ଲା ଏସପି ଆଶିଷ ମୌର୍ଯ୍ୟ କହିଛନ୍ତି, "ଏକ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି । ମୂର୍ତ୍ତୀ ଭାଙ୍ଗିଥିବା ଦୁଇ ଜଣଙ୍କୁ ଚିହ୍ନଟ କରି ସାରିଛି । ସେମାନେ ଫେରାର୍ ଅଛନ୍ତି ଏବଂ ପୋଲିସ ସେମାନଙ୍କୁ ଖୋଜୁଛି। "
ଉକ୍ତ ଘଟଣାରେ କୌଣସି ସ୍ଥାନରେ ଖବର ପ୍ରସାରଣରେ କିମ୍ବା ଏସପିଙ୍କ ସୂଚନାର କୌଣସି ସ୍ଥାନରେ ଆମେ ସାମ୍ପ୍ରଦାୟିକ ସ୍ଥିତି ଥିବାର ପାଇନଥିଲୁ ।
ସେହିପରି ସମାନ ସୂଚନା ସହ ଦୈନିକ ଭାସ୍କର ଏକ ଖବର ପ୍ରସାରଣ କରିଥିଵାର ଦେଖାଯାଇଛି । ଉକ୍ତ ପ୍ରସାରିତ ଖବରର କୌଣସି ସ୍ଥାନରେ ସାମ୍ପ୍ରଦାୟିକ ପରିସ୍ଥିତି ନେଇ କୌଣସି ସୂଚନା ରହିନାହିଁ ।
ଅନ୍ୟପଟେ ପଶ୍ଚିମବଙ୍ଗ ପୋଲିସ ନିଜ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ ସେୟାର କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି, କିଛି ଦିନ ତଳେ ଶାନ୍ତିପୁରରେ ଘଟିଥିବା ଏକ ଘଟଣା ବିଷୟରେ ଭୁଲ ସୂଚନା ଏବଂ ସାମ୍ପ୍ରଦାୟିକ ବିଶୃଙ୍ଖଳା ପ୍ରସାର କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ମହଲରୁ ପ୍ରୟାସ କରାଯାଉଛି । ଉକ୍ତ ଘଟଣାରେ ୨ଜଣ ସ୍ଥାନୀୟ ବାସିନ୍ଦା ଅମିତ ଦେ ଏବଂ ତାଙ୍କ ଭାଇ ଅସିତ ଦେ, ଉଭୟେ ନିଶାଗ୍ରସ୍ତ ଅବସ୍ଥାରେ, ସ୍ଥାନୀୟ ମୂର୍ତ୍ତିକାର ପଳାଶ ଦାସଙ୍କ ଦ୍ୱାରା ନିର୍ମିତ ଦେବୀ ସରସ୍ୱତୀଙ୍କ କିଛି ମାଟି ମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ ।
ଏନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ସୋସିଆଲ ମିଡିଆରେ ଏହି ଘଟଣାକୁ ସାମ୍ପ୍ରଦାୟିକୀକରଣ କରିବାର ପ୍ରୟାସକୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁଜବରେ ନ ପଡ଼ିବାକୁ ନାଗରିକମାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଅନୁରୋଧ କରିଥିଵାର ଉକ୍ତ ପୋଷ୍ଟରେ ଦେଖିବାକୁ ମିଳିଛି ।
ବିଭ୍ରାନ୍ତିକର ଅଟେ । ଉକ୍ତ ଘଟଣା ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି । ଉଭୟ ମୂର୍ତ୍ତୀକାର ଏବଂ ମୂର୍ତ୍ତୀ ଭାଙ୍ଗିଥିବା ବ୍ୟକ୍ତି ଗୋଟିଏ ସମ୍ପ୍ରଦାୟର ବୋଲି ପ୍ରମାଣିତ ହୋଇଛି ।

