ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ, ମହେଶ ବାବୁଙ୍କ ପୁଅ ଗୌତମ ପିନ୍ଧିଛନ୍ତି ଟିଡିପି ପତାକାର ଚିହ୍ନ
ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା, କିଛି ଦିନ ମଧ୍ୟରେ ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଚଳଚଞ୍ଚଳ ହୋଇ ପଡିଛନ୍ତି ରାଜନୈତିକ ଦଳ ।
![Mahesh Babu, General Election 2024, Fake Image, Viral Image, TDP stole, Gautam Ghattamaneni Mahesh Babu, General Election 2024, Fake Image, Viral Image, TDP stole, Gautam Ghattamaneni](https://www.telugupost.com/h-upload/2024/05/30/1622015-mahesh-babu.webp)
Claim :
ମହେଶ ବାବୁଙ୍କ ପୁଅ ଗୌତମ ପିନ୍ଧିଛନ୍ତି ଟିଡିପି ପତାକାର ସଙ୍କେତ ଥିବା କପଡାFact :
ସ୍ନାତକୋତ୍ତର ସମାରୋହରେ ଯୋଗଦେବା ଲାଗି ଗୌତମ ଏହି କପଡା ପିନ୍ଧିଥିଲେ ହେଲେ ସେଥିରେ ନଥିଲା ଟିଡିପି ପତାକାର ସଙ୍କେତ
ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା, କିଛି ଦିନ ମଧ୍ୟରେ ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଚଳଚଞ୍ଚଳ ହୋଇ ପଡିଛନ୍ତି ରାଜନୈତିକ ଦଳ । ଏହି ମଧ୍ୟରେ ଅଭିନେତା ମହେଶ ବାବୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳୁଛି ମହେଶ ବାବୁ ତାଙ୍କ ପୁଅ ଗୌତମ ସହ ଫଟୋ ଉଠାଇବାକୁ ପୋଜ୍ ଦେଉଛନ୍ତି । ଗୌତମ ଏକ ହଳଦିଆ କପଡା ବେକରେ ପକାଇଥିବାର ଦେଖିବାକୁ ମିଳୁଛି ଯେଉଁଥିରେ ଟିଡିପି ( ତେଲୁଗୁ ଦେସମ୍ ପାର୍ଟି ) ପତାକାର ସଙ୍କେତ ଚିତ୍ର ରହିଛି ।
ସୋସିଆଲ ମିଡିଆ ୟୁଜର୍ସ ମାନେ “MESSAGE IS CLEAR” କ୍ୟାପସନ୍ ସହିତ ଫଟୋ ସେୟାର କରିଥିଲେ ।
ଭାଇରାଲ୍ ଫଟୋରେ ଏକ ଲେଖା ମଧ୍ୟ ଅଛି: “మహేష్ బాబు కూడా TDP ఎరా” ଏହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ ଏହାର ଅର୍ଥ: “ମହେଶ ବାବୁ ମଧ୍ୟ ଟିଡିପି ସମର୍ଥକ” ।
ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏ ଯେ ଫଟୋଟି ଏଡିଟ୍ ହୋଇଛି। ମୂଳ ଚିତ୍ର ରେ ଗୌତମ ସ୍ନାତକୋତ୍ତର ସମାରୋହ ପାଇଁ ISH (ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଅଫ୍ ହାଇଦ୍ରାବାଦ) ଲୋଗୋ ଥିବା ହଳଦିଆ କପଡା ପିନ୍ଧିଛନ୍ତି ।
ଭାଇରାଲ୍ ପୋଷ୍ଟର କମେଣ୍ଟ ରେ ଏକ ଫଟୋ ସେୟାର କରିଥିବାର ଦେଖିବାକୁ ପାଇଥିଲୁ । ଏହି ଫଟୋରେ ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର, ପୁଅ ଗୌତମ ଏବଂ ଝିଅ ସୀତାରା ଏକାଠି ଠିଆ ହୋଇଛନ୍ତି । ଉକ୍ତ ଫଟୋରେ ମଧ୍ୟ ଗୌତମ ସେହି ହଳଦିଆ କପଡ଼ା ପିନ୍ଧିଛନ୍ତି । କିନ୍ତୁ ସେଥିରେ ଟିଡିପି ପତାକାର ସଙ୍କେତ ନଥିବାର ଦେଖିବାକୁ ପାଇଥିଲୁ। ନୀରିକ୍ଷଣ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଭାଇରାଲ୍ ପ୍ରତିଛବି ଏବଂ ମୂଳ ଫଟୋଗ୍ରାଫରେ ଥିବା ଲୋଗୋ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ପରିବାର ସହ ଉଠାଇଥିବା ଫଟୋରେ ଗୌତମ ଙ୍କ ହଳଦିଆ କପଡ଼ାରେ "ISH 2024" ପ୍ରିଣ୍ଟ ହୋଇଥିବା ଦେଖିବାକୁ ପାଇଥିଲୁ ।
ରିଭର୍ସ ଇମେଜ ଅନୁସନ୍ଧାନ ଅନୁଯାୟୀ ମହେଶ ବାବୁ ଫଟୋଗ୍ରାଫକୁ ତାଙ୍କ ସୋସିଆଲ ମିଡିଆରେ ଏକ କ୍ୟାପସନ ଲେଖି ସେୟାର କରିଛନ୍ତି: “ଉକ୍ତ ପୋଷ୍ଟ ରେ ତାଙ୍କ ପୁଅର ଉଜ୍ଵଳ ଭବିଷ୍ୟତ ପ୍ରାର୍ଥନା କରିବା ସହ ଏଭଳିପୁଅ ପାଇ ସିଏ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି" ।
ଉକ୍ତ ପୋଷ୍ଟ ରେ ଗୌତମ ଙ୍କ ଏକ ଭିଡିଓ ମଧ୍ୟ ମହେଶ ସେୟାର କରିଛନ୍ତି ଉକ୍ତ ଭିଡିଓ ରେ ଗୌତମ ସେହି ହଳଦିଆ କପଡା ପିନ୍ଧିଛନ୍ତି ଯେଉଁଥିରେ ISH ଲେଖା ହୋଇଛି ।
ଯେତେବଳେ ଆମେ ISH ଅନୁସନ୍ଧାନ କରିଥିଲୁ, ଏହା ହାଇଦ୍ରାବାଦ ସ୍ଥିତ ଏକ ଶିକ୍ଷାନୁଷ୍ଠାନ ବୋଲି ଜାଣିବାକୁ ପାଇଥିଲୁ, ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ପୂର୍ବରୁ ଖବର ପ୍ରସାରିତ ହୋଇଛି I
୨୭ ମଇ ୨୦୨୪ ରେ ହିନ୍ଦୁସ୍ଥାନ ଟାଇମ୍ସ ଏକ ଶୀର୍ଷକ ସହ ଏହି ଖବର ପ୍ରସାରିତ କରିଥିଲା “ମହେଶ ବାବୁ, ନମ୍ରତା ଶିରୋଦକର ପୁଅ ଗୌତମଙ୍କ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି "
ନ୍ୟୁଜ ୧୮ ରେ ପ୍ରସାରିତ ଖବର ଅନୁଯାୟୀ “ମହେଶ ବାବୁ ପୁଅ ଗୌତମଙ୍କ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି"
ଆମ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରିତ ଖବର କୁ ଆଧାର କରି ଜାଣିବାକୁ ପାଇଥିଲୁ । ଫଟୋଟିକୁ ଏଡିଟ୍ କରି ଭାଇରାଲ କରାଯାଇଛି, ସ୍ନାତକ ସମାରୋହରେ ଯୋଗଦେବା ପାଇଁ ମହେଶ ବାବୁଙ୍କ ପୁଅ ଗୌତମ ସେହି ହଳଦିଆ କପଡା ପିନ୍ଧିଥିଲେ ଯେଉଁଥିରେ ISH ଲୋଗୋ ରହିଥିଲା ।