ଫ୍ୟାକ୍ଟ ଚେକ୍: ଗଭୀର ଖାଲ ଭିତରେ ବାଇକ ଚାଳକ ଖସି ପଡୁଥିବା ଭିଡିଓଟି ଶ୍ରୀଲଙ୍କାର ଅଟେ, ଭାରତ ସହ ନାହିଁ କୌଣସି ସମ୍ପର୍କ
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରି ଶ୍ରୀଲଙ୍କାର କଲମ୍ବୋ ଅଞ୍ଚଳର ଅଟେ । ଭାଇରାଲ ଭିଡିଓ ସହ ଭାରତର କୌଣସି ସମ୍ପର୍କ ନାହିଁ ।

Claim :
ଭାରତରେ ଘଟିଛି କିଛି ଏଭଳି ଘଟଣା, ରାସ୍ତା ମଝିରେ ଥିବା ଗଭୀର ଖାଲ ଭିତରେ ଖସିପଡ଼ିଲେ ବାଇକ ଚାଳକFact :
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ଶ୍ରୀଲଙ୍କାର କଲମ୍ବୋ ଅଞ୍ଚଳର ଅଟେ
ଅସରାଏ ବର୍ଷାରେ ଧୋଇନେଲା ରାସ୍ତା, ନିର୍ମାଣର ମାସେ ନପୁରୁଣୁ ଉଠିଗଲା ପିଚୁ, ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ । ସକାଳୁ ସକାକୁ ଟିଭି କିମ୍ବା ପେପର ଖୋଲୁଖୋଲୁ କିଛି ଏଭଳି ସବୁ ଖବର ଦେଖିବାକୁ ମିଳିଥାଏ । ଯାହାକି ଏବେ ନିତିଦିନିଆ ଖବରରେ ପରିଣତ ହେବାକୁ ବସିଲାଣି । କିଛି ଦୁର୍ନୀତିଗସ୍ତ ଯନ୍ତ୍ରୀ ଏବଂ ଅଣଶିଖିତ ବେପାରୁଆ ଠିକାଦାରଙ୍କ ହେତୁ ଭାରତରେ ରାସ୍ତାର ଅବସ୍ଥା ଏବେ ନକହିବା ଭଲ । ସରକାରୀ ଯନ୍ତ୍ରୀଙ୍କ ପିସି ମନୋବୃତି ହେତୁ ରାସ୍ତା ତିଆରି ରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ଦୁଃଖର ବିଷୟ ଏନଇ ରାଜ୍ୟବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ହୁଏନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ତେଣୁ ଦୁର୍ନୀତିର ଚେର ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଥିବା ସବୁ ଆଡେ ଚର୍ଚ୍ଚା ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଟି ଏକ ସିସିଟିଭି ଫୁଟେଜ ଭଳି ଦେଖାଯାଉଛି । ଭିଡିଓରେ ଏକ ଜଳମଗ୍ନ ରାସ୍ତାରେ ଜଣେ ବାଇକ ଚାଳକ ବାଇକ ନେଇ ଆସୁଥିବା ବେଳେ ହଠାତ ଏକ ଖାଲ ଭିତରେ ପସି ଯାଇଥିବାର ଦେଖିବାକୁ ମିଳିଛି । ତେବେ ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ବେଳେ । ବାଇକଟି ସମ୍ପୂର୍ଣ୍ଣ ଭାବେ ଖାଲ ଭିତରେ ପସିଯାଇଥିବାର ମନେ ହେଉଛି ।
ଉକ୍ତ ଭିଡିଓଟି ଭାରତର ବୋଲି ଦାବି ହୋଇଛି । ଭାରତରେ ଏତେ ମାତ୍ରାରେ ଟାକ୍ସ ଆଦାୟ ପରେ ମଧ୍ୟ କିଛି ଏଭଳି ଅବସ୍ଥା ଦେଖିବାକୁ ମିଳିଛି ବୋଲି ୟୁଜର୍ସ ଦାବି କରିଛନ୍ତି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ଶ୍ରୀଲଙ୍କାର କଲମ୍ବୋ ଅଞ୍ଚଳର ଅଟେ । ଉକ୍ତ ଭିଡିଓର ଭାରତ ସହ କୌଣସି ସମ୍ପର୍କନାହିଁ ।
ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୧୯ ସେପ୍ଟେମ୍ବର ୨୦୨୩ରେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ବେଳେ ଯେଉଁଥିରେ ଉକ୍ତ ଘଟଣାଟି ଶ୍ରୀଲଙ୍କାର ବୋଲି ଉଲ୍ଲେଖ ରହିଥିଲା ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଦୁଇଟିଯାଙ୍କ ଭିଡିଓ ଗୋଟିଏ ଘଟଣାର ବୋଲି ଜଣାପଡିଥିଲା ।
ଉକ୍ତ ଘଟଣାକୁ ନେଇ ୯ ଜୁନ ୨୦୨୫ରେ ଡେଲି ମିରର ନିଜ ୱେବସାଇଟରେ ଏକ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଥିଲା ।
ଯେଉଁଥିରେ ଉଲ୍ଲେଖ ଥିଲା ଯେ, ଆଜି ଗୋଥାଟୁଆ ଡ୍ରେନେଜ୍ ବୋର୍ଡ ନିକଟରେ ରାସ୍ତାରେ ଏକ ଗଭୀର ଗାତରେ ପଡ଼ି ବାପା ଏବଂ ତାଙ୍କ ଝିଅ ଏକ ସମ୍ଭାବ୍ୟ ବିପଦପୂର୍ଣ୍ଣ ପରିସ୍ଥିତିରୁ ଅଳ୍ପକେ ରକ୍ଷା ପାଇଛନ୍ତି ।
ଏକ ମୋଟର ସାଇକେଲରେ ସ୍କୁଲକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ବାପା ଏବଂ ଝିଅ, ସେମାନଙ୍କ ମୋଟର ସାଇକଲ ସହିତ ପାଣି ଭର୍ତ୍ତି ନାଳରେ ଖସି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ନାହିଁଥିବା ଉଦ୍ୟମ କରିଥିଲେ ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଥାଟୁଆରୁ କୋସ୍ୱାଟ୍ଟେ ରାସ୍ତାରେ ଏକ ଭୂତଳ ପାଇପ୍ ଫାଟିଯିବାରୁ ୧୬ ଫୁଟ ଗଭୀରତା ବିଶିଷ୍ଟ ଗାତଟି ସୃଷ୍ଟି ହୋଇଥିଲା। ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଖବରରେ ପ୍ରକାଶ ପାଇଛି ।
ଉକ୍ତ ପ୍ରକାଶିତ ଖବରରେ ଭାଇରାଲ ହେଉଥିବା ଭିଡିଓର ଏକ ଅଂଶ ମଧ୍ୟ ପ୍ରକାଶିତ ହୋଇଥିଵାର ଦେଖୁବାକୁ ମିଳିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସେହିପରି ଉକ୍ତ ଘଟଣାଟି ଶ୍ରୀଲଙ୍କାର ଅନ୍ୟକିଛି ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରି ଶ୍ରୀଲଙ୍କାର କଲମ୍ବୋ ଅଞ୍ଚଳର ଅଟେ । ଭାଇରାଲ ଭିଡିଓ ସହ ଭାରତର କୌଣସି ସମ୍ପର୍କ ନାହିଁ ।