ଫ୍ୟାକ୍ଟ ଚେକ୍: ଯୁବକକୁ ନିର୍ଯ୍ୟାତନା ଦେବାର ଭିଡିଓଟି ବାଂଲାଦେଶର ଅଟେ, ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ
Viral Video of Assault Falsely Linked to West Bengal

Claim :
ପଶ୍ଚିମବଙ୍ଗରେ ଜଣେ ପରିବା ବ୍ୟବସାୟୀକୁ ସାମ୍ପ୍ରଦାୟିକ ଘଟଣାକୁ ନେଇ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛିFact :
ଭାଇରାଲ ଭିଡିଓଟି ବାଂଲାଦେଶର ଅଟେ, ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ
ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। ପ୍ରସାରିତ ଖବର ଅନୁଯାୟୀ, କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଶ୍ନ କରିଥିଲେ, ‘ଯଦି ଭାଜପା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ରବିନ୍ଦ୍ରନାଥ ଟାଗୋର ଏବଂ ରାଜା ରାମମୋହନ ରାୟଙ୍କ ଭଳି ମହାନ ସ୍ବାଧୀନତା ସଂଗ୍ରାମୀ ଏବଂ ଚିନ୍ତାନାୟକଙ୍କୁ ପ୍ରଶଂସା କରେ ନାହିଁ, ତେବେ କାହାକୁ ପ୍ରଶଂସା କରେ?’ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଶୁଣିଛି ଯେ ଭାଜପା ଭିତରେ କେତେକ ଲୋକ କହୁଛନ୍ତି ଯେ ସେମାନେ ନେତାଜୀଙ୍କୁ ପ୍ରଶଂସା କରନ୍ତି ନାହିଁ। ତେଣୁ ମୋତେ କୁହନ୍ତୁ, ଯଦି ଆପଣ ନେତାଜୀ, ଟାଗୋର ଏବଂ ରାଜା ରାମମୋହନ ରାୟଙ୍କୁ ସମ୍ମାନ କରନ୍ତି ନାହିଁ, ତେବେ ଆପଣ କାହାକୁ ସମ୍ମାନ କରନ୍ତି?’ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଭଗବଦ ଗୀତା ପାଠ କାର୍ଯ୍ୟକ୍ରମକୁ ଛାଡିବାର ତାଙ୍କ ନିଷ୍ପତ୍ତି ବିଷୟରେ ବ୍ୟାଖ୍ୟା କରି କହିଛନ୍ତି ଯେ ସେ ଏଥିରେ ଯୋଗ ଦେଇ ନାହାଁନ୍ତି କାରଣ ଏହା ଭାଜପା ସହିତ ଜଡିତ ଥିଲା। ରବିବାର ସନ୍ତାନାନ ସଂସ୍କୃତି ସଂସଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥିଲା ଏବଂ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁ ପରିଚୟର ଏକ ପ୍ରମୁଖ ପ୍ରଦର୍ଶନ ଭାବରେ ଦେଖାଯାଇଥିଲା ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ଯୁବକକୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବରେ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବାର ଦେଖିବାକୁ ମିଳିଛି । ତେବେ ଉକ୍ତ ଘଟଣାକୁ ଦେଖିବାକୁ ଚାରିପଟୁ ଲୋକେ ଋଣ୍ଡ ହୋଇଥିବାର ମଧ୍ୟ ଦେଖାଯାଇଛି ।
( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ବାଂଗଲାଦେଶର ଅଟେ, କୁମିଲା ଜିଲ୍ଲାର ବାଂଲାଦେଶର ଅଟେ । ଯେଉଁଠି ଏକ ମସଜିଦରେ ଉକ୍ତ ଯୁବକ ଜଣଙ୍କ ଚୋରି ଅଭିଯୋଗରେ ମାଡ଼ ଖାଉଥିବାର ଜାଣିବାକୁ ମିଳିଛି ।
ଦାବିର ତଦନ୍ତ କରିବାକୁ ଯାଇ ଆବଶ୍ୟକୀୟ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କୌଣସି ଗଣମାଧ୍ୟମରେ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ଅଧିକ ତଦନ୍ତ କରିବାକୁଯାଇ କଲିକତାର ଜଣେ ସ୍ଥାନୀୟ ପ୍ରତିନିଧି ଅଗ୍ନିଶ୍ଵର ସର୍ଦ୍ଦାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଭିଡିଓଟି ପଶ୍ଚିମବଙ୍ଗର ନୁହେଁ ବୋଲି ଅଗ୍ନିଶ୍ଵର ଜଣାଇଥିଲେ । ଅଗ୍ନିଶ୍ଵରଙ୍କ କହିବା ଅନୁଯାୟୀ, ଯଦି ଏଭଳି କୌଣସି ଘଟଣା ନିକଟ ଦିନରେ ପଶ୍ଚିମବଙ୍ଗରେ ଘଟିଥାନ୍ତା ତେବେ ଆମେ ନିଶ୍ଚିତ ଅଗବତ ଥାଆନ୍ତୁ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କିଛି ସୋସିଆଲ ମିଡିଆ ଲିଙ୍କ୍ ହସ୍ତଗତ ହୋଇଥିଲା ।
ଜଣେ ଫେସବୁକ ୟୁଜର୍ସ ଏକ ଫଟୋ ସେୟାର କରି ଉଲ୍ଲେଖ କରିଛନ୍ତି, ବାଙ୍ଗଳାଦେଶର କମିଲ୍ଲା ଜିଲ୍ଲା ଲକ୍ଷମ ମ୍ୟୁନିସିପାଲଟି ଅନ୍ତର୍ଗତ ଏକ ମସଜିଦ ନିକଟରେ ଏକ ମୋଟର ପମ୍ପ ଚୋରି ଅଭିଯୋଗ ନେଇ ଜଣେ ଯୁବକକୁ ବାନ୍ଧିଲେ ସ୍ଥାନୀୟ ବାସିନ୍ଦା ।
ଉକ୍ତ ଫଟୋଟି ଭାଇରାଲ ଭିଡିଓ ସହ ବହୁମାତ୍ରାରେ ସମାନତା ଥିବାର ଦେଖିବାକୁ ପାଇଥିଲୁ ।
ସେହିପରି ଆଉଜଣେ ୟୁଜର୍ସ ମଧ୍ୟ ଉକ୍ତ ଫଟୋକୁ ସେୟାର କରି ସମାନ ସୂଚନା ଦେଇଛନ୍ତି ।
ଉଭୟଙ୍କ ଆକାଉଣ୍ଟ ବାଂଲାଦେଶ ସହ ବହୁମାତ୍ରାରେ ଜଡ଼ିତ ଥିବାର ଅନୁମାନ କରାଯାଉଛି ।
ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ ବାଂଲାଦେଶର ଏକ ସ୍ଥାନୀୟ ଗଣମାଧ୍ୟମର ସୋସିଆଲ ମିଡିଆରେ ସେୟାର ହୋଇଥିବାର ଏକ ଲିଙ୍କ୍ ପାଇଥିଲୁ ।
ପ୍ରସାରିତ ଖବର ଅନୁଯାୟୀ, ୩ ଯୁବକ ଲକ୍ସମ ରେଳ ଜଙ୍କସନ ନିକଟରେ ଥିବା ଏକ ମସଜିଦରୁ ଏକ ମୋଟର ଚୋରି ବେଳେ ତାଙ୍କୁ ସ୍ଥାନୀୟ ବାସିନ୍ଦା କାବୁ କରିଥିଲେ ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ବାଂଲାଦେଶର ଅଟେ, କୁମିଲା ଜିଲ୍ଲାର ବାଙ୍ଗଳାଦେଶର ଅଟେ । ଯେଉଁଠି ଏକ ମସଜିଦରେ ଉକ୍ତ ଯୁବକ ଜଣଙ୍କ ଚୋରି ଅଭିଯୋଗରେ ମାଡ଼ ଖାଉଥିବାର ଜାଣିବାକୁ ମିଳିଛି । ତେଣୁ ଉକ୍ତ ଭାଇରାଲ ଭଡିଓ ସହ ପଶ୍ଚିମବଙ୍ଗ କିମ୍ବା ମମତା ସରକାରଙ୍କ ସହ କୌଣସି ସମ୍ପର୍କ ନାହିଁ ।

