ଫ୍ୟାକ୍ଟ ଚେକ୍: ଆନ୍ଧ୍ର ପ୍ରଦେଶ ପୋଲିସ ମାଡ଼ ମାରିବାର ଭାଇରାଲ ଭିଡିଓକୁ ଉତ୍ତର ପ୍ରଦେଶର ଘଟଣା ବୋଲି ଭୁଲ ଦାବି ସହ ସେୟାର କରାଯାଇଛି
ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ଘଟଣା ନିକଟ ଦିନରେ ଉତ୍ତର ପ୍ରଦେଶରେ ଘଟିନାହିଁ । ଭାଇରାଲ ଭିଡିଓଟି ଆନ୍ଧ୍ରପ୍ରଦେଶ ଅଞ୍ଚଳର ଅଟେ, ଯେଉଁଠି ତେନାଲି ର ଜଣେ କନେଷ୍ଟବଳକୁ ଆକ୍ରମଣ ଅଭିଯୋଗ ନେଇ ଯୁବକଙ୍କୁ ଦଣ୍ଡ ଦେଉଛି ପୋଲିସ ।

Claim :
ଭାଇରାଲ ହେଲା ଭିଡିଓ, ଯୁବକଙ୍କୁ ଅମାନୁସିକ ଭାବେ ମାଡ଼ ମାରୁଛି ଉତ୍ତର ପ୍ରଦେଶ ପୋଲିସFact :
ଭାଇରାଲ ଭିଡିଓଟି ଆନ୍ଧ୍ରପ୍ରଦେଶ ଅଞ୍ଚଳର ଅଟେ, ତେନାଲି ର ଜଣେ କନେଷ୍ଟବଳକୁ ଆକ୍ରମଣ ଅଭିଯୋଗ ନେଇ ଯୁବକଙ୍କୁ ଦଣ୍ଡ ଦେଉଛି ପୋଲିସ
ପୋଲିସ୍ ଜନତା ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ସରକାର ଯେତେ ଅଣ୍ଟା ଭିଡ଼ିଲେ ମଧ୍ୟ କୌଣସି ନା କୌଣସି କାରଣରୁ ଏକ ଶୁନ୍ୟସ୍ଥାନ ରହିଯାଉଛି । କେତେବେଳେ ପୋଲିସ୍ ର ବର୍ବର କାଣ୍ଡ ତ କେତେବେଳେ ଗୋଷ୍ଟି ଆକ୍ରମଣରେ ପୋଲିସ୍ ଲହୁଲୁହାଣ । କିଛି ଏଭଳି ଅପ୍ରିତିକର ପରିସ୍ଥିତି ହେତୁ ପୋଲିସ୍ ଏବଂ ଜନତା ମଧ୍ୟରେ ସେହି ଶୂନ୍ୟ ସ୍ଥାନଟି ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ହଳଦିଆ ରଙ୍ଗର ଗଞ୍ଜି ପିନ୍ଧି ଜଣେ ଯୁବକ ତଳେ ବସିଥିବା ବେଳେ । ଦୁଇଜଣ ପୋଲିସ୍ ଯୁବକଙ୍କୁ ପିଟୁଥିବାର ଦେଖାଯାଇଛି । ଜଣେ ପୋଲିସ୍ ଉକ୍ତ ଯୁବକର ପାଦ ଉପରେ ଗୋଡ଼ ରଖିଥିବା ବେଳେ ଆଉ ଜଣେ ପୋଲିସ୍ ଏକ ଲାଠି ସାହାଯ୍ୟରେ ଯୁବକର ଗୋଡ଼କୁ ବାରମ୍ବାର ପିଟୁଥିବାର ଦେଖିବାକୁ ମିଳିଛି ।
ଉକ୍ତ ଘଟଣାଟି ଉତ୍ତର ପ୍ରଦେଶର ବୋଲି ଦାବି ହୋଇଛି । ଉତ୍ତର ପ୍ରଦେଶ ପୋଲିସ୍ ର ଏଭଳି ଅମାନବିକତା କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ । ଉକ୍ତ ଘଟଣା ର ତଦନ୍ତ କରିବା ସହ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ଘଟଣା ନିକଟ ଦିନରେ ଉତ୍ତର ପ୍ରଦେଶରେ ଘଟିନାହିଁ । ଭାଇରାଲ ଭିଡିଓଟି ଆନ୍ଧ୍ରପ୍ରଦେଶ ଅଞ୍ଚଳର ଅଟେ, ତେନାଲି ର ଜଣେ କନେଷ୍ଟବଳକୁ ଆକ୍ରମଣ ଅଭିଯୋଗ ନେଇ ଯୁବକଙ୍କୁ ଦଣ୍ଡ ଦେଉଛି ପୋଲିସ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।
ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଉତ୍ତର ପ୍ରଦେଶର ଜଣେ ଫ୍ରିଲାନ୍ସ ସାମ୍ବାଦିକ ଯୋଗେଶ କୁମାରଙ୍କୁ ଯୋଗାଯୋଗ କରିଥିଲୁ, ତାଙ୍କ ସୂଚନା ଅନୁଯାୟୀ, ' ଏଭଳି କୌଣସି ଘଟଣା ନିକଟରେ ଉତ୍ତର ପ୍ରଦେଶରେ ଘଟିନାହିଁ, ଯଦି ଘଟିଥାନ୍ତା ତେବେ ଏନେଇ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଉତ୍ତର ପ୍ରଦେଶ ସହ ଉକ୍ତଭାଇରାଲ ଭିଡିଓର କୌଣସି ସମ୍ପର୍କ ନଥାଇପାରେ ।
ସେହିପରି ଭାଇରାଲ ଭିଡିଓକୁ ଅନୁଧ୍ୟାନ କରି ଦେଖିବାରୁ ପୋଲିସ୍ କର୍ମଚାରୀଙ୍କ ୟୁନିଫର୍ମରେ ଯେଉଁ ଚିହ୍ନ ରହିଛି ତାହା ଉତ୍ତର ପ୍ରଦେଶ ପୋଲିସ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ଯେତେବେଳେ ଆମେ ପୋଲିସ୍ ପୋଷାକରେ ଥିବା ଚିହ୍ନକୁ ନେଇ ତଦନ୍ତ କରିଥିଲୁଉକ୍ତ ଚିହ୍ନଟି ଆନ୍ଧ୍ରପ୍ରଦେଶ ପୋଲିସ୍ ସହ ସମ୍ପୂର୍ଣ୍ଣ ଭାବେ ମେଳ ଖାଇଥିଲା ।
ତେଣୁ ଅନୁମାନ କରାଯାଏ ଯେ, ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶର ନହୋଇଥାଇ ପାରେ ।
ଅନୁସନ୍ଧାନ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ କିଛି ଗଣମାଧ୍ୟମରେ ଉକ୍ତ ଘଟଣା ନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଉକ୍ତ ଭିଡିଓ ଗୁଡ଼ିକରେ ଉକ୍ତ ଘଟଣାଟି ଆନ୍ଧ୍ରପ୍ରଦେଶର ବୋଲି ଖବର ପ୍ରସାରଣ ହୋଇଥିବାର ଦେଖିବାକୁ ମିଳିଥିଲା ।
ସେହିପରି ୮ ମଇ ୨୦୨୫ରେ ଏନଡିଟିଭି ଉକ୍ତ ଘଟଣାକୁ ନେଇ ଏକ ବିଶୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଖବର ପ୍ରସାରଣ କରି ଏନଡିଟିଭି ଉଲ୍ଲେଖ କରିଛି ।
ଆନ୍ଧ୍ରପ୍ରଦେଶର ତେନାଲିରେ ତିନି ଜଣ ପୁରୁଷ, ରାସ୍ତାଉପରେ ବସିଥିବା ବେଳେ । ଅନେକ ପୋଲିସ ସେମାନଙ୍କୁ ଘେରି ରହିଛନ୍ତି । ପୋଲିସ ସେମାନଙ୍କୁ ଶିକ୍ଷା ଦେବା ପାଇଁ ସର୍ବସାଧାରଣରେ ପିଟିଛନ୍ତି । ତିନି ଜଣ ବ୍ୟକ୍ତିଙ୍କ ନାମ ହେଉଛି: ଭିକ୍ଟର, ବାବୁଲାଲ ଏବଂ ରାକେଶ ଯେଉଁମାନେ ସ୍ଥାନୀୟ ଡନ୍ ଲଡ୍ଡୁଙ୍କ ଅନୁଗାମୀ ଏବଂ ଏକ ମାସ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଆଇତାନଗରରେ ଚିରଞ୍ଜିବୀ ନାମକ ଜଣେ ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ଉକ୍ତ ଘଟଣାକୁ ନିନ୍ଦା କରିବାକୁ ଯାଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୟାଇ ଏସ ଜଗନ ମୋହନ ରେଡ୍ଡୀ । ନିଜ ସୋସିଆଲ ମିଡିଆରେ ଉକ୍ତ ଭିଡିଓ ସେୟାର କରି ଚନ୍ଦ୍ରବାବୁ ସରକାରଙ୍କୁ ଘେରିଛନ୍ତି ଜଗନ୍ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ଘଟଣା ନିକଟ ଦିନରେ ଉତ୍ତର ପ୍ରଦେଶରେ ଘଟିନାହିଁ । ଭାଇରାଲ ଭିଡିଓଟି ଆନ୍ଧ୍ରପ୍ରଦେଶ ଅଞ୍ଚଳର ଅଟେ, ଯେଉଁଠି ତେନାଲି ର ଜଣେ କନେଷ୍ଟବଳକୁ ଆକ୍ରମଣ ଅଭିଯୋଗ ନେଇ ଯୁବକଙ୍କୁ ଦଣ୍ଡ ଦେଉଛି ପୋଲିସ ।