ଫ୍ୟାକ୍ଟ ଚେକ୍: ଦୁଇ ରାଜନେତାଙ୍କ ବଚସାର ଭିଡିଓକୁ ଭୁଲ୍ ଦାବି ସହ କରାଯାଇଛି ସେୟାର

Claim :
ବିଜେପି ସାଂସଦ ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ବଚସା ଭାଇରାଲ ଭିଡିଓFact :
ଭାଇରାଲ ଭିଡିଓଟି ରାଜସ୍ଥାନର ଅଟେ, ଯେଉଁଥିରେ ବିଜେପି ସାଂସଦ ମନ୍ନାଲାଲ ରାୱତ ୱେବ ବାପ୍ ସାଂସଦଙ୍କ ମଧ୍ୟରେ ଏକ ବୈଠକରେ ବଚସା ହୋଇଥିଲା
ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓରେ ବହୁ ସମାନତା ଥିବାର ଦେଖି ଦୁଇଟି ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ । ଆବଶ୍ୟକୀୟ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିବାରୁ ଏକାଧିକ ଗଣମାଧ୍ୟମ ସମାନ ସୂଚନା ସହ ଉକ୍ତ ଭିଡିଓକୁ ପ୍ରସାରିତ କରିଥିବାର ଦେଖିବାକୁ ପାଇଥିଲୁ ।
କେନ୍ଦ୍ରାପଡା ରାଜନଗରରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରସାରିତ ଖବର ଅନୁଯାୟୀ, ମହିଳା ବିଡିଓଙ୍କୁ ବିଜେପି ନେତା ଲଳିତ ବେହେରା ଲାପଟପ୍ ଉଠାଇ ଆକ୍ରମଣ କରିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି ନେତାଙ୍କ ଏଭଳି କାର୍ଯ୍ୟର ପ୍ରତିବାଦରେ ରାସ୍ତାରୋକ କରିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହିଳା ବିଡିଓଙ୍କୁ ଆକ୍ରମଣ ସମୟର ଭିଡ଼ିଓ ସାମନାକୁ ଆସିବା ପରେ ଅଶାନ୍ତ ହୋଇଛି ରାଜନଗର । ଏଭଳି ଘଟଣାକୁ ନିନ୍ଦା କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ଏଭଳି କାଣ୍ଡ ଘଟଣାଇଥିବା ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ ଗିରଫ ଦାବିରେ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଏଥିସହ ରାଜ୍ୟରେ ମହିଳା ଅସୁରକ୍ଷିତ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜନଗର ବିଧାୟକ ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ବୈଠକରେ ଦୁଇଜଣ ଙ୍କ ମଧ୍ୟରେ ବଚସା ଦେଖାଯାଇଛି । ଜଣେ ଜିଲ୍ଲାପାଳଙ୍କୁ ଜଣେ ବିଜେପି ଦଳର ସାଂସଦ ଦୁର୍ବ୍ୟବହାର କରୁଛନ୍ତି ବୋଲି ଉକ୍ତ ଭିଡିଓ ରେ ପ୍ରକାଶ ପାଇଛି । ଉକ୍ତ ନେତା ବିଜେପି ଦଳର ଗାରିମା ଖୁର୍ଣ କରିବା ଲେଖି ଦଳକୁ ଆକ୍ଷେପ କରିଛନ୍ତି ୟୁଜର୍ସ ।
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, ଦେଖନ୍ତୁ ଜଣେ ଜିଲ୍ଲାପାଳଙ୍କୁ ଜଣେ ବିଜେପି ନେତା କିଭଳି ଦୁର୍ବ୍ୟବହାର କରୁଛନ୍ତି ।
ଯାହାର ଆର୍କାଇଭ ଲିଙ୍କ୍ ଏଠାରେ ରହିଛି
ସାତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ବଚସା ହେଉଥିବା ଭାଇରାଲ ଭିଡିଓରେ ଜଣେ ବିଜେପି ଦଳର ସାଂସଦ ଥିବା ବେଳେ ଆଉଜଣେ ବାପ୍ ର ସାଂସଦ ବୋଲି ଜଣାଯାଇଚି ।
ତଦନ୍ତ କରିବାକୁ ଯାଇ, ଭାଇରାଲ ଦାବି ନେଇ ଆବଶ୍ୟକୀୟ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କୌଣସି ପ୍ରମୁଖ ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୂଖ ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ତେବେ ଭିଡ଼ିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଭିଡିଓ ହସ୍ତଗତ ହୋଇଥିଲା ।
୨୯ ଡିସେମ୍ବର ୨୦୨୫ରେ ଈଟିଭି ଓଡ଼ିଆ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଡୁଙ୍ଗରପୁର ରେ ଦିଶା ବୈଠକରେ ହଟଗୋଳ । ଭାଜପା (ଭାରତୀୟ ଜନତା ପାର୍ଟି ) ଦଳର ସାଂସଦ ଏବଂ ବାପ୍ (ଭାରତୀୟ ଆଦିବାସୀ ପାର୍ଟି) ସାଂସଦ ମଧ୍ୟରେ କଥାକଟାକଟି ।
ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓରେ ବହୁ ସମାନତା ଥିବାର ଦେଖି ଦୁଇଟି ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ । ଆବଶ୍ୟକୀୟ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିବାରୁ ଏକାଧିକ ଗଣମାଧ୍ୟମ ସମାନ ସୂଚନା ସହ ଉକ୍ତ ଭିଡିଓକୁ ପ୍ରସାରିତ କରିଥିବାର ଦେଖିବାକୁ ପାଇଥିଲୁ ।
ସେହିପରି ଏକ ବିସ୍ତୃତ ଖବର ପ୍ରସାରଣ କରି ଏନଡିଟିଭି ଉଲ୍ଲେଖ କରିଛି, ରାଜସ୍ଥାନର ଡୁଙ୍ଗରପୁରରେ ଜିଲ୍ଲା ବିକାଶ କମିଟି ବୈଠକ ସମୟରେ ଭାରତୀୟ ଆଦିବାସୀ ପାର୍ଟି (BAP) ସାଂସଦ ରାଜକୁମାର ରାୱତ ଏବଂ ବିଜେପି ସାଂସଦ ମନ୍ନାଲାଲ ରାୱତଙ୍କ ମଧ୍ୟରେ ଉଷ୍ମ ବାକଯୁଦ୍ଧ ସୃଷ୍ଟି ହୋଇଥିଲା । ଯାହାକି ଆଦିବାସୀ ପ୍ରସଙ୍ଗ ଏବଂ ରାଜନୈତିକ ମୁକାବିଲା ଉପରେ କେନ୍ଦ୍ରିତ ଏହି ବିବାଦ ଆଦିବାସୀ ଭୋଟ ବ୍ୟାଙ୍କ ପାଇଁ ସୃଷ୍ଟି ହୋଇଥିବା ସୂଚିତ କରୁଛି ।
ଖବରରେ ଏହା ମଧ୍ୟ ଉଲ୍ଲେଖ ରହିଛି, "ଡୁଙ୍ଗରପୁରର ଜିଲ୍ଲା ବିକାଶ ସମନ୍ୱୟ ଏବଂ ତଦାରଖ କମିଟିର ଏକ ବୈଠକ ସମୟରେ, ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମନ୍ନଲାଲ ରାୱତ ଏବଂ ଭାରତୀୟ ଆଦିବାସୀ ପାର୍ଟି (ବିଏପି) ସାଂସଦ ରାଜକୁମାର ରାଓତଙ୍କ ମଧ୍ୟରେ ଏକ ଉଷ୍ମ ବାର୍ତାଳାପ ହୋଇଥିଲା। ବିବାଦ ଏତେ ବୃଦ୍ଧି ପାଇଥିଲା ଯେ ସୁରକ୍ଷା କର୍ମୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା। ଏହି ମୁକାବିଲାକୁ ଏବେ ଆଦିବାସୀ ରାଜନୀତିର ପରିବର୍ତ୍ତିତ ଗତିଶୀଳତାର ପ୍ରତୀକ ଭାବରେ ଦେଖାଯାଉଛି । ଡୁଙ୍ଗରପୁରରେ ଜିଲ୍ଲା ପ୍ରଶାସନ ସହିତ ରାଜନୈତିକ ପ୍ରତିନିଧିମାନଙ୍କର ଏକ ବୈଠକ ଚାଲିଥିଲା। ଏହି ବୈଠକ ସମୟରେ ବିଜେପି ସାଂସଦ ରାଜକୁମାର ରାୱତ ଆଦିବାସୀ ସମସ୍ୟା ଉଠାଇବା ଆରମ୍ଭ କରିଥିଲେ। ବିଜେପି ସାଂସଦ ମନ୍ନାଲାଲ ରାୱତ ପ୍ରତିକ୍ରିୟା ଦେଇ କହିଥିଲେ ଯେ ବୈଠକ କାର୍ଯ୍ୟସୂଚୀ ଅନୁସାରେ ଚାଲିବ। ବିତର୍କ ବଢିବାରୁ ବାପ୍ ନେତା ଉମେଶ ଡାମୋର କହିଥିଲେ, "ଯଦି ତୁମେ ଲଢ଼ିବାକୁ ଚାହୁଁଛ, ତେବେ ବାହାରକୁ ଆସ," ଯାହା ବିବାଦକୁ ଆହୁରି ଉତ୍ତେଜନା କରିଥିଲା ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତରେ ଭାଜପା ଦଳର ସାଂସଦ ଏବଂ ବାପ୍ ସାଂସଦଙ୍କ ମଧ୍ୟରେ ବଚସା ହୋଇଛି ।

