ଫ୍ୟାକ୍ଟ ଚେକ୍: ଇଲେକ୍ଟ୍ରି ଗାଡ଼ି ବିସ୍ପୋରଣ ହେଉଥିବା ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ନାହିଁ କୌଣସି ସମ୍ପର୍କ

Claim :
ଇନ୍ଦୋରରେ ଅଘଟଣ, ଜଳିଗଲା ଇଲେକ୍ଟ୍ରିକ କାର୍Fact :
ଭାଇରାଲ ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ନାହିଁ କୌଣସି ସମ୍ପର୍କ
ପ୍ରଦୂଷଣ କମାଇବାକୁ ସରକାର ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ିଗୁଡିକ ବ୍ୟବହାର ନ କରିବାକୁ ପରାମର୍ଶ ଦେଉଛନ୍ତି । ଏହା ସହ ଅଧିକରୁ ଅଧିକ ମାତ୍ରାରେ ଇଲେକ୍ଟ୍ରି ଚାଳିତ ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ସରକାର । ହେଲେ ବିଭିନ୍ନ ସମୟରେ ଇଲେକ୍ଟ୍ରି ଗାଡ଼ି ବିସ୍ଫୋରଣ ଘଟୁଥିବାର ଦେଖିବାକୁ ମିଳିଛି, ଯାହାକି ଉଭୟ ଗ୍ରାହକ ଏବଂ ବିକ୍ରେତାଙ୍କୁ ହରଡ଼ଗଣାରେ ପକାଇଛି । ପୁରୀଜିଲ୍ଲା କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୁର ଛକ ନିକଟରେ ଥିବା ଏକ ଇଭି ଗାଡ଼ି ସୋ’ ରୁମରେ ଗତବର୍ଷ ଅକ୍ଟୋବରରେ ଅଗ୍ନିକାଣ୍ଡ ଘଟିଥିଲା ଚାହୁଁଚାହୁଁ ସୋରୁମଟି ଭସ୍ମୀଭୂତ ହୋଇଯାଇଥିଲା । ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନୂଆଁ ସାହି ଇଭି ବାଇକ୍ ବ୍ୟାଟେରୀ ଚାର୍ଜରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘର ଭିତରୁ ୩ଟି ପରିବାରର ୧୧ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଚାରିଚକିଆ ଯାନ ପାର୍କିଂଗ ହୋଇଥିବାର ଦେଖିବାକୁ ମିଳିଛି । କିଛି ସମୟ ପରେ ଗାଡ଼ିରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଛି । ଧୂଆଁ ବହୁ ମାତ୍ରାରେ ବଢ଼ିବଢ଼ି ଶେଷକୁ ଗାଡ଼ିଟି ବିସ୍ପୋରଣ ହୋଇଥିବାର ଉକ୍ତ ଭିଡିଓରେ ଦେଖାଯାଇଛି ।
ତେବେ ଉକ୍ତ ଘଟଣାଟି ଇନ୍ଦୋରର ବୋଲି ଦାବି କରିଛନ୍ତି ୟୁଜର୍ସ, ଇନ୍ଦୋରର ଏକ ପାର୍କିଂଗ ସ୍ଥଳୀରେ ଏକ ଇଭି ଗାଡ଼ିର ବ୍ୟାଟେରିରେ ସଟସର୍କିଟ ଘଟି ଏଭଳି ଅଗ୍ନିକାଣ୍ଡ ଘଟିଥିବାର କିଛି ଗଣମାଧ୍ୟମ ମଧ୍ୟ ଖବର ପ୍ରକାଶ କରିଥିଵାର ଦେଖିବାକୁ ମିଳିଛି ।
ଯାହାର ଆର୍କଆଇଭ ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରିନ ସଟ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ନିକଟ ଦିନରେ ଇନ୍ଦୋରରେ ଏଭଳି କୌଣସି ଇଭି ଗାଡ଼ିର ଅଗ୍ନିକାଣ୍ଡ ଘଟିନାହିଁ । ଭାଇରାଲ ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
ଦାବିର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ଅନୁସନ୍ଧାନ କରିବାରୁ କିଛି ଗଣମାଧ୍ୟମରେ ପ୍ରସାରିତ ଖବର ହସ୍ତଗତ ହୋଇଥିଲା । ହେଲେ ଭାଇରାଲ ଭିଡିଓର କୌଣସି ଦୃଶ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇନଥିଲୁ ।
ଭାଇରାଲ ଭିଡିଓକୁ ଯଦି ଆପଣ ଭଲଭାବେ ଅନୁଧ୍ୟାନ କରି ଦେଖିବେ ଭିଡିଓରେ ଚାଇନିଜ ଭାଷାରେ କିଛି କେହି କହୁଥିବାର ଶୁଣିବାକୁ ମିଳିଛି ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଇନସ୍ଟାଗ୍ରାମରେ ପ୍ରସାରିତ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଯେଉଁଥିରେ ଉଲ୍ଲେଖ ରହିଛି ଚାଇନାର ଇଲେକ୍ଟ୍ରି ଗାଡ଼ିରେ ବିସ୍ପୋରଣ । ଫେଇଫାନ ଇଆର୬ ମଡେଲ ଗାଡ଼ିରେ ଘଟିଛି ଏଭଳି ବିସ୍ପୋରଣ ।
ଅଧିକ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର କିଛି ଲିଙ୍କ୍ ହସ୍ତଗତ ହୋଇଥିଲା ।
ଇ ଭେଇକିଲ ଇନଫୋ ନାମକ ଏକ ଡିଜିଟାଲ ମିଡିଆରେ ଏନେଇ ଏକ ବିଶୃତ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।
ପ୍ରସାରିତ ଖବର ଅନୁଯାୟୀ, ଭିଡିଓରେ ଥିବା କାରଟି ହେଉଛି Feifan (Rising) ER6, ଏକ ଚାଇନିଜ୍ ଇଲେକ୍ଟ୍ରିକ୍ ସେଡାନ୍ ।ଫୁଟେଜ୍ ଟି ନିକଟସ୍ଥ ଏକ କୋଠାରୁ ରେକର୍ଡ କରାଯାଇଛି। ଏଥିରେ କାରଟି ଏକ ସଂକୀର୍ଣ୍ଣ ଲେନ୍ରେ ପାର୍କିଂ ହୋଇଥିବା ଦେଖାଯାଉଛି, ବ୍ୟାଟେରୀ ଅଞ୍ଚଳରୁ ଘନ କଳା ଧୂଆଁ ବାହାରୁଛି। କିଛି ସେକେଣ୍ଡ ମଧ୍ୟରେ, ଧୂଆଁ ବୃଦ୍ଧି ପାଏ ଏବଂ କାରଟି ଜୋରରେ ବିସ୍ଫୋରଣ ହୁଏ, ଯାହା ଫଳରେ ଯନ୍ତ୍ରପାତି ଉଡ଼ିଯାଏ ଏବଂ ପାଖରେ ଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ସେହିପରି ନିୟୁଜ ନେକ୍ସଟ ଆପଲ ନାମକ ଚାଇନାର ଏକ ସ୍ଥାନୀୟ ଗଣମାଧ୍ୟମ ସମାନ ସୂଚନା ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ପ୍ରସାରିତ ଖବରରେ ଭାଇରାଲ ଭିଡିଓର ଅଂଶ ପ୍ରସାରିତ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଚାଇନାର ଅଟେ, ଇନ୍ଦୋର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।

