ସୋସିଆଲ ମିଡିଆରେ ଫେକ୍ ନୋଟିସ ହେଲା ଭାଇରାଲ, ପୂର୍ବତନ ଆଇଏଏସ ଅଧିକାରୀଙ୍କୁ ଭାରତୀୟ ନିର୍ବାଚନ କମିଶନର ଦାୟିତ୍ୱ
ସୋସିଆଲ ମିଡିଆରେ ଏକ ନୋଟିସ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଉଲ୍ଲେଖ ରହିଛି, ଅରୁଣ ଗୋଏଲଙ୍କ ଇସ୍ତଫା ପରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେଲେ ଦୁଇ ବରିଷ୍ଠ ଅଧିକାରୀ ।
![Arun Goels resignation, Rajesh Kumar Gupta, Priyansh Sharma, Ex-IAS officers, Election comissioner of India, New EC Arun Goels resignation, Rajesh Kumar Gupta, Priyansh Sharma, Ex-IAS officers, Election comissioner of India, New EC](https://www.telugupost.com/h-upload/2024/03/15/1600199-fake-notice-on-eci-appointment.webp)
Claim :
ଭାରତୀୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ପୂର୍ବତନ ଆଇଏଏସ ଅଫିସର ରାଜେଶ କୁମାର ଗୁପ୍ତା ଏବଂ ପ୍ରିୟାନ୍ସ ଶର୍ମାFact :
ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଦୁଇ ପ୍ରଶାସନିକ ଅଧିକାରୀ ଶ୍ରୀ ଗଣେଶ କୁମାର ଏବଂ ଶ୍ରୀ ସୁଖବିର ସିଂ ସିନ୍ଧୁ
ସୋସିଆଲ ମିଡିଆରେ ଏକ ନୋଟିସ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଉଲ୍ଲେଖ ରହିଛି, ଅରୁଣ ଗୋଏଲଙ୍କ ଇସ୍ତଫା ପରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେଲେ ଦୁଇ ବରିଷ୍ଠ ଅଧିକାରୀ ।
ପାଖେଇ ଆସିଛି ଲୋକସଭା ନିର୍ବାଚନ ଏହି ସମୟରେ ମାର୍ଚ୍ଚ୯ ୨୦୨୪ ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ ।
ଏହି ସମୟରେ ଏକ ଘୋଷଣା ପତ୍ର ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଉଲ୍ଲେଖ ରହିଛି ଦୁଇ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜେଶ କୁମାର ଗୁପ୍ତା ଏବଂ ପ୍ରିୟାନ୍ସ ଶର୍ମା ଭାରତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହୋଇଛନ୍ତି ।
ସୂଚନା ରେ ନାହିଁ କୌଣସି ସତ୍ୟାସତ୍ୟ, ଏହି ନୋଟିସ ଟିକୁ ଏଡିଟ କରାଯାଇଛି ଏବଂ ଭୁଲ୍ ସୂଚନା ସହ କରାଯାଇଛି ଭାଇରାଲ ।
ତେବେ ଏନେଇ ଗୁଗୁଲ ରେ ଦୁଇ ନୂତନ ନିର୍ବାଚନ କମିଶନରଙ୍କ ଯୋଗଦାନ ସର୍ଚ୍ଚ କରିବାରୁ କୌଣସି ସଠିକ ତଥ୍ୟ ମିଳି ପାରିଲାନାହିଁ କିମ୍ବା ଇସିଆଇ ୱେବସାଇଟ ରେ ମଧ୍ୟ କୌଣସି ପ୍ରେସ ବିବୃତ୍ତି ମିଳିଲାନାହିଁ ।
ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏଯେ ଏନେଇ ପିଆଇବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି । ପୋଷ୍ଟ ଅନୁଯାୟୀ , " ଦୁଇଜଣ ଅଧିକାରୀ ଙ୍କ ନିର୍ବାଚନ କମିଶନର ଭାବେ ଯୋଗଦେବା ନୋଟିସ ଟି ଫେକ୍ ଅଟେ" ।
କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏଏନଆଇ ଦେଇଥିବା ସୂଚନା ଅନୁଯାୟୀ ।
ମାର୍ଚ୍ଚ ୧୫ ୨୦୨୪, ରେ ନିର୍ବାଚନ କମିଶନ ଏକ ନୋଟିସ ଜାରି କରିଥିଲେ , ଯେଉଁଥିରେ ଶ୍ରୀ ଜ୍ଞାନେସ କୁମାର ଏବଂ ସୁଖବିର ସିଂ ସନ୍ଧୁ ଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି କରାଗଲା ବୋଲି ଉଲ୍ଲେଖ ରହିଥିଲା ।
ନିର୍ବାଚନ କମିଶନଙ୍କ ସ୍ପୋକ ପର୍ସନ ମଧ୍ୟ ଏନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ
ଏନେଇ ଓପି ଇଣ୍ଡିଆ ମଧ୍ୟ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି କି , ନିର୍ବାଚନ ଆୟୋଗ ଦ୍ୱାରା ନିଯୁକ୍ତି ପାଇଥିବା ଦୁଇ କମିଶନର ଭାଇରାଲ ନୋଟିସ ଟି ଫେକ୍ ଅଟେ ।
ତେବେ ଏଥିରୁ ଜଣାଯାଏ ଭାଇରାଲ ହେଇଥିବା ନୋଟିସ ଟି ଫେକ୍ ଅଟେ, ବର୍ତ୍ତମାନ ର ସୂଚନା ଅନୁଯାୟୀ ଶ୍ରୀ ଜ୍ଞାନେସ କୁମାର ଏବଂ ଶ୍ରୀ ସୁଖବିର ସିଂ ସନ୍ଧୁ ନିର୍ବାଚନ କମିଶନର ଭାବେ ଯୋଗଦାନ କରିଛନ୍ତି ।