ଫେକ୍ ଭିଡିଓ ହେଉଛି ଭାଇରାଲ ମନ୍ଦିର ଭିତରେ ହାତରେ ଚାଲୁଛନ୍ତି ମୋଦି
ଗୋଟିଏ ହିନ୍ଦୁ ମନ୍ଦିର ଭିତରେ ହାତରେ ଚାଲୁଛନ୍ତି ଜଣେ ସାଧୁ ୩ ମିନିଟ ୪୭ ସେକେଣ୍ଡ ର ଭିଡିଓ ହେଉଛି ଭାଇରାଲ । ସୋସିଆଲ ମିଡିଆରେ ସେୟାର କରୁଥିବା ବ୍ୟକ୍ତି ଉଲ୍ଲେଖ କରିଛନ୍ତି ଏହି ଭିଡିଓ ରେ ଥିବା ବ୍ୟକ୍ତି ହେଉଛନ୍ତି ଯୁବା ସମୟର ନରେନ୍ଦ୍ର ମୋଦି।
![Modi Walking on his hands, Narendra modi hands walking, viralvideo, video of modi walking on hands Modi Walking on his hands, Narendra modi hands walking, viralvideo, video of modi walking on hands](https://www.telugupost.com/h-upload/2024/03/23/1602494-yoga-pose.webp)
Claim :
କେଦାରନାଥ ମନ୍ଦିର ପ୍ରାଙ୍ଗଣ ଭିତରେ ହାତରେ ଚାଲୁଛନ୍ତି ନରେନ୍ଦ୍ର ମୋଦି, ସେସମୟରେ ତାଙ୍କୁ ହୋଇଥିଲା ମାତ୍ର ୨୬ ବର୍ଷFact :
୨୦୨୧ ମସିହାର ଯୋଗ ଦିବସ ଅବସରରେ କେଦାରନାଥ ମନ୍ଦିରର ପୂଜକ ଆଚାର୍ଯ୍ୟ ସନ୍ତୋଷ ତ୍ରିବେଦୀ ହାତରେ ଚାଲି ଦେଇଥିଲେ ଯୋଗ ବାର୍ତା
ଗୋଟିଏ ହିନ୍ଦୁ ମନ୍ଦିର ଭିତରେ ହାତରେ ଚାଲୁଛନ୍ତି ଜଣେ ସାଧୁ ୩ ମିନିଟ ୪୭ ସେକେଣ୍ଡ ର ଭିଡିଓ ହେଉଛି ଭାଇରାଲ । ସୋସିଆଲ ମିଡିଆରେ ସେୟାର କରୁଥିବା ବ୍ୟକ୍ତି ଉଲ୍ଲେଖ କରିଛନ୍ତି ଏହି ଭିଡିଓ ରେ ଥିବା ବ୍ୟକ୍ତି ହେଉଛନ୍ତି ଯୁବା ସମୟର ନରେନ୍ଦ୍ର ମୋଦି।
ସେହିପରି କେହିକେହି ଲେଖିଛନ୍ତି ଏହା ହେଉଛି ନରେନ୍ଦ୍ର ମୋଦି ଙ୍କ ଦୁର୍ଲଭ ଭିଡିଓ ।ଅନ୍ୟପଟେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି " କେହି ଜାଣିନଥିଲେ ଦିନେ ୟେ ବ୍ୟକ୍ତି ଜଣଙ୍କ ଦେଶର ପ୍ରଧାନମନ୍ତ୍ରୀ ହୋଇଯିବେ" ।
ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟାସତ୍ୟ, ଭିଡିଓ ରେ ଥିବା ସାଧୁ ଜଣଙ୍କ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନକରିବାରୁ ଜଣାଯାଏଯେ ଯୋଗୀ ନର୍ମଦା ନାଥ ଜୀ ତାଙ୍କ ସୋସିଆଲ ମିଡିଆରେ ଏହି ଭିଡିଓ କୁ ଜୁନ୨୧ ୨୦୨୧ ରେ ଅପଲୋଡ଼ କରିଛନ୍ତି । " ଯୋଗ ସାଧନା ମାଧ୍ୟମରେ ପରମ ଯୋଗୀ ମହାଦେବ କେଦାରେଶ୍ଵର ଙ୍କର ଶ୍ରୀ ଚରଣରେ ହାତ ମାଧ୍ୟମରେ ଚାଲୁଛନ୍ତି ଶ୍ରୀ ସନ୍ତୋଷ ତ୍ରିବେଦୀ ମହାଶୟ"
ଭିଡିଓ କୁ ଅଧିକ ନିରୀକ୍ଷଣ କରି ଯଦି ଦେଖିବେ ଜାଣିପାରିବେ ଭିଡିଓ ରେ ପଡୁଥିବା ବରଫ ବର୍ଷା ଟି ଅପ୍ରାକୃତିକ । କୌଣସି ଏକ ଇଫେକ୍ଟ ଦିଆହୋଇଥିବା ସୁନିଶ୍ଚିତ । ସେହିପରି ଭିଡିଓ ରେ ଥିବା ନୀଳ ରଙ୍ଗ ଟି ମଧ୍ୟ ଏକ ଗ୍ରାଫିକ୍ସ ପରିକଳ୍ପନା ।
ଅଧିକ ତର୍ଜମା କରିବାରୁ ଜଣାଯାଏ ଏନେଇ ୨୨ ମାର୍ଚ୍ଚ. ୨୦୨୪ ରେ ଏଏନଆଇ ଏକ ଖବର ପ୍ରସାରଣ କରିଛି ଯେଉଁଥିରେ ଉଲ୍ଲେଖ ରହିଛି କି , "ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନିଜ ହାତରେ ଠିଆ ହୋଇଛନ୍ତି ଆଚାର୍ଯ୍ୟ ସନ୍ତୋଷ ତ୍ରିବେଦୀ ଯିଏକି ହେଉଛନ୍ତି କେଦାରନାଥ ମନ୍ଦିରର ପୂଜକ ।
ସେହିପରି ଗୁଗୁଲ ରେ ଆଚାର୍ଯ୍ୟ ସନ୍ତୋଷ ତ୍ରିବେଦୀ ଖୋଯିବାରୁ ଜଣାଯାଏ ଏନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପୂର୍ବରୁ ବହୁ ଖବର ପ୍ରସାରଣ କରିସାରିଛନ୍ତି ।
କମ୍ୟୁନମାଗ ରେ ପ୍ରସାରିତ ଖବର ଅନୁଯାୟୀ, କେଦାରନାଥ ମନ୍ଦିର ପୂଜକ ନିଜ ହାତରେ ଚାଲି ମହାଦେବଙ୍କ କରୁଛନ୍ତି ପୂଜାର୍ଚ୍ଚନା ।
ସେହିପରି ଶ୍ରୀ କେଦାର ୩୬୦ ଟ୍ରଷ୍ଟ ଏହି ଭିଡିଓ କୁ ୨୧ଜୁନ ୨୦୨୧ ରେ ସେୟାର କରି ଲେଖିଛନ୍ତି କି " ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରୁଛନ୍ତି ଆଚାର୍ଯ୍ୟ ଶ୍ରୀ ସନ୍ତୋଷ ତ୍ରିବେଦୀ , ଯାହାକି ଯୋଗ ର ଉପାଦେୟତା କୁ ଜନସମାଗମଙ୍କ ପାଖକୁ ପହଞ୍ଚାଇବା ପାଇଁ ଏକ ପ୍ରକାର ନିଆରା ବାର୍ତା " ।
ତେଣୁ ଜଣାଯାଏଯେ ଦାବିଟି ରେ ନାହିଁ କୌଣସି ସତ୍ୟାସତ୍ୟ, କେଦାରନାଥ ମନ୍ଦିରରେ ହାତରେ ଯୋଗସାଧନା କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଚାର୍ଯ୍ୟ ସନ୍ତୋଷ ତ୍ରିବେଦୀ। ଯିଏକି ୨୦୨୧ ମସିହାରେ ପାଳନ ହୋଇଥିବା ଯୋଗ ଦିବସରେ ଏଭଳି ଦୁଃସାହସିକତା ଦେଖାଇଛନ୍ତି ।