ଫ୍ୟାକ୍ଟ ଚେକ୍: ଭାରତର ସାମରିକ କଲୋନୀ ଉପରେ ପାକିସ୍ତାନର ଆକ୍ରମଣ ଦାବି ହେଉଥିବା ଭିଡିଓଟି ପ୍ରକୃତରେ ଇଣ୍ଡୋନେସିଆର
ଦାବିରେ ନାହିଁ କୌଣସି ସତ୍ୟତା । ପାକିସ୍ତାନ ଭାରତୀୟ ସେନାର କଲୋନୀ ଉପରେ ଆକ୍ରମଣ କରିଥିବା ଦାବି ହେଉଥିବା ପ୍ରକୃତ ଭିଡିଓଟି ଇଣ୍ଡୋନେସିଆର ଅଗ୍ନିକାଣ୍ଡର ଭିଡିଓ ଅଟେ । ଯାହାକୁ ଭୁଲ୍ ଦାବି ସହ ସେୟାର କରାଯାଇଛି ।

Claim :
ଭାରତୀୟ ସେନାର କଲୋନୀ ଉପରକୁ ପାକିସ୍ତାନର ଆକ୍ରମଣFact :
ପ୍ରକୃତ ଭିଡିଓଟି ଇଣ୍ଡୋନେସିଆର ଅଟେ , ବର୍ତ୍ତମାନର ଭାରତ ପାକିସ୍ତାନ ପରିସ୍ଥିତି ସହ ନାହିଁ କୌଣସି ସମ୍ପର୍କ
ଅପରେସନ ସିନ୍ଦୂର ହଜାଇ ଦେଇଛି ପାକିସ୍ତାନର ନିଦ । ଅନ୍ୟପତେ ଭାରତ ଉପରେ ହୋଇପାରେ ଆହୁରି ଆକ୍ରମଣ। ଏନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦେଇଛନ୍ତି ସଙ୍କେତ ଏଭଳି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରି । ‘ଅପରେସନ ସିନ୍ଦୂର’ ପରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ସମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ପହଲଗାଓଁ ଆକ୍ରମଣକୁ ୨୬/୧୧ ଆକ୍ରମଣ ପରେ ସବୁଠୁ ବର୍ବର ଆକ୍ରମଣ ପାଲଟା ଜବାବରେ ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ଦେଇଛନ୍ତି ।
ସୁରକ୍ଷା ପାଇଁ ଭାରତ ତରଫରୁ ସୀମାରେ ହାଇ ଆଲର୍ଟ ଜାରି । ରାଜସ୍ଥାନ ଓ ପଂଜାବର ସୀମା ସିଲ୍ । ଜଳ, ସ୍ଥଳ, ଆକାଶ – ତିନି ସେନା ପ୍ରସ୍ତୁତ । ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ । ସୁରକ୍ଷା ଦୃଷ୍ଟିରୁ ଖାଲି କରାଯାଉଛି ସୀମାନ୍ତବର୍ତ୍ତୀ ଗାଁ । ୨୭ ବିମାନ ବନ୍ଦର ବନ୍ଦ କରାଯାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ କୌଣସି ଏକ ସ୍ଥାନରେ ଭୟାଭୟ ଅଗ୍ନିକାଣ୍ଡ ହୋଇଥିବାର ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ସବୁକିଛି ଜଳି ଧ୍ବଂସ ବିଧ୍ବଂସ ହୋଇଯାଇଥିବାର ଦେଖାଯାଇଛି । କିଛି ବ୍ୟକ୍ତି ବହୁ ଦୂରରୁ ଉକ୍ତ ଅଗ୍ନିକାଣ୍ଡକୁ ଦେଖୁଥିବାର ଦେଖାଯାଇଛି ।
ଉକ୍ତ ଭିଡିଓଟି ବର୍ତ୍ତମାନ ସମୟର ବୋଲି ଦାବି ହୋଇଛି, ପାକିସ୍ତାନ ଆକ୍ରମଣରେ ଭାରତୀୟ ସେନାର ଏକ କଲୋନୀ ଧୂଳିସାତ ହୋଇଯାଇଛି ବୋଲି ଦାବି ରଖିଛନ୍ତି ୟୁଜର୍ସ ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓଟି ଇଣ୍ଡୋନେସିଆର ଅଗ୍ନିକାଣ୍ଡର ଭିଡିଓ ଅଟେ, ଯାହାକୁ ଭୁଲ୍ ଦାବି ସହ ସେୟାର କରାଯାଇଛି ।
ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଭାରତୀୟ ସେନା କଲୋନୀ ଉପରେ ପାକିସ୍ତାନର ଆକ୍ରମଣ ନେଇ ଅନୁସନ୍ଧାନ କରିଥଲୁ ଏନେଇ କୌଣସି ଫଟୋ ଏବଂ ଭିଡିଓ ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ଉକ୍ତ ଖବର କିମ୍ବା ଭିଡିଓ ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଏହାର କିଛି ଅଂଶ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓଟି ଦୁଇଦିନ ତଳେ ଅପଲୋଡ଼ ହୋଇଥିବା ବେଳେ ଏହା ଭାଇରାଲ ଭିଡିଓ ଦଦୃଶ ହେଲେ ଏହା ଉପରେ ଆଉକିଛି ଲେଖା ହୋଇଥିବାର ଦେଖିବାକୁ ପାଇଥିଲୁ ।
ଅଧିକ ଅନୁସନ୍ଧାନରୁ ରେଡାକ୍ସି ଟ୍ରାନ୍ସ୭ ଅଫିସିଆଲ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଯେଉଁଥିରେ ସିଏନଏନ ଇଣ୍ଡୋନେସିଆର ଏକ ଲୋଗୋ ଥିବାର ଦେଖାଯାଇଥିବା ବେଳେ, ଇଣ୍ଡୋନେସିଆ ସେଣ୍ଟ୍ରାଲ ଜାଭାର ଜାପେରା ଏଜେନ୍ସିର ପାର୍କିଂଗ ସ୍ଥଳୀରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବାର ସ୍ଥାନୀୟ ଭାଷାରେ ଉଲ୍ଲେଖ ଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓରେ ୩୦ ସେକେଣ୍ଡ ସମୟରେ ଭାଇରାଲ ହେଉଥିବା ଭିଡିଓର ଏକ ଅଂଶ ଥିବାର ଦେଖିବାକୁ ମଧ୍ୟ ମିଳିଛି ।
ଯେତେବେଳେ ଆମେ ଉଭୟ ଭିଡିଓକୁ ତୁଳନା କରିଥିଲୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ର କିଛି ସ୍ଥାନୀୟ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇଥିବା ବେଳେ ସମସ୍ତ ପ୍ରକାଶିତ ଖବରରେ ଭାଇରାଲ ଫଟୋର ଅଂଶ ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ଭାରତ ସରକାରଙ୍କ ଫ୍ୟାକ୍ଟଚେକ୍ ଅନୁଷ୍ଠାନ ପିଆଇବି ଫ୍ୟାକ୍ଟ ଚେକ୍ ମଧ୍ୟ ଉକ୍ତ ଘଟଣାକୁ ଫେକ୍ ବୋଲି ଦର୍ଶାଇଛି । ୬ ମଇ ରେ ଇଣ୍ଡୋନେସିଆରେ ହୋଇଥିବା ଅଗ୍ନିକାଣ୍ଡକୁ ଭୁଲ୍ ଦାବି ସହ ସେୟାର କରାଯାଇଛି ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛି ପିଆଇବି ଫ୍ୟାକ୍ଟଚେକ୍ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପାକିସ୍ତାନ ଭାରତୀୟ ସେନାର କଲୋନୀ ଉପରେ ଆକ୍ରମଣ କରିଥିବା ଦାବି ହେଉଥିବା ପ୍ରକୃତ ଭିଡିଓଟି ଇଣ୍ଡୋନେସିଆର ଅଗ୍ନିକାଣ୍ଡର ଭିଡିଓ ଅଟେ । ଯାହାକୁ ଭୁଲ୍ ଦାବି ସହ ସେୟାର କରାଯାଇଛି ।