ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଭିଡିଓରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ବକ୍ତବ୍ୟ ଦେଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି
ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ବାର୍ତା ଦେଇନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ । ପ୍ରକୃତ ଭିଡିଓରେ ମୋଦି କହିଛନ୍ତି, "ସରକାର ଚଳାଇବା ପାଇଁ ବହୁମତ ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ବହୁତ ଗୁରୁତ୍ୱପୂର୍ଣ୍ଣ" ।

Claim :
ବଳି ପକାଇବା ପାଇଁ ସବୁଠାରୁ ଭଲ ପ୍ରାଣୀ ହେଉଛି ଗାଈ: ମୋଦିFact :
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ
ଜନସେବା ପାଇଁ ୨୪ବର୍ଷର ଶାସନର ଆବଶ୍ୟକ ନାହିଁ । ୨୪ମିନିଟରେ ବି ଅନେକ କିଛି କରିହେବ । ଇଚ୍ଛାଶକ୍ତି ଥିବା ଦରକାର । ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା କୃତ୍ରିମ ପ୍ରାଚୀରକୁ ଆମ ସରକାର ଧୂଳିସାତ କରିଦେଇଛି । ଯେକୌଣସି ଲୋକ ତାଙ୍କ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଅବାଧରେ ଭେଟିପାରୁଛନ୍ତି । ଏବେ ‘ତୃତୀୟ ମହଲା’ ଲୋକଙ୍କ ଦୁଆରମୁହଁକୁ ଯାଉଛି । ଏହା ହେଉଛି ଆମ ସୁଶାସନର ଏକ ନୂଆ ଦିଗ ।” ନିଜର ସରକାରର ପ୍ରଥମ ଏକବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏହାସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁବଶୀଘ୍ର ଲୋକାୟୁକ୍ତ ନିଯୁକ୍ତି ଓ ନିଗମ-ବୋର୍ଡ ଅଧ୍ୟକ୍ଷ ପଦବୀ ପୂରଣ ଆଦି କରାଯିବ ବୋଲି କହିଛନ୍ତି । ତାଙ୍କ ସରକାରଙ୍କ ପ୍ରଥମବର୍ଷର କାର୍ଯ୍ୟକୁ ସେ ନିଜେ ନୁହେଁ ସାମ୍ବାଦିକମାନେ ମୂଲ୍ୟାଙ୍କନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୧୧ବର୍ଷର ସଫଳତା ଓ ରାଜ୍ୟରେ ନିଜ ସରକାରର ଏକବର୍ଷର କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚିତ୍ର ସ୍ପଷ୍ଟ ଉପସ୍ଥାପନ କରିଛନ୍ତି ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ, ବଳି ନିମନ୍ତେ ଗାଈ ସବୁଠାରୁ ଭଲ ପ୍ରାଣୀ ବୋଲି ପ୍ରଧାନମନ୍ତ୍ରୀ ମୋଦି କହୁଥିବାର ଦାବି ହୋଇଛି I
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ବାର୍ତା ଦେଇନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ । ପ୍ରକୃତ ଭିଡିଓରେ ମୋଦି କହିଛନ୍ତି, "ସରକାର ଚଳାଇବା ପାଇଁ ବହୁମତ ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ବହୁତ ଗୁରୁତ୍ୱପୂର୍ଣ୍ଣ" ।
ପ୍ରଧାନମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟକୁ ଅନୁସନ୍ଧାନ କରିବାରୁ କୌଣସି ପ୍ରମୂଖ ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳିକୌଣସି ବକ୍ତବ ପ୍ରଧାନମନ୍ତ୍ରୀ ଦେଇଥାନ୍ତେ ତେବେ ନିଶ୍ଚିତଭାବେ ଏହା ପ୍ରସାରିତ ହୋଇଥାନ୍ତା ।
ସେଭଳି ଦେଖିବାକୁ ଗଲେ ଏଭଳି ବକ୍ତବ୍ୟ ପ୍ରଧାନମନ୍ତ୍ରୀ ଦେବା ଅସମ୍ବବ ପ୍ରାୟ । ତେଣୁ ଭାଇରାଲ ଭିଡିଓରେ କୌଣସି ସତ୍ୟତା ନଥିବାର ଅନୁମାନ କରାଯାଉଛି ।
ଭାଇରାଲ ଭିଡିଓକୁ ଯଦି ସଠିକ ଭାବେ ଦେଖାଯାଏ ତେବେ ମୋଦିଙ୍କ କହିବା ଶୈଳୀ ପ୍ରାୟତଃ ଅପ୍ରାକୃତିକ ଭଳି ଦୃଶ୍ୟମାନ ହେଉଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ସ୍ଵର ମଧ୍ୟ ଉକ୍ତ ଭିଡିଓରେ ଅନ୍ୟ କାହାଶ୍ୱର ଭଳି ଜଣାଯାଉଛି ।
ଆମେ ଭାଇରାଲ୍ ଭିଡିଓର ଅଡିଓକୁ ଡିପଫେକ୍-ଓ-ମିଟର୍ ଏଆଇ ଡିଟେକ୍ସନ୍ ଟୁଲ୍ ବ୍ୟବହାର କରି ପରୀକ୍ଷା କରିଥିଲୁ। ଟୁଲ୍ ଅଡିଓକୁ ହେରଫେର କରାଯାଇଥିବା ଭାବରେ ଚିହ୍ନଟ କରିଥିଲା ।
ଅନ୍ୟପଟେ ରିଜେମ୍ବଲ ଏଆଇ ଦ୍ୱାରା ଉକ୍ତ ଭିଡିଓର ଅଡିଓକୁ ପରୀକ୍ଷା କରିବାରୁ । ଉକ୍ତ ଅଡିଓଟି ଭିଡିଓ ସହ ତାଳମେଳ ଖାଉନଥିବାର ରିପୋର୍ଟ ପ୍ରକାଶ ପାଇଥିଲା ।
ସେହିପରି ପ୍ରକୃତ ଭିଡିଓଜୁ ଅନୁସନ୍ଧାନ କରିବାକୁ ଯାଇ, ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଭିଡିଓଟି ୭ ଜୁନ ୨୦୨୪ରେ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୟୁଟ୍ୟୁବ ଆକାଉଣ୍ଟରେ ଅପଲୋଡ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୬୭ଲକ୍ଷ ରୁ ଉର୍ଦ୍ଧ୍ବ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି ।
ସମ୍ପୂର୍ଣ୍ଣ ଭିଡିଓକୁ ସମୀକ୍ଷା କରି ଦେଖିବାରୁ ୧ଘଣ୍ଟା ୦୮ମିନିଟ ୪୫ସେକେଣ୍ଡ ସମୟରେ ଭାଇରାଲ ଭିଡିଓର ଅଂଶ ପାଇଥିଲୁ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କହିବାର ଶୈଳୀ ଭାଇରାଲ ଭିଡିଓ ସହ ମେଳ ଖାଉଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓରେ ମୋଦି କହିଛନ୍ତି, "ସରକାର ଚଳାଇବା ପାଇଁ ବହୁମତ ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।" ଉକ୍ତ ଭିଡିଓର କୌଣସି ସ୍ଥାନରେ ପଶୁବଳି ବିଷୟରେ ଉଲ୍ଲେଖ କରିଥିଵାର ଆମେ ପାଇନଥିଲୁ ।
ଏଥିରୁ ଜଣାଯାଏ ଯେ, ଭାଇରାଲ ହେଉଥିବା ଭିଡିଓ ସହ ଏକ ଅଡିଓ ଯୋଡ଼ି ଭାଇରାଲ କରାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ବାର୍ତା ଦେଇନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ । ପ୍ରକୃତ ଭିଡିଓରେ ମୋଦି କହିଛନ୍ତି, "ସରକାର ଚଳାଇବା ପାଇଁ ବହୁମତ ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ବହୁତ ଗୁରୁତ୍ୱପୂର୍ଣ୍ଣ" ।

