ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗରେ ଅଗ୍ନିଶମ କେନ୍ଦ୍ର ଭୁଶୁଡ଼ିବା ଦାବିରେ ନାହିଁ କୌଣସି ସତ୍ୟତା
ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓଟି ମିଆଁମାର ସ୍ଥିତ ସାଗାଇଙ୍ଗ ଅଞ୍ଚଳର ଅଟେ । ୨୦୨୫ ମାର୍ଚ୍ଚ ମାସରେ ଘଟିଥିବା ଭୂମିକମ୍ପ ହେତୁ ଅଗ୍ନିଶମ କେନ୍ଦ୍ରଟି ଭୁଶୁଡ଼ି ପଡ଼ିଥବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ତେଣୁ ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ ।

Claim :
ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ନିମ୍ନମାନର କାମ ହେତୁ ଭୁଶୁଡ଼ି ପଡିଲା ଅଗ୍ନିଶମ କେନ୍ଦ୍ରFact :
ଦାବିରେ ନାହିଁ କୌଣସି ସତ୍ୟତା, ପ୍ରକୃତ ଭିଡିଓଟି ମିଆଁମାର ସ୍ଥିତ ସାଗାଇଙ୍ଗ ଅଞ୍ଚଳର ଅଟେ । ୨୦୨୫ ମାର୍ଚ୍ଚ ମାସରେ ଘଟିଥିବା ଭୂମିକମ୍ପ ହେତୁ ଅଗ୍ନିଶମ କେନ୍ଦ୍ରଟି ଭୁଶୁଡ଼ି ପଡ଼ିଥବା ସୂଚନା ।
ତତ୍ପର ହୋଇଉଠିଛି ଭାରତୀୟ ଜନତା ପାର୍ଟି, କଳେ ବଳେ କୌଶଳେ ପଶ୍ଚିମବଙ୍ଗକୁ ନିଜ ଅକ୍ତିଆର କରିବାକୁ ଲାଗିପଡିଛନ୍ତି ବିଜେପିର ଛାମୁଆ ନେତା । ଦିଦିଙ୍କ ଗଡ଼ରୁ ଶାହ ରଣହୁଙ୍କାର ଦେଇ ଏଥର ୨୦୨୬ରେ ପଶ୍ଚିମବଙ୍ଗରୁ ମମତା ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ବିଜେପିର କର୍ମକର୍ତ୍ତାକୁ ଆହ୍ବାନ ଦେଇଛନ୍ତି । ଯଦି ପଶ୍ଚିମବଙ୍ଗରେ ଦୁର୍ନୀତି ବନ୍ଦ କରିବାକୁ ଚାହୁଁଛ ତେବେ ପଶ୍ଚିମବଙ୍ଗରେ ଟିଏମସିର ସରକାର ହଟେଇ ବିଜେପିର ସରକାରକୁ ଆଣିବାକୁ ପଡ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ସାହା ।
ପଶ୍ଚିମବଙ୍ଗରେ ବହୁବର୍ଷ ହେବ ସରକାର ପରିବର୍ତ୍ତନ ହୋଇନଥିବା ବେଳେ ଦୁର୍ନୀତିରେ ଲିପ୍ତ ହୋଇପଡିଛନ୍ତି ରାଜ୍ୟ ସରକାର ତେଣୁ, ସରକାର ବଦଳିବା ନିହାତି ଆବଶ୍ୟକ ବୋଲି ସାଧାରଣ ଜନତାଙ୍କୁ ବୁଝାଉଛନ୍ତି ବିଜେପି ନେତା ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଅହ୍ନିଶମ କେନ୍ଦ୍ର ଭୁଶୁଡ଼ି ପଡିଥିବାର ଦେଖିବାକୁ ମିଳିଛି । ଭୁଶୁଡ଼ି ପଡିଥିଵା ଅଟ୍ଟାଳିକା ମଧ୍ୟରେ କିଛି ଅଗ୍ନିଶମଯାନ ମଧ୍ୟ ଫସି ରହିଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ପଶ୍ଚିମବଙ୍ଗର ବୋଲି ଦାବି ହୋଇଛି । ରାଜ୍ୟ ସରକାରଙ୍କ ପିସି ମନୋଭାବ ହେତୁ ଠିକାଦାର ନିମ୍ନମାନର କାମ କରିଛନ୍ତି । ଫଳରେ ଅଗ୍ନିଶମ କେନ୍ଦ୍ରଟି ଏଭଳି ଭୁଶୁଡ଼ି ପଡିଥିବାର ଉଲ୍ଲେଖ କରିଛନ୍ତି ୟୁଜର୍ସ ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ଘଟଣା ନିକଟ ଦିନରେ ପଶ୍ଚିମବଙ୍ଗରେ ଘଟି ନାହିଁ । ପ୍ରକୃତ ଭିଡିଓଟି ମିଆଁମାର ସ୍ଥିତ ସାଗାଇଙ୍ଗ ଅଞ୍ଚଳର ଅଟେ । ୨୦୨୫ ମାର୍ଚ୍ଚ ମାସରେ ଘଟିଥିବା ଭୂମିକମ୍ପ ହେତୁ ଅଗ୍ନିଶମ କେନ୍ଦ୍ରଟି ଭୁଶୁଡ଼ି ପଡ଼ିଥବା ସୂଚନା ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।
ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ପଶ୍ଚିମବଙ୍ଗର ଜଣେ ସାମ୍ବାଦିକଙ୍କୁ ଯୋଗାଯୋଗ କରିଥିଲୁ, ତାଙ୍କ ସୂଚନା ଅନୁଯାୟୀ, ' ଏଭଳି କୌଣସି ଘଟଣା ନିକଟରେ ପଶ୍ଚିମବଙ୍ଗରେ ଘଟିନାହିଁ, ଯଦି ଘଟିଥାନ୍ତା ତେବେ ଏନେଇ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଭିଡିଓଟି ବହୁ ପୁରୁଣା ହୋଇଥାଇ ପାରେ କିମ୍ବା ପଶ୍ଚିମବଙ୍ଗ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନଥାଇପାରେ ।
ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୨୪ ମଇ ୨୦୨୫ରେ ୨୦୨୫ ସାହାଇଙ୍ଗ ଆର୍ଥକ୍ୱେକ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୯୫ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଉଲ୍ଲେଖ ରହିଛି, ସାହାଇଙ୍ଗ ରେ ଘଟିଥିବା ଭୂମିକମ୍ପ ହେତୁ ସାହାଇଙ୍ଗ ଅଗ୍ନିଶମ କେନ୍ଦ୍ର ଭୁଶୁଡ଼ି ପଡ଼ିଛି।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।

ଯେତେବେଳେ ଆମେ ଇଂରାଜୀରେ ମିଆଁମାର ସ୍ଥିତ ସାଗାଇଙ୍ଗ ଭୂମିକମ୍ପରେ ଅଗ୍ନିଶମ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବାର ଲେଖି ସର୍ଚ୍ଚ କରିଥିଲୁ ।
ଗେଟି ଇମେଜରେ ଅପଲୋଡ଼ ହୋଇଥିବା ଏହି ଫଟୋଟି ପାଇଥିଲୁ, ଯେଉଁଥିରେ ଉଲ୍ଲେଖ ଥିଲା ଏହା ମିଆଁମାର ସ୍ଥିତ ସାଗାଇଙ୍ଗ ଅଞ୍ଚଳର ଅଟେ ।
ଅନ୍ୟପଟେ ୧ ଅପ୍ରେଲ ୨୦୨୫ରେ ଦ ଗାର୍ଡ଼ିଆନ ଉକ୍ତ ଖବର କୁ ପ୍ରସାରିତ କରି ଉଲ୍ଲେଖ କରିଛି, କେନ୍ଦ୍ରୀୟ ମିଆଁମାରରେ ୭.୭ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଛି । ଯେଉଁଥିରେ ହଜାର ହଜାର ଜୀବନ ନଷ୍ଟ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳରେ ଅବସ୍ଥିତ କେନ୍ଦ୍ରୀୟ ମିଆଁମାରର ଏକ ସହର ସାଗାଇଙ୍ଗର ଏକ କବରସ୍ଥାନରେ, ମୃତଦେହ ଜମା ହେବା ଆରମ୍ଭ ହୋଇଛି ।
ଉକ୍ରଳ ପ୍ରସାରିତ ଖବରରେ ଯେଉଁ ଫଟୋ ବ୍ୟବହୃତ ହୋଇଛି ତାହା ଭାଇରାଲ ଫଟୋର ଏକ ଅଂଶ ବୋଲି ଦେଖିବାକୁ ପାଇଥିଲୁ ।

ସେହିପରି ଆଉ କିଛି ଖବର ପ୍ରସାରଣକାରି ଅନୁଷ୍ଠାନ ଉକ୍ତ ଖବର ପ୍ରସାରିତ କରିଛନ୍ତି ଯେଉଁଥିରେ ଭାଇରାଲ ହେଉଥିବାର ଫଟୋ ମଧ୍ୟ ପ୍ରସାରିତ ହୋଇଛି ।
ଯାହାର ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓଟି ମିଆଁମାର ସ୍ଥିତ ସାଗାଇଙ୍ଗ ଅଞ୍ଚଳର ଅଟେ । ୨୦୨୫ ମାର୍ଚ୍ଚ ମାସରେ ଘଟିଥିବା ଭୂମିକମ୍ପ ହେତୁ ଅଗ୍ନିଶମ କେନ୍ଦ୍ରଟି ଭୁଶୁଡ଼ି ପଡ଼ିଥବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ତେଣୁ ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ ।