ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓ ସହ ବିହାରର ନାହିଁ କୌଣସି ସମ୍ପର୍କ, ପ୍ରକୃତ ଭିଡିଓଟି ମହାରାଷ୍ଟ୍ରର ଅଟେ
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ମହାରାଷ୍ଟ୍ରର ଅଟେ । ଯେଉଁଠି ଏନସିପିର କିଛି କର୍ମୀ ଏବଂ ଛାବା ସଙ୍ଗଠନର କିଛି ନେତାଙ୍କ ସହ ମାଡ଼ପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଘଟଣା ସହ ବିହାରର କୌଣସି ସମ୍ପର୍କ ନାହିଁ ।

Claim :
ସୋଫା ଉପରେ ବସିବାରୁ ଜଣେ ଦଳିତ ନେତାଙ୍କୁ ବିହାରରେ ଆକ୍ରମଣFact :
ଭାଇରାଲ ହେଉଥିବା ଭିଡିଓଟି ମହାରାଷ୍ଟ୍ରର ଅଟେ, ଯେଉଁଠି ଏନସିପିର କିଛି କର୍ମୀ, ଛାବା ସଂଗଠନର କିଛି ନେତାଙ୍କ ସହ ମାଡ଼ପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା
ବିହାର ନିର୍ବାଚନ ଯେତିକି ପାଖଉଛି ଚିରାଗ ପାଶ୍ବାନ ଫାକ୍ଟର ଏନଡିଏ ମେଣ୍ଟ ଲାଗି ସେତିକି ସମସ୍ୟା ସୃଷ୍ଟି କରୁଛି । ବିହାରରେ ହତ୍ୟାକାଣ୍ଡ, ଲୁଟ, ଡକାୟତି, ଅପହରଣ, ଦୁଷ୍କର୍ମ ଆଦି ଘଟଣା ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ପୋଲିସ ଓ ପ୍ରଶାସନ ଅପରାଧୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା କହିଚାଲିଛନ୍ତି ଏଲଜେପି ରାମବିଳାସ ଦଳର ନେତା ଚିରାଗ । ଏହା ସହ ଏହି ସବୁ ଘଟଣାର ବୋଝ ସହଭାଗୀ ଦଳମାନେ ବି ବୋହି ଚାଲିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ନୀତୀଶ କୁମାର ନେତୃତ୍ବାଧୀନ ଏନଡିଏ ସରକାର ଚାଲିଥିବାବେଳେ ଚିରାଗ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ତଥାପି ଏନଡିଏ ସରକାରକୁ ଖୋଲାଖୋଲି ସମାଲୋଚନା ବିହାର ରାଜନୀତିରେ ଚର୍ଚ୍ଚାର କାରଣ ପାଲିଟିଛି ।
ଇତିମଧ୍ୟରେ ଏକ ୧୧ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଏକ ସୋଫାରେ ବସିଥିବା ବେଳେ, ଆଉକିଛି ବ୍ୟକ୍ତି ଆସି ତାଙ୍କୁ ଆକ୍ରମଣ କରିଥିଵାର ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓଟି ବିହାରର ବୋଲି ଦାବି ହୋଇଛି । ନିକଟରେ ଜଣେ ଦଳିତ ନେତା ସୋଫା ଉପରେ ବସିବାରୁ ଅନ୍ୟ କିଛି କର୍ମୀ ତାଙ୍କୁ ଆକ୍ରମଣ କରିଛନ୍ତି ବୋଲି ସୋସିଆଲ ମିଡିଆରେ ୟୁଜର୍ସ ଦାବି କରିଛନ୍ତି ।
ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ମହାରାଷ୍ଟ୍ରର ଅଟେ । ଯେଉଁଠି ଏନସିପିର କିଛି କର୍ମୀ ଏବଂ ଛାବା ସଙ୍ଗଠନର କିଛି ନେତାଙ୍କ ସହ ମାଡ଼ପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଭାଇରାଲ ଭିଡିଓକୁ ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ ନିକଟ ଦିନରେ ଉକ୍ତ ଭିଡିଓକୁ ପ୍ରସାରିତ କିମ୍ବା ପ୍ରକାଶିତ କରିଥିଵାର ଦେଖିବାକୁ ପାଇନଥିଲୁ ।
ଅଧିକ ସୂଚନା ନିମନ୍ତେ ବିହାର ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିବାରୁ ସିଏ କୁହନ୍ତି, ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ଏଭଳିବହୁ ଭିଡିଓ ସୋସିଆଲ ମିଡିଆରେ ସେତିକି ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓଟି ବିହାରର ଘଟଣା ନୁହେଁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ଉକ୍ତ ଖବରକୁ ଆମେ ନିଶ୍ଚିତ ପ୍ରସାରିତ କରିଥାନ୍ତୁ ।
ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଟ୍ୱିଟର ଲିଙ୍କ ହସ୍ତଗତ ହୋଇଥିଲା ।
୨୦ ଜୁଲାଇ ୨୦୨୫ରେ ଏନସିପି ନେତା ରୋହିତ ପାୱାର ସେୟାର କରିଥିଵାର ଦେଖିବାକୁ ମିଳିଛି ।
ଭିଡିଓ ସେୟାର କରି ରୋହିତ ଉଲ୍ଲେଖ କରିଛନ୍ତି, ରାଜ୍ୟର ଚାଷୀମାନେ ଅତ୍ୟନ୍ତ ଦୁର୍ଦ୍ଦଶାରେ ଥିବା ବେଳେ, ଯଦି ରାଜ୍ୟର କୃଷି ମନ୍ତ୍ରୀ ବିଧାନସଭାରେ ରମି କାର୍ଡ ଫିଙ୍ଗିବେ, ତେବେ ସାଧାରଣ ଲୋକଙ୍କ କ୍ରୋଧ ନିଶ୍ଚିତ ଭାବରେ ଉପୁଜିବ। ଛାଭା ସଙ୍ଗଠନର କର୍ମୀମାନେ ଏହି ପ୍ରସଙ୍ଗରେ ଲାଟୁରରେ ତତ୍କର ସାହେବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରୁଥିବା ସମୟରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଦୁର୍ଭାଗ୍ୟଜନକ। ଏହିପରି ଭାବରେ ତତ୍କର ସାହେବଙ୍କ ଉପରେ କାର୍ଡ ଫିଙ୍ଗିବା ପ୍ରକୃତରେ ଭୁଲ, କିନ୍ତୁ ପରବର୍ତ୍ତୀ ସମୟରେ ଛାବା ସଙ୍ଗଠନର କର୍ମୀଙ୍କ ଉପରେ ଆକ୍ରମଣ ଆହୁରି ଭୁଲ। ଶାସକ କର୍ତ୍ତୃପକ୍ଷ କ’ଣ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି ଯେ ଯଦି ଲୋକମାନେ ପ୍ରଶ୍ନ ଉଠାଇବେ, ତେବେ ଆମେ ସେମାନଙ୍କୁ ପିଟିବୁ, ଆକ୍ରମଣ କରିବୁ ଏବଂ ବିରୋଧୀଙ୍କୁ ଚୂର୍ଣ୍ଣ କରିବୁ ।
ଟ୍ୱିଟର ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ଆମେ ତୁଳନା କରିଥିଲୁ ।
ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ତେବେ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ୨୧ ଜୁଲାଇ ୨୦୨୫ରେ ପ୍ରକାଶିତ ଏକ ନ୍ୟୁଜ ହସ୍ତଗତ ହୋଇଥିଲା ।
ନ୍ୟୁଜ୧୮ ଉକ୍ତ ଘଟଣାକୁ ନେଇ ଏକ ବିଶୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଖବର ପ୍ରସାରଣ କରି ନ୍ୟୁଜ୧୮ ଉଲ୍ଲେଖ କରିଛି, ଜୁଲାଇ 20 ତାରିଖରେ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର କର୍ମୀମାନେ ଛାବା ସଙ୍ଗଠନର କର୍ମୀମାନଙ୍କୁ ମାଡ଼ ମାରିଥିଲେ। ଏହା ପୂର୍ବରୁ, ଛାଭା ସଙ୍ଗଠନର ସଦସ୍ୟମାନେ ଲାଟୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏନସିପିର ମହାରାଷ୍ଟ୍ର ୟୁନିଟ୍ ସଭାପତି ସୁନୀଲ ତତକରେଙ୍କ ସମ୍ମୁଖରେ ତାସ ଫିଙ୍ଗିଥିଲେ। ପ୍ରକୃତରେ, ଛାଭା ସଙ୍ଗଠନର ଲୋକମାନେ ମହାରାଷ୍ଟ୍ର କୃଷି ମନ୍ତ୍ରୀ ଏବଂ ଏନସିପି ନେତା ମାଣିକରାଓ କୋକାଟେଙ୍କ ଇସ୍ତଫା ଦାବି କରୁଥିଲେ। କୋକାଟେଙ୍କୁ ମହାରାଷ୍ଟ୍ର ବିଧାନସଭାରେ ତାଙ୍କ ମୋବାଇଲ୍ ଫୋନ୍ରେ 'ରମି' ବଜାଉଥିବାର ଅଭିଯୋଗ ହୋଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା।
ଭିଡିଓ ସାମ୍ନାକୁ ଆସିବା ପରେ, ମହାରାଷ୍ଟ୍ରରେ ସାଂସ୍କୃତିକ ସଂରକ୍ଷଣ ଏବଂ କୃଷକ ସମସ୍ୟା ଉପରେ କାମ କରୁଥିବା ଛାଭା ସଙ୍ଗଠନର କର୍ମୀମାନେ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ଏବଂ ଲାଟୁରରେ ଏନସିପି ସାମ୍ବାଦିକ ସମ୍ମିଳନୀ ସମୟରେ ମହାରାଷ୍ଟ୍ର ୟୁନିଟ୍ ସଭାପତି ସୁନୀଲ ତତକରେଙ୍କ ସମ୍ମୁଖରେ ତାସ ଫିଙ୍ଗିଥିଲେ। ଏହା ପରେ, ଏନସିପି କର୍ମୀମାନେ ଛାଭା ସଙ୍ଗଠନର ନେତା ବିଜୟ ଘାଟଗେଙ୍କ ସମେତ ଅନେକ ଲୋକଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।
ଉକ୍ତ ଘଟଣାକୁ ନେଇ ପିଟିଆଇ ମଧ୍ୟ ଏକ ବିଶୃତ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ମହାରାଷ୍ଟ୍ରର ଅଟେ । ଯେଉଁଠି ଏନସିପିର କିଛି କର୍ମୀ ଏବଂ ଛାବା ସଙ୍ଗଠନର କିଛି ନେତାଙ୍କ ସହ ମାଡ଼ପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଘଟଣା ସହ ବିହାରର କୌଣସି ସମ୍ପର୍କ ନାହିଁ ।

