ଫ୍ୟାକ୍ଟ ଚେକ୍: ଯୁବତୀଙ୍କୁ ଅପହରଣ ଭିଡିଓଟି ପଶ୍ଚିମବଙ୍ଗର ନୁହେଁ, ଉତ୍ତର ପ୍ରଦେଶର ଅଟେ
ଦାବିରେ ନାହିଁ ସତ୍ୟତା । ଏଭଳି କୌଣସି ଘଟଣା ନିକଟ ଦିନରେ ପଶ୍ଚିମବଙ୍ଗରେ ଘଟିନାହିଁ । ଭାଇରାଲ ହେଉଥିବା ଭିଡିଓଟି ଉତ୍ତର ପ୍ରଦେଶର ରାମପୁର ଅଞ୍ଚଳର ଅଟେ । ଯେଉଁଥିରେ କିଛି ଯୁବକ ୨ ଜଣ ଯୁବତୀଙ୍କୁ ଅସଦାଚରଣ କରିଥିବାର ଦେଖିବାକୁ ମିଳିଛି । ପରେପରେ ପୋଲିସ୍ ଉକ୍ତ ଯୁବକଙ୍କୁ ଗିରଫ ମଧ୍ୟ କରିଛି, ଉକ୍ତ ଘଟଣାରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଥିବାର ମିଳିନାହିଁ ।

Claim :
ପଶ୍ଚିମବଙ୍ଗରେ ଘଟିଛି ଏହି ଘଟଣା, ଯେଉଁଠାରେ ଗୋଟିଏ ସମ୍ପ୍ରଦାୟର ଯୁବକ ଆଉ ଏକ ସମ୍ପ୍ରଦାୟର ଝିଅକୁ ସ୍ପଷ୍ଟ ଦିବାଲୋକରେ ତାଙ୍କ ମାଆଙ୍କ ସହିତ ଥିବା ସମୟରେ ଅପହରଣ କରିଥିବା ଅଭିଯୋଗ ହୋଇଛିFact :
ଭିଡିଓଟି କୌଣସି ସାମ୍ପ୍ରଦାୟିକ ପରିସ୍ଥିତିର ନୁହେଁ କିମ୍ବା ପଶ୍ଚିମବଙ୍ଗର ନୁହେଁ । ଏହା ୨୦୧୭ ମସିହାରେ ଉତ୍ତର ପ୍ରଦେଶର ରାମପୁରରେ ଏକ ଦୁଷ୍କର୍ମ ମାମଲାର ଭିଡିଓ ଅଟେ ।
ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ନର୍ସିଂ ଅଧିକାରୀଙ୍କୁ ଗିରଫ କରାଯାଇଛି। ପ୍ରଥମେ ଅଭିଯୋଗକୁ ଗୁରୁତ୍ଵ ଦେଉ ନ ଥିବା ଖଣ୍ଡଗିରି ପୁଲିସ ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ନାନୁ ରାମ ଚୌଧୁରୀ।
ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଉକ୍ତ ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଧିକାରୀ ଡାକ୍ତରଙ୍କ ରୁମକୁ ଟାଣି ନେଇ ଅସଦାଚରଣ କରିଥିଲେ। ସେଠାରେ ସେ ମହିଳାଙ୍କୁ ଟଣାଓଟରା କରିଥିଲେ। କିନ୍ତୁ ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ଏ ନେଇ ସମ୍ପୃକ୍ତ ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସୋମବାର ମହିଳା ଆଟେଣ୍ଡାଣ୍ଟମାନେ ଏମସ ପରିସରରେ ଧାରଣା ଦେଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ପରେପରେ ଉକ୍ତ ଅଧିକାରୀଙ୍କୁ ପୋଲିସ୍ ଗିରଫ କରିଥିଵାର ଜଣାଯାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ଯୁବତୀଙ୍କ ସହ ଜଣେ ମହିଳା ଉପସ୍ଥିତ ଥିବା ସମୟରେ କିଛି ଯୁବକ ଆସି ଅସଦାଚରଣ କରୁଛନ୍ତି । ପରେପରେ ତାଙ୍କୁ ଅପହରଣ ଉଦ୍ୟମ ମଧ୍ୟ କରୁଛନ୍ତି ।
ଉକ୍ତ ଘଟଣାଟି ପଶ୍ଚିମବଙ୍ଗର ଘଟଣା ବୋଲି ଦାବି ହୋଇଛି । ଉକ୍ତ ଘଟଣାକୁ ଏକ ସାମ୍ପ୍ରଦାୟିକ ଘଟଣା ସହ ଯୋଡ଼ି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ୟୁଜର୍ସ ।
(ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଯାହାର ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ ସତ୍ୟତା । ଏଭଳି କୌଣସି ଘଟଣା ନିକଟରେ ପଶ୍ଚିମବଙ୍ଗରେ ଘଟିନାହିଁ । ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶର ଅଟେ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ନିକଟରେ ଘଟିଥାନ୍ତା କୌଣସି ନା କୌଣସି ଗଣମାଧ୍ୟମ ଏହାକୁ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ସେହିପରି ଉକ୍ତ ଘଟଣାର ଅଧିକ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ପଶ୍ଚିମବଙ୍ଗର ଜଣେ ପ୍ରତିନିଧି ଅଗ୍ନିଶ୍ଵର ସରଦାରଙ୍କ ସହ ଯୋଗାଯୋଗ କରିଥିଲୁ । ଏଭଳି କୌଣସି ଘଟଣା ନିକଟ ଦିନରେ ପଶ୍ଚିମବଙ୍ଗରେ ଘଟିନାହିଁ, ନଚେତ ଆମେ ନିଶ୍ଚିତ ଖବର ପ୍ରସାରଣ କରିଥାନ୍ତୁ । ଉକ୍ତ ଭିଡିଓଟି ବହୁ ପୁରୁଣା କିମ୍ବା ଅନ୍ୟ କୌଣସି ରାଜ୍ୟର ହୋଇଥାଇ ପାରେ ବୋଲି କହିଛନ୍ତି ଅଗ୍ନିଶ୍ଵର ।
ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା।
ଇଣ୍ଡିଆ ଟିଭି ଉକ୍ତ ଭିଡିଓକୁ ୨୮ ମଇ ୨୦୧୭ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଯାହାର ଶୀର୍ଷକ ରହିଛି, ଦିନ ଦୁଇ ପହରେ ଉତ୍ତର ପ୍ରଦେଶ ରାମପୁରରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।
ଉକ୍ତ ଭିଡିଓରେ ଦିନ ଦୁଇପହରେ ଦୁଇଜଣ ଯୁବତୀଙ୍କୁ କିଛି ମୁଷ୍ଟିମେୟ ଯୁବକ ଅସଦାଚରଣ କରିଥିଵାର ଦେଖିବାକୁ ମିଳିଛି ବୋଲି ସୂଚନା ପ୍ରକାଶ କରାଯାଇଛି ।
ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜଣାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ତ ଭିଡିଓଟି ୨୦୧୭ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ସେହିପରି ଉକ୍ତ କିୱାର୍ଡ ଗୁଡ଼ିକ ନେଇ ଅନୁସନ୍ଧାନ କରିବାରୁ କିଛି ଗଣମାଧ୍ୟମରେ ପ୍ରସାରିତ ଖବର ହସ୍ତଗତ ହୋଇଛି ।
ଏନଡିଟିଭି ଡିଜିଟାଲ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଉତ୍ତର ପ୍ରଦେଶର ରାମପୁରର ଘଟଣା । ଦିନ ଦୁଇପହରେ ଦୁଇଜଣ ଯୁବତୀଙ୍କୁ ଅସାଧାରଣ କରିଛନ୍ତି କିଛି ଯୁବକ । ଅସଦାଚରଣ ର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ଼ କରାଯାଇଛି । ଉକ୍ତ ଘଟଣା ନେଇ ରାମପୁର ଏସପି କହିଛନ୍ତି, "ଆମେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିଛୁ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆମେ ତାଙ୍କୁ ପଚରାଉଚରା କରୁଛୁ ଏବଂ ସେ ଯାହା କହୁଛନ୍ତି ତାହା ଆଧାରରେ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମେ ଏକ ଏଫଆଇଆର ରୁଜୁ କରିଛୁ" ।
ଦ ହିନ୍ଦୁରେ ପ୍ରକାଶିତ ଖବର ଅନୁଯାୟୀ, କିଛି ଯୁବକ ଦୁଇଜଣ ମହିଳାଙ୍କୁ ହଇରାଣ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଏକ ଭିଡିଓରେ ଦେଖାଯାଉଛି। ପୀଡିତାମାନେ ପୁରୁଷମାନଙ୍କୁ ସେମାନଙ୍କୁ ଛାଡିଦେବା ପାଇଁ ଅନୁରୋଧ କରୁଥିବା ଦେଖାଯାଉଛି ଯାହାକି ଉତ୍ତରପ୍ରଦେଶ ର ଘଟଣା ବୋଲି ଜଣାଯାଇଛି ।
ସେହିପରି ଉକ୍ତ ଘଟଣାକୁ ସମାନ ସୂଚନା ସହ ଟାଇମ୍ସ ଅଫ୍ ଇଣ୍ଡିଆ ଖବର ପ୍ରକାଶ କରିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ ସତ୍ୟତା । ଏଭଳି କୌଣସି ଘଟଣା ନିକଟ ଦିନରେ ପଶ୍ଚିମବଙ୍ଗରେ ଘଟିନାହିଁ । ଭାଇରାଲ ହେଉଥିବା ଭିଡିଓଟି ଉତ୍ତର ପ୍ରଦେଶର ରାମପୁର ଅଞ୍ଚଳର ଅଟେ । ଯେଉଁଥିରେ କିଛି ଯୁବକ ୨ ଜଣ ଯୁବତୀଙ୍କୁ ଅସଦାଚରଣ କରିଥିବାର ଦେଖିବାକୁ ମିଳିଛି । ପରେପରେ ପୋଲିସ୍ ଉକ୍ତ ଯୁବକଙ୍କୁ ଗିରଫ ମଧ୍ୟ କରିଛି, ଉକ୍ତ ଘଟଣାରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଥିବାର ମିଳିନାହିଁ ।

