ଫ୍ୟାକ୍ଟ ଚେକ୍: କୁମ୍ଭୀର ପିଠିରେ ପୂଜକ ବସିଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ
ବିରେ ନାହିଁ କୌଣସି ସତ୍ୟତା । କୁମ୍ଭୀର ପିଠିରେ ଜଣେ ସାଧୁ ବସି ପାଣିରେ ଯାତ୍ରା କରୁଥିବା ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ ।

Claim :
ପାଣି ଭିତରେ କୁମ୍ଭୀର ପିଠିରେ ବସି ଯାତ୍ରା କରୁଛନ୍ତି ପୂଜକFact :
ଦାବିରେ ନାହିଁ କୌଣସି ସତ୍ୟତା । ଭିଡିଓଟି ଏଆଇ ଦ୍ୱାରା ନିର୍ମିତ
ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ ପାହାଡ଼ ଉପରେ ପଦ୍ମ ଫୁଟୁଛି ତ କେତେବେଳେ ଛୋଟିଆ ପିଲାଟିଏ କାର୍ କିମ୍ବା ପ୍ଲେନ ଚଲାଉଛି । ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । କିଛିଦିନ ହେବ ବିଭିନ୍ନ ଦେଶର ଶକ୍ତିଶାଳୀ ରାଜନେତା ଏବଂ କିଛି ଉଦ୍ୟୋଗୀଙ୍କ ଫ୍ୟାସନ ସୋର ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକି ପରେପରେ ଏଆଇ ଦ୍ୱାରା ନିର୍ମିତ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏବେ ଏହି ଏଆଇ ର ବ୍ୟବହାର ବିଭିନ୍ନ ରାଜନୈତିକ ଦଳ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ବିପକ୍ଷଙ୍କ ନେତାଙ୍କ ବିଭିନ୍ନ ପ୍ରକାରର ଭିଡିଓ ବନାଇ ତାଙ୍କ ଗାରିମା ତଳେ ପକାଇବା ପାଇଁ ଏହି ଏଆଇ କୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ।
ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କେସ ନଥିବା ଜଣେ ବ୍ୟକ୍ତି, ଗେରୁଆ ବସ୍ତ୍ର ପିନ୍ଧିଥିବା ବେଳେ ଏକ ଡଙ୍ଗାରୁ ଓଲ୍ହାଉଛନ୍ତି । ଠିକ୍ ସେହି ସମୟରେ ଗୋଟିଏ କୁମ୍ଭୀର ଆସି ସେଠାରେ ପହଁଚୁଛି ଏବଂ ଏବଂ ଉକ୍ତ ବ୍ୟକ୍ତି ଜଣଙ୍କ ତା ଉପରେ ବସି ଯାଉଛନ୍ତିଭାରି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । କୁମ୍ଭୀର ପିଠିରେ ପୂଜକ ବସିଥିବା ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ଏନେଇ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।
ଯଦି ଆପଣ ଉକ୍ତ ଭିଡିଓକୁ ସଠିକ ଭାବେ ଅନୁଧ୍ୟାନ କରିବେ ତେବେ ପାଣିରେ ପହଁରୁଥିବା ସମୟରେ କୁମ୍ଭୀରର ଗୋଡ଼ ସ୍ଥିର ରହିଛି ଯାହାକୁ ସମ୍ପୂର୍ଣ୍ଣ ଭାବେ ଅପ୍ରାକୃତିକ ଅଟେ ।
ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଡାର୍କ ଫାଇଲ୍ସ ଏଆଇ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ହସ୍ତଗତ ହୋଇଥିଲା । ଯେଉଁଥିରେ ଭାଇରାଲ ହେଉଥିବା ଉକ୍ତ ଭିଡିଓଟି ଅପଲୋଡ ହୋଇଥିଲା ।
ସେହିପରି ଉକ୍ତ ଭିଡିଓ ଭଳି ଆହୁରି ଅନେକ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା । କେଉଁଥିରେ ଜଣେ ସାଧୁ ପାଣି ଭିତରେ ବସିଥିବା ଵେଳେ ଶତାଧିକ କୁମ୍ଭୀର ତାଙ୍କୁ ଘେରିକି ରହିଛନ୍ତି । ତ କେଉଁଥିରେ ଜଣେ ସାଧୁ କୁମ୍ଭୀର ପିଠିରେ ବସି ଜଳକ୍ରୀଡ଼ା ଦେଖାଉଛନ୍ତି ।
ଏଥିରୁ ଜଣାଯାଏ ଯେ, ଭାଇରାଲ ହେଉଥିବା ଭିଡିଓଟି ମଧ୍ୟ ଏଆଇ ଦ୍ୱାରା ନିର୍ମିତ ହୋଇଥାଇ ପାରେ ।
ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଉକ୍ତ ଭିଡିଓକୁ ହାଇଭ ମଡରେସନ ଟୁଲ୍ ଯୋଗେ ପରୀକ୍ଷା କରିଥିଲୁ । ଉକ୍ତ ଭିଡିଓଟି ୮୮.୯% ଏଆଇ କିମ୍ବା ଡିପଫେକ୍ ଦ୍ୱାରା ନିର୍ମିତ ହୋଇଥିବାର ରିପୋର୍ଟ ପାଇଥିଲୁ ।
ଉକ୍ତ ଭିଡିଓକୁ ଜଣେ ୟୁଜର୍ସ ଗ୍ରୁକକୁ ପ୍ରଶ୍ନ ପଚାରିବାରୁ ସେଥିରେ ଆସିଥିବା ପ୍ରତିଉତ୍ତରକୁ ବର୍ତ୍ତମାନ ସୁଦ୍ଧା ୧୩ ହଜାରରୁ ଉର୍ଦ୍ଧ୍ବ ୟୁଜର୍ସ ଦେଖି ସାରିଛନ୍ତି ।
କମଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଚଢ଼ୁଥିବା ଭିଡିଓଟି ନକଲି କିମ୍ବା ନାଟକୀୟ ହୋଇପାରେ । କୁମ୍ଭୀରମାନେ ବିପଦପୂର୍ଣ୍ଣ ଜନ୍ତୁ, ଏବଂ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ଏପରି ଶାନ୍ତ ପାରସ୍ପରିକ କ୍ରିୟା ଅତ୍ୟନ୍ତ ଅସାଧାରଣ । ହିନ୍ଦୁ ଧର୍ମ କୁମ୍ଭୀରକୁ ପ୍ରତୀକାତ୍ମକ ଭାବରେ ସମ୍ମାନ କରେ, କିନ୍ତୁ ସେମାନଙ୍କ ଚଢ଼ାଇବା ଏକ ସ୍ୱୀକୃତିପ୍ରାପ୍ତ ଅଭ୍ୟାସ ନୁହେଁ। ସମାନ ଭିଡିଓଗୁଡ଼ିକୁ ଧ୍ୟାନ ଆକର୍ଷଣକାରୀ ଷ୍ଟଣ୍ଟ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଛି। ବୋଲି ପ୍ରତିଉତ୍ତର ଦେଇଛି ଗ୍ରୁକ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । କୁମ୍ଭୀର ପିଠିରେ ଜଣେ ସାଧୁ ବସି ପାଣିରେ ଯାତ୍ରା କରୁଥିବା ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ ।