ଫ୍ୟାକ୍ଟ ଚେକ୍: ଦୁର୍ଘଟଣାଗସ୍ତ ବିମାନଟି ନୁହେଁ ଭାରତୀୟ ବାୟୁସେନାର

Claim :
୨୦୨୬ ନବବର୍ଷ ଆରମ୍ଭରୁ ଦୁର୍ଘଟଣା ଗସ୍ତ ହେଲା ବାୟୁସେନାର ବିମାନFact :
ଭାଇରାଲ ଫଟୋଟି ଏକ ବେସରକାରୀ ଚାଟାର୍ଡ ବିମାନର ଅଟେ, ଭାରତୀୟ ବାୟୁସେନା ସହ ଉକ୍ତ ବିମାନର ନାହିଁ କୌଣସି ସମ୍ପର୍କ
ସୋସିଆଲ ମିଡିଆର ମାଧ୍ୟମ ସାଜିଛି ଭାଇରାଲ ଭିଡିଓ । ଇନଷ୍ଟାଗ୍ରାମ ହେଉ କି ଫେସବୁକ ଯେଉଁ ସୋସିଆଲ ମିଡିଆ ଦେଖିବେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳୁଛି । କେତେବେଳେ ଏଆଇ ବ୍ୟବହାର କରି କାହାର ମୁହଁ ଯୋଡି କିଛି ଭିଡିଓ ପୋଷ୍ଟ ହେଉଛି ତ କେତେବେଳେ ଭିଡିଓ କିମ୍ବା ଫଟୋକୁ ଏଡିଟ କରି ଭୁଲ୍ ଉପସ୍ଥାପନା ସହ ସେୟାର ହେଉଥିବାର ଦେଖିବାକୁ ମିଳୁଛି । ୟୁଜର୍ସ ମଧ୍ୟ କୌଣସି ଅନୁଧ୍ୟାନ ନକରି ଉକ୍ତ ଭିଡିଓ ଗୁଡିକୁ ସେୟାର କରୁଥିବାରମଧ୍ୟ ଦେଖାଯାଇଛି । ଯାହା ଫଳରେ ବହୁମାତ୍ରାରେ ଭୁଲ୍ ତଥ୍ୟ ଖୁବ ଅକ୍ପ ସମୟ ଭିତରେ ବ୍ୟାପବାରେ ଲାଗିଛି ।
ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଦୁର୍ଘଟଣାଗସ୍ତ ବିମାନ ଏକ ପଡ଼ିଆ ମଧ୍ୟରେ ପଡିଥିବାର ଦେଖିବାକୁ ମିଳିଛି । ଉକ୍ତ ବିମାନକୁ ଚାରିପଟୁ ଜନସାଧାରଣ ଘେରି ରହିଥିବାର ଉକ୍ତ ଭିଡିଓରେ ଦେଖାଯାଇଛି ।
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଦୁର୍ଘଟଣାଗସ୍ତ ବିମାନଟି ଏକ ବେସରକାରୀ ଚାଟାର୍ଡ ବିମାନର ଅଟେ, ଭାରତୀୟ ବାୟୁସେନା ସହ ଉକ୍ତ ବିମାନର ନାହିଁ କୌଣସି ସମ୍ପର୍କ ।
ଚଳିତବର୍ଷ ଭାରତୀୟ ବାୟୁସେନାର ଦୁର୍ଘଟଣାଗସ୍ତ ବିମାନ ନେଇ ଅନୁସନ୍ଧାନ କରିବାରୁ ଏନେଇ କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରସାରିତ ହୋଇଥିବାର ପାଇନଥିଲୁ ।
ଅନୁସନ୍ଧାନରୁ ନଭେମ୍ବର ମାସରେ ୨୦୨୫ ବର୍ଷର ଶେଷ ବାୟୁସେନା ବିମାନ ଦୁର୍ଘଟଣାଗସ୍ତ ହୋଇଥିବାର ପିଟିଆଇରେ ଖବର ପ୍ରସାରଣ ହୋଇଥିବାର ପାଇଥିଲୁ ।
ସେହିପରି ଭାଇରାଲ ଭିଡିଓର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ୧୧ ଜାନୁଆରୀ ୨୦୨୬ରେ ଉକ୍ତ ଭିଡିଓ ପୋଷ୍ଟ କରି ଜଣେ ୟୁଜର୍ସ ଲେଖିଛନ୍ତି, ରାଉରକେଲାରେ ୯ ସିଟ ବିଶିଷ୍ଟ ଇଣ୍ଡିଆ ୱାନର ବିନାନ ଦୁର୍ଘଟଣା ଗସ୍ତ ହୋଇଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁମାତ୍ରାରେ ତାଳମେଳ ଖାଉଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓରେ ଉଲ୍ଲେଖଥିବାର ସୂଚନାକୁ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ସର୍ଚ୍ଚରୁ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବାର ପାଇଥିଲୁ ।
୧୦ ଜାନୁଆରୀ ୨୦୨୬ରେ ଖବର ପ୍ରସାରଣ କରି କନକ ନିୟୁଜ ଉଲ୍ଲେଖ କରିଛି, ରାଉରକେଲାରେ ବିମାନ ଦୁର୍ଘଟଣା । ରାଉରକେଲା ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବାର ଅଳ୍ପ ସମୟରେ ଘରୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ୍ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ତେବେ ବିମାନଟି ୯ ସିଟରର । ଉଡାଣ ଭରିବାର ଅଳ୍ପ ସମୟର ଭିତରେ ଇଞ୍ଜିନରେ ସମସ୍ୟା ଯୋଗୁ ଏକ ଜମିରେ ଜରୁରୀ ଅବତରଣ ପାଇଁ ଚେଷ୍ଟା କରିଥିଲେ ପାଇଲଟ୍ । ଆଉ ସେହି ଜରୁରୀ ଅବତରଣ ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଯାଇଛି ।
ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଗଲା ତାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଉରକେଲା ଏସ୍ପି ପହଞ୍ଚି ତଦନ୍ତ କରୁଛନ୍ତି ।
ଇଟିଭି ଭାରତରେ ମଧ୍ୟ ଏନେଇ ଏକ ଭିଡିଓ ପ୍ରସାରଣ କରାଯାଇଛି ଯେଉଁଥିରେ ବିମାନରେ ଥୁବା ମଡେଲ ନମ୍ବର ( VT KSS ଉଲ୍ଲେଖ ଥିବାର ଦେଖିବାକୁ ମିଳିଛି । ଯାହାକି ଭାଇରାଲ ଭିଡିଓରେ ଥିବାର ବିମାନର ମଡେଲ ନମ୍ବର ବୋଲି ଜଣାଯାଉଛି ।
ରାଉରକେଲାର ସ୍ଥାନୀୟ ଏକ ଫେସବୁକ ପେଜ୍ ରେ ଏନେଇ ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ଯେଉଁଥିରେ ଭାଇରାଲ ବିନାନର ଫଟୋ ପ୍ରସାରିତ ହୋଇଥିଲା ।
ସେହିପରି ଓଡ଼ିଶା ସରକାରଙ୍କ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବିମାନ ର ସ୍ଥିତି ଦେଖିବା ସହ ଉପସ୍ଥିତ ଅଧିକାରୀଙ୍କ ସହ ଯାଞ୍ଚ ବିଷୟରେ ଅନୁଧ୍ୟାନ କରିଥିବାର ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ୨୦୨୬ରେ ରାଉରକେଲାରେ ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି ସତ ହେଲେ ଦୁର୍ଘଟଣାଗସ୍ତ ବିମାନଟି ଏକ ବେସରକାରୀ ଚାଟାର୍ଡ ବିମାନର ଅଟେ । ଭାରତୀୟ ବାୟୁସେନା ସହ ଉକ୍ତ ବିମାନର ନାହିଁ କୌଣସି ସମ୍ପର୍କ ।

