ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଫଟୋର ନାହିଁ ଉତ୍ତର ପ୍ରଦେଶ ସହ କୌଣସି ସମ୍ପର୍କ
ଗ୍ରାଫିକ୍ସରେ ଥିବା ଫଟୋଟି ଇସ୍ତାନବୁଲ ଏୟାରପୋର୍ଟର ଅଟେ । କେବଳ ପ୍ରତୀକାତ୍ମକ ଫଟୋ ରୂପେ ଉକ୍ତ ଫଟୋଟି ବ୍ୟବହାର କରାଯାଇଥାଏ ପାରେ ।

Claim :
ଇତିହାସ ସୃଷ୍ଟି କଲା ଉତ୍ତର ପ୍ରଦେଶ, ୨୧ଟି ବିମାନବନ୍ଦର ଥିବା ଭାରତର ପ୍ରଥମ ରାଜ୍ୟର ପାଇଲା ଆକ୍ଷାFact :
ସୂଚନାଟି ସତ୍ୟ ହେଲେ, ଭାଇରାଲ ହେଉଥିବା ଗ୍ରାଫିକ୍ସରେ ଥିବା ଫଟୋଟି ନୁହେଁ ଉତ୍ତର ପ୍ରଦେଶର କୌଣସି ଏୟାର ପୋର୍ଟର ଫଟୋ
ଉତ୍ତର ପ୍ରଦେଶ ବିଧାନସଭାରେ ମହାକୁମ୍ଭର ସଫଳତାର ଗାଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବ୍ୟବସ୍ଥିତ ଆଇନଶୃଙ୍ଖଳାର ଉଦହାରଣ ଦେଇ ଯୋଗୀ କହିଛନ୍ତି ଯେ, ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ, କିନ୍ତୁ ଉତ୍ପୀଡ଼ନ/ ଅପରାଧର ଗୋଟିଏ ବି ଘଟଣା ଘଟି ନାହିଁ । ମୋଟ ୬୭ କୋଟି ଶ୍ରଦ୍ଧାଳୁ ଆସିଥିଲେ କିନ୍ତୁ ଗୋଟିଏ ବି ଅପରାଧିକ ଘଟଣା ଘଟି ନାହିଁ ।
ପ୍ରସାରିତ ଖବର ଅନୁଯାୟୀ, ମହାକୁମ୍ଭର ବୃହତ ଆୟୋଜନ ଏହାର ଉଦାହରଣ ଯେ ଆମେ ଭାରତର ସଂସ୍କୃତିକୁ ସମ୍ମାନ କରୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ମହାକୁମ୍ଭରେ ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କଲେ, ଏହା ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମକ ଆୟୋଜନ ଥିଲା । ଏହାକୁ ନେଇ ସାରା ଦୁନିଆରେ ପ୍ରଶଂସା କରାଯାଉଛି । ଦୁନିଆର ସବୁ ମିଡିଆ ଏତେ ବଡ଼ ଆୟୋଜନ ଚମତ୍କାର ଠାରୁ କମ ନୁହେଁ ବୋଲି କହୁଛନ୍ତି । ମହାକୁମ୍ଭ ଆୟୋଜନ ଆମ ପାଇଁ ଅଗ୍ନିପରୀକ୍ଷା ଥିଲା,ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ସଫଳ ହୋଇଛନ୍ତି ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଏକ ବିମାନ ବନ୍ଦରର ଫଟୋ ଥିବା ବେଳେ, ଉକ୍ତ ଫଟୋ ଉପରେ ଲେଖା ହୋଇଛି, उत्तर प्रदेश ने इतिहास रचा, 21 एयरपोर्ट वाला भारत का पहला राज्य बना।
ଯାହାକୁ ଓଡ଼ିଆ ଅନୁବାଦ କରିବାରୁ ଜଣାଯାଏ ଯେ, ୨୧ଟି ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ହୋଇ ଇତିହାସ ରଚିଲା ଉତ୍ତର ପ୍ରଦେଶ ।
ତେବେ ସୋସିଆଲ ମିଡିଆରେ ଉକ୍ତ ଫଟୋଟି ଭାଇରାଲ ହେବାରେ ଲାଗିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବି ବିଭ୍ରାନ୍ତିକରକ, ଗ୍ରାଫିକ୍ସରେ ଥିବା ଲେଖାଟିରେ ସତ୍ୟତା ଥିବା ବେଳେ, ଫଟୋଟି ଉତ୍ତର ପ୍ରଦେଶ ସହ କୌଣସି ସାମଞ୍ଜସ୍ୟ ନଥିବାର ଜଣାଯାଇଛି ।
ତଦନ୍ତ କରିବାକୁ ଯାଇ ଭାଇରାଲ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୱେବସାଇଟ ହସ୍ତଗତ ହୋଇଥିଲା । ସାଇଟରେ ଥିବା ଏକ ଫଟୋଟି ଭାଇରାଲ ଫଟୋ ସଦୃଶ ହେବାରୁ ଆମେ ଭାଇରାଲ ଫଟୋ ସହ ଉକ୍ତ ଫଟୋଟିକୁ ତୁଳନା କରିଥିଲୁ ।
ତୁଳନାରୁ ଉଭୟ ଫଟୋ ଗୋଟିଏ ଫଟୋ ବୋଲି ଜାଣିବାକୁ ମିଳିଥିଲା ।
ଉକ୍ତ ୱେବସାଇଟରେ ଥିବା ସୂଚନା ୧୨ ୧୨ ୨୦୨୩ରେ ପ୍ରସାରିତ ଥିବା ବେଳେ, ଉକ୍ତ ସାଇଟରେ ଇସ୍ତାନବୁଲ ଏୟାରପୋର୍ଟର ପରିବେଶ ସମ୍ପର୍କିତ ସୂଚନା ଥିବାର ଦେଖିବାକୁ ମିଳିଥିଲା ।
ସେହିପରି ଯେତେବେଳେ ଆମେ ଇସ୍ତାନବୁଲ ଏୟାରପୋର୍ଟ ଲେଖି ସର୍ଚ୍ଚ କରିଥିଲୁ, ଉକ୍ତ ଫଟୋଟି ଇସ୍ତାନବୁଲ ଏୟାରପୋର୍ଟ କର୍ତ୍ତୃପକ୍ଷ ନିଜ ସୋସିଆଲ ମିଡିଆରେ ୨୦୨୩ ମସିହାରୁ ଅପଲୋଡ଼ କରିଥିବାର ଦେଖିବାକୁ ପାଇଥିଲୁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଗ୍ରାଫିକ୍ସରେ ଥିବା ଫଟୋଟି ଇସ୍ଥାନବୁଲ ଏୟାରପୋର୍ଟର ଫଟୋ । ଉତ୍ତରପ୍ରଦେଶକିମ୍ବା ଭାରତର କୌଣସି ଏୟାରପୋର୍ଟ ସହ ଉକ୍ତ ଫଟୋର କୌଣସି ସାମଞ୍ଜସ୍ୟ ନାହିଁ । ଏପରିକି ଗ୍ରାଫିକ୍ସରେ ଥିବା ଲେଖା ସହ ମଧ୍ୟ ଉକ୍ତ ଫଟୋଟିର କୌଣସି ସାମଞ୍ଜସ୍ୟ ନାହିଁ ।
ଅନ୍ୟପଟେ ଭାଇରାଲ ଗ୍ରାଫିକ୍ସରେ ଥିବା ତଥ୍ୟକୁ ଅନୁସନ୍ଧାନ କରିବାରୁ,ଏକ ତଥ୍ୟ ହସ୍ତଗତ ହୋଇଥିଲା । ଉକ୍ତ ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶରେ ମୋଟ ବିମାନବନ୍ଦର ସଂଖ୍ୟା ୧୯ ଥିଲା, ଯେଉଁଥିରେ ପ୍ରସ୍ତାବିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଅନ୍ତର୍ଭୁକ୍ତ । ଯାହାକି ୨୦ ମାର୍ଚ୍ଚ ୨୦୨୩ରେ ଦିଆଯାଇଥିବା ରାଜ୍ୟସଭାର ତଥ୍ୟ ଥିଲା, ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି
୨୦୨୪ ଫେବୃଆରୀରେ ହୋଇଥିବା ରାଜ୍ୟ ବିଧାନସଭାରେ ବକ୍ତବ୍ୟ ଦେବା ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ଆଲୋକପାତ କରିଥିଲେ । ସିଏ ଏହା ମଧ୍ୟ କହିଥିଲେ ଯେ, ଉତ୍ତର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ୧୬ଟି ଘରୋଇ ଏବଂ ୫ଟି ଆନ୍ତର୍ଜାତୀୟ ସର୍ବମୋଟ ୨୧ଟି ବିମାନବନ୍ଦର ରହିବ ।
ସେହିପରି ଉତ୍ତର ପ୍ରଦେଶର ଅଫିସିଆଲ ସୋସିଆଲ ମିଡିଆ ଇନଭେସ୍ଟ ୟୁପିରେ ମଧ୍ୟ ସେହି ବିଷୟରେ ଉଲ୍ଲେଖ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ। ଗ୍ରାଫିକ୍ସରେ ଥିବା ଫଟୋଟି ଇସ୍ତାନବୁଲ ଏୟାରପୋର୍ଟର ଅଟେ । କେବଳ ପ୍ରତୀକାତ୍ମକ ଫଟୋ ରୂପେ ଉକ୍ତ ଫଟୋଟି ବ୍ୟବହାର କରାଯାଇଥାଏ ପାରେ ।

