ଫ୍ୟାକ୍ଟ ଚେକ୍: ରାଜସ୍ଥାନ ଉପନିର୍ବାଚନ କୁ ଯୋଡ଼ି ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ

Claim :
ଅନ୍ତା ଉପନିର୍ବାଚନରେ ନରେଶ ମିନା ପ୍ରାର୍ଥୀଙ୍କୁ ସହଯୋଗ ନିମନ୍ତେ ଜଣେ ବ୍ୟବସାୟୀ ହଜାର ହଜାର ଗାଡ଼ି ପଠାଉଛନ୍ତିFact :
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ
ରାଜସ୍ଥାନର ଅନ୍ତା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ଜିତିବା ପାଇଁ କଂଗ୍ରେସ ଦଳ ତାର ପୂର୍ଣ୍ଣ ଶକ୍ତି ନିୟୋଜିତ କରିଛି। ନିର୍ବାଚନ ପ୍ରଚାର ପାଇଁ ଦଳ ଅଶୋକ ଗେହଲଟ୍, ସଚିନ୍ ପାଇଲଟ୍, ଗୋବିନ୍ଦ ସିଂହ ଡୋଟାସରା ଏବଂ ଟିକାରାମ ଜୁଲିଙ୍କ ସମେତ ୪୦ ଜଣ ନେତାଙ୍କୁ ନିୟୋଜିତ କରିଛି। କଂଗ୍ରେସ ଦଳ ଅନ୍ତା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଗେହଲଟ୍, ପାଇଲଟ୍, ଡୋଟାସରା, ଜୁଲି ଏବଂ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ଭଳି ପ୍ରମୁଖ ନେତା ଅଛନ୍ତି।
ଏହା ଉଲ୍ଲେଖଯୋଗ୍ୟ ଯେ ଅନ୍ତା ଆସନ ପାଇଁ ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ, ଏବଂ ଫଳାଫଳ ମାତ୍ର ତିନି ଦିନ ପରେ ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ଘୋଷଣା କରାଯିବ। ପୂର୍ବତନ ବିଜେପି ବିଧାୟକ କନୱରଲାଲ ମୀନାଙ୍କ ଅଯୋଗ୍ୟତା ପରେ ଏହି ଆସନ ଖାଲି ପଡ଼ିଥିଲା। ୨୦୦୫ ମସିହାରେ ଉପ-ସରପଞ୍ଚ ନିର୍ବାଚନ ସମୟରେ, କନୱରଲାଲ ମୀନାଙ୍କ ବିରୋଧରେ ଜଣେ ଏସଡିଏମଙ୍କ ଉପରକୁ ପିସ୍ତଲ ଦେଖାଇବା ଏବଂ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭାଇରାଲ ଫଟୋରେ ହଜାର ହଜାର ସଂଖ୍ୟକ ଧଳା ରଙ୍ଗର ଗାଡ଼ି ଥୁଆ ହୋଇଥିବାର ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଫଟୋ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, ଅନ୍ତା ଉପନିର୍ବାଚନରେ ନରେଶ ମିନା ପ୍ରାର୍ଥୀଙ୍କୁ ସହଯୋଗ ନିମନ୍ତେ ଜଣେ ବ୍ୟବସାୟୀ ହଜାର ହଜାର ଗାଡ଼ି ପଠାଉଛନ୍ତି ।
ୟୁଜର୍ସ ନିଜ ପୋଷ୍ଟରେ ଲେଖିଛନ୍ତି, ସ୍ଵାଧୀନ ପ୍ରାର୍ଥୀ ନରେଶ ମିନାଙ୍କୁ ସମର୍ଥନ କରିବାକୁଯାଇ, ରାଜସ୍ଥାନର ବିଶିଷ୍ଟ ବ୍ୟବସାୟୀ ମାତାଦିନ୍ ଗୁରୁଜାର ପାନିହାର ୧୦୦୦ଟି ଗାଡ଼ି ପଠାଇଛନ୍ତି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ ।
ଭାଇରାଲ ଫଟୋ ଏବଂ ଲେଖା ନେଇ ଅନୁସନ୍ଧାନ କରିବାରୁ । ଏଭଳି କୌଣସି ଖବର କୌଣସି ଖବରକାଗଜ କିମ୍ବା କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏତେ ମାତ୍ରାରେ କେହି ବ୍ୟବସାୟୀ ନିର୍ବାଚନ ସମୟରେ ଗାଡ଼ିର ସହଯୋଗ ଏଭଳି ଖୋଲାଖୋଲି ଭାବେ କରିଥାନ୍ତେ ତେବେ, ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥାନ୍ତା ।
ଅନ୍ୟପଟେ ଫଟୋଟିକୁ ଭଲଭାବେ ଅନୁଧ୍ୟାନ କରିବାରୁ ସାମ୍ନାରେ ଥିବା ଗାଡ଼ିର ନମ୍ବରପ୍ଲେଟ ଅତି ଅପ୍ରାକୃତିକ ଦୃଶ୍ୟମାନ ହୋଇଥିଲା ।
ଯାହାକି ଏଆଇ ଫଟୋର ଲକ୍ଷଣ ।
ତେଣୁ ଫଟୋକୁ ଆମେ ଇଜ ଇଟ ଏଆଇରେ ପରୀକ୍ଷା କରିଥିଲୁ । ପରୀକ୍ଷାରୁ ଉକ୍ତ ଫଟୋଟି ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।
ସେହିପରି ଫଟୋଟିକୁ ଯଦି ଆପଣ ସଠିକ ଭାବେ ତର୍ଜମା କରି ଦେଖିବେ, ଏକ ପାର୍ଶ୍ଵରେ ଗୁଗୁଲ ଯେମିନୀ ଏଆଇର ଚିହ୍ନ ଥିବାର ମଧ୍ୟ ଦେଖାଯାଇଛି ।
ସୂଚନା ଥାଉକି, ମାତାଦିନ ଗୁର୍ଜର ପାଣିହାର ଏମାରଡିଏସ ନାମକ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀର ଅଧ୍ୟକ୍ଷ । କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ, ଯେତେବେଳେ ନରେଶ ମୀନା ଏକ ସ୍କୁଲ ଛାତ ଭୁଶୁଡ଼ି ପଡ଼ିବାରୁ ମୃତ୍ୟୁବରଣ କରିଥିବା ପିଲାମାନଙ୍କ ପରିବାରକୁ ନ୍ୟାୟ ପାଇବା ପାଇଁ ଅନଶନରେ ବସିଥିଲେ, ମାତାଦିନ ତାଙ୍କୁ ସମର୍ଥନ କରିଥିଲେ। ଏପରିକି ସିଏ ଅନ୍ୟ କିଛି ବ୍ୟବସାୟୀଙ୍କ ସହ ମିଶି ବହୁମୂଲ୍ୟ ଅର୍ଥରାଶି ସହାୟତା ପ୍ରଦାନ କରିଥିଲେ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ।

