ଫ୍ୟାକ୍ଟ ଚେକ୍: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଦାବି ହେଉଥିବା ଭାଇରାଲ ଭିଡିଓରେ ନାହିଁ କୌଣସି ସତ୍ୟତା
ଦାବିରେ ନାହିଁ କୌଣସି ସତ୍ୟତା । ପ୍ରମୁଖ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓ ଦୃଶ୍ୟମାନ ହୋଇଥିବାର ଆମେ ପାଇନଥିବା ବେଳେ ସମ୍ପୃକ୍ତ ଭିଡିଓର ସ୍ଥାନ ଏବଂ ସମୟ ଜାଣିବା ଆମପକ୍ଷେ ଅସମ୍ଭବ ହୋଇପଡିଥିଲା । ହେଲେ ଭାଇରାଲ ଭିଡିଓଟି ୨୦୨୦ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ଥିବା ବେଳେ ଉକ୍ତ ଭିଡିଓର ବର୍ତ୍ତମାନ ସ୍ଥିତି ସହ କୌଣସି ସମ୍ପର୍କ ନଥିବାର ପ୍ରମାଣିତ ହୋଇଛି ।

Claim :
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଦାବି ପାଇଁ ବିକ୍ଷୋଭ ପ୍ରଦର୍ଶନ, ପୋଲିସ୍ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତିFact :
ଭାଇରାଲ ଭିଡିଓଟି ଜାନୁଆରୀ ୨୦୨୦ ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଯାହାକି ବର୍ତ୍ତମାନ ଭାରତ ପାକ୍ ମଧ୍ୟରେ ଚାଲିଥିବା ପରିସ୍ଥିତି ସହ ନାହିଁ କୌଣସି ସମ୍ପର୍କ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ଯଦି ଏବେ ପାକିସ୍ତାନ ସହିତ କୌଣସି ଆଲୋଚନା ହେବ, ତାହା କେବଳ ପାକ୍ ଅଧିକୃତ କାଶ୍ମୀର ଅର୍ଥାତ୍ ପିଓକେ ଉପରେ ହେବ। ଖାଲି ଏତିକି ନୁହେଁ ସେ କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଉତ୍ତର ଦେଇନାହାଁନ୍ତି, ଅନ୍ୟ ଦେଶର ମୁଖ୍ୟ ମାନେ ମଧ୍ୟ ବୁଝାଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟିଏ ବିବାଦର ପ୍ରସଙ୍ଗ ଅଛି ଏବଂ ତାହା ହେଉଛି ପିଓକେକୁ ଭାରତରେ ସାମିଲ କରିବା ।
ଅନ୍ୟପଟେ ପହଲଗାମ ଆକ୍ରମଣକୁ ନେଇ ଦେଶସାରା ଥମିନି ତାତି । ଆତଙ୍କବାଦ ପ୍ରବେଶ ପରେ ଏଭଳି ଅଘଟଣ ଘଟାଇବା ଦେଶବାସୀଙ୍କ ମନରେ ପ୍ରତିଶୋଧର ନିଆଁ କୁହୁଳିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଛି ।
ଭିଡିଓଟି ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଦାବି ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ ହେଉଥିବାର ଭିଡିଓ ବୋଲି ସୋସିଆଲ ମିଡିଆରେ ସେୟାର କରିଛନ୍ତି ୟୁଜର୍ସ ।
ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଉପଲବ୍ଧ ରହିଛି । ( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୦ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଉକ୍ତ ଭିଡିଓର ଭାରତ ପାକ୍ ସ୍ଥିତି ସହ ନାହିଁ କୌଣସି ସମ୍ପର୍କ ।
ଯେତେବେଳେ ଆମେ ଏନେଇ ଅନୁସନ୍ଧାନ କରିଥିଲୁ ଏଭଳି ବିକ୍ଷୋଭ ପ୍ରଦର୍ଶନ ହୋଇଥିବାର ପାଇନଥିଲୁ, ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ନିଶ୍ଚିତ ଖବର ପ୍ରସାରିତ ହୋଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ଅନୁସନ୍ଧାନ କରିଥିଲୁ, ଫେସବୁକରେ ଅପଲୋଡ଼ ହୋଇଥିବାର ଏଜ ଭିଡିଓ ହସ୍ତଗତ ହୋଇଥିଲା । ଯାହାକି ୧୦ ଜାନୁଆରୀ ୨୦୨୦ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।
ଭିଡିଓ ଅପଲୋଡ଼ କରି ଜଣେ ଫେସବୁକ ୟୁଜର୍ସ ଉଲ୍ଲେଖ କରିଛନ୍ତି, ଯେତେବେଳେ ଏବିଭିପି କର୍ମୀ ଯେଏନୟୁରେ ପ୍ରବେଶ କରି ଛାତ୍ରମାନଙ୍କୁ ମାଡ଼ ମାରିଲେ, ସେତେବେଳେ ଦିଲ୍ଲୀ ପୋଲିସର କାପୁରୁଷମାନେ ଚୁପ୍ ରହିଥିଲେ । ଓକିଲମାନେ ସେମାନଙ୍କୁ ମାଡ଼ ମାରିବା ସମୟରେ ଏହି କାପୁରୁଷମାନେ ସାହାଯ୍ୟ ପାଇଁ ଦୌଡୁଥିଲେ କିନ୍ତୁ ସେମାନେ ନିର୍ଦ୍ଦୋଷ ମହିଳାଙ୍କ ଉପରେ ନିର୍ଲଜ ସାହସିକତା ପ୍ରଦର୍ଶନ କରୁଛନ୍ତି । ( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ପରି ଦେଖାଯାଉଥିବାରୁ ଆମେ ଉଭୟ ଭିଡିଓକୁ ତୁଲନା କରିଥିଲୁ ।
ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ୨୦୨୦ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି I ତେଣୁ ଉକ୍ତ ଭିଡିଓ ସହ ପହଲଗାମ ଆକ୍ରମଣ କିମ୍ବା ଭାରତ ପାକ୍ ପରିସ୍ଥିତି ସହ କୌଣସି ସମ୍ପର୍କ ନାହିଁ ।
( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
୯ ଜାନୁଆରୀ ୨୦୨୦ ରେ ଭଏସ ଅଫ୍ ଆମେରିକା ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓକୁ ଅପଲୋଡ଼ କରି ଉଲ୍ଲେଖ କରିଛି, ଜାନୁଆରୀ ୯ ତାରିଖରେ ଭାରତର ନୂଆଦିଲ୍ଲୀରେ ଏକ ଛାତ୍ର ପ୍ରତିବାଦ ହିଂସାତ୍ମକ ହୋଇ ଉଠିଥିଲା, ଯେତେବେଳେ ପୋଲିସ ରାଷ୍ଟ୍ରପତିଙ୍କ ବାସଭବନ ଆଡ଼କୁ ମାର୍ଚ୍ଚ କରିବାକୁ ଚେଷ୍ଟା କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବାସଭବନ ହଲରେ ଆକ୍ରମଣ ପ୍ରତିବାଦରେ ଏକାଠି ହୋଇଥିବା ଅନେକ ଛାତ୍ର ଏବଂ କର୍ମୀଙ୍କୁ ପୋଲିସ ଅଟକ ରଖିଛି । ପ୍ରତ୍ୟକ୍ଷଦର୍ଶୀ ମାନେ ଦାବି କରିଛନ୍ତି ଯେ ପୋଲିସ ପ୍ରତିବାଦକାରୀଙ୍କୁ ବାଡ଼ିରେ ପିଟୁଛି ଏବଂ ହିଂସାର ଭିଡିଓ କରୁଥିବା ଲୋକଙ୍କ ଫୋନ ଭାଙ୍ଗି ଦେଉଛି । ସମାଲୋଚକ ମାନେ ଏକ ନୂତନ ନାଗରିକତା ଆଇନର ପ୍ରତିକ୍ରିୟାରେ ଏହି ପ୍ରତିବାଦ କରାଯାଇଛି ଯାହାକୁ ସମାଲୋଚକ ମାନେ ମୁସଲମାନ ବିରୋଧୀ ବୋଲି ଯୁକ୍ତି ଦେଉଛନ୍ତି । ଏପର୍ଯ୍ୟନ୍ତ, ପ୍ରତିବାଦରେ ଅତି କମରେ ଦୁଇ ଡଜନ ଲୋକଙ୍କ ମୃତ୍ୟୁ ଘଟିଛି।
ତେବେ କୌଣସି ପ୍ରମୁଖ ଗଣମାଧ୍ୟମରେ ଏହି ଭିଡିଓ ଦୃଶ୍ୟମାନ ହୋଇଥିବାର ଆମେ ପାଇନଥିବା ବେଳେ ସମ୍ପୃକ୍ତ ଭିଡିଓର ସ୍ଥାନ ଏବଂ ସମୟ ଜାଣିବା ଆମପକ୍ଷେ ଅସମ୍ଭବ ହୋଇପଡିଥିଲା ।
ତେବେ ସମାନ ସମୟରେ ଅଲ ଜଜିରା, ବିବିସି ଏବଂ ଦ ହିନ୍ଦୁ ଭଳି କିଛି ପ୍ରମୁଖ ଗଣମାଧ୍ୟମ ନିଜ ଡିଜିଟାଲ ମିଡିଆରେ ଉକ୍ତ ଘଟଣା ନେଇ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରମୁଖ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓ ଦୃଶ୍ୟମାନ ହୋଇଥିବାର ଆମେ ପାଇନଥିବା ବେଳେ ସମ୍ପୃକ୍ତ ଭିଡିଓର ସ୍ଥାନ ଏବଂ ସମୟ ଜାଣିବା ଆମପକ୍ଷେ ଅସମ୍ଭବ ହୋଇପଡିଥିଲା । ହେଲେ ଭାଇରାଲ ଭିଡିଓଟି ୨୦୨୦ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ଥିବା ବେଳେ ଉକ୍ତ ଭିଡିଓର ବର୍ତ୍ତମାନ ସ୍ଥିତି ସହ କୌଣସି ସମ୍ପର୍କ ନଥିବାର ପ୍ରମାଣିତ ହୋଇଛି ।