ଫ୍ୟାକ୍ଟ ଚେକ୍: ହିମାଚଳରେ ଘଟିଥିବା ବନ୍ୟା ସମୟର ପୁରୁଣା ଭିଡିଓକୁ ଗୌହାଟିରେ ଘଟିଥିବା ଘଟଣା ଲେଖି କରାଯାଇଛି ସେୟାର
ଦାବିଟି ବିଭ୍ରାନ୍ତିକର ଅଟେ । ଗୌହାଟି ଅଞ୍ଚଳରେ ବନ୍ୟା ହୋଇଛି ସତ ହେଲେ ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର, ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମୟର ଅଟେ ।

Claim :
ଗୌହାଟିରେ ପ୍ରକୃତିର ତାଣ୍ଡବ, ବନ୍ୟାଜଳରେ ଭୁଶୁଡ଼ି ଯାଉଛି ଦୋକାନFact :
ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର, ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମୟର ଅଟେ
ହିମାଚଳ ପ୍ରଦେଶର ଆସାମ ଗୌହାଟୀ ସମେତ ବିଭିନ୍ନ ଅଞ୍ଚଳରେ ବାଦଲଫଟା ବର୍ଷା । ଯାହା ଫଳରେ ସୃଷ୍ଟି ହୋଇଥିଲା ଆକସ୍ମିକ ବନ୍ୟା, ଘଟାଇଥିଲା ବ୍ୟାପକ କ୍ଷୟକ୍ଷତି ଏବଂ ଜନଜୀବନରେ ବିଘ୍ନ ଘଟାଇଥିଲା । ବାଦଲଫଟା ଯୋଗୁଁ ରାମପୁର ନିକଟ ଜଗତଖାନା ଅଞ୍ଚଳରେ ବନ୍ୟାରେ ଅନେକ ଗାଡ଼ି ଭାସି ଭାସି ଯାଇଛି । ୨୪ ମଇ ସନ୍ଧ୍ୟାରେ ହଠାତ ପାଗ ବଦଳି ଯାଇଥିଲା, ଘଡ଼ଘଡ଼ି ଝଡ଼, ବିଜୁଳି, ଏବଂ ପ୍ରବଳ ବର୍ଷା ସ୍ଥାନୀୟ ଅଞ୍ଚଳରେ ବ୍ୟପିଥିଲା । ସନ୍ଧ୍ୟା ପ୍ରାୟ ୬:୦୦ ଟା ସମୟରେ ରାମପୁରର ଜଗତଖାନା ଅଞ୍ଚଳରେ ବାଗଲ୍ଟ ନିକଟରେ ଏକ ଆକସ୍ମିକ ବାଦଲଫଟା ବର୍ଷା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପାହାଡ଼ ଢାଲୁରୁ ପ୍ରଚୁର ପରିମାଣରେ ମାଟିପଥର ଏବଂ ଜଳ ତଳକୁ ପ୍ରବାହିତ ହୋଇଥିଲା, ଯାହା ଅଞ୍ଚଳରେ ପାର୍କ କରାଯାଇଥିବା ଗାଡ଼ିଗୁଡ଼ିକୁ ନଷ୍ଟ କରିଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏପରିକି ଗୌହାଟିର ତଳି ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୋଟିଏ ପଟେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ସେହିପଟେ କିଛି ଦୋକାନଘର ଗୁଡିକ ମଧ୍ୟ ଭୁଶୁଡ଼ି ପଡିଥିବାର ଦେଖିବାକୁ ମିଳିଛି । ଭିଡିଓ ଉପରେ ଉକ୍ତ ଭିଡିଓଟି ଗୌହାଟିର ବନ୍ୟା ପରିସ୍ଥିତିର ଭିଡିଓ ବୋଲି ଦାବି ହୋଇଛି । ଉକ୍ତ ଭିଡିଓ ଉପରେ ମଧ୍ୟ ଇଂରାଜୀରେ ଗୌହାଟି ଲେଖା ହୋଇଛି ।
ସୋସିଆଲ ମିଡିଆରେ ଭିଡିଓ ସେୟାର କରି ୟୁଜର୍ସ ଆସାମ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଦର୍ଶାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୬୧ହଜାରରୁ ଉର୍ଦ୍ଧ୍ବ ୟୁଜର୍ସ ଦେଖି ସାରିଛନ୍ତି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଗୌହାଟି ଅଞ୍ଚଳରେ ବନ୍ୟା ହୋଇଛି ସତ ହେଲେ ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର, ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମୟର ଅଟେ ।
ଯେତେବେଳେ ଆମେ ଆସାମ- ଗୌହାଟି ଅଞ୍ଚଳରେ ବନ୍ୟା ପରିସ୍ଥିତି ଲେଖି ଅନୁସନ୍ଧାନ କରିଥିଲୁ ବିଭିନ୍ନ ଗଣମାଧ୍ୟମରେ ବିଭୀ ଭିଡିଓ ଦେଖିବାକୁ ପାଇଥିଲୁ, ହେଲେ ଭାଇରାଲ ହେଉଥିବା ଭିଡିଓଟି ପାଇନଥିଲୁ ।
ଯଦି ଏଭଳି ଘଟଣା ଗୌହାଟି ବନ୍ୟାରେ ଘଟିଥାନ୍ତା କୌଣସି ନା କୌଣସି ଗଣମାଧ୍ୟମ ଉକ୍ତ ଖବରକୁ ନିଶ୍ଚିତ ପ୍ରସାରିତ କରିଥାନ୍ତେ ।
ଭିଡିଓର ସତ୍ୟାସତ୍ୟ ଜାଣିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଇନଷ୍ଟାଗ୍ରାମର ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟିକୁ ଦ ଫୋନ ରିଭର ନାମକ ଏକ ଇନଷ୍ଟାଗ୍ରାମ ୟୁଜର୍ସ ସେୟାର କରିଥିବା ବେଳେ । ଏଥିରେ ଉଲ୍ଲେଖ ରହିଛି, ୯ ଜୁଲାଇ ୨୦୨୩ ସୈଞ୍ଜ ଉପତ୍ୟକାର ଦୃଶ୍ୟ । ଯାହାକି ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଅବସ୍ଥିତ ।
ଏହି ଇନଷ୍ଟାଗ୍ରାମ ଆକାଉଣ୍ଟଟି ସୈଞ୍ଜର ବାସିନ୍ଦା ସୁରେନ୍ଦ୍ର ଚୌହାନଙ୍କ ଦ୍ୱାରା ପରିଚାଳିତ । ସୁରେନ୍ଦ୍ର ସେପ୍ଟେମ୍ବର ୨୦୨୪ରେ ମଧ୍ୟ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓଟି ପୋଷ୍ଟ କରିଥିଲେ ।
ଉଭୟ ଭିଡିଓ ଭାଇରାଲ ଭିଡିଓ ସଦୃଶ୍ୟ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନରେ ଗୌହାଟି ଅଞ୍ଚଳରେ ଘଟିଥିବା ବନ୍ୟାର ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଉକ୍ତ ଭିଡିଓ ଗୌହାଟି ଅଞ୍ଚଳରେ ହୋଇଥିବା ବନ୍ୟା ସହ କୌଣସି ସାମଞ୍ଜସ୍ୟ ନାହିଁ ।
ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଇଣ୍ଡିଆଟୁଡେ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଭିଡିଓ ଅପଲୋଡ଼ କରିଥିବା ସୁରେନ୍ଦ୍ର ନାମକ ଯୁବକ ଯିଏକି ମୋବାଇଲ ରିପ୍ୟାରିଙ୍ଗ ବ୍ୟବସାୟ କରନ୍ତି । ସିଏ ଏହି ଭିଡିଓକୁ ଅପଲୋଡ଼ କରିଥିଲେ, ଭାଇରାଲ ଭିଡିଓ ରେ ଯେଉଁ ଦୋକାନ ଘର ଗୁଡିକ ଦୃଶ୍ୟମାନ ହେଉଛି, ସେହି ଦୋକାନ ସାମ୍ନାରେ ତାଙ୍କ ଦୋକାନ ଅବସ୍ଥିତ । ଏପରିକି ଭିଡିଓ ପରେପରେ ତାଙ୍କ ଦୋକାନ ମଧ୍ୟ ଭୁଶୁଡ଼ି ପଡ଼ିଥିଲା ବୋଲି ସୂଚନା ଦେଇଛନ୍ତି ସୁରେନ୍ଦ୍ର ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଗୌହାଟି ଅଞ୍ଚଳରେ ବନ୍ୟା ହୋଇଛି ସତ ହେଲେ ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର, ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମୟର ଅଟେ ।