ଫ୍ୟାକ୍ଟ ଚେକ୍: ଭାରତର ସମସ୍ତ ବିମାନବନ୍ଦର ଗୁଡିକ ଉପରେ କୌଣସି ପ୍ରତିବନ୍ଧ ନାହିଁ ବୋଲି ପିଆଇବି ସ୍ପଷ୍ଟ କରିଛି
ଦାବିଟି ବିଭ୍ରାନ୍ତିକର ଅଟେ । ସୁରକ୍ଷା ଦୃଷ୍ଟିରୁ ଭାରତ ସୀମାରେ ଥିବା କିଛି ବେସାମରିକ ବିମାନ ବନ୍ଦର ଉପରେ କଟକଣା କରାଯାଇଛି ହେଲେ ଅନ୍ୟ ସମସ୍ତ ବିମାନ ବନ୍ଦରର ସ୍ଥିତି ସମ୍ପୂର୍ଣ୍ଣ ଭାବେ ସାଧାରଣ ଭଳି ରହିଛି ।

Claim :
ଉଡ଼ାଣ ସେବା ବନ୍ଦ୍, ଭାରତର ସମସ୍ତ ବିମାନବନ୍ଦରକୁ ଯାତାୟତ ଉପରେ ଲାଗିଲା କଟକଣାFact :
ଭାରତର ସମସ୍ତ ବିମାନ ବନ୍ଦର ଉପରେ କଟକଣା ଜାରି ଜାରିକରି ନାହାଁନ୍ତି ଭାରତ ସରକାର ସୂଚନା ଦେଇଛି ପିଆଇବି ଫ୍ୟାକ୍ଟ ଚେକ୍
ଭାରତ ୭ ମଇରେ ରାତି ୨ଟାରୁ ୩ଟା ମଧ୍ୟରେ ପାକିସ୍ତାନ ଉପରେ କରିଛି ବଡ ଏୟାର ଷ୍ଟ୍ରାଇକ। ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର (PoJK) ରେ ପ୍ରବେଶ କରି ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାକିସ୍ତାନ ଓ POK ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା । ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ୨୨ ଏପ୍ରିଲ ୨୦୨୫ ଦିନ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଛି । ପ୍ରସାରିତ ଖବର ଅନୁଯାୟୀ, ଅପରେସନ ସିନ୍ଦୁର ଅଧୀନରେ, ଭାରତ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ମୁଖ୍ୟ କାର୍ଯ୍ୟାଳୟକୁ ଟାର୍ଗେଟ କରିଛି।
ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ । ଅପରେସନ ସିନ୍ଦୂର ପାଇଁ ବିମାନ ସେବା ପ୍ରଭାବିତ ନେଇ ଆଲୋଚନା । ଯୁଦ୍ଧ ପରିସ୍ଥିତି ଯୋଗୁଁ ଭୁବନେଶ୍ୱର ବିମାନବନ୍ଦର ସେତେଟା ପ୍ରଭାବିତ ହୋଇନଥିବା କହିଛନ୍ତି ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ।
ଇତିମଧ୍ୟରେ ଏକ ଲେଖା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ରହିଛି ଯେ, ଭାରତର ସମସ୍ତ ବିମାନ ବନ୍ଦରକୁ ଯାତାୟାତ ଉପରେ କଟକଣା ଜାରି କରାଯାଇଛି ।
ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାରତର ସମସ୍ତ ବିମାନବନ୍ଦର ଗୁଡିକୁ ପ୍ରବେଶ ଉପରେ କୌଣସି ପ୍ରତିବନ୍ଧ ନାହିଁ ବୋଲି ପିଆଇବି ସ୍ପଷ୍ଟ କରିଛି ।
ଯେତେବେଳେ ଆମେ ଭାରତର ସମସ୍ତ ବିମାନବନ୍ଦର ଗୁଡିକୁ ପ୍ରବେଶ ଉପରେ ପ୍ରତିବନ୍ଧ ନେଇ ଅନୁସନ୍ଧାନ କରିଥିଲୁ ଏନେଇ କୌଣସି ସୂଚନା ପାଇନଥିଲୁ । ଯଦି ଏଭଳିକୌଣସି ପ୍ରତିବନ୍ଧ ସରକାର ଲଗାଇଥାନ୍ତେ ତେବେ ନିଶ୍ଚିତ କୌଣସି ସରକାରୀ ସାଇଟ କିମ୍ବା ପ୍ରମୂଖ ଗଣମାଧ୍ୟମରେ ପ୍ରସାରିତ ହୋଇଥାନ୍ତା ।
ଅନୁସନ୍ଧାନରୁ ପିଆଇବି ଜମ୍ମୁ ଏବଂ କାଶ୍ମୀରର ସୋସିଆଲ ମିଡିଆରେ କିଛି ବେସାମରିକ ବିମାନ ବନ୍ଦର ବନ୍ଦ୍ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଥିବାର ଉଲ୍ଲେଖ ରହିଛି ସେଗୁଡ଼ିକ ହେଲା, ଶ୍ରୀନଗର, ଜାମ୍ମୁ, ଲେହ, ଚଣ୍ଡିଗଡ଼ , ଅମୃତସର, ଲୁଧିଆନା, ପଟିଆଲା, ଭଟିଣ୍ଡା, ହାଲୱାରା, ପଠାନକୋଟ, ଭୁଣ୍ଟାର, ଶିମଲା, ଗଗଲ୍, ଧରମସାଲା, କିଶାନଗଡ, ଜୈସଲମେର, ଯୋଧପୁର, ବିକାନିର, ମୁଣ୍ଡ୍ରା, ଜାମନଗର, ରାଜକୋଟ, ପୋରବନ୍ଦର, କଣ୍ଡଲା, କେଶୋଦ, ଭୁଜ୍ , ଗ୍ୱାଲିଅର୍, ହିନ୍ଦୋନ ପ୍ରବୃତ୍ତି ବିମାନ ବନ୍ଦର ଗୁଡ଼ିକ ୧୦-ମଇ ସକାଳ ପର୍ଯ୍ୟନ୍ତ ବନ୍ଦ୍ ରହିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ ରହିଛି ।
ସେହିପରି ଦୂର ଦର୍ଶନ ଲାଇଭ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଉଲ୍ଲେଖ କରିଛି, କିଶନଗଡ଼, ଭୁଣ୍ଟାର ( କୁଲ୍ଲୁ ) ଲୁଧିଆନା ବିମାନ ବନ୍ଦର ଗୁଡିକ ବନ୍ଦ୍ ହୋଇଥିବା ଏୟାରପୋର୍ଟ ଚିଠାରେ ସାମିଲ ହୋଇଛନ୍ତି ।
ଭାଇରାଲ ଦାବିକୁ ଖଣ୍ଡନ କରିଛି ଭାରତ ସରକାରଙ୍କ ଫ୍ୟାକ୍ଟ ଚେକ୍ ଅନୁଷ୍ଠାନ ପିଆଇବି । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପିଆଇବି ଉଲ୍ଲେଖ କରିଛି, ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକ ଦାବି କରୁଛନ୍ତି ଯେ ସାରା ଭାରତରେ ବିମାନବନ୍ଦରରେ ପ୍ରବେଶ ନିଷେଧ କରାଯାଇଛି। ଏହି ଦାବି ମିଥ୍ୟା ଅଟେ ସରକାର ଏପରି କୌଣସି ନିଷ୍ପତ୍ତି ନେଇନାହାଁନ୍ତି ।
ଉକ୍ତ ଘଟଣା ନେଇ ଓଟିଭି ଖବର ପ୍ରସାରନ କରି ଉଲ୍ଲେଖ କରିଛି, ଭାରତର ୨୭ ଏୟାରପୋର୍ଟ ବିପଦରେ । ଏଥିପାଇଁ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି, ଏଥିସହ ୪୩୦ ଫ୍ଲାଇଟ୍ ବାତିଲ କରାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ସୁରକ୍ଷା ଦୃଷ୍ଟିରୁ ଭାରତ ସୀମାରେ ଥିବା କିଛି ବେସାମରିକ ବିମାନ ବନ୍ଦର ଉପରେ କଟକଣା କରାଯାଇଛି ହେଲେ ଅନ୍ୟ ସମସ୍ତ ବିମାନ ବନ୍ଦରର ସ୍ଥିତି ସମ୍ପୂର୍ଣ୍ଣ ଭାବେ ସାଧାରଣ ଭଳି ରହିଛି ।