ଫ୍ୟାକ୍ଟ ଚେକ୍: ଅର୍ଣ୍ଣବ ଗୋସ୍ୱାମୀ ପ୍ରକୃତରେ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଏଭଳି କହିଛନ୍ତି

Claim :
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ, ଲାଇଭ ସୋ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କଲେ ଅର୍ଣ୍ଣବ ଗୋସ୍ୱାମୀFact :
ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି କହିଛନ୍ତି ବୋଲି ଲାଇଭ ସୋ ରେ କହିଛନ୍ତି ଅର୍ଣ୍ଣବ ଗୋସ୍ୱାମୀ
ସୋସିଆଲ ମିଡିଆର ମାଧ୍ୟମ ସାଜିଛି ଭାଇରାଲ ଭିଡିଓ । ଇନଷ୍ଟାଗ୍ରାମ ହେଉ କି ଫେସବୁକ ଯେଉଁ ସୋସିଆଲ ମିଡିଆ ଦେଖିବେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳୁଛି । କେତେବେଳେ ଏଆଇ ବ୍ୟବହାର କରି କାହାର ମୁହଁ ଯୋଡି କିଛି ଭିଡିଓ ପୋଷ୍ଟ ହେଉଛି ତ କେତେବେଳେ ଭିଡିଓ କିମ୍ବା ଫଟୋକୁ ଏଡିଟ କରି ଭୁଲ୍ ଉପସ୍ଥାପନା ସହ ସେୟାର ହେଉଥିବାର ଦେଖିବାକୁ ମିଳୁଛି । ୟୁଜର୍ସ ମଧ୍ୟ କୌଣସି ଅନୁଧ୍ୟାନ ନକରି ଉକ୍ତ ଭିଡିଓ ଗୁଡିକୁ ସେୟାର କରୁଥିବାରମଧ୍ୟ ଦେଖାଯାଇଛି । ଯାହା ଫଳରେ ବହୁମାତ୍ରାରେ ଭୁଲ୍ ତଥ୍ୟ ଖୁବ ଅକ୍ପ ସମୟ ଭିତରେ ବ୍ୟାପବାରେ ଲାଗିଛି ।
ଇତିମଧ୍ୟରେ ସୋସିଆଲ ମିଡିଆରେ ରିପବ୍ଲିକ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଉକ୍ତ ଭିଡିଓରେ ରିପବ୍ଲିକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦାବି କରାଯାଇଛି ।
ଉକ୍ତ ଭିଡିଓରେ, "ମୁଁ ଲାଇଭ ଟେଲିଭିଜନରେ ସେହି ମୋହବତ କି ଦୁକାନର ରହସ୍ୟ ଖୋଲିଦେବି । ଛଅ ମାସ ପରେ ଆପଣ ଦେଖିବେ ଏହି ନରେନ୍ଦ୍ର ମୋଦି ତାଙ୍କ ଘରୁ ବାହାରି ପାରିବେ ନାହିଁ, ଭାରତୀୟ ଯୁବକ ତାଙ୍କୁ ବାଡ଼ିରେ ପିଟିବେ" । ବୋଲି ଗୋସ୍ୱାମୀ,କହୁଥିବାର ଦାବି କରିଛନ୍ତି ୟୁଜର୍ସ ।
ଯାହାର ଆର୍କଆଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସାତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓରେ ଅର୍ଣ୍ଣବ ଗୋସ୍ୱାମୀ ପ୍ରକୃତରେ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଏଭଳି କହିଛନ୍ତି । ଯାହାକୁ ଏଡିଟ କରି ଭୁଲ୍ ଦାବି ସହ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ୧୮.ଜୁଲାଇ ୨୦୨୪ରେ ଉକ୍ତ ଭିଡିଓଟି ରିପବ୍ଲିକ ଭାରତ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରିଥିବାର ଦେଖିବାକୁ ପାଇଥିଲୁ ।
୪୪ ସେକେଣ୍ଡର ଉକ୍ତ ଭିଡିଓରେ ଅର୍ଣ୍ଣବ କହିଛନ୍ତି,ମୁଁ ଏହି ମୋହବତର ଦୋକାନର ମୁଖା ଖୋଲିବି ଲାଇଭ ଟେଲିଭିଜନରେ । ଆପଣ ଚୁପ ହୋଇ ବସନ୍ତୁ । ଏହି ମୋହବତର ଦୋକାନର ପ୍ରଥମ ଉଧାରଣ ମୁ ଦେବାକୁ ଚାହୁଁଚି । ଏହାର ମୁଖ୍ୟ ନାୟକ ଯିଏ ସିଏ ହେଉଛନ୍ତି ରାହୁଲ ଗାନ୍ଧୀ ସିଏ କହୁଛନ୍ତି, ୟେ ଯେଉଁ ନରେନ୍ଦ୍ର ମୋଦି ଅଛନ୍ତି, ୟେ ଯେଉଁ ନରେନ୍ଦ୍ର ମୋଦି ଅଛନ୍ତି ୟେ ଘରୁ ବାହାରି ପାରିବେ ନାହିଁ ।
ଇତିମଧ୍ୟରେ କେହିଜଣେ ତାଙ୍କୁ ଅଟକାଉଥିବା ବେଳେ ଅର୍ଣ୍ଣବ ତାଙ୍କୁ ଚୁପ୍ କରାଇ ଆହୁରି ମଧ୍ୟ କହିଛନ୍ତି । ଭାରତର ଯୁବକ ମାନେ ତାଙ୍କୁ ବାଡ଼ିରେ ପିଟିବେ ।
ଉକ୍ତ ଭିଡିଓର ସାରଣୀରେ ଉଲ୍ଲେଖ ରହିଛି, ବିରୋଧୀ ଦଳ ନିରନ୍ତର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଆସୁଛନ୍ତି । ସେମାନେ କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ ପ୍ରଧାନମନ୍ତ୍ରୀ ପଦବୀକୁ ମଧ୍ୟ ଅପମାନ କରିବାକୁ ପଛାଇ ନାହାଁନ୍ତି। ତେବେ ପ୍ରଶ୍ନ ହେଉଛି: ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଅବମାନନା କରନ୍ତି କି ଏବଂ ତେଣୁ ଏପରି ବୟାନ ଦିଅନ୍ତି । ଏବଂ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି: ବିରୋଧୀ ଦଳ ଦେଶର ବିକାଶ ବଦଳରେ ବ୍ୟକ୍ତିଗତ ଆକ୍ରମଣ ଉପରେ ନିର୍ଭର କରନ୍ତି କି ?
ସେହିପରି ୧୮ ଜୁଲାଇ ୨୦୨୪ ରେ ରିପବ୍ଲିକ ଟିଭି ପ୍ରାୟ ୩ଘଣ୍ଟା ୩୪ମିନିଟର ଏକ ଭିଡିଓ ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । ଯାହାକୁ ପ୍ରାୟ ୩୦ଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିପାରିଥିଵାର ଦେଖିବାକୁ ପାଇଥିଲୁ ।
ଭିଡିଓର ପ୍ରାୟ ୧ ଘଣ୍ଟା ୨୪ ମିନିଟ୍ ଧରି ଅର୍ଣ୍ଣବ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଉପରେ ଆଲୋଚନା ସମୟରେ ରାହୁଲ ଗାନ୍ଧୀଙ୍କ ପୂର୍ବ ବକ୍ତବ୍ୟକୁ ଉଲ୍ଲେଖ କରିଛନ୍ତି । ଏହି ବିତର୍କ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏବଂ କଂଗ୍ରେସ ପ୍ରତିନିଧିଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା, ଯେଉଁଥିରେ ଅର୍ଣ୍ଣବ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କହିଥିଲେ ।
ଉଲ୍ଲେଖଯୋଗ୍ୟ, ଉଦ୍ଧୃତ ବିବୃତ୍ତିଟି ୨୦୨୦ ମସିହାର, ଯେତେବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ସାଧାରଣ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବେକାରୀ ଉପରେ ଟାର୍ଗେଟ କରିଥିଲେ ଏବଂ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାର ପ୍ରସାରିତ ହୋଇଥିବା ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଭିଡିଓ ଟିକୁ ଏଡିଟ କରି ଭାଇରାଲ କରାଯାଇଛି । ପ୍ରକୃତ ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି କହିଛନ୍ତି ବୋଲି ଲାଇଭ ସୋ ରେ କହିଛନ୍ତି ଅର୍ଣ୍ଣବ ଗୋସ୍ୱାମୀ ।

