ଫ୍ୟାକ୍ଟ ଚେକ୍: ଦୀଘା ମନ୍ଦିରକୁ ନେଇ ପଭାଇରାଲ ହେଉଥିବା ଗ୍ରାଫିକ୍ସକୁ ଖବରକୁ ଖଣ୍ଡନ କଲା ଏବିପି ଆନନ୍ଦ
ଭାଇରାଲ ଗ୍ରାଫିକ୍ସ ସହ ଏବିପି ଆନନ୍ଦ ର କୌଣସି ସମ୍ପର୍କ ନାହିଁ । କେହିଜଣେ ବ୍ୟକ୍ତି ମନ୍ଦ ଉଦେଶ୍ୟ ରଖି ଏବିପି ଗ୍ରାଫିକ୍ସକୁ ଏଡିଟ୍ କରି ଏଭଳି ବିବାଦୀୟ ଲେଖା ସହ ସେୟାର କରିଛନ୍ତି । ପ୍ରକୃତ ଗ୍ରାଫିକ୍ସରେ ଦୀଘା ମନ୍ଦିର ପ୍ରତିଷ୍ଠା ନେଇ ସୂଚନା ରହିଛି ।

Claim :
ଏବିପି ଆନନ୍ଦ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଓଡ଼ିଶାର ଜଣେ ବିଜେପି ନେତା ଦୀଘା ମନ୍ଦିର ଭାଙ୍ଗିବାକୁ ଧମକ ଦେଇଛନ୍ତିFact :
ଏବିପି ଆନନ୍ଦ ଏଭଳି କୌଣସି ରିପୋର୍ଟ ପ୍ରକାଶ କରିନାହିଁ । ଏପରିକି କର୍ତ୍ତୃପକ୍ଷ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ଦ୍ୱାରା ଏପରି କୌଣସି ରିପୋର୍ଟ ପ୍ରକାଶିତ ହୋଇନାହିଁ ।
ବହୁ ବାଦ ବିବାଦ ପରେ ଦୀଘା ମନ୍ଦିରରେ ପୂଜା ପାଉଛନ୍ତି ମହାପ୍ରଭୁ । ପ୍ରଥମେ ମନ୍ଦିର ପ୍ରତିଷ୍ଠା ପରେପରେ ଧାମ ଲେଖାକୁ ନେଇ ବିବାଦରେ ରହିଥିଲା ଦୀଘା ମନ୍ଦିର । ଏବେ ଦୀଘା ମନ୍ଦିରର ପ୍ରସାଦକୁ ମହାପ୍ରସାଦ କହି ବଣ୍ଟାଯାଉଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା, ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦକୁ ମହାପ୍ରସାଦ କହି ଲୋକଙ୍କୁ ବିତରଣ କରିବା ଠିକ୍ ନୁହେଁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ଭୋଗ ହିଁ କେବଳ ମହାପ୍ରସାଦ। ଅନ୍ୟତ୍ର ଯେଉଁ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ହେଉଛି ତାହା ପ୍ରସାଦ ଭାବେ ବିତରଣ ହେବା ଉଚିତ୍। କିନ୍ତୁ ମହାପ୍ରସାଦ କହି ବିତରଣ କରିବା ଜଗନ୍ନାଥ ସଂସ୍କୃତି ବିରୋଧୀ। ଏଭଳି କାର୍ଯ୍ୟ ଯିଏବି କରୁଛି ସେମାନେ ବନ୍ଦ କରିବା ଉଚିତ୍। ଇସ୍କନ ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ଭାର ନେଇଥିବା ବେଳେ ସେମାନେ ମହାପ୍ରଭୁଙ୍କ ପରମ୍ପରା ଜାଣି ମଧ୍ୟ ଉଲ୍ଲଂଘନ କରିବା ଦୁଃଖ ଦାୟକ ବୋଲି ଗଜପତି ପ୍ରତିକ୍ରିୟା ରଖିଛନ୍ତି ।
ଇତିମଧ୍ୟରେ ଏକ ଗ୍ରାଫିକ୍ସ ଭାଇରାଲ ହେବାରେ ଲାଗିଛି । ଗ୍ରାଫିକ୍ସରେ ଦୀଘା ମନ୍ଦିରର ଫଟୋ ରହିଥିବା ବେଳେ, ତଳେ ଉଲ୍ଲେଖ ରହିଛି ଓଡ଼ିଶାର ଜଣେ ବିଜେପି ନେତା ଦୀଘା ମନ୍ଦିରକୁ ଭାଙ୍ଗିଦେବାକୁ ଧମକ ଦେଇଛନ୍ତି । ଉକ୍ତ ଗ୍ରାଫିକ୍ସରେ ଏବିପି ଆନନ୍ଦର ଏକ ଲୋଗୋ ଥିବାର ଦେଖିବାକୁ ମିଳିଛି ।
ଉକ୍ତ ଖବରଟି ଏବିପି ଆନନ୍ଦ ପ୍ରକାଶ କରିଥିବାର ଦାବି ହୋଇଥିବା ବେଳେ, ଜଙ୍ଗଲରେ ନିଆଁ ଲାଗିବା ଭଳି ଗ୍ରାଫିକ୍ସଟି ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ।
ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ ସତ୍ୟତା, ଏଭଳିକୌଣସି ଖବର ପ୍ରକାଶ କରିନାହିଁ ଏବିପି ଆନନ୍ଦ। ଏବିପି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ଦ୍ୱାରା ଏପରି କୌଣସି ରିପୋର୍ଟ ପ୍ରକାଶିତ ହୋଇନାହିଁ ।
ତଦନ୍ତରୁ ଜଣାଯାଏ ଯେ, ବିଗତ ଦିନରେ ଦୀଘାକୁ ନେଇ ବହୁ ବାଦ ବିବାଦ ଦେଖିବାକୁ ମିଳିଥିଲା । ହେଲେ କୌଣସି ମଧ୍ୟ ବିଜେପି ନେତା ଦୀଘା ମନ୍ଦିରକୁ ଭାଙ୍ଗିବାକୁ ଧମକ ଦେଇଥିବର ପ୍ରମାଣ ଆମର ହସ୍ତଗତ ହୋଇନାହିଁ ।
ସେହିପରି ଉକ୍ତ ଘଟଣାର ଅଧିକ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ପଶ୍ଚିମବଙ୍ଗର ଜଣେ ପ୍ରତିନିଧି ଅଗ୍ନିଶ୍ଵର ସରଦାରଙ୍କ ସହ ଯୋଗାଯୋଗ କରିଥିଲୁ । ଉକ୍ତ ଗ୍ରାଫିକ୍ସଟି ପଶ୍ଚିମବଙ୍ଗରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି, ହେଲେ ଉକ୍ତ ଗ୍ରାଫିକ୍ସ ସହ ଏବିପି ଆନନ୍ଦର କୌଣସି ସମ୍ପର୍କ ନାହିଁ । ଅଗ୍ନିଶ୍ଵର ଆହୁରି ମଧ୍ୟ କହିଛନ୍ତି ଯେ, ଏବିପିର ଜଣେ ସାମ୍ବାଦିକ ବନ୍ଧୁ ମତେ ସିଧାସଳଖ କହିଛନ୍ତି ଯେ, ଏଭଳି କୌଣସି ଖବର ଏବିପି ଆନନ୍ଦ ପ୍ରସାରିତ କରିନାହିଁ ।
ଅନୁସନ୍ଧାନରୁ ଭାଇରାଲ ଗ୍ରାଫିକ୍ସଟି ଏବିପି ଆନନ୍ଦର ସୋସିଆଲ ମିଡିଆରେ ସେୟାର ହୋଇଥିବାର ଦେଖିବାକୁ ପାଇନଥିଲୁ ।
ସେହିପରି ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା ।
ଉକ୍ତ ଗ୍ରାଫିକ୍ସଟିକୁ ୨୯ ଅପ୍ରେଲରେ ଏବିପି ଆନନ୍ଦ ଟିଭି ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଗ୍ରାଫିକ୍ସରେ ଉଲ୍ଲେଖ ରହିଛି, আজ হবে মহাযজ্ঞ, বুধবার দিঘার জগন্নাথ মন্দিরের দ্বারোদঘাটন ।
ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ଆଜି ଦୀଘା ଜଗନ୍ନାଥ ମନ୍ଦିରରେ ମହାଜଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ବୁଧବାର ଦିନ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଅଛି ।
ଉକ୍ତ ଗ୍ରାଫିକ୍ସଟି ଭାଇରାଲ ଗ୍ରାଫିକ୍ସ ସଦୃଶ ହୋଇଥିବାରୁ ଆମେ ଉଭୟଙ୍କୁ ତୁଳନା କରିଥିଲୁ। ତୁଳନାରୁ କେବଳ ଲେଖା ଛାଡ଼ିଦେଲେ ଉଭୟ ଗ୍ରାଫିକ୍ସର ଡିଜାଇନ ଗୋଟିଏ ବୋଲି ଜାଣିବାକୁ ପାଇଥିଲୁ ।
ତେଣୁ ପ୍ରକୃତ ଗ୍ରାଫିକ୍ସକୁ ଏଡିଟ୍ କରି ଏଭଳି ଭାଇରାଲ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ଉକ୍ତ ଗ୍ରାଫିକ୍ସ ଭାଇରାଲ ହେବାକୁ ନେଇ ଏବିପି ଆନନ୍ଦ ସ୍ପଷ୍ଟୀକରଣ ଦେବାକୁ ଯାଇ ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଯେଉଁଥିରେ ଉଲ୍ଲେଖ ରହିଛି, ଦୀଘାର ଜଗନ୍ନାଥ ଧାମ ଅକ୍ଷୟ ତୃତୀୟାରେ ଉଦଘାଟନ କରାଯାଇଥିଲା । ଅକ୍ଷୟ ତୃତୀୟା ଦିନ ମନ୍ଦିର ଦ୍ୱାର ଖୋଲିବା ପୂର୍ବରୁ ମନ୍ଦିର ପରିସରରେ ଏକ ମହାଯଜ୍ଞର ଆୟୋଜନ କରାଯାଇଥିଲା। ପୁରୀର ଦଇତାପତିଙ୍କ ଉପସ୍ଥିତିରେ ଏହି ଯଜ୍ଞ କରାଯାଇଥିଲା। ଏବିପି ଆନନ୍ଦର କ୍ୟାମେରାରେ ଏକ ସ୍ୱତନ୍ତ୍ର ଚିତ୍ର କଏଦ ହୋଇଥିଲା। କିନ୍ତୁ ଏହି ଚିତ୍ରଟି ଏବିପି ଆନନ୍ଦର ଫେସବୁକ୍ ପୃଷ୍ଠାରୁ ନିଆଯାଇ ଏକ ଭୁଲ୍ ଲେଖା ସହିତ ପୁନଃନିର୍ମାଣ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।
ଏକାଧିକ ଆକାଉଣ୍ଟରୁ ସୋସିଆଲ ମିଡିଆରେ ଏକ ଭୁଲ୍ ଖବର ପୋଷ୍ଟ କରାଯାଉଥିବାର ଦେଖିବାକୁ ମିଳିଛି । ଯେଉଁଠାରେ ଏବିପି ଆନନ୍ଦଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ମୂଳ ଚିତ୍ରକୁ ଏଡିଟ୍ କରି ସମ୍ପୂର୍ଣ୍ଣ ଭୁଲ୍ ଲେଖା ସହିତ ସେୟାର କରାଯାଉଛି। ଏବିପି ଆନନ୍ଦରେ କେବେ ଏଭଳି ଖବର ପରିବେଷଣ କରାଯାଇ ନଥିଲା। କୌଣସି ସାମାଜିକ ଗଣମାଧ୍ୟମରେ ଏପରି କୌଣସି ଖବର ଏବଂ ଚିତ୍ର ସେୟାର ହୋଇନାହିଁ ।
ଅନୁମାନ କଲେ ମୂଳ ଚିତ୍ର ସହି ଭାଇରାଲ ଚିତ୍ରର ଅନେକ ପାର୍ଥକ୍ୟ ଅଛି । ନକଲି ଚିତ୍ରଟି ମୂଳ ଚିତ୍ରର ଲୋଗୋଠାରୁ ଭିନ୍ନ ରଙ୍ଗ ଏବଂ ଲେଖା ଶୈଳୀ ରହିଛି । ଏହା ସହିତ, ଏବିପି ଆନନ୍ଦର କିଛି ସମ୍ପାଦକୀୟ ବନାନ ନିୟମ ଅଛି। ଭାଇରାଲ ଚିତ୍ରରେ ସେହି ସ୍ପେଲିଂ ନିୟମ ପାଳନର କୌଣସି ପ୍ରମାଣ ନାହିଁ । ଦର୍ଶକ ଉକ୍ତ ପୋଷ୍ଟରୁ ଦୁରେଇ ରହିବାକୁ ମଧ୍ୟ ଅନୁରୋଧ କରିଛି ଏବିପି ଆନନ୍ଦ ।
ତେଣୁ ଏଥିରୁ ଜଣାଯାଏ ଯେ, ଭାଇରାଲ ଗ୍ରାଫିକ୍ସ ସହ ଏବିପି ଆନନ୍ଦ ର କୌଣସି ସମ୍ପର୍କ ନାହିଁ । କେହିଜଣେ ବ୍ୟକ୍ତି ମନ୍ଦ ଉଦେଶ୍ୟ ରଖି ଏବିପି ଗ୍ରାଫିକ୍ସକୁ ଏଡିଟ୍ କରି ଏଭଳି ବିବାଦୀୟ ଲେଖା ସହ ସେୟାର କରିଛନ୍ତି । ପ୍ରକୃତ ଗ୍ରାଫିକ୍ସରେ ଦୀଘା ମନ୍ଦିର ପ୍ରତିଷ୍ଠା ନେଇ ସୂଚନା ରହିଛି ।