ଫ୍ୟାକ୍ଟ ଚେକ୍: ବିଭ୍ରାନ୍ତିକରକ ଦାବି ସହ ଭିଡିଓ କରାଯାଉଛି ସେୟାର, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା
ଭାଇରାଲ ଭିଡିଓଟି ମୁମ୍ବାଇ ସ୍ଥିତ ହାଜିଅଲ୍ଲୀ ଦର୍ଘାର ନୁହେଁ, ଠାଣେର ହାଜି ମଲଙ୍ଗ ଦର୍ଘାର ଅଟେ । ଯାହାକୁ ବାବା ମଚିନ୍ଦ୍ରନାଥଙ୍କ ପୀଠ ସ୍ଥଳୀ ବୋଲି ସ୍ଥାନୀୟ ହିନ୍ଦୁ ଧର୍ମାଲବାମ୍ବୀ ଦାବି କରି ଆସୁଛନ୍ତି । ଉକ୍ତ ସ୍ଥାନରେ ମଚିନ୍ଦ୍ରନାଥଙ୍କ ଆଳତି ସମୟରେ ଭିଡିଓଟି ସୁଟ୍ କରାଯାଇଛି । ସେହିପରି ଆଳତୀ ଦିନ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଉପୁଜି ନାହିଁ ।

Claim :
ଛାଭା ସିନେମା ଦେଖି ଅନୁପ୍ରାଣିତ ହେବାପରେ, ମୁମ୍ବାଇ ସ୍ଥିତ ହାଜିଅଲ୍ଲୀ ଦର୍ଘାରେ ପଶି ଲଗାଇଲେ ଜୟ ଶ୍ରୀରାମ ନାରା ।Fact :
ଭାଇରାଲ ଭିଡିଓଟି ମୁମ୍ବାଇ ସ୍ଥିତ ହାଜିଅଲ୍ଲୀ ଦର୍ଘାର ନୁହେଁ, ଠାଣେର ଏକ ଦର୍ଘାର ଅଟେ । ଏଠାରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଉପୁଜି ନାହିଁ ।
୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି, 'ଛାଭା' ।ବଲିଉଡ୍ ଷ୍ଟାର୍ ଭିକି କୌଶଲଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିବାସହ ଏବେ ବକ୍ସ ଅଫିସ୍ ରେ ରାଜ୍ କରୁଛି 'ଛାଭା'। ଫିଲ୍ମଟି ପ୍ରଥମ ଦିନରୁ ଜବରଦସ୍ତ ବ୍ୟବସାୟ କରିଥିବା ବେଳେ, ସାରା ଦେଶରେ ଏହି ଫିଲ୍ମର ରୋଜଗାର ୪୦୦କୋଟି ଟଙ୍କା ଅତିକ୍ରମ କରିଥିବାଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସେହିପରି ସାରା ବିଶ୍ୱରେ ୫୦୦ କୋଟିରୁ ଅଧିକ ରୋଜଗାର କରିଛି 'ଛାଭା' । ଏହାର କାହାଣୀ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଶମ୍ୱାଜୀ ମହାରାଜଙ୍କ ଉପରେ ଆଧାରିତ। ଭିକି କୌଶଲ 'ଛାଭା'ରେ ମରାଠା ବୀର ଶମ୍ୱାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କ କାମକୁ ଖୁବ ପସନ୍ଦ କରାଯାଉଛି । ଏହି କାରଣରୁ ବକ୍ସ ଅଫିସରେ ଫିଲ୍ମ ଭଲ ରୋଜଗାର କରୁଛି । ଏକ ରିପୋର୍ଟ ଅନୁଯାୟୀ, 'ଛାଭା' ୧୪ ଦିନରେ ୫୬୩.୭୯ କୋଟି ଟଙ୍କା ରୋଜଗାର କରିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ବ୍ୟକ୍ତି ଜୟ ଶ୍ରୀ ରାମ୍ ନାରା ଦେଉଥିବା ଶୁଣିବାକୁ ମିଳିଛି । ଉକ୍ତ ସ୍ଥାନଟି ଏକ ଦର୍ଘା ପରି ଦୃଶ୍ୟମାନ ହେଉଥିବା ବେଳେ, ଭିଡିଓ ଉପରେ ଉଲ୍ଲେଖ ରହିଛି, ହାଜିଅଲ୍ଲୀ ଦର୍ଘା ଭିତରେ ପ୍ରକମ୍ପିତ ହେଲା ଜୟ ଶ୍ରୀ ରାମ୍ ଧ୍ୱନୀ ।
ଉକ୍ତ ଭିଡିଓଟିକୁ ସାମ୍ପ୍ରଦାୟିକ ରୂପ ଦିଆଯାଇ ସୋସିଆଲ ମିଡିଆରେ ୟୁଜର୍ସ ଲେଖିଛନ୍ତି, फिल्म छावा देखने के बाद, क्रोधित सनातनी हाजी अली में घुस गए । भारत का हिंदू जाग चुका हैं अब ।
ଯାହାର ଓଡ଼ିଆ ଅନୁବାଦ ହେଉଛି, ଛାଭା ସିନେମା ଦେଖିବା ପରେ, ସନାତନୀ କ୍ରୋଧିତ ହୋଇ ହାଜିଅଲ୍ଲୀ ଭିତରେ ପଶିଗଲେ । ଭାରତର ହିନ୍ଦୁ ଏବେ ଜାଗି ଉଠିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ତଦନ୍ତ କରିବାକୁ ଯାଇ ଏନେଇ ସର୍ଚ୍ଚ କରିବାରୁ କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଏହାକୁ ପ୍ରସାରିତ କରିଥାନ୍ତେ ।
ସେହିପରି ଏନେଇ ୱାର୍ଲିର ଜଣେ ସିଟି କରେସ୍ପନଡେଣ୍ଟଙ୍କୁ ଯୋଗାଯୋଗ କରିବାରୁ ସିଏ ସୂଚନା ଦେଇ କହିଛନ୍ତି । ଛାଭା ସିନେମା ୧୪ ଫେବୃଆରୀ ୨୦୨୫ରେ ରିଲିଜ ହୋଇଛି । ତେବେ ୧୪ ଫେବୃଆରୀରୁ ବର୍ତ୍ତମାନ ଦିନ ମଧ୍ୟରେ ଏଭଳି କୌଣସି ଘଟଣା ହାଜିଅଲ୍ଲୀ ଦର୍ଘାରେ ଘଟିନାହିଁ । ଅଧିକ ଅନୁସନ୍ଧାନ ପାଇଁ କରେସ୍ପନଡେଣ୍ଟ ଜଣଙ୍କ ଜଣେ ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏଭଳିକୌଣସି ଅଭିଯୋଗ ବା ଏତଲା ରୁଜୁ ହୋଇ ନାହିଁ । କି ତାଙ୍କ ନଜରରେ ନିକଟ ଦିନରେ ଏଭଳିଘଟଣା ହାଜିଅଲ୍ଲୀ ଦର୍ଘା ଭିତରେ ଘଟିନାହିଁ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି । ସେହିପରି କରେସ୍ପନଡେଣ୍ଟଙ୍କ କହିବା ଅନୁଯାୟୀ, ଦର୍ଘା ଭିତର ପାର୍ଶ୍ୱଟି ହାଜିଅଲ୍ଲୀ ଭଳି ଦୃଶ୍ୟମାନ ହେଉନାହିଁ । ଲୋକ ଗହଳି ହେତୁ ଜାଣିବା କଷ୍ଟ ହେଲେ ମଧ୍ୟ, ଘଟଣା ଟି ଅନ୍ୟ କୌଣସି ସ୍ଥାନର ହୋଇଥାଇପାରେ ବୋଲି କହିଛନ୍ତି ।
ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓ ପୋଷ୍ଟ କରି ଏହା ମଚିନ୍ଦ୍ରନାଥ ମହାରାଜଙ୍କ ଆଳତୀ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ଭିଡିଓ ଉପରେ ହିନ୍ଦୀରେ ଲେଖା ହୋଇଛି, ଶ୍ରୀ ମଚିନ୍ଦ୍ରନାଥ ମହାରାଜକୀ ଆରତୀ ।
ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିଥିଲୁ ଉଭୟ ଭିଡିଓରେ ଥିବା ସମାନତା ଦେଖିବାକୁ ପାଇଥିଲୁ । ଯେପରିକି ଏକ ପ୍ରକାରର ବ୍ୟକ୍ତି ଏକ ରଙ୍ଗର ପୋଷାକ ପିନ୍ଧି ସେଠାରେ ଠିଆ ହୋଇଥିଲେ ।
ତେଣୁ ଏଥିରୁ ଜଣାଯାଏ ଯେ, ଭାଇରାଲ ଭିଡିଓ ଏବଂ ଏହି ଭିଡିଓ ଗୋଟିଏ ସ୍ଥାନର ଏବଂ ସମୟର ହୋଇଥାଇ ପାରେ । ସେହିପରି ଉକ୍ତ ଭିଡିଓଟି ୧୨ ଫେବୃଆରୀରେ ଅପଲୋଡ଼ ହୋଇଛି, ଯାହାକି ଛାଭା ସିନେମା ପୂର୍ବର । ତେଣୁ ଏଥିରୁ ଜଣାଯାଏ ଯେ ଛାଭା ସିନେମା ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
ଯେତେବେଳେ ଆମେ ମଚିନ୍ଦ୍ରନାଥ ନେଇ ସର୍ଚ୍ଚ କରିଥିଲୁ ୟୁଟ୍ୟୁବର ଏକ ଭିଡିଓ ହସ୍ତଗତ ହୋଇଥିଲା । ୫ ଫେବୃଆରୀ ୨୦୨୩ ରେ ଉକ୍ତ ଭିଡିଓଟି ଏବିପି ମାଝା ଅପଲୋଡ଼ କରିଥିବା ବେଳେ, ମଲଙ୍ଗଗଡ଼ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆଳତୀ କରୁଥିବାର ଉପସ୍ଥାପକ ଖବରରେ କହିଛନ୍ତି ।
ଯେତେବେଳେ ଆମେ ମଲଙ୍ଗଗଡ଼ ନେଇ ୟୁଟ୍ୟୁବରେ ସର୍ଚ୍ଚ କରିଥିଲୁ, ୪ ଜାନୁଆରୀ ୨୦୨୪ରେ ଟିଭି୯ ଭାରତବର୍ଷରେ ପ୍ରସାରିତ ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଏକନାଥ ସିନ୍ଧେ ଏକ ସଭାରେ ସମ୍ବୋଧିତ କରିବାକୁ ଯାଇ କହିଛନ୍ତି ଏହା ଦର୍ଘା ନା ମନ୍ଦିର । ଉକ୍ତ ଖବରରେ ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ଏହି ସ୍ଥାନକୁ ହିନ୍ଦୁ ବାବା ମଚିନ୍ଦ୍ରନାଥଙ୍କ ପୀଠ ସ୍ଥଳୀ କହୁଥିବା ବେଳେ, ମୁସଲମାନ ମାନେ ଏହାକୁ ହାଜିପିର ବାବାଙ୍କ ସ୍ଥଳୀ ବୋଲି କହି ଆସୁଛନ୍ତି । ଏଠାରେ ବର୍ଷକୁ ଥରେ ହିନ୍ଦୁ ପାଲିଙ୍କି ଯାତ୍ରା କାଢୁଥିବା ବେଳେ, ମୁସଲମାନ ମାନେ ଏଠାରୁ ତାଙ୍କ ଯାତ୍ରା କାଢ଼ିଥାନ୍ତି ।
୧୫ ଫେବୃଆରୀ ୨୦୨୫ରେ ଏକ ଏକ୍ସ ୟୁଜର୍ସ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମହାରାଷ୍ଟ୍ରର ହାଜିମଲଙ୍ଗ ଦର୍ଘା ଗସ୍ତ କରିଛନ୍ତି ।
ଉକ୍ତ ଭିଡିଓରେ ସେଠାରେ ଗେରୁଆ ଚାଦର ଅର୍ପଣ କରାଯାଉଥିବାର ଦେଖିବାକୁ ମିଳିଛି ।
ଭିନ୍ନଭିନ୍ନ ସମୟର ଭିନ୍ନଭିନ୍ନ ଭିଡିଓ ମଧ୍ୟ ଉକ୍ତ ସ୍ଥାନର ହସ୍ତଗତ ହୋଇଛି ଯେଉଁଥିରେ ଉଲ୍ଲେଖ ରହିଛି, ମଚିନ୍ଦ୍ର ନାଥ ଆଳତି, ମଲଙ୍ଗ ଗଡ଼ ।
ସିଆସତ ରେ ପ୍ରସାରିତ ଖବର ଅନୁଯାୟୀ, ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଠାଣେ ରେ ଥିବା ହାଜି ମଲଙ୍ଗ ଦର୍ଘାରେ ଆଳତୀ କରିବା ସହ ଗେରୁଆ ଚାଦର ମଧ୍ୟ ଚଢ଼ାଇଛନ୍ତି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ ।ଭାଇରାଲ ଭିଡିଓଟି ମୁମ୍ବାଇ ସ୍ଥିତ ହାଜିଅଲ୍ଲୀ ଦର୍ଘାର ନୁହେଁ, ଠାଣେର ହାଜି ମଲଙ୍ଗ ଦର୍ଘାର ଅଟେ । ଯାହାକୁ ବାବା ମଚିନ୍ଦ୍ରନାଥଙ୍କ ପୀଠ ସ୍ଥଳୀ ବୋଲି ସ୍ଥାନୀୟ ହିନ୍ଦୁ ଧର୍ମାଲବାମ୍ବୀ ଦାବି କରି ଆସୁଛନ୍ତି । ଉକ୍ତ ସ୍ଥାନରେ ମଚିନ୍ଦ୍ରନାଥଙ୍କ ଆଳତି ସମୟରେ ଭିଡିଓଟି ସୁଟ୍ କରାଯାଇଛି । ସେହିପରି ଆଳତୀ ଦିନ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି ଉପୁଜି ନାହିଁ ।

